36.1 C
Bhubaneswar
April 20, 2024
Bhajan

Akhila Brahmanda Pati Lyrics in Odia | ଅଖିଳ ବ୍ରହ୍ମାଣ୍ଡପତି – Bhakti Bharat Ki

Akhila Brahmanda Pati Lyrics in Odia – is written by Bhaktakabi Madhusudan Rao.

Akhila Brahmanda Pati Lyrics in Odia

Akhila Brahmanda Pati

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ
ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର

ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁଷହାରୀ ହେ ମଙ୍ଗଳଦାତା
ତୋର ମଙ୍ଗଳ ସଂଗୀତ
ନିଖିଳ ଭୁବନ ଗାଏ ହୋଇ ବିମୋହିତ

ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୁ ଭୁଲୋକ ସାଗର
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର

***

Credit the Video : Bhakti Rasa (Gobinda Chandra Panda Official) YouTube Channel

Credit the Video : Odia Bhaktidhara by Namita Agrawal YouTube Channel

ଭକ୍ତକବି ମଧୁସୂଦନ ରାଓ ଙ୍କର

ମୂଳ ପାଠ

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ,
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ,
ଧନ୍ୟ କରୁଣା ତୋହର,
ହେ କରୁଣାସିନ୍ଧୁ, କାହିଁ ତାର ପଟାନ୍ତର । (୧)

ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା,
ସକଳ କଳୁଷହାରୀ ହେ ମଙ୍ଗଳଦାତା,
ତୋର ମଙ୍ଗଳ ସଙ୍ଗୀତ,
ନିଖିଳ ଭୁବନ ଗାଏ ହୋଇ ବିମୋହିତ । (୨)

ଦ୍ୟୁଲୋକେ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର,
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର,
ପ୍ରଭୋ, ଭୁଲୋକେ ସାଗର,
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର । (୩)

ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ,
କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମନିଧାନ,
ପ୍ରଭୋ, ତୋ ପ୍ରେମକିରଣ,
ଉଜ୍ଜ୍ୱଳଇ ବିଶ୍ୱବାସୀ – ହୃଦନିକେତନ । (୪)

ଜନକ ଜନନୀ ସୁତ ସୁତା ଜାୟା ଧବ,
ସହୋଦର ସହୋଦରା ଆତ୍ମୀୟ ବାନ୍ଧବ,
ପ୍ରଭୋ, ଏ ସର୍ବ ସମ୍ବନ୍ଧ,
ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ । (୫)

ବିରାଜିତ ତୁହି ନାଥ ସକଳ ଜୀବନେ,
ସମ୍ପଦେ ବିପଦେ ସଦା ଜୀବନେ ମରଣେ,
ପୂର୍ଣ ମଙ୍ଗଳ ଆଳୟ,
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ । (୬)

ବିଶ୍ୱ-ଗୁରୁ ବିଶ୍ୱରାଜ ବିଶ୍ୱ ପିତା ମାତା,
ବିଶ୍ୱଜନ-ପ୍ରାଣସଖା ଦୁଃଖହାରି ଭ୍ରାତା,
ଦୀନବନ୍ଧୁ କୃପାସିନ୍ଧୁ,
ସୁର ନର ମାଗୁଛନ୍ତି ତୋର କୃପାବିନ୍ଦୁ । (୭)

ସଙ୍କଟପୂରିତ ଘୋର ଭବ ସିନ୍ଧୁଜଳେ,
ଏକମାତ୍ର କର୍ଣଧାର ତାରୁ ତୁ ସକଳେ,
ତୋର ମଙ୍ଗଳ ବିଧାନ,
କରିଅଛି ମରଣକୁ ଅମୃତ ସୋପାନ । (୮)

ହେ ଆନନ୍ଦମୟ କୋଟି- ଭୁବନ ପାଳକ,
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ,
ଜ୍ଞାନ ଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ । (୯)

ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ,
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ,
ପ୍ରଭୁ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ । (୧୦)

***

https://www.youtube.com/watch?v=5hGx1urxEdE

Credit the Video : Sri Purushottam by Sourav Nayak YouTube Channel

ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ଗୀତିକାର : ମଧୁସୂଦନ ରାଓ

ଆପଣଙ୍କ ମତାମତ, ପ୍ରଶ୍ନ ଓ ତ୍ରୁଟି ବିଷୟରେ (Comment) କରି ଜଣାନ୍ତୁ ।

ଆପଣଙ୍କ ଆପେକ୍ଷାରେ ଭକ୍ତିଭାରତକି…

Bhakti Bharat Ki

#AkhilaBrahmandaPati
#ଅଖିଳବ୍ରହ୍ମାଣ୍ଡପତି
#BhaktiBharatKi

Related posts

Janki Stuti | श्री जानकी स्तुति

bbkbbsr24

Tere Mann Mein Ram Lyrics in English | तेरे मन में राम तन में राम रोम रोम में राम रे

bbkbbsr24

Bol Pinjare Ka Tota Ram Lyrics in English | बोल पिंजरे का तोता राम लिरिक्स

bbkbbsr24