31.6 C
Bhubaneswar
June 1, 2025
Bhajan

Sateki A Jeeba Jiba Lyrics | ସତେ କି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ

ସତେ କି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ: ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ।

Credit the Video : bhikari bal official YouTube Channel

Sateki A Jeeba Jiba Lyrics | ସତେ କି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ

ସତେକି ଏ ଜୀବ ଯିବ
ବୃନ୍ଦାବନେ ଯାଇ ସ୍ଥାନ ପାଇବ, ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ, ହେ ରାଧାଗୋବିନ୍ଦ ।

ଦିବସେ ମରଣ ହେବ
ଯମଦଣ୍ଡ ଆଉ ମୋତେ ନଦେବ, ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ, ହେ ରାଧାଗୋବିନ୍ଦ ।

ବାସିମଡା ମୁଁ ନ ହୋଇବି
ତବ ନାମ ହୃଦେ ଜପୁଣ ଥିବି, ହେ ରାଧାଗୋବିନ୍ଦ
ଭବସାଗରୁ ତରିବି, ହେ ରାଧାଗୋବିନ୍ଦ ।

ବନ୍ଧୁ ବାନ୍ଧବ ମୋହରି
ଚତୁପାର୍ଶ୍ଵେ ରହିଥିବେଟି ଘେରି, ହେ ରାଧାଗୋବିନ୍ଦ
ଏହି ସୁଦୟା ଥିବଟି କରି, ହେ ରାଧାଗୋବିନ୍ଦ ।

ହରେକୃଷ୍ଣ ହରେ ରାମ
ସେହି ନାମ ଧରି ଯିବ ଜୀବନ, ହେ ରାଧାଗୋବିନ୍ଦ
ଏତିକି ମୋ ନିବେଦନ, ହେ ରାଧାଗୋବିନ୍ଦ ।

ଏତିକି ମାଗୁଣି ମୋର
ଦୟା ରଖିଥିବ ଶ୍ରୀରଙ୍ଗାଧର, ହେ ରାଧାଗୋବିନ୍ଦ
ବୋଲେ ଅଚ୍ୟୁତ ପାମର, ହେ ରାଧାଗୋବିନ୍ଦ ।

***

Credit the Video : Golden Odia Bhajan by Sruti Soujanya Puhana YouTube Channel

Related posts

Akhila Brahmanda Pati Lyrics in Odia | ଅଖିଳ ବ୍ରହ୍ମାଣ୍ଡପତି – Bhakti Bharat Ki

bbkbbsr24

Mat Kar Tu Abhiman Re Bande | मत कर तू अभिमान रे बंदे

bbkbbsr24

Shree Ganesha Dheemahi Lyrics | श्री गणेशाय धीमही भजन

bbkbbsr24