ହିନ୍ଦୁଧର୍ମ ଅନୁସାରେ ସରସ୍ୱତୀଙ୍କୁ ଜ୍ଞାନ, ବୁଦ୍ଧି, ବିବେକ, ସଙ୍ଗୀତ, କଳା ଓ ବିଦ୍ୟାର ଉତ୍ସ ବା ପ୍ରକାଶରୂପ। ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ସୃଷ୍ଟିର ଆରମ୍ଭ ସମୟରେ ଧ୍ୟାନସ୍ଥ ବ୍ରହ୍ମାଙ୍କ ସତ୍ତ୍ୱ ଗୁଣରୁ ଜାତ କନ୍ୟା ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମାତା ସରସ୍ୱତୀ। ଯାହାଙ୍କର ରୂପ ଦୁଗ୍ଧ ପରି ଶ୍ୱେତବର୍ଣ୍ଣ। ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ଅପାଙ୍କଠାରୁ ଜାତ ହୋଇଥିବାରୁ ଆପଣ ମୋର ନାମକରଣ କରି ମୋର ପରିଚୟ ସ୍ଥିର କରନ୍ତୁ। ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ। ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ। ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ। ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ। ବାକ୍ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ। ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ। ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ୱୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ। ସରସ୍ୱତୀ ଶରୀର ତ୍ୟାଗ କଲେ।
ସରସ୍ୱତୀ ବନ୍ଦନା– ସରସ୍ୱତୀ ଶବ୍ଦର ଅର୍ଥ ହେଲା – ସ୍ୱତଃ + ବତୀ। ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଯାହା ଗତିଶୀଳା ଓ ପ୍ରଗତିର ସୂଚକ। ଅର୍ଥାତ୍ – ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ରାସ୍ତା ଯିଏ ଦେଖାନ୍ତି ସେ ହେଉଛନ୍ତି ମା ସରସ୍ୱତୀ। ଯିଏ ଶୁକ୍ଳ ବସ୍ତ୍ର ପରିହିତା, କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ, ଗଳାରେ ଗଜମୋତି ମୁକ୍ତାହାର, ହସ୍ତରେ ବୀଣା ଓ ପୁସ୍ତକ ଧାରିଣୀ, ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ, ହଂସାରୁଢା ସେ ହେଉଛନ୍ତି ଦେବୀ ସରସ୍ୱତୀ।
ଅଇଲେ ମା ସରସ୍ବତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତା ହାର
ଦିଅ ମା ସରସ୍ବତୀ ବିଦ୍ୟା ଭଣ୍ଡାର
ସରସ୍ଵତୀ ବନ୍ଦନା
ୟା କୁନ୍ଦେନ୍ଦୁ ତୁସାରହାର ଧବଳା ୟା ଶୁଭ୍ର ବସ୍ତ୍ରାବୃତା ॥
ୟା ବୀଣା ବରଦଣ୍ଡ ମଣ୍ଡିତ କରା ୟା ଶ୍ବେତ ପଦ୍ମାସନା ॥
ୟା ବ୍ରହ୍ମା ଚ୍ୟୁତ ଶଙ୍କର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା ॥
ସା ମାଂ ପାତୁ ସରସ୍ଵତୀ ଭଗବତୀ ନିଃଶେଷ ଜାଡ୍ୟାପହା ॥ । ୧ ।
ଶୁକ୍ଳାଂ ବ୍ରହ୍ମ ବିଚାର ସାର ପରମା ଆଦ୍ୟାଂ ଜଗତ୍ ବ୍ୟାପୀନିଂ ॥
ବୀଣା ପୁସ୍ତକ ଧାରିଣୀମ୍ ଅଭୟଦାଂ ଜାଡ୍ୟାଙନ୍ଧକାରା ପହାଃ ॥
ହସ୍ତେ ସ୍ଫଟିକ ମାଳୀକାଂ ବିଦଧତୀ ପଦ୍ମାସନେ ସଂସ୍ଥିତାଂ ॥
ବନ୍ଦେତ୍ୱାଂ ପରମେଶ୍ୱରୀ ଭଗବତିଂ ବୁଦ୍ଧି ପ୍ରଦାଂ ସରାଦାଂ ॥ । ୨ ।
ସରସ୍ୱତୀ ମାଙ୍କ ନାମ :
୧-ସରସ୍ଵତୀ
୨-ହଂସ ବାହିନୀ
୩-ଶାରଦା
୪-ଭାରତୀ
୫-ଜଗତୀ
୬-ବରଦାୟିନି
୭-ବୁଦ୍ଧିଦାତ୍ରି
୮-ବ୍ରହ୍ମଚାରିଣୀ
୯-ଭୁବନେଶ୍ଵରୀ
୧୦-ଚନ୍ଦ୍ରକାନ୍ତି
୧୧-ବାଗିଶ୍ୱରୀ
୧୨-କୁମୁଦି
Credit the Video: Bhakti YouTube Channel
Credit the Video: Bhakti Bharat Ki YouTube Channel
Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। ସରସ୍ଵତୀ ବନ୍ଦନା का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। ସରସ୍ଵତୀ ବନ୍ଦନା का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।
