May 2, 2026
Bhajan

Tuhi Maa Janama Bhuin | ତୁହି ମା ଜନମଭୂମି

Credit the Video: Sitesh Nanda Official by Sitesh Nanda YouTube Channel

Tuhi Maa Janama Bhuin

ତୁହି ମା ଜନମଭୂମି

ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ

॥ ତୁହି ମା ଜନମଭୂମି ॥

ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ,
ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହରି ନାମ ଆନନ୍ଦ ରବେ,
ତୋ ଆନନ୍ଦେ ହୋଇବା ସୁଖୀ
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।

ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତ ବର,
ଦୁଇ ପାରୁଷେ ଜଳଧୀ ବ୍ରହ୍ମପୁତ୍ର ସିନ୍ଧୁନଦୀ
ଚରଣରେ ବିରାଜିତ ମହାସାଗର,
ବିନ୍ଧ୍ୟ ଗିରୀବର କଟିରେ
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।

ଜନମିଲେ ତୋ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ,
ମହାକବି ବେଦବ୍ୟାସ ବାଲମିକ କାଳିଦାସ
ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ,
ଚୈତନ୍ୟାଦି ମହାତ୍ମା ଜଣେ
ପଚାରିଲେ ବିଭୁ ନାମ ଆନନ୍ଦ ମନେ ।

କେତେକେତେ ପୂଣ୍ୟବତୀ କେତେ ପବିତ୍ରତା ସତୀ
କେତେ ବୀରନାରୀ କେତେ ବୀର ଜନନୀ,
ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ, ସୀତା
ଦୂର୍ଗାବତୀ ଆଦି କେତେ ବୀର ରମଣୀ,
ନମଇଁ ମା ଭକତି ଭରେ
ଅଧମ ଅକ୍ଷମ ସୁତ ତୋର ଚରଣରେ ।

Credit the Video: Pathashala (ପାଠଶାଳା) by Geeta Das  YouTube Channel

#ଭକ୍ତକବିମଧୁସୂଦନରାଓ
#ତୁହିମାଜନମଭୂମି
#TuhiMaaJanamaBhuin
#BhaktiBharatKi

Related posts

Kevat Sunave Raja Ram Ki Kahani | केवट सुनावे राजा राम की कहानी

Bimal Kumar Dash

Gita Govinda | Srita Kamala Kucha Mandala | गीत गोविन्द

bbkbbsr24

Mann Tu Hari Bhaj Le Re | मन तू हरी भज ले रे

Bimal Kumar Dash