Site icon Bhakti Bharat Ki

Twelve Names of Lord Vishnu for the Twelve Months | श्री विष्णु के बारह महीनों के बारह नाम | ଶ୍ରୀ ବିଷ୍ଣୁଙ୍କ ବାର ମାସରେ ବାର ନାମ

Twelve Names of Lord Vishnu for the Twelve Months

Twelve Names of Lord Vishnu for the Twelve Months | श्री विष्णु के बारह महीनों के बारह नाम | ଶ୍ରୀ ବିଷ୍ଣୁଙ୍କ ବାର ମାସରେ ବାର ନାମ: ହିନ୍ଦୁ ଧର୍ମରେ ବର୍ଷକୁ ବାରଟି ମାସ, ଯଥା ବୈଶାଖଠାରୁ ଆରମ୍ଭ କରି ଚୈତ୍ର ପର୍ଯ୍ୟନ୍ତ ଗୋଟିଏ ବର୍ଷ ବା ବାରମାସ l ବାରମାସରେ ବିଷ୍ଣୁଙ୍କ ବାରଟି ନାମ ମଧ୍ୟରୁ ଦାମୋଦର ନାମ ଆସିଥାଏ କାର୍ତ୍ତିକ ମାସରେ l ଏହି ମାସଟିକୁ ଦାମୋଦରଙ୍କ ପ୍ରିୟ ବୋଲି କୁହାଯାଏ l ସ୍କନ୍ଦପୁରାଣ ଅନୁସାରେ ଦାମୋଦର ମାସର ମହତ୍ତ୍ବ ବିଷୟରେ ନାରାୟଣ ଭଗବାନ ବ୍ରହ୍ମାଙ୍କୁ, ବ୍ରହ୍ମା ନାରଦଙ୍କୁ, ନାରଦ ମହାରାଜା ପୃଥୁଙ୍କୁ ଅବଗତ କରାଥିଲେ।

ଅର୍ଥାତ-ଦାମର ଅର୍ଥ ବିଶ୍ୱ, ସମଗ୍ର ବିଶ୍ୱ ଯାହାଙ୍କ ଉଦରରେ ସେ ହେଉଛନ୍ତି ଦାମୋଦରଅର୍ଥାତ ରଶିଦ୍ବାରା ଉଦରକୁ ବାନ୍ଧିବା, ଯିଏ ମନଦ୍ବାରା ଜ୍ଞାତ ହୁଅନ୍ତି, ଯିଏ ଆତ୍ମନିୟନ୍ତ୍ରଣ ମାଧ୍ୟମରେ ଶୁଦ୍ଧ ହୁଏ, ଯାହାଙ୍କ କୋଳରେ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ରହିଛି ସେ ହେଉଛନ୍ତି ଦାମୋଦର । ଦାମୋଦର ମାସ ସବୁଠାରୁ ଶ୍ରେଷ୍ଠ ଓ ଦୁର୍ଲଭ କାରଣ ଏହି ମାସରେ ଶ୍ରୀକୃଷ୍ଣ ତାଙ୍କର ଅନେକ ବିଲକ୍ଷଣ ଲୀଳା କରିଥିଲେ । ତେଣୁ ଏହି ମାସ ରାଧାରାଣୀଙ୍କ ଅତିପ୍ରିୟ । ଶ୍ରୀରାଧାଙ୍କୁ ବିଧିପୂର୍ବକ ପ୍ରସନ୍ନ କରିବାର ସମସ୍ତ ଉପକ୍ରମ ଦାମୋଦରଙ୍କ ଅତି ପ୍ରିୟ ।

“ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍”

ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ଏକ ଧର୍ମମାସ । କାର୍ତ୍ତିକ ବ୍ରତ ପାଳନ ଦ୍ୱାରା ମହାପାତକ ନଷ୍ଟ ହୁଏ ଓ ମୃତ୍ୟୁପରେ ସ୍ୱର୍ଗଲୋକ ବା ବୈକୁଣ୍ଠ ଲୋକ ପ୍ରାପ୍ତି ହୁଏ । ହେ ସାଧୁଜନେ ମନୁଷ୍ୟ ଜନମରୁ ମୁକ୍ତି ନିମନ୍ତେ ଶ୍ରୀବିଷ୍ଣୁଙ୍କ ନାମ ସ୍ମରଣ କରନ୍ତୁ l

କାର୍ତ୍ତିକଃ କୃଷ୍ଣବଲ୍ଲଭଃ: ଯେମିତି ଭଗବାନ ଶ୍ରୀକୃଷ୍ଣଙ୍କୁ ବନସ୍ପତି ମଧ୍ୟରୁ ତୁଳସୀ, ପୂଣ୍ୟକ୍ଷେତ୍ର ମଧ୍ୟରୁ ଦ୍ବାରକାପୁରୀ, ତିଥି ମଧ୍ୟରୁ ଏକାଦଶୀ, ମାସଗୁଡିକ ମଧ୍ୟରୁ କାର୍ତ୍ତିକ ଅଧିକ ପ୍ରିୟ । ସେହିପରି “କାର୍ତ୍ତିକଃ କୃଷ୍ଣବଲ୍ଲଭଃ” ଅର୍ଥାତ ଦାମୋଦର ମାସ ଶ୍ରୀକୃଷ୍ଣଙ୍କ ଅତ୍ୟଧିକ ପ୍ରିୟ ମାସ । “ଦାମୋଦର ମାସ” ଦାମୋଦରଙ୍କୁ ପ୍ରେମ ବା ଭାବ ଦଉଡିରେ ବାନ୍ଧିବାପାଇଁ ଏକ ଦୈବୀୟ ସୁଯୋଗ ।

ତୁଳସୀ ପୂଜନ: ଏହିମାସରେ ଧରାଧାମରେ ତୁଳସୀଙ୍କ ପ୍ରାକଟ୍ୟ ହୋଇଥିଲା । ଏହି ମାସରେ ତୁଳସୀପୂଜନ ଦ୍ବାରା ଅତି ସହଜରେ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚାଇ ହୁଏ କାରଣ ତୁଳସୀ ହେଉଛନ୍ତି କୃଷ୍ଣପ୍ରେୟସୀ । ତୁଳସୀ ପଞ୍ଚାମୃତକୁ ଚରଣାମୃତ, ତୁଳସୀ ପୂଜନଦ୍ବାରା ଚତୁଷ୍ଟୟ ପୁରୁଷାର୍ଥ ଅର୍ଥାତ ଧର୍ମ, ଅର୍ଥ, କାମ,ମୋକ୍ଷ ପ୍ରାପ୍ତ ହୁଏ ।

ଦୀପଦାନ: କଳିଯୁଗର ମୋକ୍ଷଦାୟୀ ଦାମୋଦର ମାସରେ ସବୁଠାରୁ ପୂଣ୍ୟକର୍ମ ହେଉଛି ଦୀପଦାନ,ଏହା ଅଶ୍ବମେଧ ଯଜ୍ଞର ପୂଣ୍ୟ ପ୍ରଦାନ କରେ । ମନ୍ଦିର, ନଦୀ, ପୋଖରୀ, ଜଳାଶୟଗୁଡିକରେ ଦୀପଦାନ କରି ଅତୁଲ୍ୟ ପୂଣ୍ୟ ଅର୍ଜନ ହୁଏ । ଏହାଦ୍ବାରା ଜୀବନର ଅନ୍ଧକାର ଦୂରହୁଏ । ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୀପ ଅର୍ପଣ ଏବଂ ପିତୃପୁରୁଷଙ୍କୁ ଦୀପଦାନର ବିଶେଷ ମହତ୍ତ୍ବ ରହିଛି । ରାତ୍ରିକାଳରେ ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଜଗରଣ, ପ୍ରାତଃସ୍ନାନ, ତୁଳସୀସେବା, ଉଦ୍ ଯାପନ, ଦୀପଦାନ ଏହି ପାଞ୍ଚ ନିୟମ ପାଳନ ଦ୍ବାରା ମୋକ୍ଷ ପ୍ରାପ୍ତି ହୁଏ ।

ଭଗବତ୍ ଶ୍ରବଣ: ଏହାବ୍ୟତୀତ ଭଜନ, ଭଗବତ୍ କଥା ଶ୍ରବଣ, ସଂକୀର୍ତ୍ତନ, ଭୂମି ଉପରେ ଶୟନ, ତୈଳମର୍ଦ୍ଦନ, ଡାଲିଜାତୀୟ ଖାଦ୍ୟ ବର୍ଜନ, ତପଃ ସାଧନ, ବ୍ରହ୍ମଚର୍ଯ୍ୟ ପାଳନ, ମନ ଉପରେ ନିୟନ୍ତ୍ରଣ, କେବଳ କୃଷ୍ଣପ୍ରସାଦକୁ ଆହାର ରୂପେ ଗ୍ରହଣ, ଅନ୍ନଦାନ, ଗୋଦାନ, ତୁଳସୀ ଦାନ ଇତ୍ୟାଦି ସାତ୍ତ୍ଵିକ କର୍ମ ଦାମୋଦର ମାସର ଗରିମା ଦ୍ବାରା ଅନନ୍ତ ପୂଣ୍ୟଫଳ ପ୍ରଦାନ କରେ । ତେଣୁ ଦାମୋଦରଙ୍କୁ ବାନ୍ଧିବାର ଏଇ ଅପୂର୍ବ ସୁଯୋଗକୁ ହାତଛଡା ନ କରି ସେଇ ପରମାତ୍ମା ଶ୍ରୀକୃଷ୍ଣଙ୍କୁ ପ୍ରେମ ଦଉଡିରେ ବାନ୍ଧିରଖନ୍ତୁ । ପରମେଶ୍ବର ବାନ୍ଧିହେବା ପାଇଁ ଅପେକ୍ଷା କରିଛନ୍ତି । ଅନନ୍ତସତ୍ତାଙ୍କ କଥା ଅନନ୍ତ, କିଏ ବର୍ଣ୍ଣିପାରିବ?

ଶ୍ରୀ ବିଷ୍ଣୁଙ୍କ ବାର ମାସରେ ବାର ନାମ

ମାର୍ଗଶୀର ମାସରେ – କେଶବଙ୍କୁ ଧ୍ୟାନ କରନ୍ତୁ l
ପଉଷ ମାସରେ – ଶ୍ରୀନାରାୟଣଙ୍କୁ ଯାଚନା କରନ୍ତୁ l
ମାଘ ମାସେରେ – ମାଧବଙ୍କୁ ଚିନ୍ତା କରନ୍ତୁ l
ଫାଲ୍ଗୁନ ମାସେରେ – ଦୋଳେଗୋବିନ୍ଦଙ୍କୁ ଦର୍ଶନ କରନ୍ତୁ l
ଚଇତ୍ର ମାସରେ – ଶ୍ରୀରାମଙ୍କ ନାମ ସ୍ମରଣ କରନ୍ତୁ l
ବଇଶାଖ ମାସେରେ – ଶ୍ରୀମଧୁସୂଦନଙ୍କୁ ସ୍ମରଣ କରନ୍ତୁ l
ଜ୍ୟେଷ୍ଠ ମାସେରେ – ଚନ୍ଦନ ଚର୍ଚ୍ଚିତ ପ୍ରଭୁ ତ୍ରିବିକ୍ରମଙ୍କୁ ଦର୍ଶନ କରନ୍ତୁ l
ଆଷାଢ଼େ ମାସେରେ – ରଥରେ କଳା ବାମନଙ୍କୁ ଦର୍ଶନ କରନ୍ତୁ l
ଶ୍ରାବଣ ମାସେରେ – ଶ୍ରୀଧରଙ୍କୁ ଭଜନ୍ତୁ l
ଭାଦରବ ମାସେରେ – ପ୍ରଭୁ ହୃଷିକେଶଙ୍କୁ ଭଜନ୍ତୁ l
ଆଶ୍ଵିନରେ ମାସେରେ – ପ୍ରଭୁ ପଦ୍ମନାଭଙ୍କୁ ଭଜନ୍ତୁ l
କାର୍ତ୍ତିକ ମାସରେ – ରାଇ ଦାମୋଦରଙ୍କୁ ପୂଜା କରନ୍ତୁ l

ପର୍ବପର୍ବାଣି:

ବୈଶାଖ ମାସରେ : ରୃକ୍ଣଣି ଅମାବାସ୍ୟା, ଅକ୍ଷୟ ତୃତୀୟା, ଗୁରୁ ପଞ୍ଚମୀ ବ୍ରତ, ସୀତା ନବମୀ, ନୃସିଂହ ଜନ୍ମ , ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା l
ଜେଷ୍ଠ ମାସରେ : ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ, ଗଙ୍ଗା ଦଶହରା, ଚମ୍ପକ ଦ୍ୱାଦଶୀ, ଶିବ ବିବାହ, ରଜ ଓ ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣମୀ l
ଆଷାଢ଼ ମାସରେ : ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ରଥରେ ସୁନା ବେଶ, ବ୍ୟାସ ପୂର୍ଣ୍ଣମୀ ବା ଗୁରୁ ପୂର୍ଣ୍ଣମୀ l
ଶ୍ରାବଣ ମାସରରେ : ଶ୍ରୀମନ୍ଦିରରେ ସୁନା ଚିତା, ଗହ୍ମା ପୂର୍ଣମୀ, ବଳଭଦ୍ରଙ୍କ ଜନ୍ମ-ରାଖୀ ପୂର୍ଣମୀ l
ଭାଦ୍ରବ ମାସରେ : ଖୁଦୁରୁକୁଣୀ ଓଷା, ଝୁଲଣ, ଜନ୍ମାଷ୍ଟମୀ, ସପ୍ତପୁରୀ ଅମାବାସ୍ୟା, ଅନନ୍ତ ବ୍ରତ, ଗଣେଶ ପୂଜା ଓ ବାଲି ତୃତୀୟା, ଭାଗବତ ଜନ୍ମ ଓ ସୁନିଆ l
ଆଶ୍ୱିନ ମାସରେ : ଗର୍ଭଣା ସଂକ୍ରାନ୍ତି, ମହାଳୟା ଦଶହରା, ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ, ଦୁର୍ଗାପୂଜା ବା ଦଶହରା l
କାର୍ତିକ ମାସରେ : କାର୍ତିକ ବ୍ରତ, ଦୀପାବଳି, ଗୋବର୍ଧନ ପୂଜା, ଅଁଳା ନବମୀ, ବଡ ଓଷା, ରାଧା ପାଦ ଦର୍ଶନ, ପଞ୍ଚୁକ, କାର୍ତିକ ପୂର୍ଣମୀ ବା ରାସ ପୂର୍ଣମୀ l
ମାର୍ଗଶିର ମାସରେ : ପ୍ରଥମାଷ୍ଟମୀ, କାଞ୍ଜିଅଁଳା ନବମୀ, ପଂଡୁ ଓଷା, ମାଣବସା ଗୁରୁବାର l
ପୌଷ ମାସରେ : ବକୁଳ ଅମାବାସ୍ୟା, ଧନୁ ସଂକ୍ରାନ୍ତି, ଶାମ୍ବ ଦଶମୀ ଓ ଦେବାଭିଷେକ ପୁର୍ଣିମା l
ମାଘ ମାସରେ : ସରସ୍ବତୀ ପୂଜା, ମକର ସଂକ୍ରାନ୍ତି, ମାଘ ସପ୍ତମୀ, ଅଗ୍ନୀ ଉତ୍ସବ l
ଫଗୁଣ ମାସରେ : ଶିବରାତ୍ରି, ଦୋଳ ଯାତ୍ରା l
ଚୈତ୍ର ମାସରେ : ହୋଲି, ଅଶୋକାଷ୍ଟମୀ, ଶ୍ରୀରାମ ନବମୀ ଓ ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଚୈତ୍ର ପୂର୍ଣମୀ l

Name of Seasons (Rituo Ke Naam)

Sl. No. (ସୌର ମାସ) (ଚନ୍ଦ୍ର ମାସ) Odia Months English Months Odia Seasons English Seasons
1 ମେଷ ବୈଶାଖ (ବଇଶାଖ) Baisakha April-May ଗ୍ରୀଷ୍ମ (Grishma) Summer
2 ବୃକ୍ଷ ଜ୍ୟୈଷ୍ଠ (ଜେଷ୍ଠ) Jeshta May-June
3 ମିଥୁନ ଆଷାଢ଼ (ଅଷାଢ଼) Asadha June-July ବର୍ଷା (Varsha) Rainy
4 କର୍କଟ ଶ୍ରାବଣ (ଶ୍ରାବଣ) Srabana July-August
5 ସିଂହ ଭାଦ୍ର (ଭୋଦୁଅ) Bhadrab August-September ଶରତ (Sarata) Autumn
6 କନ୍ୟା ଆଶ୍ୱିନ (ଅଶିଣ) Aswina September-October
7 ତୁଳା କାର୍ତ୍ତିକ (କାର୍ତ୍ତିକ) Kartika October-November ହେମନ୍ତ (Hemant) Fall
8 ବିଛା ମାର୍ଗଶିର (ମଗୁଶିର) Margasira November-December
9 ଧନୁ ପୌଷ (ପୁଷ) Pusha December-January ଶୀତ (Sita) Winter
10 ମକର ମାଘ (ମାଘ) Magha January-February
11 କୁମ୍ଭ ଫାଲ୍ଗୁନ (ଫଗୁଣ) Phalguna February-March ବସନ୍ତ (Basanta) Spring
12 ମୀନ ଚୈତ (ଚଇତ) Chaitra March-April

भारत के 6 ऋतुओं के नाम

क्र. अंग्रेजी महीने हिन्दू महीने ऋतुओं के नाम अंग्रेजी नाम
1 मई-जून ज्येष्ठ से आषाढ ग्रीष्म ऋतु Summer
2 जुलाई-अगस्त श्रावन से भाद्रपद वर्षा ऋतु Rainy
3 सितम्बर-अक्टूबर आश्विन से कार्तिक  शरद ऋतु Autumn
4 नवम्बर-दिसम्बर मार्गशीर्ष से पौष  हेमंत ऋतु Fall
5 जनवरी-फरवरी माघ से फाल्गुन शीत ऋतु Winter
6 मार्च-अप्रैल चैत्र से वैशाख बसंत ऋतु Spring

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। गोपाल चालीसा का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। गोपाल चालीसा का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Exit mobile version