Jay Jay Jagannath Tini Dhupa Bele | ଜୟ ଜୟ ଜଗନ୍ନାଥ ତିନି ଧୂପ ବେଳେ: ଭକ୍ତ ବନ୍ଧୁ ନମସ୍କାର, ଆଜି ମୁଁ ଆପଣମାନଙ୍କୁ ଜୟ ଜୟ ଜଗନ୍ନାଥ ତିନି ଧୂପ ବେଳ ଏକ ସୁନ୍ଦର ଜଗନ୍ନାଥ ଭଜନ ବିଷୟରେ ଜଣେଇବି। ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ନୀତି ନିୟମ ଭିତରେ ପାଳିତ ହୋଇଥାଏ। ନୀଳପର୍ବତ ଉପରେ, ଶଙ୍ଖ ଆକାର ମଣ୍ଡପରେ, ସାତଟି ପତ୍ରର ଦେଖାଯାଉଥିବା କମଳ ମଣ୍ଡପରେ, ରତ୍ନର ରଚିତ ସିଂହାସନରେ ଭଗବାନ୍ ଜଗନ୍ନାଥ ବିରାଜିତ ଅଛନ୍ତି।
ସମସ୍ତ ଆଭୂଷଣରେ ଶୋଭିତ, ନବଘନ, ଦୟା ର ସାଗର ପ୍ରଭୁ ଏ ଦୁନିଆ ରେ କେହି ଉପାସରେ ନ ରୁହନ୍ତୁ।
Jay Jay Jagannath Tini Dhupa Bele
ଜୟ ଜୟ ଜଗନ୍ନାଥ ତିନି ଧୂପ ବେଳେ
ଜୟ ଜୟ ଜଗନ୍ନାଥ ତିନି ଧୂପ ବେଳେ
ଦର୍ଶନ କରିବା ଯାଇ କଳା ପାବଚ୍ଛ ରେ
ବିହୁଡି ଗହଳେ ଯାଇ ନ ଦିଶେ ଶ୍ରୀମୁଖ
ନବରତ୍ନ ମାଳା ଯେ କସ୍ତୁରୀ ରେଖ ଦେଖ
କଚଟି ବାହୁଟି ସୋହେ ଚୂଳ ମାଳା ଧଣ୍ଡା
ଚୂଳ ର ଉପରେ ସୋହେ ଶ୍ବେତ ଯେ ପାଖୁ଼ଡା
ଗୋଟି ଗୋଟି ମାଳା ଯେ ଶ୍ରୀଅଂଗେ ପଡିଥାଇ
ସୁନ୍ଦର ଦିଶନ୍ତି ତହିଁ ବଳରାମ ଭାଇ
ଫୁଲର ଚରିତ କେତେ କହିବଇଁ ଛଟା
ବାରହାତ ଲମ୍ବିଥାଇ ଧଣ୍ଡା ମାଳା ଗୋଟା
ତେର ହାତ ଲମ୍ବିଥାଇ ତୁଳସୀର ମାଳ
ଝରାଝୁମ୍ପା ସେବତୀ ପାଖୁଡା ଗଣ୍ଡସ୍ଥଳ
ଦାସୀ ମାନେ କୁହା କୁହି ବୈଷ୍ଣବ ଖଟଣୀ
ଡାକ ଯେ କଂସାଳ କର ଧରିଛନ୍ତି ବେନି
କେହି ଯେ ଆଲଟ କେହି ଚାମର ଧରନ୍ତି
ଧୂପର ଗହଳେ କେହି ହ୍ବନ୍ତି ଯନ୍ତାଯନ୍ତି
ପରିମୁଣ୍ଡା ଯାଇ ତ ଧବଳମୟ ପୁର
ମୁକତି କୈବଲ୍ୟ ମାନ ହେଉଛନ୍ତି ଜୁର
ଜୟ ଜୟ ଜଗନ୍ନାଥ ନିଳେନ୍ଦ୍ରୀ ଲୋଚନ
ଶ୍ୟାମଳ ମେଘ ପରା ୟେ ଶରୀର ଶୋଭନ
ଚନ୍ଦ୍ରମା ପ୍ରାୟେକ ବେଶ ଦିଶେ ଚକାଡୋଳା
ସୂଜନ ଜନ ମାନଂକୁ ତାରିବାକୁ ଭଳା
ସମୁଦ୍ର ଭିତରେ ସେ ପୋହଳା ନାବ ଭାସେ
ସେହି ମତି ଜଗନ୍ନାଥ ବିମ୍ବାଧର ଦିଶେ
ସମୁଦ୍ର ଭିତରେ କି ଭାସଇ ପଦ୍ମଡୋଳା
ସେହି ମତି ବଦନ ଦିଶଇ ଚକାଡୋଳା
ଜୟ ଜୟ ଜଗନ୍ନାଥ ଜୟ ନାରାୟଣ
ଅଭୟ ପଦ୍ମପାଦ ରେ ପଶିଲି ଶରଣ
Credit the Video : Ankita Dash YouTube Channel
Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। Jay Jay Jagannath Tini Dhupa Bele मंत्र का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। Jay Jay Jagannath Tini Dhupa Bele मंत्र का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।
