Site icon Bhakti Bharat Ki

He Guru Tume Mangalamaya | ହେ ଗୁରୁ ତୁମେ ମଙ୍ଗଳମୟ

ହେ ଗୁରୁ ତୁମେ ମଙ୍ଗଳମୟ // Singer : Samiksha Mishra // Lyrics & Music : Pujya Pujak Balia

Credit the Video : MD FILMS YouTube Channel

Song Title He Guru Tume Mangalamaya (ହେ ଗୁରୁ ତୁମେ ମଙ୍ଗଳମୟ)
Lyrics Pujya Pujak Balia
Music Pujya Pujak Balia
Singer Samiksha Mishra
Music Designer Maheswar Ratha

He Guru Tume Mangalamaya

ହେ ଗୁରୁ ତୁମେ ମଙ୍ଗଳମୟ

ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା ର ଯୋଗ୍ୟ ସନ୍ତାନ
ଧରଣୀ ମା ର ଯୋଗ୍ୟ ସନ୍ତାନ
ତୁମ ବିନା ଶାନ୍ତି କାହିଁ….
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ ।

ଆଲୋକ ଶିଖାର ତୁମେତ ଇଙ୍ଗିତ
ତୁମ୍ଭ ପାଇଁ ଜନ୍ମ ମୁହିଁ
ଆଲୋକ ଶିଖାର ତୁମେତ ଇଙ୍ଗିତ
ତୁମ୍ଭ ପାଇଁ ଜନ୍ମ ମୁହିଁ
ଅନ୍ଧାର ପଥରେ ତୁମେତ ଲଉଡି
ଅନ୍ଧାର ପଥରେ ତୁମେତ ଲଉଡି
ଅଣ୍ଡାଳି ଚାଲୁଛି ମୁହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପାବିନୁ ମୁକ୍ତି ନାହିଁ ।

ତୁମେ ଅଖିଳର ତୁମେ ନିଖିଳର
ଆସିଛ ତୁମେ ମୋ ପାଇଁ
ତୁମେ ଅଖିଳର ତୁମେ ନିଖିଳର
ଆସିଛ ତୁମେ ମୋ ପାଇଁ
ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
ଅବତୀର୍ଣ୍ଣ ଭାବଗ୍ରାହୀ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ ।

ତୁମରି ଆଶିଶେ ଆଜି ଏହି ଧାରା
ପୁରି ଉଠୁ ନାମ ଗାଇ
ତୁମରି ଆଶିଶେ ଆଜି ଏହି ଧାରା
ପୁରି ଉଠୁ ନାମ ଗାଇ
ଜୟ ଗୁରୁଦେବ ଜୟ ହେ ଅନନ୍ତ
ଜୟ ଗୁରୁଦେବ ଜୟ ହେ ଅନନ୍ତ
କାଳିଆ ପାଦେ ଚିନ୍ତଇ ।

ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା ର ଯୋଗ୍ୟ ସନ୍ତାନ
ଧରଣୀ ମା ର ଯୋଗ୍ୟ ସନ୍ତାନ
ତୁମ ବିନା ଶାନ୍ତି କାହିଁ…
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
କୃପା ବିନୁ ମୁକ୍ତି ନାହିଁ
କୃପା ବିନୁ ମୁକ୍ତି ନାହିଁ ।

Credit the Video : Sangeet vistar by Sasmita YouTube Channel

Read also:

ଅଖିଳ ବ୍ରହ୍ମାଣ୍ଡପତି

Exit mobile version