Site icon Bhakti Bharat Ki

Guru Paduka Stotram | ଗୁରୁ ପାଦୁକା ପୂଜା | ଗୁରୁ ପାଦୁକା ସ୍ତୋତ୍ରମ୍ | श्री गुरु पादुका स्तोत्रम् 

Sri Guru Paduka Stotram

Guru Paduka Stotram | ଗୁରୁ ପାଦୁକା ପୂଜା | ଗୁରୁ ପାଦୁକା ସ୍ତୋତ୍ରମ୍ | श्री गुरु पादुका स्तोत्रम् : दोस्तों नमस्कार, आज हम आप लोगों को इस पोस्ट के माध्यम से श्री गुरु पादुका स्तोत्रम् के बारे में बताएँगे। श्री आदि शंकराचार्य द्वारा रचित गुरु पादुका स्तोत्रम् एक सुंदर गुरु चरणों की वंदना। यह स्तोत्र पूज्य गुरु के पवित्र स्वरूप का वर्णन करता है। जो संसार सागर से पार करने वाली नौका के रूप में है। जो जीबन में आने वाली बाधाओं से मुक्ति दिलाता है और मोक्ष की ओर ले जाता है।

Guru Paduka Stotram

श्री गुरु पादुका स्तोत्रम् 

अनन्तसंसार समुद्रतार नौकायिताभ्यां गुरुभक्तिदाभ्याम् ।
वैराग्यसाम्राज्यदपूजनाभ्यां नमो नमः श्रीगुरुपादुकाभ्याम् ॥ १ ॥

कवित्ववाराशिनिशाकराभ्यां दौर्भाग्यदावां बुदमालिकाभ्याम् ।
दूरिकृतानम्र विपत्ततिभ्यां नमो नमः श्रीगुरुपादुकाभ्याम् ॥ २ ॥

नता ययोः श्रीपतितां समीयुः कदाचिदप्याशु दरिद्रवर्याः ।
मूकाश्र्च वाचस्पतितां हि ताभ्यां नमो नमः श्रीगुरुपादुकाभ्याम् ॥ ३ ॥

नालीकनीकाश पदाहृताभ्यां नानाविमोहादि निवारिकाभ्याम् ।
नमज्जनाभीष्टततिप्रदाभ्यां नमो नमः श्रीगुरुपादुकाभ्याम् ॥ ४ ॥

नृपालि मौलिव्रजरत्नकान्ति सरिद्विराजत् झषकन्यकाभ्याम् ।
नृपत्वदाभ्यां नतलोकपङ्कते: नमो नमः श्रीगुरुपादुकाभ्याम् ॥ ५ ॥

पापान्धकारार्क परम्पराभ्यां तापत्रयाहीन्द्र खगेश्र्वराभ्याम् ।
जाड्याब्धि संशोषण वाडवाभ्यां नमो नमः श्रीगुरुपादुकाभ्याम् ॥ ६ ॥

शमादिषट्क प्रदवैभवाभ्यां समाधिदान व्रतदीक्षिताभ्याम् ।
रमाधवान्ध्रिस्थिरभक्तिदाभ्यां नमो नमः श्रीगुरुपादुकाभ्याम् ॥ ७ ॥

स्वार्चापराणाम् अखिलेष्टदाभ्यां स्वाहासहायाक्षधुरन्धराभ्याम् ।
स्वान्ताच्छभावप्रदपूजनाभ्यां नमो नमः श्रीगुरुपादुकाभ्याम् ॥ ८ ॥

कामादिसर्प व्रजगारुडाभ्यां विवेकवैराग्य निधिप्रदाभ्याम् ।
बोधप्रदाभ्यां दृतमोक्षदाभ्यां नमो नमः श्रीगुरुपादुकाभ्याम् ॥ ९ ॥

ଗୁରୁ ପାଦୁକା ସ୍ତୋତ୍ରମ୍

ଅନନ୍ତ ସଂସାର ସମୁଦ୍ରତାର
ନୌକାୟିତାଭ୍ୟାଂ ଗୁରୁଭକ୍ତିଦାଭ୍ୟାମ୍ ।
ବୈରାଗ୍ୟ ସାମ୍ରାଜ୍ୟଦପୂଜନାଭ୍ୟାଂ
ନମୋ ନମଃ ଶ୍ରୀ ଗୁରୁ ପାଦୁକାଭ୍ୟାମ୍ ॥ ୧ ॥

ମୁଁ ନିଜ ଗୁରୁଦେବଙ୍କ ପବିତ୍ର ଚରଣପାଦୁକାକୁ ବିନମ୍ର ପ୍ରଣାମ କରୁଛି, ଯାହା ଭବସାଗର ଅତିକ୍ରମ କରିବାରେ ନୌକା ସଦୃଶ ମୋର ସହାୟତା କରିଥାଏ, ଯିଏ ମୋତେ ଗୁରୁଭକ୍ତି ପ୍ରଦାନ କରିଥାଏ ଏବଂ ଯାହାର ପୂଜନ କରି ମୁଁ ନିଜ ହୃଦୟରେ ପୂର୍ଣ୍ଣ ତ୍ୟାଗର ସାମ୍ରାଜ୍ୟ ପ୍ରାପ୍ତ କରିଥାଏ ।

କବିତ୍ବବାରାଶିନିଶାକରାଭ୍ୟାଂ
ଦୌର୍ଭାଗ୍ୟଦାବାଂ ବୁଦମାଲିକାଭ୍ୟାମ୍ ।
ଦୂରିକୃତାନମ୍ର ବିପତ୍ତତିଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୨ ॥

ଉଦବେଳିତ ଜ୍ଞାନର ସାଗର ନିମନ୍ତେ ଯିଏ ପୂର୍ଣ୍ଣଚନ୍ଦ୍ର ସଦୃଶ ଅଟନ୍ତି, ଦୁର୍ଭାଗ୍ୟର ଦାବାନଳ ନିମନ୍ତେ ଯିଏ ବର୍ଷଣମୁଖର ମେଘ ସଦୃଶ ଅଟନ୍ତି, ଯାହାର ପୂଜନ ସମସ୍ତ ବିପତ୍ତିକୁ ଦୂର କରି ଦେଇଥାଏ, ମୁଁ ମୋ ଗୁରୁଦେବଙ୍କର ସେହି ପାଦୁକାକୁ ବାରମ୍ବାର ନମସ୍କାର କରୁଛି ।

ନତା ୟୟୋଃ ଶ୍ରୀପତିତାଂ ସମୀୟୁଃ
କଦାଚିଦପ୍ୟାଶୁ ଦରିଦ୍ରବର୍ୟାଃ ।
ମୂକାଶ୍ଚ ବାଚସ୍ପତିତାଂ ହି ତାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୩ ॥

ଯାହାର ପୂଜନ କରିବା ଦ୍ବାରା ବ୍ୟକ୍ତି ସମୃଦ୍ଧିକୁ ପ୍ରାପ୍ତ ହୋଇଥାଏ, ଏପରି କି ଦାରିଦ୍ର୍ୟର କର୍ଦ୍ଦମରେ ବୁଡି ରହିଥିବା ବ୍ୟକ୍ତି ମଧ୍ୟ ସମୃଦ୍ଧ ହୋଇଯାଏ, ମୂକ ବ୍ୟକ୍ତି ପ୍ରଗଳଭ ବକ୍ତା ପାଲଟି ଯାଏ, ଗୁରୁଦେବଙ୍କର ସେହି ସମସ୍ତ ଶ୍ରୀଯୁକ୍ତ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି ।

ନାଲୀକନୀକାଶ ପଦାହୃତାଭ୍ୟାଂ
ନାନା ବିମୋହାଦି ନିବାରିକାଭ୍ୟାମ୍ ।
ନମଜ୍ଜନାଭୀଷ୍ଟତତିପ୍ରଦାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୪ ॥

ପରମ ଆକର୍ଷକ ଗୁରୁଚରଣାମ୍ବୁଜ ମାୟା ଦ୍ବାରା ଉତ୍ପନ୍ନ ବିବିଧ ବାସନାକୁ ସମୂଳେ ନଷ୍ଟ କରିଦିଏ । ବିନୀତ ଭାବରେ ସେହି ଚରଣରେ ସିର ଅବନତ କରୁଥିବା ବ୍ୟକ୍ତିର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ । ଗୁରୁଦେବଙ୍କର ସେହି ସମୃଦ୍ଧିବର୍ଦ୍ଧକ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି ।

ନୃପାଳି ମୌଳି ବ୍ରଜ ରତ୍ନକାନ୍ତି
ସରିଦ୍ବିରାଜଜ୍ଝଷକନ୍ୟକାଭ୍ୟାମ୍ ।
ନୃପତ୍ବଦାଭ୍ୟାଂ ନତଲୋକପଂକ୍ତେଃ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୫ ॥

ଏହି ପାଦୁକା ରାଜାଙ୍କର ମୁକୁଟରେ ଜଟିତ ରତ୍ନର କାନ୍ତି ସଦୃଶ ସଦା ଦ୍ୟୁତିମାନ ରହିଥାଏ । ମକର ପରିପୂର୍ଣ୍ଣ ବିଶାଳ ନଦୀରେ ଏହା ମନମୋହିନୀ ନବଯୁବତୀ ସଦୃଶ (ଅଭୟ ରୂପୀ ସୌନ୍ଦର୍ଯ୍ୟର ଆନନ୍ଦ ପ୍ରଦାନ କରି) ଉପସ୍ଥିତ ରହିଥାଏ । ଯେଉଁମାନେ ଏହା ପ୍ରତି ନତମସ୍ତକ ରହନ୍ତି, ସେମାନଙ୍କୁ ଏହା ସମ୍ରାଟ ତୁଲ୍ୟ ସମ୍ପ୍ରଭୁତା ପ୍ରଦାନ କରିଥାଏ । ଗୁରୁଦେବଙ୍କର ସେହି ଅଭୟ ଚରଣପାଦୁକାକୁ ମୁଁ ବାରମ୍ବାର ପ୍ରଣାମ କରୁଛି ।

ପାପାନ୍ଧକାରାର୍କ ପରମ୍ପରାଭ୍ୟାଂ
ତାପତ୍ରୟାହୀନ୍ଦ୍ର ଖଗେଶ୍ବରାଭ୍ୟାମ୍ ।
ଜାଡ୍ୟାବ୍ଧି ସଂଶୋଷଣ ବାଡବାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୬ ॥

ଏହା ଅନ୍ତହୀନ ପାପାନ୍ଧକାରକୁ ନାଶ କରୁଥିବା ସୂର୍ଯ୍ୟ ସଦୃଶ ଅଟେ । ତ୍ରିତାପ (ଦୈହିକ, ଦୈବିକ ଏବଂ ଭୌତିକ) ରୂପୀ ସର୍ପର ବିନାଶ ହେତୁ ଏହା ପକ୍ଷୀରାଜ ଗରୁଡ଼ଙ୍କ ସଦୃଶ ଅଟେ । ଅଜ୍ଞାନ ମହାସାଗରକୁ ଶୁଷ୍କ କରିବା ନିମନ୍ତେ ଏହା ଅଗ୍ନିଦାହ ସଦୃଶ ଅଟେ । ଗୁରୁଦେବଙ୍କର ଏହି ଅଭୟ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି ।

ଶମାଦିଷଟକ ପ୍ରଦବୈଭବାଭ୍ୟାଂ
ସମାଧିଦାନ ବ୍ରତଦୀକ୍ଷିତାଭ୍ୟାମ୍ ।
ରମାଧବାଘ୍ରିଂସ୍ଥିରଭକ୍ତିଦାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୭ ॥

ଏହା ମନ ନିୟନ୍ତ୍ରଣଠାରୁ ଆରମ୍ଭ କରି ଷଟ୍ ସମ୍ପତ୍ତି ପ୍ରଦାନ କରିଥାଏ ଯାହା ପରୋପକାର ଏବଂ ନିଃସ୍ବାର୍ଥପରତାରେ ଆବଦ୍ଧ ହୋଇ ସଂକଲ୍ପିତ ସମାଧି ଅଭିମୁଖରେ ଯୋଗୀକୁ ଅଗ୍ରସର କରାଇ ଥାଏ । ଏହି ପାଦୁକା ମୋକ୍ଷର ହେତୁ ଏବଂ ନିଶ୍ଚଳା ଭକ୍ତି ପ୍ରଦାୟକ ଅଟେ । ଗୁରୁଦେବଙ୍କର ଏହି ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି ।

ସ୍ବାର୍ଚାପରାଣାଂ ଅଖିଳେଷ୍ଟଦାଭ୍ୟାଂ
ସ୍ବାହାସହାୟାକ୍ଷଧୁରନ୍ଧରାଭ୍ୟାମ୍ ।
ସ୍ବାନ୍ତାଚ୍ଛଭାବପ୍ରଦପୂଜନାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ॥ ୮ ॥

ଏହା ସେହି ବ୍ୟକ୍ତିମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରିଥାଏ ଯେଉଁମାନେ ପରୋପକାରରେ ଲିପ୍ତ ରହିଥାଆନ୍ତି ଏବଂ ଆବଶ୍ୟକତା ଅନୁରୂପ ଲୋକଙ୍କର ସହାୟତା କରିବା ଦିଗରେ ସଦା ତତ୍ପର ରହିଥାଆନ୍ତି । ଏହାର ପୂଜା-ଅର୍ଚ୍ଚନା କରିବା ଦ୍ବାରା ହୃଦୟର ଶୁଦ୍ଧିକରଣ ହୋଇଯାଏ । ଗୁରୁଦେବଙ୍କର ଏହି ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି ।

କାମାଦିସର୍ପ ବ୍ରଜଗାରୁଡାଭ୍ୟାଂ
ବିବେକବୈରାଗ୍ୟ ନିଧିପ୍ରଦାଭ୍ୟାମ୍ ।
ବୋଧପ୍ରଦାଭ୍ୟାଂ ଦ୍ରୁତମୋକ୍ଷଦାଭ୍ୟାଂ
ନମୋ ନମଃ ଶ୍ରୀଗୁରୁପାଦୁକାଭୟାମ୍ ॥ ୯ ॥

କାମାଦି ଷଟ୍ ଦୁର୍ଗୁଣରୂପୀ ସର୍ପମାନଙ୍କ ପାଇଁ ଏହି ପାଦୁକା ଗରୁଡ଼ ତୁଲ୍ୟ ଅଟେ । ଏହା ବିବେକ ଏବଂ ବୈରାଗ୍ୟ ରୂପୀ ନିଧି ପ୍ରଦାନ କରିଥାଏ । ଏହା ଜ୍ଞାନ ପ୍ରଦାନ କରି ଅତି ଶୀଘ୍ର ମୋକ୍ଷ ପ୍ରଦାନ କରିଥାଏ । ଗୁରୁଦେବଙ୍କର ସେହି ସର୍ବ ସମୃଦ୍ଧି ବର୍ଦ୍ଧକ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି।

Credit the Video : Acharya Tapan kumar mishra YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। श्री गुरु पादुका स्तोत्रम्  का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें।  श्री गुरु पादुका स्तोत्रम्  का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Exit mobile version