31.4 C
Bhubaneswar
June 11, 2026
Blog

Pakhala Divas | ଓଡ଼ିଆ ଜାତିର ବ୍ୟଞ୍ଜନ ହେଉଛି ପଖାଳ

Pakhala Divas

Pakhala Divas | ଓଡ଼ିଆ ଜାତିର ବ୍ୟଞ୍ଜନ ହେଉଛି ପଖାଳ: ୨୦୧୧ ମସିହାଠାରୁ ପୃଥିବୀର ବିଭିନ୍ନ ଦେଶରେ, ସୁଦୂର ୟୁରୋପ, ଆମେରିକା, ଆଫ୍ରିକା ପ୍ରଭୃତି ମହାଦେଶରେ ଓଡ଼ିଆମାନେ ମାର୍ଚ୍ଚମାସ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବରେ ପାଳନ କରୁଛନ୍ତି। ଓଡ଼ିଶାରେ ଦରିଦ୍ରଙ୍କଠାରୁ ଆରମ୍ଭକରି ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପଖାଳ ହେଉଛି ଅତିପ୍ରିୟ ଖାଦ୍ୟ। ଓଡ଼ିଆମାନେ ପଖାଳ ଖାଇ ତା’ର ପ୍ରସିଦ୍ଧିକୁ ବିଶ୍ବବ୍ୟାପୀ କରାଇଲେଣି। ସ୍ଵାସ୍ଥ୍ୟଗତ ଦୃଷ୍ଟିରୁ ପଖାଳ ହେଉଛି ସମଗ୍ର ବିଶ୍ବକୁ ଓଡ଼ିଆମାନଙ୍କ ସର୍ବୋତ୍ତମ ଉପହାର।

Pakhala Divas

ଓଡ଼ିଆ ଜାତିର ବ୍ୟଞ୍ଜନ ହେଉଛି ପଖାଳ

ଭାତ ରନ୍ଧା ହୋଇ ସାରିଲାପରେ ସେଥିରେ ପାଣି ମିଶାଇ ଗ୍ରହଣ କଲେ, ତାହାକୁ ସଜ ପଖାଳ କୁହାଯାଏ। ସେହି ପାଣି ମିଶା ଭାତକୁ ପରଦିନ ଗ୍ରହଣ କଲେ ତାହାକୁ ଅଧିକ ଅମ୍ଳଯୁକ୍ତ ବାସି ପଖାଳ କୁହାଯାଏ। ପଖାଳ ସହ ବିଭିନ୍ନ ଖାଦ୍ୟ ଦ୍ରବ୍ୟକୁ ମିଶ୍ରଣ କରି ଜିରା ପଖାଳ, ଦହିପଖାଳ, ଚାଇଁ ପଖାଳ, ପାଣି ପଖାଳ, ଅଦା ପଖାଳ, ସୁବାସ ପଖାଳ, ଚିପୁଡ଼ା ପଖାଳ, ମିଠା ପଖାଳ, ଟଭା ପଖାଳ, ଘିଅ ପଖାଳ, ମଲ୍ଲୀଫୁଲ ପଖାଳ, ମେଥି ପଖାଳ ପ୍ରସ୍ତୁତ କରାଯାଇଥାଏ।

ଏହି ପ୍ରିୟ ଖାଦ୍ୟଟି ଆମ ଠାକୁର ଶ୍ରୀଜଗନ୍ନାଥଙ୍କ ପାଖରେ ସବୁଦିନ ଭୋଗହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ଆହାର ପଖାଳ। ମହାପ୍ରଭୁ ପ୍ରତିଦିନ ତିନି ବେଳା ପଖାଳ ଖାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏକମାତ୍ର ଦେବତା ଯିଏ ମିଠା ପଖାଳ ଖାଇ ନିଦ୍ରା ଯାଆନ୍ତି। ଶ୍ରୀମନ୍ଦିରରେ ଚୁପୁଡ଼ା ପଖାଳ, ଦହି ପଖାଳ, ସୁବାସ ପଖାଳ ବା ମିଠା ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ ଓ ଦହି ପଖାଳ ଇତ୍ୟାଦି ଭୋଗ ଅର୍ପଣ କରାଯାଏ।

ଆମ କାଳିଆଠାକୁରଙ୍କ ନିକଟରେ କେବଳ ଅରୁଆ ପଖାଳ ଲାଗିହୁଏ। ବିଶେଷକରି ମଧ୍ୟାହ୍ନଧୂପରୁ ବଡ଼ସିଂହର ଧୂପ ମଧ୍ୟରେ ଏହିସବୁ ପଖାଳ ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ଦ୍ଵିପ୍ରହର ଧୂପରେ ୯ ଓଳି ସୁବାସିତ ପଖାଳ ଭୋଗ ହୁଏ। ମଲ୍ଲୀ ଓ ଜୁଇ ଭଳି ଫୁଲକୁ ପାଣିରେ ପକାଇ ରଖାଯାଏ। ଉକ୍ତ ପାଣିରୁ ଫୁଲକୁ ଛାଣି ସେଥିରେ ପଖାଳ ପ୍ରସ୍ତୁତ କରାଯାଏ। ସନ୍ଧ୍ୟା ଧୂପରେ ଦହି ପଖାଳ ଭୋଗ ହୁଏ। ଦହି, ଜିରା, ଅଦା, ଲୁଣ ଆଦିରେ ପ୍ରସ୍ତୁତ ୩୦ ଓଳି ଦହି ପଖାଳ ଭୋଗ କରାଯାଏ। ସେହିଭଳି ବଡ଼ସିଂହାର ପୂର୍ବରୁ ଅର୍ଥାତ ମହାପ୍ରଭୁ ଶୟନ ପୂର୍ବରୁ ମିଠା ପଖାଳ ଖାଆନ୍ତି। ଦହି, ଚିନି, ଲୁଣ ଓ ଜିରାରେ ୧୦ ଓଳି ମିଠା ପଖାଳ ପ୍ରସ୍ତୁତ କରି ଭୋଗ କରାଯାଏ। ଅକ୍ଷୟ ତୃତୀୟା ପରଦିନଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପଖାଳ ଭୋଗ ହୁଏ। ମକର ସଂକ୍ରାନ୍ତିରେ ମଧ୍ୟ ସ୍ବତନ୍ତ୍ର ପଖାଳ ଭୋଗ ହୁଏ। ଆଡ଼ପ ମଣ୍ଡପରେ ରହିବା ବେଳେ ପଖାଳ ଭୋଗ କରାଯାଏ।

ଶ୍ରୀ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ବିଭିନ୍ନ ପଖାଳର ପ୍ରସ୍ତୁତ ପ୍ରଣାଳୀ ବି ସ୍ବତନ୍ତ୍ର। ଅନ୍ନରେ ପାଣି ଓ ଲୁଣ ଇତ୍ୟାଦି ମିଶାଇ ତାକୁ ଓଳିରେ ରଖାଯିବ ପରେ ସେଥିରେ ଅଦାପାତି ଓ ଭଜା ଜିରା ଆଦି ପକାଯାଇ ଚିପୁଡ଼ା ପଖାଳ ପ୍ରସ୍ତୁତ ହେଉଥିବାବେଳେ ଅନ୍ନରେ ଟଭା ପକାଯାଇ ସେଥିରେ ଲୁଣ, ଜିରା, ପାଣି ଓ ଅଦାଖଣ୍ଡ ପଡ଼ି ଟଭା ପଖାଳ ହୁଏ। ସେହିପରି ଅନ୍ନରେ ପାଣି ସହ ଲୁଣ, ଭଜାଜିରା, ଅଦା, ଲବଙ୍ଗ ଓ ଗୋଲମରିଚ ଆଦି ପଡ଼ିଲେ ସୁବାସ ପଖାଳ ପ୍ରସ୍ତୁତ କରାଯାଏ। ଅନ୍ନରେ ପାଣି, ଲୁଣ, ଭଜାଜିରା, ଅଦା ଓ ଦହି ଆଦି ପକାଯାଇ ଦହି ପଖାଳ ପ୍ରସ୍ତୁତ ହୁଏ। ଆମ ଦିଅଁ ବି ପଖାଳ ଭାତରେ ଘିଅ ଖାଆନ୍ତି, ଯାହା ସ୍ବତନ୍ତ୍ର। ତେଣୁ ଏଥିରେ କେତେବେଳେ ଦହି ଭାସୁଥାଏ ତ କେବେ ଘିଅ। ପଖାଳରେ ଲୁଣ, ଅଦା, ଦହି, ଭଜାଜିରା ଆଦି ପକାଯାଇ ଘିଅ ମିଶାଯାଏ, ଯାହାକୁ ଘିଅ ପଖାଳ କହନ୍ତି।

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। Pakhala का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। Pakhala का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

भगवान गणेश: हर शुभ कार्य में प्रथम पूज्य क्यों? और क्यों हर व्यक्ति को गणेश जैसा बनना चाहिए?

Bimal Kumar Dash

Ganesh Chaturthi | गणेश चतुर्थी कब है, क्यों मनाई जाती है, जानिए तिथि, शुभ मुहूर्त, व्रत का महत्व और पूजा विधि

bbkbbsr24

कर्म, ज्ञान, भक्ति: कौन सा पथ पहले?

Bimal Kumar Dash