24.6 C
Bhubaneswar
March 13, 2026
Bhajan

Akhila Brahmanda Pati | ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ

Akhila Brahmanda Pati

Akhila Brahmanda Pati | ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ: ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି “ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ” ଏକ ଅତ୍ୟନ୍ତ ସୁନ୍ଦର ଓ ଭକ୍ତିମୟ ପ୍ରାର୍ଥନା। ଏହି ପ୍ରାର୍ଥନାରେ ସମଗ୍ର ବ୍ରହ୍ମାଣ୍ଡର ଅଧିପତି, କରୁଣାର ସାଗର, ଭକ୍ତବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି।

Akhila Brahmanda Pati

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ

ଭକ୍ତକବି ମଧୁସୂଦନ ରାଓ ଙ୍କର ମୂଳ ପାଠ

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ
ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥ ୧ ॥

ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁଷହାରୀ ହେ ମଙ୍ଗଳଦାତା
ତୋର ମଙ୍ଗଳ ସଂଗୀତ
ନିଖିଳ ଭୁବନ ଗାଏ ହୋଇ ବିମୋହିତ ॥ ୨ ॥

ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୁ ଭୁଲୋକ ସାଗର
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର ॥ ୩ ॥

ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ
କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମନିଧାନ
ପ୍ରଭୋ, ତୋ ପ୍ରେମକିରଣ
ଉଜ୍ଜ୍ୱଳଇ ବିଶ୍ୱବାସୀ – ହୃଦନିକେତନ

ଜନକ ଜନନୀ ସୁତ ସୁତା ଜାୟା ଧବ
ସହୋଦର ସହୋଦରା ଆତ୍ମୀୟ ବାନ୍ଧବ
ପ୍ରଭୋ, ଏ ସର୍ବ ସମ୍ବନ୍ଧ
ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ

ବିରାଜିତ ତୁହି ନାଥ ସକଳ ଜୀବନେ
ସମ୍ପଦେ ବିପଦେ ସଦା ଜୀବନେ ମରଣେ
ପୂର୍ଣ ମଙ୍ଗଳ ଆଳୟ
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥ ୬ ॥

ବିଶ୍ୱଗୁରୁ ବିଶ୍ୱରାଜ ବିଶ୍ୱ ପିତା ମାତା
ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା
ଦୀନବନ୍ଧୁ କୃପାସିନ୍ଧୁ
ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥ ୭ ॥

ସଙ୍କଟପୂରିତ ଘୋର ଭବ ସିନ୍ଧୁ ଜଳେ
ଏକମାତ୍ର କର୍ଣଧାର ତାରୁ ତୁ ସକଳେ
ତୋର ମଙ୍ଗଳ ବିଧାନ
କରିଅଛି ମରଣକୁ ଅମୃତସୋପାନ ॥ ୮ ॥

ହେ ଆନନ୍ଦମୟ କୋଟି ଭୁବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥ ୯ ॥

ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ ॥ ୧୦ ॥

ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ଗୀତିକାର : ମଧୁସୂଦନ ରାଓ

Credit the Video : Bhakti Rasa (Gobinda Chandra Panda Official) YouTube Channel

Credit the Video : Odia Bhaktidhara by Namita Agrawal YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ  का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

Rom Rom Me Ram Ramayan Rom Rom Me Sita | रोम रोम में राम रामायण रोम रोम में सीता

bbkbbsr24

Mere Man Mein Bhi Ram Mere Tan Mein Bhi Ram | मेरे मन में भी राम मेरे तन में भी राम

Bimal Kumar Dash

Ayodhya Vasi Ram | Ayodhya Wasi Ram | अयोध्यावासी राम भजन

bbkbbsr24