Mruguni Stuti | ଶ୍ରୀ ମୃଗୁଣୀ ସ୍ତୁତି: दोस्तों नमस्कार, आज हम आपको इस लेख के जरिए Mruguni Stuti के बारे में बात करेंगे। ओड़िया भक्ति साहित्य परंपरा में मृगुणि स्तुति एक भक्तिमय काव्य रचना है, जिसे जगन्नाथ दास द्वारा रचित माना जाता है।
Mruguni Stuti
ଶ୍ରୀ ମୃଗୁଣୀ ସ୍ତୁତି
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ ।
ଯେଉଁ ନାମ ଧରିଲେ ନଦଣ୍ଡେ କାଳଯମ ॥
ଶ୍ରୀହରି ନାମକୁ ଏକା ଜପୁଥିବ ମନ ।
ଅଶେଷ ପାପମାନ ହୋଇବ ଦହନ ॥
ଯୋଗୀଜନ ମାନଙ୍କର ପରମ କାରଣ ।
ସନ୍ଥଜନ ମାନଙ୍କର ଦୂରିତ ନିବାରଣ ॥
ଏଥୁ ଅନନ୍ତରେ ସର୍ବେ ଶୁଣ ରସସାର ।
ମାଘ କୃଷ୍ଣପକ୍ଷ ଯେ ପଞ୍ଚମୀ ଗୁରୁବାର ॥
ଶୁକ ଏକଦିନେ ପରୀକ୍ଷିତଙ୍କ ଭୁବନେ ।
ପ୍ରବେଶ ହୋଇଲେ ଆସି ତାଙ୍କ ସନ୍ନିଧାନେ ॥
ଦଣ୍ଡ କମଣ୍ଡଳୁ ହସ୍ତେ ଡ଼ୋର କଉପୀନ ।
ରୁଦ୍ରାକ୍ଷର ଜପାମାଳ ଭସ୍ମ ଯେ ଲେପନ ॥
ହରି ମନ୍ଦିରର ଚିତା ନାସା ଅଦ୍ଧଯାଏ ।
ତମ୍ବାର କୁଣ୍ଡଳ ବେନି କର୍ଣ୍ଣେ ଶୋଭାପାଏ ॥
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ …
ତପତ କାଞ୍ଚନ ଜିଣି ତନୁ ଅନୁପମ ।
କୋଟି ଭାନୁ ଜିଣି ଯେ ଅନଳ ନୁହେଁ ସମ ॥
ଦୂରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ ।
ଆସନୁ ଉଠିଣ କଲେ ପାଛୋଟି ଗମନ ॥
ପାଦ ପଚିଶ ପଚାଶ ଯାଏ ସେହି ଗଲେ ।
ମୁନିଙ୍କୁ ନିମନ୍ତି ରାଜା ମନ୍ଦିରେ ମିଳିଲେ ॥
ଧୂପ ଦୀପ ନଇବେଦ୍ୟ ବସନ ଚାମର ।
ନାନା ଯତ୍ନେ ପୂଜା କଲେ ମୁନିଙ୍କ ପୟର ॥
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ …
ଦିବ୍ଯ ଆସନେ ମୁନିଙ୍କୁ ବସାଇଲେ ନେଇ ।
ବିନୟ ହୋଇଣ ରାଜା ବଚନ କହଇ ॥
ଭୋ ମୁନି ପୁଙ୍ଗବ ତୁମ୍ଭେ ସର୍ବ ତାପ ହର ।
ପବିତ୍ର କର ହେ ମୁନି ମୋର କଳେବର ॥
କହ ମୁନି ବିଷ୍ଣୁ ପୁରାଣର ସେହି କଥା ।
ତବ ମୁଖୁ ଶୁଣିଲେ ଖଣ୍ଡିବ ଭବବ୍ୟଥା ॥
କେମନ୍ତ ପ୍ରକାରେ ଯେ ହରିଣୀର ବିପତ୍ତି ।
କାହିଁ ଥାଇ ତାହା ଯେ ଯେ ଜାଣିଲେ ଶିରୀପତି ॥
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ …
ସେକଥା ଥା ସଂକ୍ଷେପିମୋତେ କହିବା ଗୋସାଇଁ ।
ତବ ମୁଖୁ ଶୁଣିଲେ ଯେ ପ୍ରତେ ଯିବି ମୁହିଁ ॥
ପରୀକ୍ଷିତଙ୍କ ବଚନେ ଆନନ୍ଦ ଶୁକମୁନି ।
ବୋଇଲେ ହେ ଧନ୍ୟ ରାଜା ଅଟୁ ଅଟୁ ବ୍ରହ୍ମଜ୍ଞାନୀ ॥
ଯାହା ପଚାରିଲୁ ଭାଗବତର ଚରିତ ।
ସାବଧାନ ହୋଇ ତୁମ୍ଭେ ଶୁଣ ନୃପସୁତ ॥
ସୁବାହୁ ବୋଲିଣ ଯେ ଏକଇ ଘୋରବନ ।
ହର ପାର୍ବତୀଙ୍କର ଅଟଇ କ୍ରୀଡ଼ାସ୍ଥାନ ॥
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ …
ତାରାବତୀ ହରିଣୀ ଚରଇ ତହିଁ ନିତି ।
ମହାଦେବ ପ୍ରସାହୁଁ ନଥାଏ ଭୟଭ୍ରାନ୍ତି ॥
ଗର୍ଭବାସ ହେତୁ ତାର ଅଳସ ଗମନ ।
ସଙ୍ଗତେ ଅଛନ୍ତି ବେନି ବାଳୁତ ନନ୍ଦନ ॥
ଦଇବ ବିଧାନ କଥା କେ କରିବ ଆନ ।
ଯାହା କପାଳେ ବିଧାତା କରିଛି ଲିଖନ ॥
ବିଧୂ ଅନୁସାରେ ହୁଏ କର୍ମର ଉଦିତ ।
କର୍ମ ଅନୁସାରେ ଜୀବ ହୁଏ ଆତଯାତ ॥
ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ …
ଶୁଭକୁ ଅଶୁଭ ଯେ ଫଳଇ ଦୁଃଖରାଶି ।
ତାହା ନ ଜାଣିଲେ ଜୀବ ନୁହଁଇ ବିଶ୍ବାସୀ ॥
ଫଳଦାତାର କାରଣ ଅଟଇ ଈଶ୍ଵର ।
ମାୟା ନର ଆତଯାତ କରଇ ସଂସାର ॥
ଏକ ଦିନେ ହରିଣୀ ବନସ୍ତେ ଚରୁଥିଲା ।
ବିରୁପାକ୍ଷ ଶବର ଯେ ସେ ସସ୍ଥାନେ ମିଳିଲା ॥
ଦେଖିଲା ହରିଣୀ ସଙ୍ଗେ ଛନ୍ତି ପିଲା ବେନି ।
ବିଧାତା ସୁମରି ଯେ ମାଇଲା ସୁରଧୁନି ॥
ତିନି ଦିନ ଉପାସକୁ ଲା ଆହାର ।
ଏକ୍ଷଣି ମାରିଣ ମୁଁ ଯେ ତୋଷିବି ଉଦର ॥
ବନ୍ଧୁଭାଇ ସୋଦର କୁଟୁମ୍ବ ସଙ୍ଖାଳିବି ।
ଉଦରୁ ସଞ୍ଚିଣ ପୁତ୍ର ନାତିଙ୍କୁ ଲୋଡ଼ିବି ॥
ଏମନ୍ତ ବୋଲି ଶବର ମନରେ ହରଷ ।
ବିଧାତା ସୁମରି ଓଗଳାଇ ଦଶଦିଶ ॥
ଚଉପାଶେ ଜାଲବାଡ଼ ପାତିଲା ହରଷେ ।
ପଛରେଦୋହରା ଅଗ୍ନି ଲଗାଇଲେରୋଷେ ॥
ନିଜେ ଧନୁ ଧରିଣ ଯେ ଦ୍ବାର ନିରୋଧୂଲା ।
ଧରମାର ବୋଲିଣ ସେ ସ୍ଵାନକୁ ପେଷିଦେଲା ॥
ନିଶ୍ଚିନ୍ତ ହୋଇଣ ଯେ ହରିଣୀ ଚରୁଥିଲା ।
ମନୁଷ୍ୟ ଧ୍ବନି ଶୁଣି ବଦନ ଟେକିଲା ॥
ଆଗପାଶରେ ଯେବ୍ୟାଧ ଦୁଇପାଶେ ଜାଲ ।
ପଛ କତିରେ ଅନଳ ଜଳେ ପରଖର ॥
ରେରେକାର ଶବଦ ଶୁଭଇ ଗୁରୁଟାଣ ।
ଆଗକୁ ଚାହିଁଲା ବ୍ୟାଧ କରେ ଧନୁର୍ବାଣ
ଲହ ଲହ ଜିହ୍ବା ଶୁନ ଆସୁଅଛି ଧାଇଁ ।
ମାର ମାର ବୋଲିଣ ହେ ଡ଼ାକଇ ତୁହାଇ ॥
ଏହା ଦେଖି ତଟସ୍ଥ ସେ ହୋଇଲା ହରିଣୀ ।
ମୂର୍ଚ୍ଛାଗତ ହୋଇଣ ଯେ ପଡ଼ିଲା ଧରଣୀ ॥
ସଚେତ ହୋଇଣ ପୁଣି ମନେ ବିଚାରଇ ।
କେମନ୍ତ ପ୍ରକାରେ ଏଥୁ ପଳାଇବି ମୁହିଁ ॥
ଆଗକୁ ଗଲେ ଶବର ବିନ୍ଧିବ ଯେ ଶିର ।
ପଛକୁ ଗଲେଣ ପୋଡ଼ିମତି ମରିବି ଅଗ୍ନିର ॥
ଆନଦିଗେ ଗଲେ ଯେ ପଡ଼ିବି ଜାଲେଯାଇ ।
ଏଥୁରହିଥିଲେ ଶ୍ଵାନ ଧରିବ ମୋରଦେହୀ ॥
ମୋହରସଙ୍ଗରେ ଯେମରିବେ ବେନିପୋଏ ।
ଆବର ମରିବେ ମୋର ଗର୍ଭର ତନୟେ ॥
ମହାଘୋର ସଙ୍କଟରେ ପଡ଼ିଲା ଜୀବନ ।
ଉଦ୍ଧରିଣ ରଖ ମୋତେ ପ୍ରଭୁ ଭଗବାନ ॥
ମଧୁଦୈତ୍ୟ ନାଶି ନାମ ଶ୍ରୀ ମଧୁସୂଦନ ।
ଦୁଃଖୀଲୋକ ବାନ୍ଧବ ଦରିଦ୍ରୁ ଲୋକ ଧନ ॥
ପଥ ନ ଦିଶଇ ମୁଁ କରିବି କିସ ବୁଦ୍ଧି ।
ଆତଙ୍କ ଡ଼ାକୁଛି ମୋତେ ରଖ ଦୟାନିଧୂ ॥
ରଖ ରଖ ଜଗନ୍ନାଥ ଦୁଃଖୀର ସଙ୍ଗାତ ।
ତୁମେ ନ ରଖିଲେ ଆଜ ହୋଇଲି ଅନାଥ ॥
ଏମନ୍ତ ପ୍ରଭୁଙ୍କ ପାଦେ ଲଗାଇଲା ଲୟ ।
ଜୟ ଜୟ ଦୀନବନ୍ଧୁ ଜୟ ବିଶ୍ଵକାୟ ॥
ଜୟ ଜୟ କୃପାନିଧୂ ଜଗତ ତାରଣ ।
ମହୀଭାରା ନିବାରଣ ପ୍ରଭୂ ନାରାୟଣ ॥
ଜୟ ଜୟ ବିପଦ ଭଞ୍ଜନ ଦାଶରଥ୍ ।
ମହାଭାରତେ ରଖିଲ ଭରତିଆ ପକ୍ଷୀ ॥
ସାବତ ଜନନୀ ଛଳେ ଧୃବ ଚିନ୍ତା କଲା ।
ଚଉଦ ଭୁବନ ଲୋକେ ଯାଇଣ ବସିଲା ॥
ଜୟ ଜୟ ବିଶ୍ଵପତି ଜଗତ କରତା ।
କଂସମାରି ତୁମ୍ଭେ ଯେ ରଖିଲ ପିତାମାତ ॥
ରାବଣକୁ ମାରି ତୁମ୍ଭେ ଜାନକୀ ଆଣିଲ ।
ଲଙ୍କାଗଡ଼େ ରାଜା ବିଭୀଷଣକୁ ଯେ କଲ ॥
ମନ୍ଦୋଦରୀ ରାଣୀଙ୍କୁ ଯେ କଲ ମହାସତୀ ।
ବିଭୀଷଣ ରାଜାର ସେ ହେଲା ପ୍ରିୟବତୀ ॥
ଅମର କରି ରଖିଲ ତାକୁ ଯଗୁ ଯୁଗ ।
ଶରଣ ପଞ୍ଜର ତୁମ୍ଭେ ଅଟ ପଦ୍ମନାଭ ॥
ଗୋପୀ ଗୋପାଳ ରଖିଲ ନାରାୟଣ ।
ଏତେବଡ଼ ପାପୀକୁ ବୈକୁଣ୍ଠ ଦେଲ ସ୍ଥାନ ॥
ଜୟ ଜୟ ଜଗନ୍ନାଥ ପ୍ରହଲ୍ଲାଦ ରଖିଲ ।
ନୃସିଂହ ରୂପରେ ହିରଣ୍ୟକୁ ବିଦାରିଲ ॥
ଜୟ ଜୟ ଜଗନ୍ନାଥ ବଳି କି ଚାପିଲ ।
ପାତାଳପୁରରେ ନେଇ ଗୋପ୍ୟ କରାଇଲ ॥
ଶ୍ରୀଚରଣ ଲଦିଲ ଯେ ଅହଲ୍ୟାର ଶିର ।
ପାଷାଣ ଦେହରୁ ସ୍ତିରୀ ହୋଇଲା ବାହାର ॥
ରାଜ ଡ଼ାକିଲା ତାକୁ ରଖିଲୁ ନାରାୟଣ ।
ଚକ୍ର ପେଷି ଗ୍ରାହକୁ ସ୍କୁଲ ନିବାରଣ ॥
ତୁମ୍ଭ ଶ୍ରୀ ଚରଣେ ମୁହିଁ ଲଗାଇଲି ଲୟ ।
ଗର୍ଭର ଭାରାରୁ ମୋତେ କରିବ ସଦୟ ॥
ପ୍ରଭୁ ଜଗତ ତାରଣ ନ କର ହେ ଆନ ।
ତବ ଶ୍ରୀଚରଣ ତଳେ କରୁଅଛି ଧ୍ୟାନ ॥
ଜୀବନକୁ ଆଶା ଆଉ ନାହିଁ ଯେ ମୋହର ।
ଏ ବେନି ବାଳୁତ ତୁମ୍ଭେ ରଖ ଚକ୍ରଧରୁ ॥
ଅରକ୍ଷିତ ବନ୍ଧୁ ତୁମ୍ଭେ ଦୁଃଖୀ ଲୋକ ବିତ୍ତ ।
ବ୍ୟାଧର ସଙ୍କଟୁ ମୋତେ ରଖ ଜଗନ୍ନାଥ ॥
ଏମନ୍ତ ଅନେକ ସ୍ତୁତି କଲା ଯେ ହରିଣୀ ।
ବୈକୁଣ୍ଠେ ଥାଇଣ ଯେ ଜାଣିଲେ ଚକ୍ରପାଣି ॥
ଲକ୍ଷ୍ମୀଙ୍କର କୋଳେ ସେ ଦେଇଣ ସମସ୍ଥାନ ।
ଆନନ୍ଦ ଯୋଗ ନିଦ୍ରାରେ ଥିଲେ ଭଗବାନ ॥
ସରସ୍ୱତୀ ବୀଣା ଧିରି ବଜାଉ ଅଛନ୍ତି ।
ଗାନ୍ଧାର ରାଗେଣ ଗାଇ ଆଳାପ କରନ୍ତି ॥
କମଳା ବିମଳା ରହି ଆଲଟ ବିଞ୍ଚନ୍ତି ।
ସତ୍ୟଭାମା କାଳିନ୍ଦୀ ଆବର ଜମ୍ବୁବତୀ ॥
ରୁକ୍ମିଣୀ ସହିତେ ଯେତେ ପାଟ ମହା ମହାଦେଈ ।
ଯେ ଯାହା ସେବାରେ ତହିଁ ଚରଣ ସେବଇ ॥
ସୁବାହୁବନ ବୈକୁଣ୍ଠ ସହସ୍ର ଯେ ଯାଜନ ।
ଏତେ ଦୂର ଡ଼ାକ ଶୁଭଇ ଘନ ଘନ ॥
ନିକଟେ ଡ଼ାକିଲା ପ୍ରାୟ ଶୁଭେ ଅନୁପମ ।
ସହସ୍ରେ ବଜ୍ରକିବା ପଡ଼ିଲା ଏକସ୍ଥାନ ॥
ଥରହର ହୋଇଣ ଯେ ବୈକୁଣ୍ଠ କମ୍ପିଲା ।
ଅତି ଆରତରେ ଯହୁଁ ମୃଗୁଣୀ ଡ଼ାକିଲା ॥
ମୃଗୁଣୀର ଆରତ ଯେ ଫେଡ଼ିଲେ ଗୋସାଇଁ ।
ଭକତ ବତ୍ସଳ ଯେ କମଳା ଦେବୀ ସାଇଁ ॥
ବାସବକୁ ରାଇ ଆଜ୍ଞା ଦେଲେ ଦାଶରଥ୍ ।
ଘୋରବନେ ମୃଗୁଣୀକି ପଡ଼ିଛି ବିପତ୍ତି ॥
ଘୋର ଜଳ ବରଷି ଅନଳ ଲିଭିଯାଉ ।
ବଜ୍ର ମାର ଶ୍ଵାନକୁ ବ୍ୟାଧକୁ ସର୍ପ ଖାଉ ॥
ବାଟାଘାଟେ ଜାଲବାଡ଼ ହେଉ ନାରଖାର ।
ବାସବ ରାୟ ହେ ତୁମ୍ଭେ ବେଗ ହୋଇ ଚଳ ॥
ଆଜ୍ଞାପାଇ ଇନ୍ଦ୍ର ଯେ ବେଗେ ଚଳିଗଲେ ।
ଚାରି ମେଘକୁ ତକ୍ଷଣେ ଆଜ୍ଞାସେହୁ ଦେଲେ॥
ପବନକୁ ବୋଇଲେ ତୁ ସଙ୍ଗେ ସଙ୍ଗେ ଥିବୁ ।
ଜଳ ବୃଷ୍ଟି ସହିତରେ ବତାସ ବହିବୁ ॥
ଶ୍ଵାନକୁ ବଜ୍ର ଯେ ଆମ୍ଭେ ମାରିବୁ ମରିବ ।
କିଞ୍ଚିତରେ ଶବରକୁ ଉରଗ ଗିଳିବ ॥
ଏମନ୍ତ ଯେ ହରିଣ ରିଣୀର କଷ୍ଟ ହେବ ଦୂର ।
ସ୍ଵାମୀର କାର୍ଯ୍ୟ ଘେନିଣ ଚଳ ତତ୍ପର ॥
ଆଜ୍ଞା ପରମାଣେ ତହୁଁ ଚାରିମେଘ ଗଲେ ।
ସୁବାହୁ ବନରେ ଯାଇ ପ୍ରବେଶ ହୋଇଲେ ॥
ଘଡ଼ଘଡ଼ି ମାରେ ଯେ ବିଜୁଳି ଘନ ଘନ ।
ତାହା ଦେଖି ମୟୂର ମଣ୍ଡୁକୀ କଲେ ସ୍ୱନ ॥
ଦଶଦିଗ ଅନ୍ଧାରେ କିଛି ତ ନ ଦିଶି ।
ସୃଷ୍ଟି ପ୍ରଳୟ ପ୍ରବେଶ ହୋଇଲା କି ଆସି ॥
ଅଣଚାଶ ମୂର୍ତ୍ତି ଧରି ବହିଲା ପବନ ।
ଲିଭିଲା ଅନଳ ଯେ ଛିଣ୍ଡିଲା ଜାଲମାନ ॥
ଶ୍ଵାନକୁ ବଜ୍ର ଶବରେ ଉରଗ ଗିଳିଲା ।
ଏମନ୍ତ ଯେ ହରିଣୀର କଷ୍ଟ ଦୂର ହେଲା ॥
ଏହା ଦେଖି ହରିଣୀ ହରଷ ଚିତ୍ତ ହୋଇ ।
ସାଧୁ ସାଧୁ ବିଧାତା ଯେ ବୋଲିଣ ବୋଲଇ ॥
ନାରାୟଣ ସୁମରି ଚାଲଇ ଧୀର ଧୀର ।
ନବରଙ୍ଗେ ଚାଲୁଛନ୍ତି ବାଳୁତ କୁମର ॥
ଏମନ୍ତ ପ୍ରକାରେ ଅଟେ ହରିଣୀ ବିପତ୍ତି ।
ଶୁଣିଲେ ଖଣ୍ଡନ ହୁଏ ଅ ଅଶେଷ ଦୁର୍ଗତି ॥
ଦୁଃସହ ବିପତ୍ତି ତାର ନ ଲାଗଇ ଦେହେ ।
ଅପୁତ୍ରିକ ଶୁଣିଲେ ପୁତ୍ର ପ୍ରାପ୍ତି ହୁଏ ॥
ଦରିଦ୍ରରେ ଧନଯେ ଆମୋକ୍ଷ ମୋକ୍ଷଦାତା ।
ଚିନ୍ତାର୍ଥୀମାନେ ପଢ଼ିଲେ ଯିବ ମନୁ ଚିନ୍ତା ॥
ସନ୍ଧ୍ୟାକାଳେ ପ୍ରାତଃକାଳେ କଲେ ସୁମରଣ ।
ମହାଘୋର ସଙ୍କଟୁ ରଖନ୍ତି ଭଗବାନ ॥
ମୃଗୁଣୀର ସ୍ତୁତି ଯେ ଅମୃତମୟ ରସ ।
ସମ୍ପୂର୍ଣ କରି ଶୁଣିଲେ ବୈକୁଣ୍ଠରେ ବାସ ॥
ବଳରାମ ଦାସ ଗୀତ ଅନ୍ତରେ ରଟିଲେ ।
ଧନ୍ୟଧନ୍ୟ ମୃଗୁଣୀ ଯେ ବୋଲିଣ ବୋଇଲେ ॥
ଜୟ ଜୟ ଜଗନ୍ନାଥ କମଳା ବିଳାସ ।
ଶ୍ରୀପାଦ ପଦ୍ମେ ଶରଣ ବଳରାମ ଦାସ ॥
Credit the Video : Bhatki Bharat Ki YouTube Channel
Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। Mruguni Stuti का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। Mruguni Stuti का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

