26 C
Bhubaneswar
October 17, 2026
Bhakti

Agnya Heu Gurudeva | ଆଜ୍ଞାହେଉ ଗୁରୁଦେବ ଏ ଭବାର୍ଣବରୁ ପାରି କରିବ

Agnya Heu Gurudeva

Agnya Heu Gurudeva | ଆଜ୍ଞାହେଉ ଗୁରୁଦେବ ଏ ଭବାର୍ଣବରୁ ପାରି କରିବ: ବନ୍ଧୁଗଣ ନମସ୍କାର, ଆଜି ମୁଁ ଆପଣମାନଙ୍କୁ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ବନ୍ଦନା ଆଜ୍ଞାହେଉ ଗୁରୁଦେବ, ଏ ଭବାର୍ଣବରୁ ପାରି କରିବ ସମ୍ବନ୍ଧରେ ଆଲୋଚନା କରିବି। ଶ୍ରୀ ଅଚ୍ୟୁତାନନ୍ଦ ଦାସ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରି କରୁଛନ୍ତି ହେ ଗୁରୁଦେବ ଆପଣ ଆଜ୍ଞା ଦିଅନ୍ତୁ, ଯେମିତି ମୁଁ ଏହି ଜନ୍ମ–ମୃତ୍ୟୁ ରୂପକ ଭବସାଗରରୁ ପାର ହୋଇପାରିବି।

Agnya Heu Gurudeva

ଆଜ୍ଞାହେଉ ଗୁରୁଦେବ

ଆଜ୍ଞାହେଉ ଗୁରୁଦେବ ଏ ଭବାର୍ଣବରୁ ପାରି କରିବ
ଗୁରୁଦେବ ହେ – କୃପା କରି ଉଦ୍ଧରିବ ॥୧॥

ଜନ୍ମେ ଜନ୍ମେ ମୋର ମନ୍ତ୍ର କ୍ଷଣେ ନଛାଡ଼ିବି ଚରଣୁଚିତ୍ତ
ଗୁରୁଦେବ ହେ – ଏହି ଆଜ୍ଞା ହେବ ସତ୍ୟ ॥୨॥

ରାଧେ କୃଷ୍ଣ ହରେ ରାମ – କୃଷ୍ଣ କୃଷ୍ଣ ରାଧେ ହେ ଘନଶ୍ୟାମ
ଗୁରୁଦେବ ହେ – ଜୀବକର ପରିତ୍ରାଣ ॥୩॥

ନମୋନମଃ ଜଗନ୍ନାଥ ନମୋ ପଦ୍ମନେତ୍ର ନମୋ ଶ୍ରୀକାନ୍ତ
ଗୁରୁଦେବ ହେ – ନମୋ ନମୋ ହେ ଅଚ୍ୟୁତ ॥୪॥

ନମୋ ହେ ଆରତତ୍ରାଣ ନମୋ ଗୋପୀନାଥ କଂସନାସନ
ଗୁରୁଦେବ ହେ – ନମୋ ଯାମଳା ଭଞ୍ଜନ ॥୫॥

ନମୋ ମୁକୁନ୍ଦ ମୁରାରୀ – ନମୋ ବସୁଦେବ ହେ ବଂଶୀଧାରୀ
ଗୁରୁଦେବ ହେ – ନମୋ କେଶବ ମୁରାରୀ ॥୬॥

ନମୋ ଶ୍ରୀବତ୍ସ ଲାଞ୍ଛନ – ନମୋ ହେ ମୁକୁନ୍ଦ ମଧୁସୂଦନ
ଗୁରୁଦେବ ହେ – ନମୋ ନମୋ ଠୁଳବ୍ରହ୍ମ ॥୭॥

ନମୋ ନୃସିଂହ ମୂରତି – ନମୋ ଅଣାକାର ଅଲେଖ ମୂର୍ତି
ଗୁରୁଦେବ ହେ – ରୂପ ଅରୁପରେ ସ୍ଥିତି ॥୮॥

ସିନ୍ଧୁ ନନ୍ଦିନୀ ଯା ଚରଣେ – ଖଟିଛନ୍ତି ପାଦେ ସେ ଅନୁକ୍ଷଣ
ଗୁରୁଦେବ ହେ – ନଗଲା ମୋର କଷଣ ॥୯॥

ଦ୍ରୌପଦୀ ବିବସ୍ତ୍ର କାଳେ – ଚିନ୍ତାକଲା ପ୍ରଭୁ ପାଦକମଳେ
ଗୁରୁଦେବ ହେ – କୋଟି ବସ୍ତ୍ର ଦେଲ ହେଳେ ॥୧୦॥

ଲଜ୍ୟାରୁ କରିଛ ପାରି ଦୁର୍ଯ୍ୟୋଧନ ମୁଖେ ଦେଲଟି କାଳି
ଗୁରୁଦେବ ହେ – ପାଣ୍ଡବଙ୍କୁ ରକ୍ଷା କରି ॥୧୧॥

ଚିନ୍ତାମଣି ନାମ ତୋର ଚିନ୍ତିଲା ମାତ୍ରକେ କର ଉଦ୍ଧାର
ଗୁରୁଦେବ ହେ – ତ୍ରିତାପରୁ ରକ୍ଷାକରି ॥୧୨॥

ନମୋ ନମୋ ବଳରାମ ନମୋ ସୁଭଦ୍ରା ନମୋ ସୁଦର୍ଶନ
ଗୁରୁଦେବ ହେ – ନମସ୍ତେ ପଦ୍ମଲୋଚନ ॥୧୩॥

ଘଟଗଲା ବେଳେ ମୋର ଶରଣ ପଶୁଛି ପଦ୍ମପୟର
ଗୁରୁଦେବ ହେ – ଭାବି ଜୀବ ଯାଉ ମୋର ॥୧୪॥

ମୂଢ଼ ଏ ବରଜରାମ ଚତୁର୍ଦ୍ଧା ମୂର୍ତିଙ୍କୀ ମୋ ନମୋନମଃ
ଗୁରୁଦେବ ହେ – ପାପକର ବିମୋଚନ ॥୧୫॥

ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ବନ୍ଦନା

Credit the Video : Bhakti Bharat Ki YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। ଆଜ୍ଞାହେଉ ଗୁରୁଦେବ ଏ ଭବାର୍ଣବରୁ ପାରି କରିବ ବନ୍ଦନା का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। ଆଜ୍ଞାହେଉ ଗୁରୁଦେବ ଏ ଭବାର୍ଣବରୁ ପାରି କରିବ ବନ୍ଦନା  का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

Binu Satsang Vivek Na Hoi | Bal kand Ki Chaupai | बिनु सतसंग बिबेक न होई

Bimal Kumar Dash

Twelve Names of Lord Vishnu for the Twelve Months | श्री विष्णु के बारह महीनों के बारह नाम | ଶ୍ରୀ ବିଷ୍ଣୁଙ୍କ ବାର ମାସରେ ବାର ନାମ

bbkbbsr24

Sita Kalyana Vaibhogame | सीता कल्याण वैभोगमे

bbkbbsr24