30.1 C
Bhubaneswar
April 25, 2024
Purana

Bhagabat Katha | ଭାଗବତ କଥା

Bhagabat Katha (ଭାଗବତ କଥା)

ଶ୍ରୀ କୃଷ୍ଣଙ୍କର ଅର୍ଥ – ଆଶ୍ରିତ ଭକ୍ତର ଦୁଃଖକୁ ଯିଏ ଶୁଣି ଭଗବାନଙ୍କୁ ଶୁଣାଏ ସେ ଶ୍ରୀ ଲକ୍ଷ୍ମୀ, ଶ୍ରୀ ସରସ୍ୱତୀ । ଭକ୍ତର ଚିତ୍ତକୁ, ବିତ୍ତକୁ, ନେତ୍ରକୁ ଯିଏ ନିଜଆଡ଼କୁ ଟାଣେ ସିଏ କୃଷ୍ଣଭଗବାନ ଭକ୍ତକୁ ଦର୍ଶନ ଦେବା ପାଇଁ ଯେଉଁ ମାୟା ରଚନ୍ତି, ଜଡତାରେ ଚୈତନ୍ୟର ସଞ୍ଚାର ଦ୍ୱାରା ମାନବ ଭକ୍ତି, ଜ୍ଞାନ ଓ ବୈରାଗ୍ୟ ସହ ମିଶି, ଯେଉଁ ମାର୍ଗଦେଇ ଈଶ୍ୱରଙ୍କର ଦର୍ଶନ କରେ, ସେହି ସାଧନା ହେଉଛି ଶ୍ରୀମଦଦ୍ଭାଗବତମହାପୁରାଣ

ଯାହା ବ୍ୟାସଦେବ ନାରଦଙ୍କଠାରୁ ଉପଦେଶ ପାଇ ନିଜ ଅନ୍ତଃକରଣରେ ଶ୍ରୀକୃଷ୍ଣଙ୍କର ଅନେକ ଅନେକ ଲୀଳାକୁ ଦର୍ଶନ କଲେ, ସେହି ଅନ୍ତରର ଅନୁଭୂତିକୁ ଶବ୍ଦର ରୁପ ଦେଲେ, ଏଥିରୁ ଯେଉଁ ଗ୍ରନ୍ଥ ସାଗର ସୃଷ୍ଟି ହେଲା ତାହା ହେଉଛି ଶ୍ରୀମଦଦ୍ଭାଗବତମହାପୁରାଣ

ଭାଗବତର ୪ ଅକ୍ଷରକୁ ବିସ୍ତାରିତ କଲେ ଜଣାଯାଏ ‘ଭ’ ଅର୍ଥ – ପ୍ରକାଶ, ପୁରାଣ ସୂର୍ଯ୍ୟ, ଆଧ୍ୟାତ୍ମ ଦୀପ । ‘ଗ’ ଅର୍ଥ – ଜ୍ଞାନ – ଅଜ୍ଞାନର ଅନ୍ଧକାରରେ ଚାଲିବାବେଳେ ପ୍ରରମବ୍ରହ୍ମ ରୂପ ରସିରେ ଆମକୁ ସଂସାର ରୁପି ସର୍ପ ଦେଖାଯାଏ । ଯେମିତି ଅନ୍ଧାରରେ ଚାଲିଲାବେଳେ ଦଉଡ଼ି ଦେଖିଲେ ସର୍ପ ଭାବନ୍ତି, ଏହା ହେଉଛି ଅଜ୍ଞାନ । ଯେତେବେଳେ ଭୟ ଦୁର ହୁଏ, ତାପରେ ଭ୍ରମ ଦୁରହୁଏ, ତାପରେ ପ୍ରକାଶ ଆସେ, ଏହାପରେ ଜ୍ଞାନ, ଜ୍ଞାନ ଆସିଲେ ଆମେ ଜାଣୁ ନିତ୍ୟ କଣ ଅନିତ୍ୟ କଣ, ସତ୍ୟ କଣ, ସେଥିପାଇଁ କୁହାଯାଇଛି ବ୍ରହ୍ମ ସତ୍ୟ ଜଗତମିଥ୍ୟା, ରସି ସତ୍ୟ ସର୍ପ ମିଥ୍ୟା । ‘ବ’ ଅର୍ଥ – ବୈରାଗ୍ୟ ଆସେ । ‘ତ’ ଅର୍ଥ – ତ୍ୟାଗ ଆସେ, ତ୍ୟାଗରୁ ଶାନ୍ତି, ଶାନ୍ତିରୁ ସୁଖୀ ହେବାର ଚାବିକାଠି ମିଳେ । ଏଠାରେ ପରିସ୍ତିତି କିମ୍ବା ବିଷୟ ରୂପକ ସୁଖ ନୁହେଁ ସତ୍ୟ ସୁଖ, ସଚା ସୁଖ ବିଷୟରେ କୁହାଯାଇଛି, ଯାହା ପୁରାତନ କିନ୍ତୁ ବର୍ତ୍ତମାନ ସମସ୍ୟାର ସମାଧାନ କରେ ତାହା ଶ୍ରୀମଦଦ୍ଭାଗବତମହାପୁରାଣ

ଭାଗବତ ହେଉଛି ଏ ସଂସାରର ‘ମା’, ତାର କଥା ହେଉଛି କ୍ଷୀର, ଏ ସଂସାରର ଜୀବ ତାର ସନ୍ତାନ, ଏହି ଭାଗବତ କଥା ରୂପି କ୍ଷୀରକୁ ପାନ କଲେ ଆମେ ସୁସ୍ଥ ହୁଅନ୍ତି, ଆମର ବୌଦ୍ଧିକ ବିକାଶ ହୁଏ ।

ହେ ଭଗବତ ପ୍ରେମୀ ଯେମିତି ଧରିତ୍ରୀମାତାଙ୍କ ଶୋଷ ନିବାରଣ ପାଇଁ ଆକାଶରୁ ବାଦଲ ବର୍ଷେ, ରାତ୍ରିର ଅନ୍ଧକାରକୁ ଦୁର କରିବା ପାଇଁ ଚନ୍ଦ୍ରମା ସହିତ ତାରାମାନେ ମିଶି ଆଲୋକ ପ୍ରଦାନ କରୁଛନ୍ତି, ଠିକ୍ ସେହିପରି, ଅତୃପ୍ତ ବ୍ୟକ୍ତିକୁ ତୃପ୍ତି ପ୍ରଦାନ କରିବା ପାଇଁ ଶ୍ରୀମଦଦ୍ଭାଗବତମହାପୁରାଣ ବର୍ଣ୍ଣନା କରାଯାଇଛି । ବ୍ୟାସ କହନ୍ତି – ଯେକୌଣସି ବ୍ୟକ୍ତି ଏହି କଥାକୁ ତା କାନର ଧ୍ୱନି ବନାଇ, ସେହି ଶବ୍ଦକୁ ତା ମନ ପର୍ଯ୍ୟନ୍ତ ନେଇଯାଏ, ଏବଂ ଇନ୍ଦ୍ରିୟଙ୍କ ମୋହ ଦ୍ୱାରା ଦୂଷିତ ମନକୁ ସଫା କରି ଶ୍ରୀହରିଙ୍କ ଚରଣରେ ସମର୍ପଣ କରେ, ତା ଦ୍ୱାରା ଆତ୍ମା ପବିତ୍ର ହୋଇଯାଏ । ଯାହା ଦ୍ୱାରା ମାନବକୁ ସ୍ୱାର୍ଥ କଲ୍ୟାଣ ପ୍ରାପ୍ତ ନ ହୋଇ ଜନକଲ୍ୟାଣ କିମ୍ବା ଆତ୍ମ କଲ୍ୟାଣ ପ୍ରାପ୍ତ ହୋଇଥାଏ ।

ଯେପରି ଅଗ୍ନି କଞ୍ଚା, ଶୁଖିଲା, ଛୋଟ ବଡ ସବୁପ୍ରକାର କାଠକୁ ଜାଳିଦିଏ, ସେହିପରି ଭାଗବତସପ୍ତାହ ଶ୍ରବଣ କଲେ ମନ, ବଚନ ଓ କର୍ମଦ୍ୱାରା ହୋଇଥିବା ସକଳପାପ ଭସ୍ମ ହୋଇଯାଏ । ଯେମିତି ବର୍ଷା ଦିନରେ ନଦୀର ପାଣି ଗୋଳିଆ ହୋଇଯାଏ, ଶରତ ଋତୁ ଆସିଲେ ମଳିକୁ ଦୂର କରି ନିର୍ମଳ ହୋଇଯାଏ, ସେହିପରି ଭଗବତ କଥା ମନର ମଳିନତାକୁ ସଫା କରିଦିଏ ।

ଭାଗବତ ହେଉଛି ୧୨ ଟି ସ୍କନ୍ଧ ଓ ୧୮୦୦୦ ଶ୍ଳୋକ । ଏହି ସ୍କନ୍ଧକୁ ଆମେ ଗୋବିନ୍ଦଙ୍କ ଭିତରେ ଦେଖି ପାରିବା ।

ଗୋବିନ୍ଦଙ୍କ ୨ ଚରଣ – ପ୍ରଥମ ଓ ଦ୍ୱିତୀୟ ସ୍କନ୍ଧ, ଏଥିରେ ପରୀକ୍ଷିତକୁ ଶାପ, ଶୁକମୁନିଙ୍କ ଆଗମନ ବିଷୟରେ ବର୍ଣ୍ଣନା କରାଯାଇଛି । ଚରଣ ଉପରେ ୨ ଜଙ୍ଘ- ତୃତୀୟ ଓ ଚତୁର୍ଥ ସ୍କନ୍ଧ,ଏଥିରେ ସଦ୍ୟୋମୁକ୍ତି, କ୍ରମମୁକ୍ତି, କପିଳ କଥା, ଧ୍ରୁବ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି । ଦୁଇ ଜଙ୍ଘ ଉପରେ ନାଭି – ପଞ୍ଚମ ସ୍କନ୍ଧ, ଏଥିରେ ଋଷଭଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ନାଭି ଉପରକୁ ହୃଦୟ- ଷଷ୍ଠ ସ୍କନ୍ଧ, ଏଥିରେ ଅଜାମିଳ ବିଷୟର ବର୍ଣ୍ଣନା କରାଯାଇଛି । ହୃଦୟ ଉପରକୁ ଦୁଇ ଭୂଜା – ସପ୍ତମ ଓ ଅଷ୍ଟମ ସ୍କନ୍ଧ, ଏଥିରେ ନରସିଂହ ଓ ବାମନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି । ଭୂଜା ଉପରକୁ କଣ୍ଠ – ନବମ ସ୍କନ୍ଧ, ଏଥିରେ ସୂରବଂଶ ଓ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରାଯାଇଛି । କଣ୍ଠ ଉପରକୁ ମୁଖ – ଦଶମ ସ୍କନ୍ଧ, ଏଥିରେ ଭଗବାନଙ୍କ ସମସ୍ତ ଜନ୍ମଲିଳା ବିଷୟରେ ବର୍ଣ୍ଣନା କରାଯାଇଛି । ମୁଖ ଉପରକୁ ଲଲାଟ – ଏକାଦଶ ସ୍କନ୍ଧ, ଏଥିରେ ଉଦ୍ଧବକୁ ଜ୍ଞାନ ଦେଇ ସ୍ୱଧାମ ଗମନ ବିଷୟରେ ବର୍ଣ୍ଣନା କରାଯାଇଛିି । ଲଲାଟ ଉପରକୁ ଶିଖା – ଦ୍ୱାଦଶ ସ୍କନ୍ଧ, ଏଥିରେ ଶୁକୁଦେବଙ୍କ ଦ୍ୱାରା ପରୀକ୍ଷିତକୁ ଅନ୍ତିମ ଉପଦେଶ, ଶୁକଦେବଙ୍କ ବିଦାୟ, ପରୀକ୍ଷିତଙ୍କ ମୋକ୍ଷ ବିଷୟରେ ବର୍ଣ୍ଣନା କରାଯାଇଛିି ।

ଆଜି ଶୌନକ ଋଷିମାନେ ସୂତଜୀଙ୍କଠାରୁ କଥା ଶ୍ରବଣ ନିମିତ୍ତ ପାର୍ଥନା କରି କହୁଛନ୍ତି । ହେ ସୂତଜୀ ଆମକୁ ଆଜି ଏମିତି କଥା ଶୁଣାନ୍ତୁ, ଯେଉଁଥିରେ ଆମର ଭକ୍ତି ଆହୁରି ସୁଦୃଢ ହୋଇଯିବ । ସୂତଜୀ ଆଜି ଯେଉଁ କଥା ଶୁଣାଉଛନ୍ତି ଯାହା ସବୁକଥାର ସାର ଅଟେ । ବେଦ ଉପନିଷଦର ମିଶ୍ରଣରେ ରଚନା ହୋଇଥିବା ଗ୍ରନ୍ଥ ଶ୍ରୀମଦଦ୍ଭାଗବତମହାପୁରାଣ

ହେ ଭଗବତ ପ୍ରେମୀ ଜୀବ ଜନ୍ମ ନେଲେ ଭକ୍ତି ଜୀବନରେ ଆସେ, ଆଉ ଏହା ଜୀବର ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ରହେ । ପୁଣି ଭକ୍ତିରୁ ନିଷ୍କାମ ଭକ୍ତି ଆସିଗଲେ ଜ୍ଞାନ ଓ ବୈରାଗ୍ୟ ଦୁଇ ପୁତ୍ର ଜନ୍ମ ନିଅନ୍ତି । ବିନା ଜ୍ଞାନ ବୈରାଗ୍ୟରେ ଭକ୍ତି ବାଞ୍ଝ, ବିନା ଭକ୍ତିରେ ଜ୍ଞାନ ବୈରାଗ୍ୟ ଅନାଥ । ପୁଣି ଜ୍ଞାନର ଅଗ୍ନିରେ ଜଳି ସବୁ କର୍ମ ଭସ୍ମ ହୋଇଯାଏ, ଜୀବ ମୁକ୍ତ ହୋଇଯାଏ । ଏହି ଭକ୍ତିର ଶକ୍ତିରେ ଚାଲିଲେ ଭଗବାନ ନିରାକାରରୁ ସାକାର ହୁଅନ୍ତି, ନିର୍ଗୁଣରୁ ସଗୁଣ ହୁଅନ୍ତି, ଅବତାର ନିଅନ୍ତି ।

ଶୈନକ ଋଷି ପଚାରୁଛନ୍ତି, ସୂତଜୀ ଉତ୍ତର ଦେଉଛନ୍ତି :

୧. ଜୀବନର ଅର୍ଥ କଣ,
୨. ବେଦ ଓ ଶାସ୍ତ୍ରର ସାର କଣ,
୩. ଭଗବାନ କେତେ ଅବତାର ନେଇଛନ୍ତି,
୪. ଭଗବାନ କୃର୍ଷ୍ଣ ଅବତାର କାହିଁକି ନେଲେ,
୫. କୃଷ୍ଣ ଅବତାରରେ ଭଗବାନ କି କି ଲିଳା କରିଛନ୍ତି,
୬. ଯେତେବେଳେ ଭଗବାନ ଲିଲା ପୁର୍ଣ୍ଣ କରି ସ୍ୱଧାମ ଗମନ କରିଛନ୍ତି, ଧର୍ମର ସ୍ଥିତି କଣ ହେଲା, ଧର୍ମ କାହା ଶରଣରେ ଗଲା ।

ସୂତଜୀ ଉତ୍ତର ଦେଉଛନ୍ତି ଜୀବନର ଅର୍ଥ –

୧. ଜୀବନର ଅର୍ଥ କଣ, – କୃଷ୍ଣ ଭକ୍ତି ପରମ ଧର୍ମ, ଜୀବାତ୍ମା ଭକ୍ତିକୁ ହୃଦୟରେ ଗ୍ରହଣ କଲେ ଜୀବନ ସାର୍ଥକ ହୋଇଯାଏ ।
୨. ବେଦର ସାର ଅର୍ଥ – ଭଗବାନ ଶ୍ରୀହରିଙ୍କର ନାମ ଜପିବା ।
୩. ଭଗବାନ କେତେ ଅବତାର ନେଇଛନ୍ତି – ଭଗବାନ ୨୪ ଅବତାର ନେଇଛନ୍ତି ।
୪. ଭଗବାନ କୃଷ୍ଣ ଅବତାର କାହିଁକି ନେଲେ – ଭୂ ଭାର ହରଣ କରିବା ପାଇଁ, ଅତ୍ୟାଚାରରୁ ଧରାକୁ ମୁକ୍ତ କରିବା ପାଇଁ କୃଷ୍ଣ ଅବତାର ନେଇଛନ୍ତି ।
୫. କୃଷ୍ଣ ଅବତାରରେ ଭଗବାନ କି କି ଲିଳା କରିଛନ୍ତି – ଭଗବାନ କୃଷ୍ଣ ଅବତାରରେ କେମିତି ମର୍ଯ୍ୟଦା ଭିତରେ ରହି ଭକ୍ତି ଓ ପ୍ରେମ ଭାବରେ ଜୀବନ ଜୀଇଁ ହେବ ସେହି ଶିକ୍ଷା ଦେଇଛନ୍ତି ।
୬. ଧର୍ମ କାହା ଶରଣରେ ଗଲା- ଭଗବାନ ଯେତେବେଳେ ସ୍ୱ-ଧାମ ଗଲେ, ଧର୍ମ ଭାଗବତର ଶରଣାଗତ ହେଲା ।

ଭଗବାନ ୨୪ ଅବତାର ନେଇଛନ୍ତି :

୧. ସନକାଦି ଭଗବାନ (ସନକ, ସନନ୍ଦନ, ସନାତନ ଓ ସନତ୍ କୁମାର) – ବ୍ରହ୍ମଚର୍ଯ୍ୟର ପାଳନ ବିଷୟରେ କହିଛନ୍ତି ।
୨. ବରାହ ଅବତାର -ରସାତଳକୁ ଚାଲିଯାଇଥିବା ପୃଥିବୀକୁ ଉଦ୍ଧାର କଲେ ।
୩. ନାରଦ – ଭକ୍ତି ମାର୍ଗର ଦର୍ଶନ କରାଇଛନ୍ତି ।
୪. ନରନାରାୟଣ – ଇନ୍ଦି୍ରୟମାନଙ୍କୁ ସଂଯତ କରି ଅନ୍ତଃକରଣକୁ ଶାନ୍ତି ପ୍ରଦାନ କରୁଥିବା କଠିନ ତପସ୍ୟା ଶିକ୍ଷା ଦେଲେ ।
୫. କପିଳ – ମା ଦେବହୂତି ଙ୍କ ମାଧ୍ୟମରେ ସଂସାରକୁ ଯୋଗର ଦର୍ଶନ କରାଇଛନ୍ତି ।
୬. ଦତ୍ତାତ୍ରେୟ – ଅତି୍ର ଓ ଅନସୂୟାଙ୍କ ଗର୍ଭରେ ଆସି ପ୍ରହ୍ଲାଦଙ୍କୁ ବ୍ରହ୍ମଜ୍ଞାନ ଦେଇଛନ୍ତି ।
୭. ଯଜ୍ଞ ନାରାୟଣ – ଆକୂତି ମାତା ଓ ରୁଚି ଋଷିଙ୍କ ଘରେ ପ୍ରକଟ ହେଲେ ।
୮. ଋଷଭଦେବ – ନାଭିରାଜାଘରେ ମାତା ମେରୁଦେବୀଙ୍କ ଗର୍ଭରେ ଜନ୍ମ ନେଲେ ।
୯. ପୃଥୁଂ – ରାଜାର ଧର୍ମ କ’ଣ ସଂସାରକୁ ଜଣାଇଛନ୍ତି ।
୧୦. ମତ୍ସ୍ୟ ଅବତାର – ଜଳ ବିହାରର ଆନନ୍ଦ ନେଇଛନ୍ତି ।
୧୧. କଛପ ଅବତାର – ମନ୍ଦରାଚଳକୁ ପିଠିରେ ଧରି ରଖିଛନ୍ତି ।
୧୨. ଧନ୍ୱନ୍ତରି – ଅମୃତ ଧରି ସମୁଦ୍ରରୁ ପ୍ରକଟ ହେଲେ ।
୧୩. ମୋହିନୀ – ଦୈତ୍ୟମାନଙ୍କୁ ମୋହିତ କରି ଦେବତାମାନଙ୍କୁ ଅମୃତ ପାନ କରାଇଲେ ।
୧୪. ନରସିଂହ – ହିରଣ୍ୟକଶିପୁକୁ ଉଦ୍ଧାର କଲେ ଓ ଭକ୍ତ ପ୍ରହ୍ଲାଦକୁ ରକ୍ଷା କଲେ ।
୧୫. ବାମନ – ବଳିଙ୍କୁ ତିନିପାଦ ଭୂମି ମାଗି ବଳିର ଯଥା-ସର୍ବ, ବଳିକୁ ଯଥା-ସ୍ୱ, ସର୍ବସ୍ୱ ନେଇଗଲେ । ଏଠି ସର୍ବ ଅର୍ଥ ମମତା’- ଦୁଇପାଦ, ସ୍ୱ ଅର୍ଥ ଅହଂକାର -ତୃତୀୟ ପାଦରେ ସର୍ବସ୍ୱ ନେଇଗଲେ ।
୧୬. ପର୍ଶୁରାମ – ଅଧର୍ମି, ବ୍ରାହ୍ମଣଦ୍ରୋହୀ କ୍ଷତ୍ରିୟ ରାଜାଙ୍କର ନାଶ କଲେ ।
୧୭. ବ୍ୟାସ – ବେଦର ବିସ୍ତାର, ପୁରାଣର ରଚନା ଦ୍ୱାରା କଣ କରିବା ଦରକାର କଣ ନୁହେଁ, ଜୀବନ କେମିତି ଜିଇଁବା ଦରକାର, ବବସ୍ଥା ବନାଇଛନ୍ତି ଓ ବବସ୍ଥା ବିଷୟରେ ଜଣାଇଛନ୍ତି ।
୧୮. ଶ୍ରୀରାମ- ଧର୍ମ, ନିୟମ ଓ ମର୍ଯ୍ୟାଦାର ଶିକ୍ଷା ଦେଲେ ।
୧୯. ବଳରାମ – ଶେଷ ଅବତାର ରୂପରେ ।
୨୦. ଶ୍ରୀକୃଷ୍ଣ – ନୀୟମ ଓ ମର୍ଯ୍ୟାଦାରେ ରହି ଜୀବନର ଆନନ୍ଦ ନେବା, ନାଚ ଗୀତକରି ଭଗବାନଙ୍କର ନାମଗାନ କରିବା ଶିକ୍ଷା ଦେଲେ ।
୨୧. ହଂସ ଅବତାର ।
୨୨-ହରି ଅବତାର ।
୨୩. ବୃଦ୍ଧାବତାର,
୨୪-କଳ୍କୀ – ପରସ୍ୱ ଅପହରଣକାରୀଙ୍କ ଠାରୁ ଜଗତକୁ ରକ୍ଷା କରିବା ପାଇଁ ଆସିବେ ।

ଏହି ୨୪ ଅବତାର ହେଉଛି ଶ୍ରୀମଦ୍ ଭାଗବତ ମହାପୁରାଣ, ଯାହାକୁ ନେବାପାଇଁ ଆଜି ଦେବତାଗଣ ଅମୃତ କଳସ ଧରି ଉପସ୍ଥିତ ଅଛନ୍ତି । ବିନୟ ପୂର୍ବକ ଶୁକମୁନିଙ୍କୁ ପ୍ରଣାମ କରି କହୁଛନ୍ତି ହେ ମହାତ୍ମା, ଅମୃତ ଆପଣ ପରୀକ୍ଷିତକୁ ପେଇଦିଅନ୍ତୁ ଏବଂ ଭାଗବତ କଥାମୃତ ଆମକୁ ପାନ କରାନ୍ତୁ । ଶୁକଦେବ କହୁଛନ୍ତି ରାଜନ ଅମୃତ ପିଯାଆ, ଅମର ହୋଇଯିବ । ଏହା ଶୁଣି ପରୀକ୍ଷିତ କହୁଛନ୍ତି ମହତ୍ମା ଅମୃତ ପିଇଲେ କଣ ହେବ, ବେଶି ଠୁ ବେଶି ମୁଁ ଦୀର୍ଘଯିବି ହୋଇଯିବି, କିନ୍ତୁ ମୁଁ ଜାଣିଛି କଥା ଶୁଣିଲେ ଦିବ୍ୟଯିବି ହୋଇ ମରିଯିବି । ମୁଁ କେବଳ କଥା ଶୁଣିବାକୁ ଚାହୁଁଛି, ଏକଥା ଆମକୁ ମିଳିଛି ଦେବତାମାନଙ୍କୁ ନୁହେଁ । କଥାମୃତ ପାନକରିନପାରି ଦେବତାମାନେ ଫେରିଯାଇଛନ୍ତି । ହେ ଭଗବତ ପ୍ରେମୀ ଆମର ସୌଭାଗ୍ୟ ଯେ, ଆମକୁ ମାନବ ଜନ୍ମ ମିଳିଛି, ଆମେ ଈଶ୍ୱରଙ୍କର କଥାମୃତ ଶୁଣି ପାରୁଛନ୍ତି ।

ସୁତଜୀ ସନତ ଋଷିଙ୍କୁ କହୁଛନ୍ତି ମୁଁ ଆଜି ଏହି କଥା ଶୁଣାଉଛି । ଯାହା ଶୁକଦେବ ତାଙ୍କର ପରମ ଶିଷ୍ୟ ଭାବି ମୋତେ ଏକାନ୍ତରେ ଶୁଣାଇଥିଲେ । ଶ୍ରୀମଦ୍ଭାଗବତରେ ବଦି୍ରନାଥରେ ସନକାଦି ଋଷିଙ୍କର ଭେଟ ନାରଦଙ୍କ ସହିତ ହୁଏ । ଦେବର୍ଷି ନାରଦ ଉଦାସ ଥିବାର ଦେଖି ସନକାଦି କହୁଛନ୍ତି, ହେ ଦେବର୍ଷି ଆପଣ ଚିନ୍ତିିତ କାହିଁକି ଅଛନ୍ତି ?

କଥଂ ବ୍ରହ୍ମନ୍ଦୀନମୁଖଃ କୁତଶ୍ଚିନ୍ତାତୁରୋ ଭବାନ୍ ।
ତ୍ୱରିତଂ ଗମ୍ୟତେ କୁତ୍ର କୁତଶ୍ଚାଗମନଂ ତବ ।।
ଇଦାନୀଂ ଶୂନ୍ୟଚିତ୍ତୋସି ଗତବିତ୍ତୋ ଯଥା ଜନଃ ।
ତବେଦଂ ମୁକ୍ତସଙ୍ଗସ୍ୟ ନୋଚିତଂ ବଦ କାରଣମ୍ ।।

।। ଶ୍ରୀଭା.ମାହାତ୍ମ୍ୟ ଅ୧ ଶ୍ଲୋ୨୬-୨୭ ।।

ହେ ନାରଦ ଆପଣ ଶ୍ରୀହରିଙ୍କର ପରମ ଓ ଅନନ୍ୟ ଭକ୍ତ, ଆପଣଙ୍କ ମୁଖମଣ୍ଡଳ ଉଦାସ କାହିଁକି ଅଛି । ଯଦି ପ୍ରଭୁଙ୍କର ଅନାଶକ୍ତ ଭକ୍ତ ସହିତ ଏମିତି ହେଉଛି, ତେବେ ଆସକ୍ତିରେ ରହୁଥିବା ମନୁଷ୍ୟଙ୍କର ଦଶା କଣ ହେବ । ହରିଙ୍କର ଦାସ କେବେବି ଉଦାସ ହୁଅନ୍ତିନି, ନାରଦ କହୁଛନ୍ତି ହେ ସନକାଦି ମୁନି ମୁଁ କଣ କହିବି ।

ଅହଂ ତୁ ପୃଥିବୀଂ ଯାତୋ ଜ୍ଞାତ୍ୱା ସର୍ବୋତ୍ତମାମିତି ।
ପୁଷ୍କରଂ ଚ ପ୍ରୟାଗଂ ଚ କାଶୀଂ ଗୋଦାବରୀଂ ତଥା ।।

।। ଶ୍ରୀଭା.ମାହାତ୍ମ୍ୟ ଅ୧ ଶ୍ଲୋ୨୮ ।।

ପ୍ରଭୁ ବାରମ୍ବାର ଯେଉଁ ପୃଥିବୀରେ ଅବତାର ନେଉଛନ୍ତି, ସେହି ଧରାକୁ ସ୍ପର୍ଶକରି, ପ୍ରଭୁଙ୍କର ଚରଣ କମଳର ଆନନ୍ଦ ପାଇବାକୁ, ଏହି ଧରାକୁ ସର୍ବଶ୍ରେଷ୍ଠ, ସର୍ବୋତ୍ତମ ତୀର୍ଥମାନି ଭ୍ରମଣ କରିବାକୁ ଆସିଥିଲି । କାଶୀ, ପୁଷ୍କର, ପ୍ରୟାଗ, ଗୋଦାବରୀ, ହରିକ୍ଷେତ୍ର, କୁରୁକ୍ଷେତ୍ର ଓ ସେତୁବନ୍ଧ ଆଦି ସବୁତୀର୍ଥ ବୁଲିଲି କିନ୍ତୁ ମୋତେ କେଉଁଠାରେ ସନ୍ତୋଷ ମିଳିଲାନି ।

ସତ୍ୟଂ ନାସ୍ତି ତପଃ ଶୌଚଂ ଦୟା ଦାନଂ ନ ବିଦ୍ୟତେ ।
ଉଦରମ୍ଭରିଣୋ ଜୀବା ବରାକାଃ କୂଟଭାଷିିଣଃ ।।

।। ଶ୍ରୀଭା.ମାହାତ୍ମ୍ୟ ଅ୧ ଶ୍ଲୋ୩୧ ।।

ହେ ମହାତ୍ମା ନା ସତ୍ୟ ଅଛି ନା ତପ, ଦୟା ଅଛି ନା ଦାନ, ସବୁଆଡ଼େ ପାପ ବଢିଚାଲିଛି, ଅଧର୍ମର ସହଯୋଗୀ କଳିଯୁଗ ସବୁଆଡ଼େ ଦୃଷ୍ଟିଗୋଚର ହେଉଛି । ସମସ୍ତେ ମିଥ୍ୟାବାଦୀ, ଅଳସୁଆ, ମନ୍ଦବୁଦ୍ଧି, ଭାଗ୍ୟହୀନ ଓ ଉପଦ୍ରବପୀଡିତ ହୋଇଯାଇଛନ୍ତି, ସାଧୁ ସନ୍ଥମାନେ ଭଣ୍ଡ ହୋଯାଇଛନ୍ତି । କଳିଯୁଗର ସବୁ ଦୋଷକୁ ଦେଖି ମୁଁ ଯମୁନା, ଶେଷରେ ବୃନ୍ଦାବନରେ ପହଁଚିଲି ସେଠାରେ ମୋତେ ଆନନ୍ଦ ମିଳିଲା ।

ଥରେ ଅଯୋଧ୍ୟା ଯାଅ, ଦୁଇଥର ଦ୍ୱାରିକା, ତିନିଥର ଯାଇ ତି୍ରବେଣୀରେ ସ୍ନାନ କର, ଚାରିଥର ଚିତ୍ରକୂଟ, ନଅଥର ନାଶିକ, ବାରମ୍ବାର ବଦି୍ରନାଥ ବୁଲି ଆସ, କୋଟିଥର କାଶୀ, କେଦାରନାଥ, ଗୟାଧାମ ଯାଅ, କିନ୍ତୁ ପ୍ରତ୍ୟକ୍ଷ ଦର୍ଶନ ମିଳିବ ବୃନ୍ଦାବନରେ ଶ୍ୟାମସୁନ୍ଦରଙ୍କୁ ଦେଖିଲେ, ଯେଉଁ ଆନନ୍ଦ ବୃନ୍ଦାବନରେ ମିଳିବ ଅନ୍ୟ କେଉଁଠାରେ ମିଳିବନି ।

ଏହି ସମୟରେ ଏକ କ୍ରନ୍ଦନର ଧ୍ୱନି ନାରଦଙ୍କ କାନରେ ପଡ଼ିଲା, ଦେବର୍ଷି ସେହି ଧ୍ୱନିର ପିଛା କରିକରି ଯମୁନାର ତଟରେ ପହଞ୍ଚିଗଲେ । ସେଠାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ, ଜଣେ ଯୁବତୀ ବସିଛନ୍ତି, ତାଙ୍କ ପାଖରେ ଦୁଇଜଣ ପୁରୁଷ ବୃଦ୍ଧା ଅବସ୍ଥାରେ ମୂର୍ଚ୍ଛା ଯାଇଛନ୍ତି । ନାରଦଙ୍କୁ ଦେଖି ଦେବୀ କହିଲେ –

ଭୋ ଭୋଃ ସାଧୋ କ୍ଷଣଂ ତିଷ୍ଟ ମଚ୍ଚିନ୍ତାମପି ନାଶୟ ।
ଦର୍ଶନଂ ତବ ଲୋକସ୍ୟ ସର୍ବଥାଘହରଂ ପରମ୍ ।।

।। ଶ୍ରୀଭା.ମାହାତ୍ମ୍ୟ ଅ୧ ଶ୍ଲୋ୪୨ ।।

ହେ ସାଧୁ ଟିକେ ରହିଯାନ୍ତୁ, ମୁଁ ଶୁଣିଛି ବହୁ ଜନ୍ମ ପରେ ସାଧୁଙ୍କର ଦର୍ଶନ ମିଳେ, ଥରେ ଦର୍ଶନ କଲେ କୋଟି ଜନ୍ମର ପାପ ନଷ୍ଟ ହୋଇଯାଏ । ଦୟାକରି ମୋ ବ୍ୟଥାର ନିବାରଣ ଉପାୟ କୁହନ୍ତୁ । ନାରଦ କହିଲେ ପ୍ରଥମେ କୁହ ତୁମ ନା କଣ, ଏମାନେ କିଏ । ଦେବୀ କହିଲେ ଦେବର୍ଷି ମୁଁ ଭକ୍ତିମାତା, ଏମାନେ ମୋର ପୁତ୍ର ଜ୍ଞାନ ଓ ବୈରାଗ୍ୟ, ଭକ୍ତି ମାତା ପ୍ରାର୍ଥନା କରି କହିଲେ –

ଜୟତି ଜଗତି ମାୟାଂ ଯସ୍ୟ କାୟାଧବସ୍ତେ ବଚନରଚନମେକଂ କେବଳଂ ଚାକଳଯ୍ୟ ।
ଧ୍ରୁବପଦମପି ଯାତୋ ଯଚକୃପାତୋ ଧ୍ରୁବୋୟଂ ସକଳକୁଶଳପାତ୍ରଂ ବ୍ରହ୍ମପୁତ୍ରଂ ନତାସ୍ମି ।।

।। ଶ୍ରୀଭା.ମାହାତ୍ମ୍ୟ ଅ୧ ଶ୍ଲୋ୮୦ ।।

ମୋର ପୁତ୍ର ପ୍ରହ୍ଲାଦ ମାୟାକୁ ଜିତିଗଲା, ଆପଣଙ୍କ କୃପାରୁ ଧ୍ରୁବ ପରମ ପଦକୁ ପ୍ରାପ୍ତ କଲା, ଦୟାକରି ମୋ ଉପରେ କୃପା କରନ୍ତୁ । ହେ ଦେବର୍ଷି ମୋର ଜନ୍ମ ଦ୍ରାବିଡ଼ ଦେଶରେ ହେଲା, କର୍ଣ୍ଣାଟକରେ ଲାଳିତ ପାଳିତ ହେଲି, ଗୁଜୁରାଟରେ ମୋତେ ବାର୍ଦ୍ଧକ୍ୟ ଆକ୍ରମଣ କଲା, ମହାରାଷ୍ଟ୍ରରେ କିଛି ସମ୍ମାନ ମିଳିଲା, କିନ୍ତୁ କଳିର ପ୍ରଭାବରେ ମୁଁ ଦୀନହୀନ ହୋଇ ପ୍ରଭୁଙ୍କ ବୃନ୍ଦାବନ ସ୍ଥଳିରେ ପାଦଦେଲି । ଏଠାରେ ପାଦଦେବା ପରେ ମୁଁ ସୁନ୍ଦରୀ ରୂପବତୀ ଯୁବତୀ ହୋଇଗଲି, ହେ ଦେବର୍ଷି କୁହନ୍ତୁ ମାତା ଯୁବତୀ, ପୁତ୍ର ବୃଦ୍ଧା ଅବସ୍ଥା, ଏମିତି ବିପରୀତତା କାହିଁକି ।

ଦେବର୍ଷି କହିଲେ ହେ ମାତା ଆପଣ ବ୍ୟସ୍ତ ନହୋଇ କେବଳ ଶ୍ରୀକୃଷ୍ଣଙ୍କ ଚରଣକୁ ସ୍ମରଣ କରନ୍ତୁ । ଦେବର୍ଷିଙ୍କର ସମସ୍ତ ପ୍ରୟାସ ନିରର୍ଥକ ହେବାପରେ ସେ ଶ୍ରୀହରିଙ୍କୁ ପ୍ରାର୍ଥନାକରି କହୁଛନ୍ତି, ହେ ପ୍ରଭୁ ଯଦି ଜ୍ଞାନ ବୈରାଗ୍ୟ ଏମିତି ମୁର୍ଚ୍ଛା ରହିବେ ମାନବ ଇଶ୍ୱରଙ୍କ ପାଖରେ ପହଁଚିବ କେମିତି । ହେ ପ୍ରଭୁ ଆପଣ ଜ୍ଞାନ ବୈରାଗ୍ୟଙ୍କୁ ଜୀବନ ଦାନ ଦିଅନ୍ତୁ । ଏହି ସମୟରେ ଦେବବାଣୀ ହେଲା –

ବ୍ୟୋମବାଣୀ ତଦୈବାଭୂନ୍ମା ଋଷେ ଖିଦ୍ୟତାମିତି ।
ଉଦ୍ୟମଃ ସଫଳସ୍ତେୟଂ ଭବିଷ୍ୟତି ନ ସଂଶୟଃ । ।

ଏତଦର୍ଥଂ ତୁ ସତ୍କର୍ମ ସୁରର୍ଷେ ତ୍ୱଂ ସମାଚର ।
ତତ୍ତେ କର୍ମାଭିଧାସ୍ୟନ୍ତି ସାଧବଃ ସାଧୁଭୂଷଣାଃ ।।
ସତକର୍ମଣି କୃତେ ତସ୍ମିନ୍ ସନିଦ୍ରା ବୃଦ୍ଧତାନୟୋଃ ।
ଗମିଷ୍ୟତି କ୍ଷଣାଦ୍ଭକ୍ତିଃ ସର୍ବତଃ ପ୍ରସରିଷ୍ୟତି ।।

।। ଶ୍ରୀଭା.ମାହାତ୍ମ୍ୟ ଅ୩ ଶ୍ଲୋ୩୧-୩୩ ।।

ହେ ଦେବର୍ଷି ଏଥିପାଇଁ ତୁମକୁ ସତ୍କର୍ମ ଅନୁଷ୍ଠାନ କରିବାକୁ ପଡ଼ିବ । ସେହି ସତ୍କର୍ମ ମୋର ସନ୍ଥମାନେ ତୁମକୁ ବୁଝାଇଦେବେ । ଏହାପରେ ଦେବର୍ଷି ସନକାଦି ଋଷିଙ୍କ ଦର୍ଶନ ବିଶାଲାପୁରୀରେ ପାଇଛନ୍ତି । ସନକାଦିଙ୍କୁ ପ୍ରଶ୍ନ କରିଛନ୍ତି, ଭକ୍ତିମାତାଙ୍କ ପୁତ୍ର ଜ୍ଞାନ ବୈରାଗ୍ୟଙ୍କୁ ଠିକ୍ କରିବା ପାଇଁ କଣ କରିବାକୁ ପଡ଼ିବ । ସନକାଦି କହିଛନ୍ତି ଆପଣ ଭାଗବତ ପ୍ରଚାର କରନ୍ତୁ, ଭକ୍ତିଙ୍କ ପୁତ୍ର ଜ୍ଞାନ ବୈରାଗ୍ୟ ଠିକ୍ ହୋଇଯିବେ । ଏହାପରେ ସନକାଦିଙ୍କ ଦ୍ୱାରା ହରିଦ୍ୱାର ନିକଟସ୍ଥ ଆନନ୍ଦ ଘାଟରେ ଭାଗବତ ଅନୁଷ୍ଠାନ କରାଗଲା ।

ହେ ଭଗବତ ପ୍ରେମୀ ଆମ ମନରେ ପ୍ରଶ୍ନ ଉଠେ ଶନକାଦି ହରିଦ୍ୱାରକୁ କାହିଁକି ଭାଗବତ ଅନୁଷ୍ଠାନ ପାଇଁ ବାଛିଲେ । କାହିଁକିନା ବାତାବରଣ ପ୍ରଭାବ ଯଦି ପଶୁ, ପକ୍ଷୀ, ବନ, ଲତା ଉପରେ ପଡ଼େ ତେବେ କଣ ମନୁଷ୍ୟଙ୍କ ଉପରେ ପଡ଼ିବନି । ଏଠି ହରିଆନାର ଗାଈ ଯେତେ କ୍ଷୀର ଦିଅନ୍ତି, ଓଡ଼ିଶାର ଗାଈ ସେତେ କ୍ଷୀର ଦିଅନ୍ତିନି । ସଂସାରରେ ସାଧାରଣତଃ ଦୁଇ ପ୍ରକାର ବାତାବରଣ ପ୍ରବାହିତ ହୁଏ । ସ୍ଥୂଳ ବାତାବରଣ ଯାହାଦ୍ୱାରା ଆମ ଶରୀରର ରଙ୍ଗ, ରୂପ ବଦଳେ ଓ ଆକାର ବଢେ, କିନ୍ତୁ ସୂକ୍ଷ୍ମ ବାତାବରଣ ଆମ ମନର ନିର୍ମାଣ କରେ । ଆମେ ଯେଉଁ ବାତାବରଣରେ ବସନ୍ତି, ଉଠନ୍ତି, ତାହା ଦ୍ୱାରା ଆମ ବିଚାର, ଆଚାର ବ୍ୟବହାରର ନିର୍ମାଣ ହୁଏ । ଯେଉଁଠାରେ ମୁନିଋଷି ତପ କରନ୍ତି, ସେମାନଙ୍କ ଠାରୁ ବାହାରୁଥିବା ଉର୍ଜା ବା ସାକାରାତ୍ମକ ତରଙ୍ଗ ସେହି ଭୂମିରେ ପ୍ରବେଶ କରେ, ଆଉ ସେହି ଭୂମି ତୀର୍ଥକ୍ଷେତ୍ର ବନିଯାଏ । ଏହି ସାକାରତ୍ମକ ବାତାବରଣ ହରିଦ୍ୱାରରେ ଥିଲା । ଆଧ୍ୟାତ୍ମିକ ଅର୍ଥରେ ହରିଙ୍କର ଦ୍ୱାର ଖୋଲିଗଲେ, ଅନ୍ତଃକରଣରେ ଆମେ ଯେଉଁ ଈଶ୍ୱରଙ୍କର ଦର୍ଶନ କରନ୍ତି, ସେହି ଦ୍ୱାରକୁ ହରିଦ୍ୱାର କୁହାଯାଏ । ସେଥିପାଇଁ ଆଜି ହରିଦ୍ୱାରରେ ସନକାଦି ଋଷି କଥା କରୁଛନ୍ତି । ନାରଦ ଶୁଣୁଛନ୍ତି ସବୁ ଋଷି, ନଦୀ, ପର୍ବତ, ଭୂ-ଲୋକ, ଦେବଲୋକ, ବ୍ରହ୍ମଲୋକ ସମସ୍ତେ କଥା ଶୁଣୁଛନ୍ତି । ଭକ୍ତି ମାତା ଜ୍ଞାନ ବୈରାଗ୍ୟକୁ ଧରି କଥା ଶୁଣୁଛନ୍ତି । ସାତଦିନ କଥା ପୁର୍ଣ୍ଣହେବା ପରେ ଶ୍ରୀହରିଙ୍କର ଚୈତନ ପ୍ରକାଶମୟ ରଶ୍ମି ଜ୍ଞାନ ବୈରାଗ୍ୟଙ୍କର ମୁର୍ଚ୍ଛା ଅବସ୍ଥାକୁ ଛୁଇଁଗଲା, ସେ ଠିକ୍ ହୋଇ ଗଲେ । ସେହିଦିନଠାରୁ ଭକ୍ତଙ୍କୁ ଭଗବାନଙ୍କର ସ୍ୱରୂପ ପ୍ରଦାନ କରୁଥିବା ଭକ୍ତିମାତା ସମସ୍ତଙ୍କର ହୃଦୟରେ ବାସ କଲେ ।

ହେ ଭଗବତ ପ୍ରେମୀ ଭାଗବତ୍ ଧର୍ମକୁ ଯିଏ ନିଜ ଜୀବନରେ ଗ୍ରହଣ କରେ, ଯାହା ଜୀବନରେ ଭାଗବତ ଧର୍ମ ଅଛି, ସେ ଆଖିରେ ପଟି ବାନ୍ଧି ଦଉଡିଲେ ବି ପଡିବନି, ଯଦି ପଡେ ତେବେ ଗୋବିନ୍ଦଙ୍କ ଚରଣରେ ପଡିବ । ଏହାହିଁ ଭାଗବତକୁ ଆପଣଇବାର ଫଳ ।

କଥା ଭାଗବତସ୍ୟାପି ନିତ୍ୟଂ ଭବତି ଯଦ୍ଗୃହେ ।
ତଦ୍ଗୃହଂ ତୀର୍ଥରୂପଂ ହି ବସତାଂ ପାପନାଶନମ୍ ।।

।। ଶ୍ରୀଭା.ମାହାତ୍ମ୍ୟ ଅ୩ ଶ୍ଲୋ୨୯ ।।

ଯେଉଁ ଘରେ ପ୍ରତିଦିନ ଶ୍ରୀମଦ୍ଭାଗବତକଥା ଚର୍ଚ୍ଚା ହୁଏ ସେହି ଘର ତୀର୍ଥ ରୂପ ହୋଇଯାଏ ଏବଂ ସେ ଘରର ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ ।

ଅନ୍ତକାଳେ ତୁ ଯେନୈବ ଶùୟତେ ଶୁକଶାସ୍ତ୍ରବାକ୍ ।
ପ୍ରୀତ୍ୟା ତସୈ୍ୟବ ବୈକୁଣ୍ଠଂ ଗୋବିନ୍ଦୋପି ପ୍ରଯଚ୍ଛତି ।।

।। ଶ୍ରୀଭା.ମାହାତ୍ମ୍ୟ ଅ୩ ଶ୍ଲୋ୪୦ ।।

ଯେଉଁ ବ୍ୟକ୍ତି ଜୀବନର ଅନ୍ତକାଳରେ ଶ୍ରୀମଦ୍ଭାଗବତକଥା ଶ୍ରବଣ କରନ୍ତି, ଭଗବାନ୍ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବୈକୁଣ୍ଠ ଧାମ ପ୍ରଦାନ କରନ୍ତି ।

ପ୍ରଭାତେ ଜୁଆଖେଳ ମଧ୍ୟାହ୍ନେ ସ୍ତ୍ରୀ ପ୍ରସଙ୍ଗ ରାତ୍ରେ ଚୋରି ।

ହେ ଭଗବତ ପ୍ରେମୀ ପ୍ରଭାତରେ ଭାଗବତ ପଢ଼ନ୍ତୁ, ମଧ୍ୟାହ୍ନରେ ରାମାୟଣ ପଢନ୍ତୁ, ରାତ୍ରିରେ କୃଷ୍ଣ ନାମ ଜପନ୍ତୁ ।

ଆଜନ୍ମମାତ୍ରମପି ଯେନ ଶଠେନ କିଂଚି ଚିତ୍ତଂ ବିଧାୟ ଶୁକଶାସ୍ତ୍ରକଥା ନ ପୀତା ।
ଚାଣ୍ଡାଳବଚ୍ଚ ଖରବଦ୍ବତ ତେନ ନୀତଂ ମିଥ୍ୟା ସ୍ୱଜନ୍ମ ଜନନୀଜନିଦୁଃଖ ଭାଜା ।।

।। ଶ୍ରୀଭା.ମାହାତ୍ମ୍ୟ ଅ୩ ଶ୍ଲୋ୪୨ ।।

ଯିଏ ମନୁଷ୍ୟ ଜନ୍ମ ନେଇ, ଥରେ ମାତ୍ର ଭଗବତ କଥାର ଆଶ୍ୱାଦନା କରିନି, ସେ ଖାଲି ନିଜ ମାତାକୁ ପ୍ରସବ ପୀଡାହିଁ ଦେଇଛି ।

ଅଶ୍ୱଥାମା ପ୍ରସଙ୍ଗ :

ଆଜି ଦୁର୍ୟୋଧନ ଭୀମ ଦ୍ୱାରା ଜାହ୍ନìଭଗ୍ନ ହୋଇ ପଡିଛନ୍ତି, ଅଶ୍ୱଥାମା ଦୁର୍ୟୋଧନକୁ ପଚାରୁଛନ୍ତି, ମିତ୍ର ତୁମ ଶେଷ ଇଚ୍ଛା କଣ । ଦୁର୍ୟୋଧନ କହିଛନ୍ତି ମୋତେ ପାଞ୍ଚ ପାଣ୍ଡବଙ୍କ ମୁଣ୍ଡ ଦରକାର । ଆଜି ମିତ୍ରର ଇଚ୍ଛା ପୂରଣ ପାଇଁ ରାତ୍ରିର ଅନ୍ଧକାରରେ ପାଞ୍ଚ ପାଣ୍ଡବ ଜାଗାରେ, ପାଣ୍ଡବଙ୍କ ପାଞ୍ଚ ପୁତ୍ରଙ୍କ ମୁଣ୍ଡ କାଟି ଦୁର୍ୟୋଧନଙ୍କ ପାଖରେ ରଖିଛନ୍ତି । ଦୁର୍ୟୋଧନ ହାତ ମାରି ଦେଖୁଛନ୍ତି, ଭୀମର ମୁଣ୍ଡ ନପାଇ ପାଞ୍ଚ ପୁତ୍ରଙ୍କ ମୁଣ୍ଡକୁ ଦେଖି କହୁଛନ୍ତି ରେ ପାପୀ, ତୁ କଣ କଲୁ ମୋ ବଂଶକୁ ବୁଡେଇ ଦେଲୁ । ଆଜି ଦ୍ରୌପଦୀ ଯେତେବେଳେ ଦେଖିଛନ୍ତି, କାନ୍ଧି କାନ୍ଧି କହୁଛନ୍ତି ହେ କେଶବ ମୋ ପିଲାମାନଙ୍କୁ ଉଠାଅ ନା ।

ମାତା ଶିଶୂନାଂ ନିଧନଂ ସୁତାନାଂ ନିଶମ୍ୟ ଘୋରଂ ପରିତପ୍ୟମାନା ।
ତଦାରୁଦଦ୍ବାଷ୍ପକଳାକୁଳାକ୍ଷୀ ତାଂ ସାନ୍ତ୍ୱୟନ୍ନାହ କିରୀଟମାଳୀ ।।

।। ଶ୍ରୀ ଭା: ୧/୭/୧୫ ।।

ଆଜି ଅର୍ଜୁନ ଅଶ୍ୱଥାମାଙ୍କୁ ବାନ୍ଧି ଦ୍ରୌପଦୀଙ୍କ ନିକଟରେ ସମର୍ପି ଦେଇଛନ୍ତି । ଦ୍ରୌପଦୀ କହୁଛନ୍ତି ତାଙ୍କୁ ଛାଡ଼ିଦିଅ, ସେ ବ୍ରାହ୍ମଣ ଆମମାନଙ୍କର ଅତ୍ୟନ୍ତ ପୂଜନୀୟ, ଯେଉଁ ଗୁରୁ ଦ୍ରୋଣଙ୍କ କୃପାରୁ ଆପଣ ଧନୁର୍ବିଦ୍ୟା ଶିକ୍ଷା ପାଇଛନ୍ତି, ତାଙ୍କ ପୁତ୍ର କେବେ ଦୋଷୀ ହୋଇ ପାରିବେନି । ମୁଁ ମାତା ହିସାବରେ ଶିଶୁମାନଙ୍କ ମୃତୁ୍ୟ ପାଇଁ ଯେପରି ଦୁଃଖୀ ଅଛି, ଏହାଙ୍କର ମାତା ପତିବ୍ରତା ଗୌତମୀ ସେପରି ନକାନ୍ଦନ୍ତୁ । ହେ ଭଗବତ ପ୍ରେମୀ ଆଜି ଅର୍ଜୁନ ଦୌପଦୀଙ୍କୁ କହୁଛନ୍ତି, ଯିଏ ତୁମ ପାଞ୍ଚ ପୁତ୍ରକୁ ହତ୍ୟା କରିଛି, ତୁମେ କହୁଛ ତାଙ୍କୁ ଛାଡି ଦେବା ପାଇଁ । ଭଗବାନ କୃଷ୍ଣ କହୁଛନ୍ତି, ଅର୍ଜୁନ ଦ୍ରୌପଦୀ ଶାସ୍ତ୍ରସଙ୍ଗତ କଥା କହୁଛନ୍ତି ।

ଉତ୍ତରା ପ୍ରସଙ୍ଗ :

ଉଦ୍ଧବଙ୍କ ସହିତ ଭଗବାନ୍ ଦ୍ୱାରକା ଯିବାକୁ ରଥରେ ବସିଛନ୍ତି, ଏହି ସମୟରେ ଉତ୍ତରା ଧାଇଁ ଆସି କହୁଛନ୍ତି ହେ ଜଗଦୀଶ୍ୱର ମୋତେ ରକ୍ଷା କର:

ପାହି ପାହି ମହାଯୋଗିନ୍ ଦେବଦେବ ଜଗତ୍ପତେ ।
ନାନ୍ୟଂ ତ୍ୱଦଭୟଂ ପଶ୍ୟେ ଯତ୍ର ମୃତୁ୍ୟଃ ପରସ୍ପରମ୍ ।।
ଅଭିଦ୍ରବତି ମାମୀଶ ଶରସ୍ତପ୍ତାୟସୋ ବିଭୋ ।
କାମଂ ଦହତୁ ମାଂ ନାଥ ମା ମେ ଗର୍ଭୋ ନିପାତ୍ୟତାମ୍ ।।

।। ଶ୍ରୀ ଭା: ୧/୮/୯-୧୦ ।।

ପ୍ରଭୁ ଦେଖିଲେ ପାଣ୍ଡବ ବଂଶକୁ ନିର୍ମୂଳ କରିବା ନିମନ୍ତେ ଅଶ୍ୱଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛି । ଉତ୍ତରା ଗର୍ଭରେ ପିଲାଅଛି, କେବଳ ଉତ୍ତରା ଓ ଭଗବାନଙ୍କୁ ଜଣାଥିଲା । ଅଶ୍ୱଥାମା ତାର ଦିବ୍ୟ ଦୃଷ୍ଟିରେ ଏହା ଦେଖିପାରି ପ୍ରତିଶୋଧ ନେବାପାଇଁ ଅସ୍ତ୍ର ପ୍ରୟୋଗ କରିଛି । ଉତ୍ତରା କହୁଛନ୍ତି ହେ କୃଷ୍ଣ ଆଜି ମୋର ଇଷ୍ଟ କଳଙ୍କିତ ହୋଇଯିବ । କଥା ଏଠି ମୋ ସନ୍ତାନର ନୁହେଁ, କଥା ତୁମକୁ, ଲୋକ କଣ କହିବେ, ଯେଉଁ ବଂଶକୁ ଭଗବାନ କୃଷ୍ଣ ସୁରକ୍ଷା ଦେଉଥିଲେ, ସେହି ବଂଶର ଉତ୍ତରାଧିକାରୀ ହୋଇ କେହି ରହିଲେନି । ଏ ବଂଶରେ ତୁମ ଭକ୍ତିର ପରମ୍ପରା ଚାଲିଆସିଛି, ଏହି ପରମ୍ପରାକୁ ଆଗକୁ ବଢ଼ାଇବାର ବାଳକ ମୋ ଗର୍ଭରେ ଅଛି । ଏଥିପାଇଁ ତୁମେ ଭକ୍ତି ଓ ସେବାର ପରମ୍ପରାକୁ ରକ୍ଷା କରିବା ପାଇଁ ଏ ବାଳକକୁ ବଞ୍ଚାଅ । ହେ ଜଗଦୀଶ ଯିଏ ସନ୍ଥ ସିଏ ଆକାଶରେ ଉଡନ୍ତି, ତୁମେତ ମହାସନ୍ଥ, ତୁମେତ ମୋ ଗର୍ଭକୁ ଆସିପାରିବ ନା । ଆଜି ପ୍ରଭୁ ବୁଢା ଆଙ୍ଗୁଠି ଟିପ ସମାନ ହୋଇ ଉତ୍ତରାଙ୍କ ଗର୍ଭ ଭିତରକୁ ଯାଇ ମୃତପ୍ରାୟ ଶିଶୁକୁ ରକ୍ଷା କରଛନ୍ତି, ଯାହାଙ୍କର ନାମ ପରୀକ୍ଷିତ ରଖାଯାଇଥିଲା ।

କୁନ୍ତୀ ପ୍ରସଙ୍ଗ :

ଭଗବାନ ଦ୍ୱାରିକା ଯିବାକୁ ବାହାରିଛନ୍ତି, ଆଜି କୁନ୍ତୀ କହୁଛନ୍ତି ହେ ଆଦି ପୁରୁଷ ମୁଁ ତୁମକୁ ପ୍ରଣାମ କରୁଛି, ତୁମେ ହିଁ ସକଳ ଜୀବଙ୍କ ଭିତରେ ଅର୍ନ୍ତଯ୍ୟାମୀ ରୂପରେ ବିରାଜିତ ଏବଂ ବାହାରେ କାଳ ରୂପରେ ସାରା ଜଗତକୁ ଭକ୍ଷଣ କରୁଛ, ତୁମର ବାସ୍ତବିକ ସ୍ୱରୂପ କଣ ତାହା କେହିବି ମନ, ବୁଦ୍ଧି ଦ୍ୱାରା ଜାଣି ପାରିବେ ନାହିଁ । ହେ କୃଷ୍ଣ ତୁମେ ମୋର ଦୁଃଖ ସମୟରେ ମୋ ପାଖରେ ଥିଲ, ଆଜି ମୋର ଭଲ ସମୟରେ ମୋ ଠାରୁ ଛାଡି ପଳାଉଛ । ତେଣୁ ମୋତେ ଆଜି ଏହି ବରଦିଅ, ସବୁବେଳେ ମୋ ଜୀବନରେ ବିପତ୍ତି ଆସୁ ।

ବିପଦଃ ସନ୍ତୁ ନଃ ଶଶ୍ୱତ୍ ତତ୍ର ତତ୍ର ଜଗଦ୍ଗୁରୋ ।
ଭବତୋ ଦର୍ଶନଂ ଯତ୍ସ୍ୟାଦପୁନର୍ଭବଦର୍ଶନମ୍ ।।

।। ଶ୍ରୀ ଭା: ୧/୮/୨୫ ।।

କୁନ୍ତୀ ଆଜି କାନ୍ଦି କାନ୍ଦି କହୁଛନ୍ତି ହେ କୃଷ୍ଣ ମୁଁ ତୁମକୁ ଚାହୁଁଛି, ତୁମେ କେମିତି ମିଳିବ, ତୁମ ପ୍ରାପ୍ତିର ଉପାୟ ଚାହୁଁଛି । ଜୀବନର ଉଦେଶ୍ୟ କୃଷ୍ଣ ପ୍ରାପ୍ତି, ଜୀବନରେ ଯେତେବେଳେ ଦୁଃଖ ଆସେ ଗୋବିନ୍ଦ ମନେ ପଡନ୍ତି, ଗୁରୁ ମନେ ପଡନ୍ତି । ସବୁବିନା ରହିପାରିବି, ଗୋବିନ୍ଦ ବିନା, ତୋ କଥା ବିନା ରହିପାରିବିନି ।

କୁନ୍ତୀ ସମର୍ପିତ ହୋଇ କହୁଛନ୍ତି :

ଦୁଃଖ ବିପତି ପ୍ରଭୁ ଦିଅନ୍ତୁ ମୋତେ
ସୁମରୁଥିବି ତବ ନାମ ସମ୍ପତି ॥

ଭୀଷ୍ମ ପ୍ରସଙ୍ଗ :

ପିତାମହ ଧର୍ମରାଜ ଯୁଧିଷ୍ଠିରଙ୍କୁ ଧର୍ମ ଉପଦେଶ ଦେଉଛନ୍ତି, ରାଜଧର୍ମ ଶିଖାଉଛନ୍ତି । ପିତାମହ କହୁଛନ୍ତି ତୁମେ ରାଜା, ଦୁଃଖୀ ହୋଇ ରୁହନା, କୁରୁକ୍ଷେତ୍ର ଯୁଦ୍ଧ, ଏତେ ଲୋକଙ୍କ ପ୍ରାଣହାନୀ, ଯାହା ହୋଇଯାଇଛି ତାକୁ ଭାବନା । ତୁମର ଧର୍ମ ରାଜା ରୂପରେ ରାଷ୍ଟ୍ରର ପୁନଉଦ୍ଧାର କର । ଏହି ସମୟରେ ଦ୍ରୌପଦୀ ହସୁଥିବାର ଦେଖି ପିତାମହ କହୁଛନ୍ତି ମାତା ମୁଁ ଜାଣିଛି, ତୁମେ କଣ ପାଇଁ ହସୁଛ । ମୁଁ ତୁମକୁ ଭାରି ସଭାରେ ସୁରକ୍ଷା ଦେଇପାରିଲିନି, କାହିଁକିନା ମୁଁ ଦୁର୍ଯେ୍ୟାଧନର ଅନ୍ନ ଖାଉଥିଲି । ସେ ପ୍ରଜାମାନଙ୍କ ତଣ୍ଟିଚିପି ଧନ ଅର୍ଜନ କରିଥିଲା । ସେହି ଧନରେ ସେମିତିକା ଅନ୍ନ ତିଆରି ହେଲା, ସେହି ଅନ୍ନ ଖାଇ ଯେଉଁ ରକ୍ତ ତିଆରି ହୋଇଥିଲା, ଏ ଶରଶଯ୍ୟାରେ ପଡି ସବୁରକ୍ତ ବହିଯାଇଛି, ଯେଉଁ ସୂକ୍ଷ୍ମ ତନ୍ତୁଗୁଡିକ ଅଛି, ସେହି ତନ୍ତୁରୁ ମିଳୁଥିବା ଜ୍ଞାନ ଆଧାରରେ କହୁଛି । ଯଦି ଆମେ ଦ୍ରୌପଦୀଙ୍କ ଜୀବନକୁ ଦେଖିବା, ଧର୍ମପୁତ୍ର ସାକ୍ଷାତ ଯୁଧିଷ୍ଠିର, ଗଦାଧାରୀ ଭୀମ, ଧନୁର୍ଦ୍ଧାରୀ ଅର୍ଜୁନ ଥିଲେ, ଗାଣ୍ଡିବ ଧନୁ ଥିଲା, ସମସ୍ତ ବଳଶାଳୀ ସ୍ୱାମି ଥିଲେ । ପିତାମହ ଭୀଷ୍ମ୍ମ, ଦ୍ରେଣାଚାର, କୃପାଚାର୍ଯ୍ୟ ସମସ୍ତେ ଥିଲେ, ସମସ୍ତଙ୍କ ଉପରେ ତାଙ୍କର ବିଶ୍ୱାସଥିଲା । ଯେତେବେଳେ ଭାରି ସଭାରେ ଦ୍ରୌପଦୀଙ୍କୁ ବସ୍ତ୍ର ହରଣ କରାଗଲା, ଏହି ସମୟରେ ଦ୍ରୌପଦୀ ସମସ୍ତଙ୍କୁ ସାହାଯ୍ୟ ମାଗିଛନ୍ତି, କେହି ସୁରକ୍ଷା ଦେଇନାହାଁନ୍ତି । ଯେତେବେଳେ ସବୁ ପ୍ରୟାସ ବ୍ୟର୍ଥ ହୋଇଛି, ସେହିି ସମୟରେ ଦ୍ରୌପଦୀ ସେଇ ଶାଶ୍ୱତ ସମ୍ବନ୍ଧକୁ ଡ଼ାକିଛନ୍ତି, ଯାହା ସହିତ ତାଙ୍କର ପ୍ରତି ମୁହୁର୍ତ୍ତରେ ଶାଶ୍ୱତ ସମ୍ପର୍କ ଥିଲା । ଆଜି ସେ ଗୋବିନ୍ଦଙ୍କୁ ମନେ ପକେଇଛନ୍ତି । “ପ୍ରପନାମ ପାହି ଗୋବିନ୍ଦ” ମୁଁ ତୁମ ଶରଣରେ ଅଛି, ରକ୍ଷାକର, ଏଇ ସଭାରେ ପ୍ରଭୁ ବସ୍ତ୍ର ଅବତାର ଧାରଣ କଲେ । ଦୁଶାସନ ଶାଢି ଟାଣି ଟାଣି ଥକିପଡ଼ିଲେ, ସମସ୍ତେ ଚକିତ, ଆଜି ଶାଢି ଭିତରେ ନାରୀ ନା ନାରୀ ଭିତରେ ଶାଢି ଅଛି । ଯେତେବେଳେ କେହି ସାହାରା ଦିଅନ୍ତିନି, ସୁରକ୍ଷା ପ୍ରଦାନ କରନ୍ତିନି, ସେତେବେଳେ ସେହି ଶାଶ୍ୱତ ସମ୍ବନ୍ଧ ହିଁ ସାହାରା ଦେଇଥାଏ, ପ୍ରଭୁ ଆସି ରକ୍ଷା କରିଛନ୍ତି । ହେ ଭଗବତ ପ୍ରେମୀ ସମ୍ପର୍କ ତିଆରି କର, ସମ୍ପର୍କ ନିଭାଅ ଏଥିସହିତ ଏକ ଶାଶ୍ୱତ ସମ୍ପର୍କକୁ ଆପଣଙ୍କ ଜୀବନରେ ସ୍ଥାନ ଦିଅ । ଭୀଷ୍ମ ସ୍ତìତି କରିଛନ୍ତି :

ଇତି ମତିରୁପକଳ୍ପିତା ବିତୃଷ୍ଣା ଭଗବତି ସାତ୍ୱତପୁଙ୍ଗବେ ବିଭୂମ୍ନି ।
ସ୍ୱସୁଖମୁପଗତେ କୂଚିଦ୍ବିହର୍ତ୍ତୁଂ ପ୍ରକୃତିମୁପେୟୁଷି ଯଦ୍ଭବପ୍ରବାହଃ ।।

।। ଶ୍ରୀ ଭା: ୧/୯/୩୨ ।।

ଭଗବାନ ପିତାମହଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି । ଏଠି ପିତାମହ ଭୀଷ୍ମ ପରମ ଗତିକୁ ଦର୍ଶନ କରି, ପରମ ଧାମକୁ ଯାତ୍ରା କରିଛନ୍ତି, ପରମ ସୌଭାଗ୍ୟକୁ ପ୍ରାପ୍ତି କରିଛନ୍ତି । ହେ ଭଗବତ ପ୍ରେମୀ ସଂସାର ଚିନ୍ତାକୁ ଛାଡ, ଭଗବତ ଚିନ୍ତନ କର, ଚିନ୍ତା ଆପେ ଆପେ ଅପସରିଯିବ । ଜୀବନରେ ଏମିତି ମୃତୁ୍ୟକୁ ପ୍ରାର୍ଥନା କର ଯେମିତି ମୃତୁ୍ୟର ପରୀକ୍ଷା ବାରମ୍ବାର ଦବାକୁ ନ ପଡେ ।

ପୁନରପି ଜନନମ ପୁନରପି ମରନମ ।
ପୁନରପି ଜନନୀ ଜଟଇ ଶଇଲମ ।।

ଏହି ଚକ୍ରରେ ଘୁରିବୁଲିବା, ବାରମ୍ବାର ଜନ୍ମ ନେବା, ବାରମ୍ବାର ମରିବା, ବାରମ୍ବାର ମାଆ ଗର୍ଭକୁ ଆସିବା । ଆଜି ମା ଗର୍ଭରେ, କାଲି ଗୋମାତା ଗର୍ଭରେ, ଏମିତି ଚକ୍ରରୁ ମୁକ୍ତ ହେବାକୁ ହେଲେ ଭଗବତକୁ ଗ୍ରହଣ କରିବାକୁ ହବ । ଭଗବତ ଆମକୁ ମରିବା ଶିଖାଏ, କିଏ ମୁକ୍ତ ହୋଇଯାଏ, କିଏ ମୃତୁ୍ୟକୁ ମାରି ଅମର ହୋଇଯାଏ । ଏଠି ପରୀକ୍ଷିତ ବ୍ରହ୍ମ ଅଭିଶାପ ପାଇ, ତକ୍ଷକ ନାଗଦ୍ୱାରା ଦଶିଂତ ହୋଇ, ମୃତୁ୍ୟକୁ ଜୟ କରି ପରମ ଧାମକୁ ପ୍ରାପ୍ତି କରିଛନ୍ତି । ଭଗବତ ଆମ ଜୀବନକୁ, ମୃତୁ୍ୟକୁ, ଭାବକୁ, ପରସ୍ଥିତି, ପରିବେଶ, ସ୍ଥାନ, ମନ, ବୁଦ୍ଧି, ବିବେକ, ପରିବାର, ପ୍ରିୟଜନ, ଆତ୍ମା, ପ୍ରେତତ୍ମା, ଜୀବ, ଜନ୍ତୁ, ପାଣି, ପବନ, ଗଛ, ଲତା ସମସ୍ତଙ୍କୁ ସୁଧାରି ଥାଏ ।

ପରୀକ୍ଷିତଙ୍କର ଜନ୍ମ :

ହେ ଭଗବତ ପ୍ରେମୀ ପରୀକ୍ଷିତ କଥା ଶୁଣିବା ପୂର୍ବରୁ ଯାହା ଶୁଣିଲେ ଏସବୁ ପରୀକ୍ଷିତଙ୍କର ପୁର୍ବକଥା । ପରୀକ୍ଷିତଙ୍କ ଭବିଷ୍ୟତ ଦେଖାଗଲା, ବେଦଜ୍ଞ ବ୍ରାହ୍ମଣ ପରୀକ୍ଷିତଙ୍କ ଭବିଷ୍ୟତ ଦେଖି କହିଲେ, ଅନେକ ଗୁଣରେ ଯୁକ୍ତ ହେବ ଏ ବାଳକ, ଦାଶରଥି ନନ୍ଦନ ରାମଙ୍କ ପରି ସତ୍ୟ ପ୍ରତିଜ୍ଞ ହେବ, ପ୍ରଜାପାଳକ ହେବ, ଶ୍ରୀ ସମାନ ଶରଣାଗତ ବତ୍ସଳ ହେବ, ଯଯାତିଙ୍କପରି ଧାର୍ମିକ ହେବ, ରନ୍ତିଦେବ ପରି ଉଦାର ହେବ, ବିଶ୍ୱାମିତ୍ର ପରି ମହାମାନବ ହେବ, ଅନେକ ଗୁଣିରେ ଯୁକ୍ତ ହେବ, ଦୁଇ ଅର୍ଜୁନଙ୍କ ସହ ସମାନ ଧନୁର୍ଦ୍ଧର ହେବ, (କୁନ୍ତୀ ପୁତ୍ର ଅର୍ଜୁନ ଓ କାର୍ତ୍ତବିଦ୍ୟ ଅର୍ଜୁନ) ଚକ୍ରବର୍ତ୍ତୀ ପଦକୁ ପ୍ରାପ୍ତ କରିବ । କିନ୍ତୁ ବ୍ରାହ୍ମଣ ପୁତ୍ର ଅଭିଶାପ ଫଳରେ ତକ୍ଷକ ଦଂଶନର ଏହାର ମୃତୁ୍ୟ ହେବ । ଏହା ଶୁଣି ପାଣ୍ଡବ ଚିନ୍ତିତ ହେଲେ, ଆଜି ବ୍ରାହ୍ମଣ ଶାପରେ ମରିବ ଏହା ସଦ୍ଗତି କେମିତି ହେବ ।

ତକ୍ଷକାଦାତ୍ମନୋ ମୃତୁ୍ୟଂ ଦ୍ୱିଜପୁତ୍ରୋପସର୍ଜିତାତ୍ ।
ପ୍ରପତ୍ସ୍ୟତ ଉପଶୁତ୍ୟ ମୁକ୍ତସଙ୍ଗଃ ପଦଂ ହରେଃ ।।

।। ଶ୍ରୀ ଭା: ୧/୧୨/୨୭ ।।

ବ୍ରାହ୍ମଣ କହିଲେ ଧର୍ମରାଜ ଚିନ୍ତା କରନ୍ତୁନି, ଏ ବାଳକ ବିଷ୍ଣì କୃପା ପ୍ରାପ୍ତ କରିବ, ଏଥିପାଇଁ ବ୍ରାହ୍ମଣଙ୍କ ଅଭିଶାପ ଏଠି ବରଦାନ ସାବ୍ୟସ୍ତ ହେବ, ବ୍ରହ୍ମନିଷ୍ଠ ସଦ୍ଗୁରୁଙ୍କ ଚରଣରେ ଯାଇ ସାତ ଦିନରେ ଶ୍ରୀମଦ୍ଭାଗବତକୁ ଶ୍ରବଣ କରି ପରମଗତିକୁ ପ୍ରାପ୍ତ କରିବ । ଏହାପରେ ବ୍ରାହ୍ମଣମାନେ ଦକ୍ଷିଣା ନେଇ ଯାଇଛନ୍ତି ।

ବିଦୁର ତୀର୍ଥରୁ ଫେରି ହସ୍ତିନାପୁର ଆସିଛନ୍ତି, ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିଲା ବିଦୁର ନଥିଲେ କି ବଳଭଦ୍ର ନଥିଲେ, ଯାହାଙ୍କୁ ରହିବାର ଥିଲା । ବିଦୁରଙ୍କ ରୂପରେ ଧର୍ମ ଥିଲା, କୌରବମାନେ ବିଦୁରଙ୍କୁ ବିଦା କଲେ ତାଙ୍କର ନାଶ ହେଲା । ଯେମିତି ରାବଣ ବିଭିଷଣକୁ ବିଦାକଲା ତା ନିଜ ହାତରେ ନିଜର ବିନାଶ ଲେଖିଲା । ଥରେ ବିଦୁର ଧୁତ୍ରରାଷ୍ଟ୍ରଙ୍କୁ କହୁଛନ୍ତି ମହାରାଜ ଆପଣ ମତେ ରଖିଥିଲେ, ମୋଠାରୁ ଉପଦେଶ ନେଉଥିଲେ, ମୁଁ ଧର୍ମ କଥା କହିଥିଲି, ଆପଣ ମାନିଲେନି । ଯିଏ ଶୁଣି ତାକୁ ମାନେ ସେ ଅର୍ଜୁନ, ମୁଁ ଆପଣଙ୍କ ଦାନା ଖାଇଛି, ଆପଣଙ୍କ ଭଲ ପାଇଁ କହୁଛି, ମାନନ୍ତୁ ନମାନନ୍ତୁ ଏପର୍ଯ୍ୟନ୍ତ ବଣକୁ ଯାଇ ହରି ଭଜନ କରିବାକୁ ଇଚ୍ଛା ହେଉନି । ଏଠି ପଡି ରହିଛନ୍ତି, ଯେଉଁ ପାଣ୍ଡବଙ୍କୁ ରକ୍ଷ୍ୟା ଘରେ ଜଳେଇ କରି ମାରିବାର ଷଡଯନ୍ତ୍ର କରିଥିଲେ, ଯେଉଁ ଭୀମକୁ ଖୀରିରେ ବିଷ ଦେଇ ମାରିବାକୁ ଚାହିଁଥିଲେ, ସେ ଭୀମଠୁ ଲଡୁ ଖାଉଛନ୍ତି ଲଜ୍ୟା ଲାଗୁନି, ଯାହାକୁ ଅନ୍ନରେ ବିଷ ଦେଇ ମାରିବାକୁ ଚିନ୍ତା କରିଥିଲ ତା ଘରେ ଖାଉଛ ତମକୁ ସରମ ଲାଗୁନି । ଧୁତ୍ରରାଷ୍ଟ୍ର କହିଲେ ବିଦୁର ତୁମ ବଚନ କଷ୍ଟ ଦେଇପାରେ କିନ୍ତୁ ସତ କଥା । ମୁଁ ତ ଅନ୍ଧ, ଗାନ୍ଧାରି ଆଖିରେ କପଡା ବାନ୍ଧି ଅନ୍ଧି ହୋଇ ବସିଛି, ଆମକୁ କିଏ ନେବ । ବିଦୁର କହୁଛନ୍ତି ମୁଁ ନେଇଯିବି, ହାତଧରି ନେଇଯାଇଛନ୍ତି । ହେ ଭଗବତ ପ୍ରେମୀ ଆମକୁ ଏହି ଶିକ୍ଷା ମିଳିଛି କି ଆମେ ସବୁବେଳେ ଧର୍ମ ବନି ଅନ୍ୟକୁ ସାହାଯ୍ୟ କରିବା, ପରହିତ କରିବା ।

କଳିଯୁଗର ଆଗମନ ହୋଇଛି, ପରୀକ୍ଷିତ ଦେଖୁଛନ୍ତି କେହି ଜଣେ ଏକ ଗାଈକୁ ପ୍ରହାର କରୁଛି । ପରୀକ୍ଷିତ ପଚାରୁଛନ୍ତି ତୁ କିଏ ମୋ ରାଜ୍ୟରେ । ସେ ଉତ୍ତର ଦେଉଛନ୍ତି ମୁଁ କଳି । ପରୀକ୍ଷିତ କଳିକୁ କହୁଛନ୍ତି ମୋ ରାଜ୍ୟରୁ ଯା । କଳି କହୁଛି ଆପଣଙ୍କ ରାଜ୍ୟତ ସବୁଆଡେ ଲମ୍ବିଛି, ମୁଁ କୁଆଡେ ଯିବି । କଳି ପ୍ରାର୍ଥନା କରି କହୁଛି –

ତନ୍ମେ ଧର୍ମଭୃତାଂ ଶ୍ରେଷ୍ଠ ସ୍ଥାନଂ ନିର୍ଦେଷ୍ଟìମର୍ହସି ।
ଯତ୍ରୈବ ନିୟତୋ ବତ୍ସ୍ୟ ଆତିଷ୍ଠଂ ସ୍ତେନୁଶାସନମ୍ ।।

।। ଶ୍ରୀ.ଭା – ୧/୧୭/୩୭ ।।

ପରୀକ୍ଷିତ କଳିକୁ ଚାରିଗୋଟି ସ୍ଥାନ ଦେଇଛନ୍ତି ଯଥା: ଜୁଆ, ମଦ୍ୟପାନ, ସ୍ତ୍ରୀ ସଙ୍ଗ ଓ ହିଂସା । କଳିଯୁଗ ଆହୁରି କିଛି ସ୍ଥାନ ମାଗିବାରୁ ପରୀକ୍ଷିତ ତାକୁ ସୁର୍ବର୍ଣ୍ଣ ସ୍ଥାନ ଦେଇଛନ୍ତି । ଥରେ ରାଜା ପରୀକ୍ଷିତ ଶିକାର କରିବାକୁ ବନକୁ ଯାଇଛନ୍ତି । ହରିଣ ପଛରେ ଦୌଡି କ୍ଷୁଧାତୃଷା ହୋଇ ଜଣେ ଋଷି ଆଶ୍ରମରେ ପଶି ଜଳ ମାଗିଛନ୍ତି । ଋଷି ଧ୍ୟାନରେ ବସିଥିବାରୁ ଜଳ ନ ପାଇ ପରୀକ୍ଷିତ କ୍ରୋଧାବିଷ୍ଟ ହୋଇ ପାଖରେ ପଡିଥିବା ଗୋଟିଏ ମଲା ସାପକୁ ଆଣି ମୁନିଙ୍କ ବେକରେ ପକାଇ ଦେଲେ ଏବଂ ନିଜ ରାଜଧାନୀକୁ ଫେରିଗଲେ । ସେହି ମୁନିଙ୍କର ନାମ ଥିଲା ଶମୀକ । ପାଖରେ ଖେଳୁଥିବା ମୁନିଙ୍କ ପୁଅ ଶୃଙ୍ଗୀ ଦେଖିଲା ରାଜା ପିତାଙ୍କ ସହିତ ଦୁର୍ବ୍ୟବହାର କଲେ । ପାଖରେ ଥିବା କୌଶିକୀ ନଦୀ ଜଳରେ ଆଚମନ କରି ପରୀକ୍ଷିତଙ୍କୁ ଅଭିଶାପ ଦେଲେ :

ଇତି ଲଙ୍ଘିତମର୍ଯ୍ୟାଦଂ ତକ୍ଷକଃ ସପ୍ତମେହନି ।
ଦଡ୍ଂକ୍ଷ୍ୟତି ସ୍ମ କୁଳାଙ୍ଗାରଂ ଚୋଦିତୋ ମେ ତତଦ୍ରୁହମ୍ ।।

।। ଶ୍ରୀ.ଭା – ୧/୧୮/୩୭ ।।

ଆଜିଠାରୁ ସପ୍ତମ ଦିବସରେ ତକ୍ଷକ ସର୍ପ ଆସି ତାକୁ ଦଂଶନ କରୁ । ଶମୀକ ମୁନି ଯେତେବେଳେ ଶୁଣିଲେ ରାଜାଙ୍କ ପାଖକୁ ଖବର ଦେଇଛନ୍ତି । ପରୀକ୍ଷିତ ଯେତେବେଳେ ଶୁଣିଲେ ମୁନି କୁମାରିଙ୍କ ଶାପରୁ ତକ୍ଷକ ଦଂଶିବ ସଙ୍ଗେ ସଙ୍ଗେ ରାଜଗାଦି ପରିତ୍ୟାଗ କରି ଗଙ୍ଗାନଦୀର କୂଳରେ ବସିପଡ଼ିଲେ । ଆଜି ଋଷି ମୁନିଙ୍କୁ ପ୍ରଶ୍ନ କରୁଛନ୍ତି ମୁଁ କିପରି ଏହି ଶାପରୁ ମୁକ୍ତ ହେବି । କୌଣସି ଉପାୟ ଅଛି ମୁଁ ସାତଦିନ ଭିତରେ ପ୍ରଭୁଙ୍କୁ ପାଇ, ମୋକ୍ଷ ପ୍ରାପ୍ତି କରିଯିବି । ଏହି ସମୟରେ ଦ୍ୱାରିକାଧୀଶଙ୍କ କୃପାରୁ ଶୁକଦେବ ମୁନିଙ୍କର ଆଗମନ ହୋଇଛି । ରାଜା ପରୀକ୍ଷିତ ଶୁକଦେବଙ୍କ ଚରଣରେ ବସିପଡ଼ିଛନ୍ତି । ଶୁକଦେବ ରାଜା ପରୀକ୍ଷିତଙ୍କୁ କଥା ଶୁଣାଉଛନ୍ତି, ଯାହା ବେଦବ୍ୟାସ ଶ୍ରୀମଦ୍ଭାଗବତରେ ଲେଖିଛନ୍ତି । ଶୁକଦେବ ମହାରାଜ ପରୀକ୍ଷିତଙ୍କର କୋଟି କୋଟି ପ୍ରଶ୍ନର ଉତ୍ତର ଦେଉଛନ୍ତି, କେତେବେଳେ ପ୍ରଭୁଙ୍କର ଅନନ୍ୟ ଭକ୍ତ ବିଦୁର କଥା, ସତି ପ୍ରସଙ୍ଗ, ଜଡଭରତ କଥା । ପରୀକ୍ଷିତ ହାତଯୋଡ଼ି କହିଲେ ଗୁରୁଦେବ ମୋତେ ଏମିତି କଥା ଶୁଣାନ୍ତୁ ଯେଉଁଠି ପ୍ରଭୁ ଭକ୍ତକୁ ଦର୍ଶନ କରିବାକୁ ଆସିଛନ୍ତି ।

ଧ୍ରୁବ ପ୍ରସଙ୍ଗ :

ମନୁ ଶତରୂପାଙ୍କର ଦୁଇପୁତ୍ର ଥିଲେ, ଜଣେ ପି୍ରୟବ୍ରତ ଆଉଜଣେ ଉତ୍ତାନପାଦ । ଉତ୍ତାନପାଦଙ୍କର ଦୁଇ ପତ୍ନୀ ଥିଲେ, ଜଣେ ସୁନୀତି ଆଉଜଣେ ସୁରୁଚି । ସୁନୀତି ଅର୍ଥ ସୁନ୍ଦର ନୀତିବତି, ଭାବନା ବତି, ବିଚାର ବତି । ତାଙ୍କର ଏକ ପୁତ୍ର ଥିଲା, ଯାର ନାମ ଧ୍ରୁବ । ସୁରୁଚି ଅର୍ଥ ନିଜ ପାଇଁ ରୁଚି, ଅର୍ଥାତ ସ୍ୱାର୍ଥରେ ପରିପୂର୍ଣ୍ଣ ରହିବା । ତାଙ୍କର ଏକ ପୁତ୍ର ଥିଲା, ଯାର ନାମ ଉତ୍ତମ । ଦୁଇ ବାଳକ ଧୀରେ ଧୀରେ ବଡ଼ହୁଅନ୍ତି, ସୁନୀତି ନିଜ ପୁଅକୁ ଭଲ ବିଚାରର ଶିକ୍ଷା ଦେଉଥାନ୍ତି । ସୁରୁଚି ଏତେ ସ୍ୱାର୍ଥପର ଥିଲେ ଯେ, ସେ ଚାହୁଁନଥିଲେ ଧ୍ରୁବ କେବେବି ମହାରାଜାଙ୍କ ପାଖକୁ ଆସୁ । ସେ ଚାହୁଁଥିଲେ ତାଙ୍କ ପୁଅ ଉତ୍ତମ ମହାରାଜାଙ୍କ ଉତ୍ତରାଧିକାରୀ ହଉ । ଥରେ ଧ୍ରୁବ ଯାଇ ନିଜ ପିତାଙ୍କ କୋଳରେ ବସିଛି । ଆଜି ଧ୍ରୁବ ବହୁତ ଖୁସି ଅଛି, ଏହି ଖୁସିର ଶବ୍ଦ ସୁରୁଚିଙ୍କ କାନରେ ପଡ଼ିଛି । ସୁରୁଚି ଆସି ଧ୍ରୁବକୁ ରାଜାଙ୍କ କୋଳରୁ ଟାଣି ଆଣି କହୁଛନ୍ତି, ଯା ସେ ପରମାତ୍ମାକୁ ଭକ୍ତିକର, ତାଙ୍କୁ କହ, ସେ ତୁମକୁ ମୋ ଗର୍ଭରେ ଜନ୍ମଦିଅନ୍ତୁ, ଯଦି ମୋ ଗର୍ଭରେ ଜନ୍ମନେବ ତେବେ ପିତାଙ୍କ କୋଳରେ ବସିବାର ଅଧିକାର ମିଳିବ । ଆଜି ଧ୍ରୁବ କାନ୍ଦି କାନ୍ଦି ମା ସୁନୀତିଙ୍କୁ କହିଛନ୍ତି, ମାଙ୍କ ଉପଦେଶ ଅନୁସାରେ ସେଇ ପରମାତ୍ମାଙ୍କ କୋଳକୁ ପ୍ରାପ୍ତିକରିବା ପାଇଁ ବନ ଆଡ଼କୁ ଚାଲିଛନ୍ତି । କାନ୍ଦି କାନ୍ଦି ପ୍ରଭୁଙ୍କୁ କହୁଛନ୍ତି, ପ୍ରଭୁ ଆପଣ କେଉଁଠି ଅଛନ୍ତି, ମୋତେ ଦର୍ଶନ ଦିଅନ୍ତୁ ପ୍ରଭୁ । ମୁଁ ଆପଣଙ୍କ ପାଖରେ ପହଁଚି ପାରିବିନି ସତ, କିନ୍ତୁ ଆପଣତ ମୋ ପାଖରେ ପହଁଚିପାରିବେ ପ୍ରଭୁ । ମୁଁ ଆଜି ସବୁ ସମ୍ପର୍କ ତୁଟେଇ ଆପଣଙ୍କ ପାଖକୁ ଆସିଛି ପ୍ରଭୁ । ଆଜି ନାରଦ ଦେଖୁଛନ୍ତି ପ୍ରଭୁକୁ ପାଇବା ପାଇଁ, ଏତେ ଉକିଣ୍ଠା, ପୁଣି ଏହି ଛୋଟ ପିଲାଟିର । ନାରଦ ଧ୍ରୁବଙ୍କର ଅତୁଟ ଭକ୍ତି ଦେଖି କହିଛନ୍ତି, ଆରେ ଧ୍ରୁବ ପ୍ରଭୁ କ’ଣ ଏତେ ଶୀଘ୍ର ମିଳନ୍ତି ? ବଡ଼ବଡ଼ ମୁନି କେତେ ବର୍ଷ ତପସ୍ୟା କଲାପରେ ମଧ୍ୟ ପ୍ରଭୁଙ୍କର ଦର୍ଶନ ପାଆନ୍ତିନି, ତୁମେତ ଖେଳିବା ବୟସର, ଘରକୁ ଯାଅ, ଜୀବନର ଆନନ୍ଦ ନିଅ । ଏ ବଣରେ ବହୁ ହିଂସ୍ର ପଶୁ ଅଛନ୍ତି, ସେ ତୁମକୁ ଖାଇଯିବେ । ଧ୍ରୁବ କହୁଛନ୍ତି ଯଦି ଏଇ ଶରୀରରେ ମୋତେ ପ୍ରଭୁ ମିଳିବେନି, ତାହାଲେ ଏଇ ଶରୀର ପଶୁଙ୍କ କାମରେତ ଆସିବ । ନାରଦ କହୁଛନ୍ତି ଧନ୍ୟ ବାଳକ, ଏଇ ଛୋଟ ବେଳରୁ ପ୍ରଭୁଙ୍କୁ ପାଇବା ପାଇଁ ଏତେ ବ୍ୟାକୁଳତା । ଆଜି ନାରଦ ଧ୍ରୁବକୁ କହୁଛନ୍ତି, ପ୍ରଭୁ କଣ ଆମଠାରୁ ଦୁରରେ ଅଛନ୍ତି, ସେତ ଆମ ହୃଦୟରେ ବିରାଜମାନ । ଆସ ମୁଁ ତୁମକୁ ଦର୍ଶନ କରାଇ ଦେଉଛି । ଯେତେବେଳେ ବସନ୍ତ ଆସେ ଗଛରେ ଫୁଲ ଫଳ ଆସେ, ଯେତେବେଳେ ଆମ ଜୀବନରେ ବସନ୍ତ ଆସେ, ସେ ସମୟରେ ଆମ ଜୀବନରେ କେହି ଗୁରୁ ବା ସନ୍ଥ ଆସନ୍ତି । ଯେତେବେଳେ ଜୀବାତ୍ମା ପରମାତ୍ମାଙ୍କୁ ଖୋଜେ, ସେତେବେଳେ ସେହି ମାର୍ଗରେ ତତ୍ତ୍ୱ ବତାଇବାକୁ ସନ୍ଥ ପଦାର୍ପଣ କରନ୍ତି । ମିରାବାଇ କହିଛନ୍ତି :

ସତଗୁରୁ ହାତୋ ଧରିଓ ସିରପର ଆପଶୁ ସମୁଝାଇ ।
ପଲପଲ ବିଭୁକା ରୂପ ନାହାରୋ ନିରଖ ନିରଖ ସୁଖପାଇ ।।

ନାରଦ ଧ୍ରୁବକୁ ବ୍ରହ୍ମଜ୍ଞାନ ପ୍ରଦାନ କରିଛନ୍ତି, ତାଙ୍କ କୃପାରୁ ଧ୍ରୁବ ଆଜି ନିଜ ହୃଦୟରେ ପ୍ରଭୁଙ୍କ ପ୍ରକାଶ ରୁପକୁ ଦର୍ଶନ କରିଛନ୍ତି । ହେ ଭାଗବତ ପ୍ରେମୀ ଯଦି ଈଶ୍ୱରଙ୍କର ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ସଦଗୁରୁଙ୍କ ସାନିଧ୍ୟରେ ଯିବାକୁ ପଡ଼ିବ । ଏସୃଷ୍ଟିର ଅଟଳ ନିୟମ ଯାହାକୁ ଆଜି ଧ୍ରୁବଜୀ ପାଳନ କରିଛନ୍ତି । ନାରଦଙ୍କ କୃପାରୁ ଧ୍ରୁବ ଆଜି ସେହି ପ୍ରକାଶରେ ଲୀନ ହୋଇଯାଇଛନ୍ତି । ହୃଦୟର ଗଭୀରତାରେ ପହଁଚି, ନିଜ କପାଳ ମଧ୍ୟରେ, ଯେଉଁଠାରେ ଦିବ୍ୟ ଦୃଷ୍ଟି ଅଛି, ପ୍ରଭୁଙ୍କର ଚତୁର୍ଭୁଜ ରୂପକୁ ଦର୍ଶନ କରୁଛନ୍ତି । ଏଣେ ସମସ୍ତ ଦେବତାଗଣ ଶ୍ରୀହରିଙ୍କୁ କହୁଛନ୍ତି, ଆପଣ ଧ୍ରୁବକୁ ଦର୍ଶନ ଦିଅନ୍ତୁ ପ୍ରଭୁ । ଶ୍ରୀହରି କହୁଛନ୍ତି ମୁଁ ଦର୍ଶନ ଦେବାକୁ ଯିବିନି, ଆଜି ମୁଁ ମୋ ଭକ୍ତର ଦର୍ଶନ କରିବାକୁ ଯିବି । ପ୍ରଭୁ ଧ୍ରୁବ ସାମ୍ନାରେ ସେହି ଚତୁର୍ଭୁଜ ରୂପରେ ପ୍ରକଟ ହୋଇଛନ୍ତି । ପ୍ରଭୁ ଦେଖୁଛନ୍ତି ଧ୍ରୁବ ନିଜ ହୃଦୟରେ ମୋ ଚତୁର୍ଭୁଜ ରୁପକୁ ଦର୍ଶନ କରୁଛି । ପ୍ରଭୁ ସେହି ରୁପକୁ ଅର୍ନ୍ତଧ୍ୟାନ କରିଦେଇଛନ୍ତି । ଧ୍ରୁବ ଆଖି ଖୋଲି ଦେଇଛନ୍ତି, ତା ଆଗରେ ସାକ୍ଷାତ ଶ୍ରୀହରି ଚତୁର୍ଭୁଜ ରୂପଧରି ଛିଡା ହୋଇଛନ୍ତି । ପ୍ରଭୁ ଧ୍ରୁବକୁ କୋଳରେ ବସେଇଛନ୍ତି, ଧ୍ରୁବକୁ ଆଜି କିଛି ଆବଶ୍ୟକତା ନାହିଁ, କାହିଁକିନା ପରମାତ୍ମାଙ୍କ କୋଳ ମିଳିଯାଇଛି । ପ୍ରଭୁ ପ୍ରସନ୍ନ ହୋଇ ଧ୍ରୁବଲୋକ ପ୍ରଦାନ କରିଛନ୍ତି । ଯାହା ଏ ବ୍ରହ୍ମାଣ୍ଡର ମେରୁଖୁଣ୍ଟ, ଯେଉଁ ମେରୁରେ ଦୂର ଓ ନିକଟ କ୍ରମରେ ନକ୍ଷତ୍ର ଓ ଗ୍ରହମାନେ କାଳଚକ୍ର ହୋଇ ବିଭିନ୍ନ ଦୂରତାରେ ରହି ଘୂରି ଚାଲିଛନ୍ତି । ଏହି ସମୟରେ ନାରଦଙ୍କୁ ଦେଖି ଧ୍ରୁବ ପ୍ରଣାମ କରିଛି । ନାରଦ କହୁଛନ୍ତି ଧ୍ରୁବ ପ୍ରଥମେ ଶ୍ରୀହରିଙ୍କୁ ପ୍ରଣାମ କର । ଧ୍ରୁବ କହୁଛନ୍ତି “ମୁଁ ହରିଙ୍କୁ ଛାଡି ଦେବି, କିନ୍ତୁ ମୋ ଗୁରୁଙ୍କୁ ଛାଡି ପାରିବିନି ।

ହରି ତୁର୍ଜୁ ଗୁରୁ ନା ବିସାରୁ ଗରୁକେ ସମ ହରି ଗୋନା ନେହିଁ ହାରୋ
ହରିନେ ବୋ ଶ୍ୱାସ ଛୁପାୟା ଗୁରୁ ଦୀପକ ଦେ ତାହି ଦିଖାୟା
ସବୁକୁଛୁ ହାରୁ ହରି ତୁର୍ଜୁ ପର ଗୁରୁ ନା ବିସାରୁ ।

ଆଜି ଇଶ୍ୱର ପ୍ରାପ୍ତିକରି ଧ୍ର୍ରୁବ ପିତା ଉତ୍ତାନପାଦ, ସାନମା ସୁରୁଚି, ମା ସୁନୀତିଙ୍କୁ ପ୍ରଣାମ କରିଛି ।

ହେ ଭଗବତ ପ୍ରେମୀ ସବୁ ଡ଼ିଗ୍ରୀ ସହିତ ଗୁରୁକୃପା ରୁପକ ଡ଼ିଗ୍ରୀ ହାସଲ କର । ଯେତେବେଳେ ଶିଷ୍ୟ ହାତ ଗୁରୁ ଚରଣରେ, ଗୁରୁଙ୍କର ହାତ ଶିଷ୍ୟର ମଥାରେ, ଏହାଦ୍ୱାରା ଏକ ସରକିଟ ତିଆରି ହୁଏ, ଗୁରୁଙ୍କର ଆଶୀର୍ବାଦ ମିଳେ, ଏକ ପ୍ରକାଶ ପ୍ରକଟିତ ହୁଏ । ତୁଳସୀ ଦାସ କହନ୍ତି –

ତୁଳସୀ ତୁଳସୀ ସବ୍ କହେ ତୁଳସୀ ବନ କି ଘାସ ।
ତୁଳସୀ କ୍ୟା ହେ
ତୁଳସୀ ତୋ ଏକ ଅଧମ ନୀଚ ନିମ୍ନସ୍ଥିକି ଘାସ ହେ ।।
ଯବ୍ ହୋଗେଇ କୃପା ରାମକି ହୋଗେଏ ତୁଳସୀ ଦାସ କି ।

ଯେତେବେଳେ ପ୍ରଭୁ ଶ୍ରୀରାମଙ୍କର କୃପାହେଲା, ସେହି ତୁଳସୀ, ତୁଳସୀ ଦାସ ହୋଇଗଲେ, ଆଦରଣୀୟ ଓ ପୂଜନୀୟ ହୋଇଗଲେ, ଏ ସାରା ସଂସାରରେ ପ୍ରଖ୍ୟାତ ଓ ବିଖ୍ୟାତ ହୋଇଗଲେ ।

ରାମକୃଷ୍ଣ ପ୍ରସଙ୍ଗ :

ଥରେ ସନ୍ଥ ତୋତାପୁରି ରାମକୃଷ୍ଣଙ୍କ ଘରକୁ ଆସି କହୁଛନ୍ତି, ରାମକୃଷ୍ଣ ତୁମକୁ ମୋ ଶରଣକୁ ଆସିବାକୁ ପଡ଼ିବ, ତୁମକୁ ଗୁରୁଙ୍କ ଶରଣକୁ ଆସିବାକୁ ପଡ଼ିବ । ରାମକୃଷ୍ଣ ତୋତାପୁରିିଙ୍କ କଥାରେ ରାଜି ନହେବାରୁ, ତୋତାପୁରି କହିଛନ୍ତି, ରାମକୃଷ୍ଣ ଯଦି ତୁମେ ତୁମ ‘ମା’ଙ୍କୁ ପାଇବାକୁ ଚାହଁ, ତାଙ୍କ ତତ୍ତ୍ୱ ସ୍ୱରୁପକୁ ଦର୍ଶନ କରିବାକୁ ଚାହୁଁଛ, ସେଇ ଶାଶ୍ୱତ ଭକ୍ତି ଆନନ୍ଦକୁ ଚାଖିବାକୁ ଚାହୁଁଛ, ତେବେ ମୋ ଶରଣକୁ ଆସିବାକୁ ହବ । ରାମକୃଷ୍ଣ ଆଜି ‘ମା’ଙ୍କୁ ପଚାରୁଛନ୍ତି, ‘ମା’ କହୁଛନ୍ତି ରାମକୃଷ୍ଣ ବିଳମ୍ବ ନକରି ଶୀଘ୍ର ଯାଅ, ଦୀକ୍ଷା ପ୍ରାପ୍ତକର । ରାମକୃଷ୍ଣ କହୁଛନ୍ତି ମା ଯଦି ମୋତେ ଗୁରୁଙ୍କ ଶରଣରେ ଯାଇ ତୁମକୁ ଦର୍ଶନ କରିବାର ଥିଲା, ତେବେ ମୁଁ ତୁମ ପାଖରେ ଯେଉଁ ଭକ୍ତି କରୁଥିଲି, ମୋତେ ଆଗରୁ କାହିଁକି ଜଣେଇଲେନି ।

ମା କହୁଛନ୍ତି ରାମକୃଷ୍ଣ ତୁମ ସମ୍ପୁର୍ଣ୍ଣ ଭକ୍ତିର ଫଳ ତୁମକୁ ମିଳିଛି, ଜଣେ ସଦ୍ଗୁରୁ ତୁମ ଦ୍ୱାରକୁ ଆସିଛନ୍ତି, ତୁମକୁ ଯାଇ ଗୁରୁଙ୍କୁ ଖୋଜିବାକୁ ପଡ଼ିନି । ମୁଁ ତୁମ ଉପରେ କୃପା କରିଛି, ଆଜି ସଦଗୁରୁ ତୁମ ଦୁଆରେ ଛିଡ଼ା ହୋଇଛନ୍ତି । ହେ ଭଗବତ୍ ପ୍ରେମୀ ଯିଏ ନିଜ ହୃଦୟକୁ ପାତ୍ର ବନେଇ ପ୍ରଭୁଙ୍କର ସମ୍ମୁଖରେ ଛିଡ଼ା କରେ ସେହିଁ ପ୍ରଭୁଙ୍କ କୃପାର ଆନନ୍ଦ ପାଏ ।

ମିରାବାଇ ପ୍ରସଙ୍ଗ :

ଥରେ ଲୁହ ଓ ଅଗ୍ନି ନିଜଭିତରେ କଥା ହେଉଛନ୍ତି । ଏମାନେ ଜାଣିଛନ୍ତି ଯଦି ଲୁହ (ଜଳ) ଅଗ୍ନି ପାଖରେ ପହଁଚିବ ତେବେ ଶୁଖିଯିବ, ଯଦି ଅଗ୍ନି ଜଳ ପାଖରେ ପହଁଚିବ ତେବେ ଥଣ୍ଡା ପଡ଼ିଯିବ । ସେଥିପାଇଁ ଦୂରତା ରକ୍ଷାକରି ନିଜ ନିଜ ଭିତରେ କଥାବାର୍ତ୍ତା ହେଉଛନ୍ତି । ଜଳ ଅଗ୍ନିକୁ କହୁଛି ଭଉଣୀ କେମିତି ଅଛ, ଅଗ୍ନି କହୁଛି ଠିକ୍ ଅଛି କିନ୍ତୁ ଏ ପ୍ରକୃତି କେତେ ନିଷ୍ଠୁର ଆମକୁ ମିଶିବାକୁ ଦଉନାହିଁ, ଜଳ କହୁଛି ଭଉଣୀ ତୁମେ ଠିକ୍ କହୁଛ । କିନ୍ତୁ ମୁଁ ଶୁଣିଛି ପ୍ରକୃତି ଯେତେବେଳେ ଅସମର୍ଥ ହୁଏ, ସେତେବେଳେ ପ୍ରକୃତିର ବନ୍ଧନରୁ ମୁକ୍ତ ହୋଇ ଆମେ ଭକ୍ତର କାମରେ ଆସନ୍ତି । ପ୍ରକୃତି ଯେତେବେଳେ ଦୁଇ ବିରୋଧୀଙ୍କୁ ଗୋଟେ ଯାଗାରେ ରଖିପାରେ ନାହିଁ, ସେହି ସମୟର ଭକ୍ତ ଲୁହ ଓ ଅଗ୍ନି ଦୁଇଜଣଙ୍କୁ ଜୀବନରେ ସ୍ଥାନଦିଏ । ଲୁହ ସମ୍ବେଦନକୁ ଜନ୍ମଦିଏ, ଅଗ୍ନି ଅନ୍ୟାୟ, ଅତ୍ୟାଚାର ବିରୁଧ୍ୟରେ ଲଢିବାର ସାହସ ଦିଏ । ଲୁହ ଓ ଅଗ୍ନି ଏ ଦୁହିଁଙ୍କ ସାଙ୍ଗରେ ଯାହାର ମିଳନ ହୁଏ ସେ ହେଉଛନ୍ତି ମୀରାବାଇ, କୃଷ୍ଣ ପ୍ରେମରେ ଯାହାଙ୍କର ଦିନ ଯାଉଥିଲା । ଯେତେବେଳେ ମୀରାବାଇଙ୍କର ବାହାଘର ଚିତୋରର ରାଜକୁମାର ଭୋଜରାଜଙ୍କ ସହିତ ହୁଏ । ଆଜି ମିରା ସାମ୍ନା କରିଛନ୍ତି ପଶୁବଳିଙ୍କୁ, ରାଜମାତା କହିଛନ୍ତି ଏ ଆମ ପରମ୍ପରା, ଯଦି କେହି କନ୍ୟା ବିଭାହୋଇ ଆସେ, ତାହା ହାତରେ ମହା ପ୍ରସାଦ ବନାଯାଏ । ମୀରା କହୁଛନ୍ତି ପଶୁବଳିରେକେଉଁଠି ମହାପ୍ରସାଦ ହୁଏ, ଏତ ମହାପାପ ଅଟେ । ମୁଁ ଶୁଣିଛି ଯାହା ଆମ ତନ, ମନ ଓ ଚିତ୍ତକୁ ଆନନ୍ଦିତ କରେ ତାକୁ ପ୍ରସାଦ କୁହାଯାଏ । ଏ ପ୍ରାଣୀ ଯାହାର ରଚନା ଇଶ୍ୱର କରିଛନ୍ତି, ତାଙ୍କ ଆଗରେ ଏହାର ଅନ୍ତ କରିବ, ସେ କଣ ପ୍ରସନ୍ନ ହେବେ । ହେ ଭଗବତ ପ୍ରେମୀ ଆଜି ମିରା ଏଠି ଅନ୍ୟାୟ ବିରୁଦ୍ଧରେ ଲଢ଼ିଛନ୍ତିତ ପୁଣି କେତେବେଳେ କୃଷ୍ଣ ପ୍ରେମରେ ବିଭୋର ହୋଇଯାଇଛନ୍ତି ।

ସନ୍ଥ ପ୍ରସଙ୍ଗ :

ଭଗବାନ ଧ୍ୟାନରେ ବସିଛନ୍ତି, ଯୁଧିଷ୍ଠିର କହୁଛନ୍ତି ହେ କେଶବ ବଡ ବଡ ଯୋଗି ଆପଣଙ୍କୁ ଧ୍ୟାନ କରନ୍ତି, କିନ୍ତୁ ଆପଣ କାହାକୁ ଧ୍ୟାନ କରୁଛନ୍ତି, ପ୍ରଭୁ ଆଜି କାନ୍ଦି କାନ୍ଦି କହୁଛନ୍ତି, ସଂସାରରେ ମୋ ପାଇଁ କାନ୍ଦିବାକୁ ବହୁତ ଲୋକ ଅଛନ୍ତି, କିନ୍ତୁ କିଛି ଏମିତି ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ମୋ ଆଖିରୁ ଲୁହ ଝରେ । ଦୁନିଆଁ ମୋତେ ଧ୍ୟାନ କରେ, ମୁଁ ମୋ ଭକ୍ତଙ୍କୁ ଧ୍ୟାନ କରେ । ହେ ଭଗବତ ପ୍ରେମୀ ନିର୍ଣ୍ଣୟ କରନ୍ତୁ ଆପଣ କେମିତିକା ବ୍ୟକ୍ତିତ୍ୱ ।
ଯୁଧିଷ୍ଠିର କହୁଛନ୍ତି ହେ କେଶବ, ଆପଣ ସବୁବେଳେ ସନ୍ଥଙ୍କ ପଛରେ କାହିଁକି ଗୋଡାନ୍ତି । ପ୍ରଭୁ କହୁଛନ୍ତି ଭଗବତ ନଶାକୁ ଯିଏ ପାନ କରେ, ଆଉ ଏହି ନିଶାଦ୍ୱାରା ମୋ ନାମକୁ ଜପି ଜପି ପଡି ଉଠି ଚାଲେ, ସେହି ଭକ୍ତର, ସେହି ସନ୍ଥର ଚାଲିବାରେ ଯେଉଁ ଧୂଳି ଉଡେ, ସେହି ଧୂଳି ଉଡି ମୋ ଉପରେ ପଡିଯାଉ, ସେଥିପାଇଁ ମୁଁ ତାଙ୍କ ପଛେ ପଛେ ଗୋଡାଏ ।

ଭିକ୍ଷା ପ୍ରସଙ୍ଗ :

ଜଣେ ମହାତ୍ମା ଭିକ୍ଷା ମାଗିବାକୁ ଆସିଛନ୍ତି । ଛୋଟ ଝିଅଟିଏ ବାହାରି ଆସି କହୁଛି, ବାବା ମୁଁ ବହୁତ ଗରିବ, ମୋ ପାଖରେ କିଛି ନାହିଁ, ମୁଁ କଣ ଦେବି । ବାବା କହୁଛନ୍ତି ବୁଢ଼ୀ ତୋ ଘରେ ମାଟି ଅଛିତ, ମୁଠେ ମାଟି ନେଇ ଆସ, ବାବା ମାଟି ନେଇ କରି ଆସିଛନ୍ତି । ବାବାଙ୍କ ଶିଷ୍ୟ କହୁଛନ୍ତି, ଗୁରୁଜୀ ଏ ମାଟି ନେଇ ଆମେ କଣ କରିବା । ଗୁରୁଜୀ କହୁଛନ୍ତି ବାବୁ, ଆଜି ଯଦି ଆମେ ଖାଲି ହାତରେ ଫେରି ଥାଆନ୍ତେ, ତାର ଦେବାର ଯେଉଁ ଅଭ୍ୟାସ ନ ବଢ଼ି, ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଆନ୍ତା । କିଛି ନ ହେଲେ ତାର ଦେବାର ଇଚ୍ଛା ବନି ରହୁ, ଆଜି ପରମାତ୍ମା ମାଟି ଦେଇଛି, କାଲି ୧ ଟଙ୍କା ଦେବ, ପରଦିନ ରୁଟି ଦେବ, ପରେ ଭୋଜନ କରାଇବ, ତାର ଜୀବନ ସଫଳ ହୋଇଯିବ ।
ହେ ଭଗବତ ପ୍ରେମୀ ଆପଣ ଯେଉଁ ଛୋଟ ମୋଟ ଦାନ କରୁଛନ୍ତି, ରାଶି ଛୋଟ ହଉ କି ବଡ ହଉ, ସାଥିରେ ନିଜ ପିଲାମାନଙ୍କୁ ରଖନ୍ତୁ, ଯାହାଦ୍ୱାର ତାଙ୍କର ଦାନ ଦେବାର ଅଭ୍ୟାସ ଜାରି ରହିବ ।

ବୈରାଗ ପ୍ରସଙ୍ଗ :

ଥରେ ଶୁକଦେବ ରାଜା ଜନକଙ୍କ ରାଜଭବନରେ ଉପସ୍ଥିତ ଅଛନ୍ତି । ରାଜଭବନର ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ଦେଖି ମନରେ ପ୍ରଶ୍ନ ଆସିଲା । ଶୁକଦେବ କହୁଛନ୍ତି ହେ ରାଜନ ଏ ସୁନ୍ଦର ମହଲରେ ରହି କିପରି ଇଶ୍ୱରଙ୍କର ଭକ୍ତି କରିପାରୁଛନ୍ତି । ରାଜା ଜନକ କହିଲେ ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ପରେ ଦେବି, ପ୍ରଥମେ ଆପଣ ଏ ରାଜମହଲର ସୁନ୍ଦରତାକୁ ଦର୍ଶନ କରି ଆସନ୍ତୁତ ? ଶୁକଦେବ ଦର୍ଶନ କରିବାକୁ ବାହାରୁଛନ୍ତି, ଜନକ କହିଲେ, ମହାତ୍ମା ଟିକେ ରୁହନ୍ତୁ, ଏ ତେଲର ପାତ୍ର ଧରନ୍ତୁ, ଧ୍ୟାନ ରଖନ୍ତୁ ଏ ପାତ୍ରରୁ ଗୋଟେ ବୁନ୍ଦା ତେଲ ଯେମିତି ତଳେ ନ ପଡେ । ତେଲ ପାତ୍ର ପୂରା ପୂର୍ଣ୍ଣ ଥାଏ, ଶୁକଦେବଙ୍କ ଧ୍ୟାନ ତେଲ ପାତ୍ରରେ ଥାଏ । ପୁରା ରାଜଭବନ ଭ୍ରମଣ କରି ଜନକଙ୍କ ପାଖରେ ପହଁଚିଗଲେ, ଜନକ କହିଲେ ଶୁକଦେବ କେମିତି ଥିଲା ଏ ରାଜମହଲ । ଶୁକଦେବ କହିଲେ ମୁଁ ତ ଦର୍ଶନ କରିନି, ଜନକ କହିଲେ କାହିଁକି, ଶୁକଦେବ କହିଲେ ମୋର ନଜର ତେଲ ପାତ୍ର ଉପରେ ଥିଲା । କାଳେ ଏ ପାତ୍ରରୁ ଗୋଟେ ବୁନ୍ଦା ତେଳ ପଡିଯିବ ସେଥିପାଇଁ ମୁଁ ଦର୍ଶନ କରିପାରଲିନି । ମହାରାଜ ଜନକ ହସିକରି କହିଲେ ଶୁକଦେବ ଏ ହେଉଛି ତୁମ ପ୍ରଶ୍ନର ଉତ୍ତର । ମୁଁ ରାଜଭବନରେ ରହୁଛି ସତ, କିନ୍ତୁ ମୋର ଧ୍ୟାନ ସବୁବେଳେ ସେହି ଇଶ୍ୱରଙ୍କଠାରେ ରହିଥାଏ । ମୁଁ ସଂସାରରେ ରହି ମଧ୍ୟ ଏ ଚାକଚକ୍ୟରେ ଲିପ୍ତ ନ ରହି ବୈରାଗ୍ୟ ଭାବରେ ରହୁଥିଲି । ସନ୍ଥ କହିଛନ୍ତି :

ନିମ ନିମ କହେ ମୁଖ କଡବା ହୋଏ ।
ନିମତୋ କଡବା ହୋଏ ନିମିକି ଖଣ୍ଡସେ ।।
ଖଣ୍ଡ ଖଣ୍ଡ କହେ କବ ହୋନା ମୁଖ ମିଠା ହୋଏ ।
ମୁଖତୋ ମିଠା ହୋଏ ଖଣ୍ଡକି ଖଣ୍ଡ ସେ ।।
ରାମ ରାମ କହେ କବ ହୋନା ଶାନ୍ତି ହୋଏ ।
ଶାନ୍ତିତୋ ହୋଏ ରାମକି ପହେଚାନ ସେ ।।

 

ନିମ ନିମ ଦିନ ସାରା କୁହନ୍ତୁ, କେବେବି ମୁଖ ପିତା ହୁଏନି, ମିଠା ମିଠା କହି ଚାଲନ୍ତୁ, କେବେବି ମୁଖ ମିଠା ହୁଏନି, ରାମ ରାମ କହିଲେ ଶାନ୍ତି ମିଳିବନି, ଶାନ୍ତି ମିଳିବ ଯେତେବେଳେ ରାମ ଆମ ଘଟରେ ଦର୍ଶନ ଦେବେ ।
ହେ ଭଗବତ ପ୍ରେମୀ ସେହି ଜ୍ଞାନକୁ ପ୍ରାପ୍ତ କରନ୍ତୁ ଯାହା ସବୁ ବିଦ୍ୟାର ମୂଳ ଅଟେ । ଆମକୁ ସେହି ଶାଶ୍ୱତ ଜ୍ଞାନ ପ୍ରାପ୍ତି କରିବାକୁ ହେବ । ଯେତେବେଳେ ଆମେ ଗୁରୁଙ୍କ କୃପାରୁ ଆମ ଘଟରେ ସେହି ଶାଶ୍ୱତର ଦର୍ଶନ କରିବା, ସେତେବେଳେ ଭକ୍ତିର ଆରମ୍ଭ ହେବ । ଭକ୍ତି ପରେ ଜୀବନରେ ବୈରାଗ୍ୟର ଆରମ୍ଭ ହେବ । ସେଥିପାଇଁ ସଂସାର ଛାଡି କୁଆଡେ ଯିବାକୁ ପଡିବନି । ଯେପରି ପଦ୍ମ ପଙ୍କରେ ଜନ୍ମ ନେଇ ମଧ୍ୟ ପଙ୍କରେ ରହେ ନାହିଁ, କାହିଁକିନା ତାର ସମ୍ବନ୍ଧ କେବଳ ସୂର୍ଯ୍ୟଙ୍କ ଠାରେ, ସୂର୍ଯ୍ୟଙ୍କୁ ଦେଖି ଖେଳେ, ସୂର୍ଯ୍ୟ ଅସ୍ତ ହେଲେ ନିଜେ ଅସ୍ତ ହୋଇଯାଏ । ଏମିତି ବୈରାଗ ହେଉଛି ପଦ୍ମ । ହେ ଭଗବତ ପ୍ରେମୀ ଯଦି ସଂସାରରେ ରହିବାର ଅଛି, ମୋହ ମାୟା ତ୍ୟାଗକରି ପଦ୍ମ ପରି ରୁହ ।

ଗୋବିନ୍ଦ ପ୍ରସଙ୍ଗ :

ଜଣେ ପଣ୍ଡିତ ଭାଗବତ ପାଠ କରୁଥିଲେ । କିଛି ଦିନ ପରେ ତାଙ୍କର ଗୋଟିଏ ପୁଅ ହେଲା । ଧୀରେ ଧୀରେ ବାପାଙ୍କଠୁ ଭାଗବତ ପାଠ ଶିଖିଗଲା । ବାପାଙ୍କ ମୃତୁ୍ୟ ପରେ, ପୁଅବି ଭାଗବତ ପାଠ କରିବାକୁ ଲାଗିଲେ । ତାଙ୍କ ପୁଅର ଭାଗବତ ଜ୍ଞାନ ଅଧିକ ହୋଇଗଲା । ସକାଳେ ପତ୍ନୀ ଯାହା ତିଆରି କରନ୍ତି, ଖାଆନ୍ତୁ କି ନଖାଆନ୍ତୁ ପୋଥିକୁ ଧରି ମନ୍ଦିର ଯାଇ ବହୁତ ସୁନ୍ଦର ଭାବରେ ଭାଗବତ ପାଠ କରନ୍ତି । ପିଲା ଛୋଟଥିଲେ ସ୍ତ୍ରୀ ଛୋଟମୋଟ କାମ କରୁଥିଲେ । ଦିନକୁ ଦିନ ଘରର ସ୍ଥିତି ଖରାପ ହୋଇଗଲା । ଯେ ପର୍ଯ୍ୟନ୍ତ ଖାଇବା ଆସିଯାଉଥିଲା, ସ୍ତ୍ରୀ କିଛି କହୁନଥିଲେ । ଧୀରେ ଧୀରେ ଘରୁ ବାସନ କୁସନ ବିକ୍ରି ହବାରେ ଲାଗିଲା । ସ୍ତ୍ରୀ କିଛି କହିଲେନି । ଦିନେ ଘରେ କିଛି ନଥିଲା, ପଣ୍ଡିତ ମନ୍ଦିରରେ ଭାଗବତ ପାଠ କରୁଥାନ୍ତି, ସ୍ତ୍ରୀ ରାଗିଯାଇ କହିଲେ, ତୁମେ ଯେଉଁ ଭାଗବତ ପଢୁଛ, ସେ କଣ ତୁମକୁ ଖାଦ୍ୟ ଦବ, ଭୋକରେ ପିଲାମାନେ ତ ମରିଯିବେ । ସ୍ତ୍ରୀ ରାଗରେ ପୋଥିକୁ ଫୋପାଡ଼ି ଦେଲେ । ପଣ୍ଡିତ କାନ୍ଦି କାନ୍ଦି ପୋଥିକୁ ଉଠାଇଲେ ଓ କହିଲେ ହେ କୃଷ୍ଣ ମୁଁ ତ କାହାକୁ ଜାଣିନି, ତୁମର ସେବା କରୁଛି, ମୋ ସ୍ତ୍ରୀ କୁ କ୍ଷମା କରିଦିଅ । ସଂନ୍ଧ୍ୟା ସମୟ କିଏ ଆସି କବାଟ ବାଡେଇଲେ, ସ୍ତ୍ରୀ ଦ୍ୱାରା ଖୋଲି ଦେଖିଲେ ଜଣେ ଧନୀଲୋକ ଆସି କହୁଛନ୍ତି, ଦେବୀ ଏ ଥଳିଟି ରଖ, ପଣ୍ଡିତଙ୍କୁ କହିଦେବ ଚିନ୍ତା କରିବେନି, ଦରମା ବହୁତ ବାକିଅଛି । ଆଜି ବ୍ରାହ୍ମଣୀ ଥଳିରୁ ଏକ ହୀରା ନେଇ ବଜାରକୁ ଯାଇ, ସୁନାରିକୁ ଦେଖାଇ କହିଲେ କେତେ ହେବ ! ସୁନାରି କହିଲା ଏହାର କୌଣସି ମୂଲ୍ୟ କହିହେବନି, ଏହାତ ଅମୂଲ୍ୟ, ଯେତେ ଦରକାର ସେତେ ନେଇଯାଅ । କୋଟିଏ ଟଙ୍କାରେ ବିକି ଘରର ଜିନିଷ ପତ୍ର ନେଇ ଆସିଲେ । ପଣ୍ଡିତ ଘରକୁ ଆସିଲେ, ସ୍ତ୍ରୀ କହିଲେ ତୁମେ କାମ କରୁଥିଲ, ମୋତେ ଲୁଚାଇ ରଖିଥିଲ । ଜଣେ ଧନୀ ଲୋକ ଆସିଥିଲେ, ସେ ଆପଣଙ୍କ ଦରମା ଦେଇଯାଇଛନ୍ତି । ଏହାଶୁଣି ପଣ୍ଡିତ କାନ୍ଦି କାନ୍ଦି କହିଲେ ଦେବୀ ମୁଁ ତ କୌଣସି ଧନୀଲୋକଙ୍କ ପାଖରେ କାମ କରୁନଥିଲି ମୁଁ ତ ଗୋବିନ୍ଦଙ୍କ ପାଖରେ ଚାକିରି କରୁଥିଲି । ସିଏ ଆଉ କେହି ନୁହଁନ୍ତି, ସେତ ସାକ୍ଷାତ କୃଷ୍ଣ । ଦେବୀ ତୁମେ ଧନ୍ୟ ହୋଇଗଲ ସେ ତ ଧନୀଲୋକଙ୍କ ଠୁ ଧନୀ ।
ଆଜି ପ୍ରଭୁ ଆବିର୍ଭାବ ହୋଇଛନ୍ତି । ପଣ୍ଡିତ ମନଦୁଃଖ କରୁଥିବାର ଦେଖି ପ୍ରଭୁ ପଚାରିଛନ୍ତି, ପଣ୍ଡିତ କହୁଛନ୍ତି ତୁମେ କାହିଁକି ଏକୁଟିଆ ଆସିଲ, କିଶୋରିଜୀଙ୍କୁ ସାଙ୍ଗରେ ଆଣିଲନି । ଆଜି ଯୁଗଳ ରୂପରେ ପ୍ରଭୁ ପଣ୍ଡିତଙ୍କୁ ଦର୍ଶନ ଦେଇ କହୁଛନ୍ତି, ତୁମେ ଜୀବନସାରା ଏମିତି ଭାଗବତ ପାଠ କର, ମୁଁ ପ୍ରତିି ମାସରେ ଆସି ଦରମା ଦେଇଯାଉଥିବି ।

ସନ୍ଥ ଦାସ ପ୍ରସଙ୍ଗ :

ରୁକ୍ମଣୀ ଡାକିଲେ ପ୍ରଭୁ ଆସି ଯାଆନ୍ତି, ଭକ୍ତ ଡାକିଲେ ପ୍ରଭୁ ଆସି ଯାଆନ୍ତି, ଆମେ ଡାକିଲେ ପ୍ରଭୁ ଆସନ୍ତିନି । କୁହାଯାଏ ଆମ ପାଖରେ ସେ ଭାବ ନାହିଁ, ଠାକୁରଙ୍କୁ ଡାକିବା ପାଇଁ । ଯେଉଁଦିନ ଠାକୁରଙ୍କୁ ଡାକିବାର ଉପାୟ ଆସିବ, ଭଗବାନ ମନ୍ଦିର ଛାଡି ଆମ ପାଖକୁ ଆସିଯିବେ । ଠାକୁରଙ୍କ ଭୋଗ ଲାଗି ସନ୍ଥ ଦାସ ଜାଗା ବିକି ଦେଇଛି । ଏହି ସମୟରେ ଜଗନ୍ନାଥ ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ, ହେ ରାଜନ, ତୁମେ ଯେଉଁ ଭୋଗ ଲଗାଉଛ ସେଥିରେ ଆନନ୍ଦ ନାହିଁ । ମୁଁ ତ ପ୍ରତିଦିନ ସନ୍ଥଦାସ ପାଖକୁ ଯାଇ ଭୋଗ ଗ୍ରହଣ କରୁଛି ।

ଅଜାମିଳ ପ୍ରସଙ୍ଗ :

ରାଜା ପରୀକ୍ଷିତ ପୁନର୍ବାର ହାତ ଯୋଡ଼ି କହିଲେ ଗୁରୁଦେବ, ଆପଣ ମୋତେ ପ୍ରଭୁଙ୍କର ସମସ୍ତ ଲିଳାର ରସପାନ କରେଇଲେ, ସୃଷ୍ଟିର ନିର୍ମାଣ କେମିତିହେଲା, ନର୍କର ଗତି ବିଷୟରେ ଶୁଣାଇଲେ, ଗୁରୁଦେବ ଦୟାକରି କହିବେ ନର୍କର କବଳରୁ ବଞ୍ଚିବାର ଉପାୟ କଣ, ଯିଏ ନର୍କର ଦୂଆରେ ପହଁଚିଛି, ପ୍ରଭୁ ତାର କେମିତ କଲ୍ୟାଣ କରିଛନ୍ତି । ଶୁକଦେବ କହୁଛନ୍ତି ଯେତେବେଳେ ମାନବ କୁକର୍ମ କରେ ଆଉ ତାର ପ୍ରାୟଶ୍ଚିତ କରେ ନାହିଁ, ସେ ପର୍ଯ୍ୟନ୍ତ ତାକୁ ନର୍କ ଭୋଗିବାକୁ ପଡ଼େ । ପରୀକ୍ଷିତ କହୁଛନ୍ତି ହେ ଗୁରୁଦେବ ମୁଁ ମାନୁଛି ମାନବ କୁକର୍ମ କରେ କିନ୍ତୁ ଯେତେବେଳେ ଚେତନା ଆସେ ତାର ପ୍ରାୟଶ୍ଚିତ ମଧ୍ୟ କରେ । ପୁଣି କିଛି ସମୟପରେ ସେହି କୁକର୍ମ କରେ, ଏଥିରେ ତାର ପ୍ରଥମ ପ୍ରାୟଶ୍ଚିତବିି ବ୍ୟର୍ଥ ହୋଇଯାଏ, ତେବେ ଏହାର ଉପାୟ କଣ ? ଶୁକଦେବ କହୁଛନ୍ତି ଏ ବାହାର ପ୍ରୟାସଦ୍ୱାରା ପାପନାଶ ହୁଏ ନାହିଁ । ପ୍ରାୟଶ୍ଚିତ କରିବାର ଏକମାତ୍ର ଉପାୟ ହେଉଛି ତତ୍ତ୍ୱଜ୍ଞାନ, ମୋ ପ୍ରଭୁଙ୍କର ସ୍ୱଭାବ, ଜୀବ ଯେତେ କାଳଭ୍ରଷ୍ଟ, କର୍ମଭ୍ରଷ୍ଟ ହେଲେବି ତା ଉପରେ ଦୟା ବୃଷ୍ଟି କରନ୍ତି । ହେ ରାଜନ ଶୁଣ କାମିନି କାଞ୍ଚନ ନଗରରେ ଜଣେ ବ୍ରାହ୍ମଣ ରହୁଥିଲେ, ବେଦ ବିଶେଷଜ୍ଞ ସହିତ ବ୍ରହ୍ମ ଜ୍ଞାନୀ ଥିଲେ, ଗୁରୁଙ୍କଠାରୁ ଜ୍ଞାନ ପ୍ରାପ୍ତି କରିଥିଲେ । ଯାର ପୁତ୍ରଙ୍କର ନାମ ଥିଲା ଅଜାମିଳ, ଯାହାର ଗୋଟେ ଅର୍ଥ ମାୟାରେ ଲିପ୍ତ ଅନ୍ୟ ଏକ ଅର୍ଥ ବ୍ରହ୍ମସହିତ ମିଶିବା । ଯାହା ଯିବର ମାୟାରୁ ଆରମ୍ଭ ହୋଇ ବ୍ରହ୍ମରେ ମିଶିବାର ରାସ୍ତା, ଅଜାମିଳ ପ୍ରସଙ୍ଗ । ଅଜ ଅର୍ଥ – ପରମାତ୍ମା, ମିଳ ଅର୍ଥ – ମିଳନ ହେବା, ଅଜାମିଳ ଅର୍ଥ – ପରମାତ୍ମାଙ୍କ ସହ ଦେଖାହେବା । ଅଜାମିଳ ମଧ୍ୟ ଗୁରୁଙ୍କ ଶରଣରେ ଥିଲେ, ବ୍ରହ୍ମଜ୍ଞାନକୁ ପ୍ରାପ୍ତ କରିଥିଲେ । ପ୍ରତିଦିନ ଗୁରୁଙ୍କର ସାନିଧ୍ୟ ପାଇଁ ଯାଉଥିଲେ, ଗୁରୁଙ୍କ ଚରଣରେ ବସି ସତ୍ସଙ୍ଗ ଶୁଣୁଥିଲେ, ଗୁରୁ ଆଶ୍ରମରେ ସେବା କରୁଥିଲେ, ଜୀବନ ପ୍ରସନ୍ନ ଥିଲା, ଖୁସିରେ ସମୟ ଯାଉଥିଲା । ଦିନେ ଗୁରୁ ଅଜାମିଳକୁ କହିଲେ ମୁଁ ଜାଣିଛି ତୁମେ ପ୍ରତିଦିନ ମୋତେ ଦର୍ଶନ କରିବାକୁ ଆସୁଛ କିନ୍ତୁ ପୁତ୍ର ମୁଁ ଯା କହିବି ତୁମେ ମାନିବ । ଅଜାମିଳ ହାତ ଯୋଡ଼ି କହିଲେ ଗୁରୁଦେବ ଆପଣଙ୍କ ଆଜ୍ଞା ଚିରୋଧାର୍ଯ୍ୟ, କୁହନ୍ତୁ । ଅଜାମିଳ ତୁମେ ମୋର ଦର୍ଶନ କରିବାକୁ ନଗର ମଧ୍ୟ ଦେଇ ଆସୁଛୁ, ଆଜିଠାରୁ ନଗର ମଧ୍ୟ ରାସ୍ତାଦେଇ ଆସିବନି, ନଗର ବାହାର ଦେଇ ଯେଉଁ ରାସ୍ତା ଆଶ୍ରମକୁ ଆସିଛି ସେହି ରାସ୍ତାରେ ଆସିବ । ଗୁରୁଙ୍କ କଥା ମାନି ଅଜାମିଳ ପ୍ରତିଦିନ ସହର ବାହାର ରାସ୍ତା ଦେଇ ସତ୍ସଙ୍ଗ ଶୁଣିବାକୁ ଆସୁଥିଲେ । କୁହାଯାଏ ସାଧକ ଯେତେବେଳେ ଆଧ୍ୟାତ୍ମିକତାରେ ପ୍ରବେଶ କରେ, ମନ ରାସ୍ତାରେ କଣ୍ଟାସାଜେ । ଯଦି ସାଧକ ଗୁରୁଙ୍କର ଆଜ୍ଞାରେ ଚାଲେ ତାହାଲେ ସେ ମନକୁ ଗୋଲାମ ବନେଇ ପାରିବ । ଯଦି ଗୁରୁଙ୍କ କଥା ନମାନି ରାସ୍ତାରେ କୌଣସି ଫୁଲକୁ ଛୁଇଁବ ସେ କଣ୍ଟା ବନିଜିବ । ଦିନେ ଅଜାମିଳ ଗୁରୁଙ୍କ ଆଜ୍ଞାକୁ ଅବମାନନା କରି ସହର ମଧ୍ୟରାସ୍ତା ଦେଇ ଆସିଗଲେ । ଆଜି ନଗରର ଆକର୍ଷଣ ତାଙ୍କୁ ଆହୁରି ଆକର୍ଷିତ କଲା, ଯେଉଁ ପାଦ ଦ୍ରୁତ ଗତିରେ ପଡୁଥିଲା, ଆଜି ସେ ଗତି ଧିମେଇ ଗଲା । ନଗର ଆକର୍ଷଣରେ ତାର ଆଖି ଏକ ବେଶ୍ୟା ଉପରେ ପଡ଼ିଗଲା । ଯେଉଁ ଆଖି ଗୁରୁଙ୍କ ଉପରେ ପଡ଼ୁଥିଲା ଆଜି ସେଇ ଆଖି ସୁନ୍ଦରୀ ବେଶ୍ୟା ଉପରେ ପଡ଼ିଗଲା । ତାର ମନକୁ ବିକାରର ଗଳିରେ ଛାଡି, ଆନମନା ମନକୁ ବେଶ୍ୟା ପାଖର ରଖି, ତନୁକୁ ନେଇ ଆଶ୍ରମରେ ସେବା ପାଇଁ ପହଞ୍ଚିଗଲା, ବିକାରର ଗଳିରେ ଜୀବନ ଯିବାର ପବନ ବହେ, ପ୍ରାଣୀଙ୍କ ପାଇଁ ଶ୍ୱାସ ନେବା କଷ୍ଟ ହୁଏ । ଗୁରୁ କହିଲେ ଅଜାମିଳ ଠିକ୍ ଅଛତ, ମୋ ଗୁରୁ କଣ କହିବାକୁ ଚାହୁଁଛନ୍ତି ସେ ଇସାରାକୁ ବୁଝିପାରିଲାନି, ପରଦିନ ପୁଣି ସେହି ରାସ୍ତା ଦେଇଗଲା, କାହିଁକିନା ତାଙ୍କ ମନରେ ସେହି ବେଶ୍ୟାକୁ ଦେଖିବାର ଲାଳସା ଜନ୍ମି ଯାଇଥିଲା । “ଯେତେବେଳେ କୁକର ହାଡ଼ ଚୋବାଏ ତା ଉପରେ ରକ୍ତ କି ମାଂସ ନଥାଏ, କିନ୍ତୁ ଇଏ ସେ ଶୁଖିଲା ହାଡ଼କୁ ଚୋବାଉଥାଏ । ଆଉ ଏହି ଶୁଖିଲା ହାଡ଼ ତାର ମୁଖକୁ ଛିଣ୍ଡେଇ ଦିଏ, ତାର ମୁଖରୁ ରକ୍ତ ବାହାରେ, କିନ୍ତୁ ସେ ଶୁଖିଲା ହାଡ଼କୁ ଛାଡେନି” ଆଜି ଅଜାମିଳର ଜୀବନ ଠିକ୍ ଏହିପରି ।

ଅଜାମିଳ ଯେତେବେଳେ ଗୁରୁଙ୍କୁ ପ୍ରଣାମକରି ଘରକୁ ଫେରିଲେ, ଗୁରୁ କହିଲେ ଅଜାମିଳ ଟିକେ ସମ୍ଭାଳିକି ଯିବ, ରାତି ବେଶି ହୋଇ ଗଲାଣି, ଅଜାମିଳ ଆଶ୍ଚର୍ଯ୍ୟ ହୋଇ ଗଲା, ଭାବିଲା ଏବେବିତ ଦିନ ଅଛି, ତେବେ ଗୁରୁ ଏମିତି କାହିଁକି କହୁଛନ୍ତି । ଗୁରୁତ ସବୁବେଳେ ସଙ୍କେତ ଭାଷାରେ ଶିଷ୍ୟକୁ ବୁଝାନ୍ତି, ଯିଏ ସୌଭାଗ୍ୟଶାଳୀ ଶିଷ୍ୟ ସେ ଗୁରୁଙ୍କର ଭାଷାକୁ ବୁଝି ପାରିବ । ଅଜାମିଳ ଗୁରୁଙ୍କର ଆଜ୍ଞାକୁ ଅବଜ୍ଞା କରିଥିବାରୁ ସେ ଗୁରୁଙ୍କ ଇସାରାକୁ ବୁଝିପାରିଲାନି । ପୁଣି ସେହି ରାସ୍ତା ଦେଇ ଆସିବାବେଳେ ସେହି ବେଶ୍ୟାକୁ ଅନ୍ୟ କାହାସହ ବେଶ୍ୟା ବୃତ୍ତି କରୁଥିବାର ଦେଖି କାମ ପିସାଚ ହୋଇ ଗଲା । ବାରମ୍ବାର ସେହି ବେଶ୍ୟାକୁ ଦେଖିବାକୁ ମନ ହେଲା । ଯେଉଁ ପାଦ ଗୁରୁ ଆଶ୍ରମକୁ ଯିବା ପାଇଁ ଲାଳାୟିତ ଥିଲା, ଆଜି ସେହି ମନ ବେଶ୍ୟା ପାଇଁ ଚିନ୍ତନ କଲା, ଏବଂ ବେଶ୍ୟା ସହିତ ସଙ୍ଗ କରିନେଲା । ଏଥିପାଇଁ ସେ ଘରୁ ଚୋରିକଲା, ପତ୍ନୀକୁ ପରିତ୍ୟାଗ କରିଦେଲା । ଯେତେବେଳେ ସାରା ସମାଜ ଜାଣିଲା ଅଜାମିଳକୁ ବାସନ୍ଦ କରିଦିଆଗଲା । ଅଜାମିଳ ସହର ବାହାରେ ଏକ କୁଟିର ବନେଇ ସେହି ବେଶ୍ୟା ସହିତ ରହିଲା, ମାସଂ ଭକ୍ଷଣ କଲା, ପରିବାର ଚଳାଇବା ପାଇଁ ଲୁଟ ପାଟ ମଧ୍ୟ କଲା ।

ହେ ଭଗବତ ପ୍ରେମୀ କେଉଁଠି ସ୍ୱର୍ଗପରି ଥିଲା ତାର ଜୀବନ, ଆଜି ନର୍କ ପାଲଟି ଗଲା, ମାତ୍ର ଗୋଟିଏ ଦୃଶ୍ୟ ତାର ଜୀବନକୁ ନଷ୍ଟ କରିଦେଲା । ଯଦି ମାନବ ଗୋଟିଏ ବିଷୟରେ ଚିନ୍ତନ କରେ ତାମନରେ ଆସକ୍ତିଭାବ ଉତ୍ପନ୍ନ ହୁଏ । ଆସକ୍ତି କାମନାରେ, ଆଉ କାମନାରେ ଅପରାଧ କରିବାରୁ କ୍ରୋଧର ଉତ୍ପନ୍ନ ହୁଏ । କ୍ରୋଧରୁ ମୂଢ଼ ଭାବ, ମୂଢ଼ ଭାବରୁ ସ୍ମୃତିଭ୍ରମ, ସ୍ମୃତିଭ୍ରମରୁ ବୁଦ୍ଧିନାଶ, ବୁଦ୍ଧିନାଶରୁ ମାନବ ପତନ ।

“ଜ୍ଞାନା ଅଗ୍ନି ସର୍ବ କର୍ମାଣି ଭସ୍ମା ସାର୍ଥ କୁରୁତେ ତଥା,”

ହେ ଭଗବତ ପ୍ରେମୀ ଜ୍ଞାନ ରୁପି ଅଗ୍ନି ରେ ଏତେ ସାମର୍ଥ୍ୟ ଅଛି, ସବୁ ବିକାରକୁ ଭସ୍ମ କରିଦେବ ।

ଆଜି ଗୁରୁ କିଛି ଶିଷ୍ୟଙ୍କୁ ଅଜାମିଳ ନଗରକୁ ପଠାଇଦେଲେ ଏବଂ କହିଲେ ତାକୁ ଠିକ୍ କରି ଆସିବ । ଶିଷ୍ୟଙ୍କୁ ଅଜାମିଳର ଘର ଜଣା ନଥିଲା ସେ ଜଣେ ମହର୍ଷିଙ୍କୁ ପଚାରି ଅଜାମିଳ ଘରେ ପହଁଚିଗଲେ । ଯେଉଁଠାକୁ କେହି ଯାଆନ୍ତିନି ସେଠାକୁ ଆଜି ଈଶ୍ୱରଙ୍କର ପ୍ରେରଣା ଯାଉଛି ।

ଅଜାମିଳଙ୍କ ସ୍ତ୍ରୀ ସନ୍ଥଙ୍କୁ ଦେଖି ଭାବିଲେ ଯେ ଆଜିପର୍ଯ୍ୟନ୍ତ ଆମେ କୌଣସି ଭଲ କାମ କରିନୁ । କିପରି ସନ୍ଥଙ୍କର ପାଦ ଆମଘରେ ପଡ଼ିଲା । ସନ୍ଥଙ୍କୁ ଘରେ ବସାଇ ଯଥା ସମ୍ଭବ ଆତିଥ୍ୟ ଦେଲେ । ସନ୍ଥମାନେ ଭୋଜନକରି ବିଶ୍ରାମ ନେଉଥାନ୍ତି । ଅଜାମିଳ ଆସି ସନ୍ଥଙ୍କୁ ଅପମାନିତ କରି ଚାଲିଯିବାକୁ କହିଲେ, ସନ୍ଥ କହିଲେ ଆମେ ଚାଲିଯିବୁ, କିନ୍ତୁ ଶୁଣ ଅଜାମିଳ ଆମେ ଆମ ଦିବ୍ୟ ଦୃଷ୍ଟିରେ ଦେଖୁଛୁ ତୁମର ପୁତ୍ର ସନ୍ତାନ ହେବ, ତୁମେ ଦକ୍ଷିଣା ହିସାବରେ ଏତିକି ଆଶ୍ୱାସନା ଦିଅ, ତୁମେ ତାର ନାମ ନାରାୟଣ ରଖିବ । ସନ୍ଥମାନେ ଗଲେ, ସମୟାନୁସାରେ ଏକ ପୁତ୍ର ହେଲା, ସନ୍ଥଙ୍କ କଥା ମନେ ପଡ଼ିଗଲା ଏବଂ ସନ୍ଥଙ୍କ କଥାନୁସାରେ ସେ ପୁତ୍ରର ନାମ ନାରାୟଣ ରଖିଦେଲା । ଧୀରେ ଧୀରେ ଅଜାମିଳ ଖାଇବା, ପିଇବା, ଶୋଇବାରେ ନାରାୟଣ ଡ଼ାକିବାରେ ଅଭ୍ୟସ୍ତ ହୋଇଗଲା । ଗୋଟେ ଦିନ ନିଦ୍ରାରେ ଦେଖୁଛନ୍ତି ଦୁଇଜଣ ଯମଦୂତ ଆସି ତାଙ୍କ ଦେହରୁ ସୂକ୍ଷ୍ମ ଶରୀରକୁ ବାହାର କରି ନେଉଛନ୍ତି । ଏହି ସମୟରେ ଅଜାମିଳ କହୁଛନ୍ତି ନାରାୟଣ ମୋତେ ବଞ୍ଚାଅ । ନାରାୟଣ ଶଦ୍ଦରେ ପ୍ରଭୁଙ୍କର ଦୂତ ଆସିଗଲେ, ଯମଦୁତଙ୍କୁ କହିଲେ ରୁହ, ଆମକୁ ଭଗବାନ ନାରାୟଣଙ୍କର ଆଜ୍ଞା ଅଛି, ତାଙ୍କ ଘରକୁ ସନ୍ଥ ଆସି କହିଥିଲେ ଯଦି ତୁମେ ତୁମ ପୁତ୍ରର ନାମ ନାରାୟଣ ରଖିବ, ତୁମ ଘରକୁ ପ୍ରଭୁଙ୍କର ଦୂତ ଆସିବେ । ସେଥିପାଇଁ ସନ୍ଥଙ୍କର ବଚନ ରଖିବାକୁ ପ୍ରଭୁ ଆମକୁ ପଠାଇଛନ୍ତି । ସେ ତା ଜୀବନରେ ପାପ କରିଛି ସତ କିନ୍ତୁ ପ୍ରଭୁ ସନ୍ଥଙ୍କ ବଚନର ଅଧିନ ଅଟନ୍ତି ।

ଏହାପରେ ଯମଦୂତ ଅର୍ନ୍ତଦ୍ଧାନ ହୋଇଗଲେ । ଆଜି ମୃତୁ୍ୟର ତାଣ୍ଡବରୁ ମୁକ୍ତ ହୋଇ ଅଜାମିଳ ପଶ୍ଚାତାପ କରି କହିଲା, ପ୍ରଭୁ ମୋର ଭୁଲ ହୋଇ ଯାଇଛି । ମୁଁ ମୋ ଗୁରୁଙ୍କୁ ଛାଡ଼ିଦେଲି, ଶାଶ୍ୱତ ନାମକୁ ଛାଡ଼ିଦେଲି, ପତ୍ନୀକୁ ପରିତ୍ୟାଗ କରିଦେଲି, ବୃଦ୍ଧ ପିତାଙ୍କୁ ଛାଡ଼ିଦେଲି । ପୁନର୍ବାର ସେ ଗୁରୁଙ୍କ ପାଖକୁ ଗଲା, ତାଙ୍କ ଚରଣରେ ପଡ଼ି କାନ୍ଦି କାନ୍ଦି ଲୋଟିଗଲା । ଗୁରୁତ ଦୟାର ପାତ୍ର, ବାଟ ହୁଡି ଥିବା ଜୀବ ଯଦି ଫେରିଆସେ ତେବେ ଗୁରୁ ନିଜ ଶରଣକୁ ନେଇଯାନ୍ତି । ଆଜି ଅଜାମିଳ ପୁଣି ଗୁରୁ ଆଶ୍ରମରେ ସାଧନା, ସେବା କରିକରି ମୋକ୍ଷ ପାଇଗଲା ।

ହେ ଭଗବତ ପ୍ରେମୀ ଅଜାମିଳ ନାରାୟଣ ଜପି କେବଳ ଯମଦୁତଙ୍କ ଠାରୁ ମୁକ୍ତ ହୋଇଥିଲା, କିନ୍ତୁ ମୋକ୍ଷ ତାକୁ ଗୁରୁଙ୍କର ସେହି ଶାଶ୍ୱତ ସନାତନ ନାମ ସହିତ ଯୋଡି ହେବାରୁ ମିଳିଥିଲା । ଯିଏ ପ୍ରତ୍ୟେକ ନିଶ୍ୱାସର ସହିତ ରମଣ କରୁଛନ୍ତି, ଏହା ଭିତରେ ଏକ ଆଧାତ୍ମିକ ରହସ୍ୟ ଛପି ରହିଛି, ଯାହାକୁ କେବଳ ଗୁରୁ ବତାଇ ପାରିବେ । ସଂସାରରେ ଦୁଇ ପ୍ରକାର ନାମ ଅଛି, ଯଥା ବରଣାତ୍ମକ – ଯାହା ଅକ୍ଷରରେ ତିଆରି ହୋଇଛି (ଶ୍ରୀକୃଷ୍ଣ, ଶ୍ରୀରାମ), ଅନ୍ୟଟି ଧୂନାତ୍ମକ – ଯେଉଁ ଧ୍ୱନି ଆମ ଶ୍ୱାସରେ ରମଣ କରି ଶକ୍ତି ପ୍ରଦାନ କରେ, ସେହି ଶକ୍ତିର ସୁମିରଣ କରି ମୁକ୍ତିର ବାଟ ପାଇଯିବା । ଆଜି ଅଜାମିଳ ଏହି ଧ୍ୱନିକୁ ଶ୍ୱାସରେ ରମଣ କରି ଶକ୍ତି, ତାକୁ ସୁମିରଣ କରି ପ୍ରଭୁଙ୍କର ପରମ ଧାମରେ ପହଁଚିଛନ୍ତି ।

ହେ ଭଗବତ ପ୍ରେମୀ ଏହି ପ୍ରସଙ୍ଗର ଆଉ ଏକ କଥା, ଗୁରୁନାମ ନେବାପରେ ଅଜାମିଳର ଏ ଦୁର୍ଦ୍ଦଶା ଆସିଲା କାହିଁକି ? ଏହାପଛରେ କାରଣ ଅଛି, ଗୁରୁ ତାର ପୂର୍ବଜନ୍ମର ସଂସ୍କାର ଦେଖି ପାରିଥିଲେ । ଅଜାମିଳ ତାର ପୂର୍ବଜନ୍ମରେ କଠୋର ଯୋଗୀଥିଲେ, ଥରେ ବର୍ଷା ଦିନରେ ନଦୀରେ ଅତ୍ୟଧିକ ସମୟ ଯୋଗ କରି ମୂର୍ଚ୍ଛା ହୋଇଗଲେ । ଏହି ସମୟରେ ଏକ ଋଷି କନ୍ୟା ଦେଖି ଅଜାମିଳଙ୍କୁ ନିଜ କୁଟିଆକୁ ନେଇ, ଶାରୀରିକ ତାପ ମାଧ୍ୟମରେ, ଭଲକରିବାକୁ ଚେଷ୍ଟା କଲେ । ଯେତେବେଳେ ବ୍ରହ୍ମଚାରୀ ଅଜାମିଳର ନେତ୍ର ଖୋଲିଲା, ସେ ଋଷି କନ୍ୟାକୁ ପାଖରେ ଥିବାର ଦେଖି କହିଲେ, ହେ ନିର୍ଲଜ ତୋର ଭାବ ସୁନ୍ଦର ନୁହେଁ । ତୁ ଜାଣିନୁ ମୁଁ ବ୍ରହ୍ମଚାରୀ, ମୋତେ ଛୁଇଁଲୁ, ମୋ ବ୍ରହ୍ମଚର୍ଯ୍ୟକୁ ଭଙ୍ଗ କଲୁ, ଯା ମୁଁ ତତେ ଅଭିଶାପ ଦେଉଛି, ତୁ ଆର ଜନ୍ମରେ ବେଶ୍ୟା ହେବୁ । ଋଷି କନ୍ୟା କହିଲା ମୋର ଭାବ ଶୁଦ୍ଧ ଅଛି, କିନ୍ତୁ ତୁମେ ଜାଣି ପାରୁନାହଁ, ଯଦି ତୁମେ ମୋତେ ବେଶ୍ୟା ବନିବାର ଅଭିଶାପ ଦେଉଛ, ତେବେ ମୁଁ ବି ତୁମକୁ ଅଭିଶାପ ଦେଉଛି, ଆରଜନ୍ମରେ ସେହି ବେଶ୍ୟାର ଲାଳସାରେ ତୁମେ ତୁମ ଜୀବନକୁ ବରବାଦ କରିଦେବ, ସ୍ୱର୍ଗପରି ଜୀବନକୁ ନର୍କରେ ପରିଣତ କରିଦେବ । ଗୁରୁ ଏହି କଥା ଜାଣିଥିଲେ, କାହିଁକିନା ଯିଏ ଗୁରୁ ସେ ଦ୍ରଷ୍ଟା, ସେ ପୂର୍ବ, ବର୍ତ୍ତମାନ ଓ ଭବିଷ୍ୟତକୁ ଦେଖି ପାରିଥିଲେ । ସେଥିପାଇଁ ଗୁରୁ ଅଜାମିଳକୁ ସହର ମଧ୍ୟଦେଇ ଆସିବାକୁ ମନା କରିଥିଲେ, କାହିଁକିନା ନଗର ମଧ୍ୟ ଦେଇ ଆସିଲେ ତାର ପୂର୍ବଜନ୍ମର ସଂସ୍କାର ଫଳବତୀ ହୋଇଯିବ ।

ତେଣୁ ହେ ଭଗବତ ପ୍ରେମୀ ଗୁରୁଙ୍କର ବାକ୍ୟକୁ ମନ୍ତ୍ରଭାବ । ଆଉ ମନ୍ତ୍ର କାହାକୁ କହିବା – “ମନାହାଁ ତ୍ରାଂ ଏତେ ଇତିମନ୍ତ୍ରା” ଯିଏ ଆମ ମନକୁ ତ୍ରାଣ କରିଦେବ, ମୁକ୍ତି କରିଦେବ, ସେ ହେଉଛି ମହାମନ୍ତ୍ର । ବ୍ରହ୍ମ ନିଷ୍ଠ ମୁନିଙ୍କ ଠାରୁ ବାହାରୁଥିବା କଥା, ସାଧାରଣ ହେଉ, ଖଟା କି ମିଠା ହେଉ, ଔଷଧୀୟ ଗୁଣ ଥାଉ କି ନଥାଉ, ଗାଳି ହେଉ କି ମାଡ଼ ସବୁ ଶିଷ୍ୟର କଲ୍ୟାଣ ପାଇଁ।

ଆମ ଶରୀର କୋଷରେ ବନିଛି, କୋଷ ପରମାଣୁରେ ବନିଛି, ପରମାଣୁ ଅଣୁରେ ବନିଛି, ଅଣୁ ଭିତରେ ଇଲେକ୍ଟ୍ରନ, ପ୍ରୋଟନ, ନିଉଟ୍ରନ ସବୁ ଆଟମିକ ପଦାର୍ଥ ଅଛି। ଏହି ସମସ୍ତ ଇଲେକଟି୍ରକ ପାଟିକିଲ ବିଚରଣ କରୁଛନ୍ତି। କ୍ୱାଣ୍ଟମ ଥିଓରି ଗବେଷଣା ଅନୁସାରେ ପାଟିକିଲ ଯେତେବେଳେ ବୁଲୁଛନ୍ତି ସେମାନଙ୍କ ମଧରେ ୯୯.୯୯ ଯାଗା ଖାଲି ରହିଯାଏ। ଆଉ ଏହି ଖାଲି ଯାଗାରେ ଏକ ତରଙ୍ଗ ଉଠେ। ଏହି ତରଙ୍ଗରେ ଆମ ଶରୀର ବନିଛି। ଯଦି ଏହି ଉର୍ଜା ବା ତରଙ୍ଗକୁ ସାକାରତ୍ମକ କରାଯାଏ ତେବେ କ୍ୟାନସର ଭଳି ରୋଗକୁ ଠିକ୍ କରିହେବ। କାରଣ ଜେନେଟିକ କୋଡ ଠାରୁ ଆହୁରି ସୂକ୍ଷ୍ମ – ଉର୍ଜା ବା ତରଙ୍ଗ ବା ଭାଇବ୍ରେସନ କୋଡ଼। ଏହି ପ୍ରଣାଳୀକୁ ଆଧାତ୍ମିକ ବୈଜ୍ଞାନିକ ପ୍ରଣାଳୀ କୁହାଯାଏ। ଯାହା – ରୁଷି ମାନେ ବେଦରେ ଲେଖିଛନ୍ତି :

“ହେ ପ୍ରାଣ ଶକ୍ତି, ମୋ ଭିତରେ ରମଣ କରୁଥିବା ପ୍ରାଣ ଶକ୍ତି, ମୋର କୌଣସି ଅଙ୍ଗରେ ତୁମ ଶକ୍ତି ହାର ନମାନୁ, ମୋ ଶରୀରରେ ଆପଣ ବିସ୍ତାର କରନ୍ତୁ, ନାକାରାତ୍ମକ ନ ରହି ସାକାରତ୍ମକ ରୁହନ୍ତୁ।”

ଗୁରୁ ପ୍ରଥମେ ବ୍ରହ୍ମଜ୍ଞାନ ଦ୍ୱାରା ଶିଷ୍ୟର ମସ୍ତିଷ୍କରେ ଶକ୍ତିପାତ କରି ଦିବ୍ୟ ଦୃଷ୍ଟିକୁ ଖୋଲି ଦେଉଥିଲେ। ସେହି ଦିବ୍ୟଦୃଷ୍ଟି ଅର୍ନ୍ତମୁଖୀ ହୋଇ ଆଦିଶକ୍ତି, ପ୍ରାଣ ଶକ୍ତି, ବ୍ରହ୍ମ ଶକ୍ତି, ନାଦ ଶକ୍ତି, କୁ ଦର୍ଶନ କରୁଥିଲେ। ଏହାଦ୍ୱାରା ଶରୀରର ସମସ୍ତ ରୋଗବ୍ୟାଧି ଦୁର ହେଉଥିଲା। ପ୍ରାଚୀନ କଥା ପଛରେ ଯେଉଁ ଆଧାତ୍ମିକ ରହସ୍ୟ ରୁପି ମଣି ଓ ମାଣିକ ଛପି ରହିଛି, ଜୀବନର ଅନ୍ତିମ ସମୟରେ ଜୀବ ଯେଉଁ ବସ୍ତୁ, ବା ପଦାର୍ଥ ସମ୍ବନ୍ଧ ବିଷୟରେ ଭାବେ, ତାକୁ ସେହି ଯୋନି ପ୍ରାପ୍ତ ହୁଏ।
ଯଦିିିିିିିିିି ବ୍ରହ୍ମନିଷ୍ଠ ଗୁରୁଙ୍କର ସାନିଧ୍ୟପାଇ ମାୟାରୁ ମୁକ୍ତି ପାଇବାର ଉପାୟ ଶିଖିଯାଏ, ଆତ୍ମା ସହିତ ଯୋଡ଼ିଯାଏ, ତେବେ ଜୀବ ସେହି ଈଶ୍ୱରଙ୍କର ମୋକ୍ଷ ଧାମ ବୈକୁଣ୍ଠ ଧାମର ଅଧିକାରୀ ହୋଇପାରେ ।

ଆଜି ଦେବର୍ଷି ନାରଦ ସନତ କୁମାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ମୁଁ ଜାଣିବାକୁ ଚାହୁଁଚି, ସୁଖର ପରିଭାଷା କଣ। ସାରା ସଂସାରର ଲୋକ କର୍ମ କରୁଛନ୍ତି କେବଳ ସୁଖ ପାଇବା ପାଇଁ, ସୁଖ କାହାକୁ କୁହାଯାଏ। ସନତ କୁମାର କହିଲେ ଯିଏ ଅନନ୍ତ, ଅନାଦି, ପରମାତ୍ମା, ଯିଏ ସମାପ୍ତ ହୁଏ ନାହିଁ, ସେହି ସୁଖର ସ୍ରୋତ । ନାରଦ କହିଲେ ଆଚ୍ଛା ଇଶ୍ୱର ସୁଖର ମୁଳ, ତେବେ ଏ ସଂସାର କଣ। ସନତ କୁମାର କହିଲେ ଏ ସଂସାର ସୁଖ ରହିତ, କାରଣ ଏହା ସୀମିତ ଅଟେ, ଏହା ଅନନ୍ତ କିମ୍ବା ଅନାଦି ନୁହେଁ, ଏଥିପାଇଁ ଏହା ମରଣ ଧର୍ମ ଅଟେ। କେବଳ ଅନନ୍ତ, ଅନାଦି ହିଁ ଅମୃତର ସ୍ୱରୁପ, ଆନନ୍ଦ ପ୍ରଦାନର ଦାତା। ନାରଦ ଯଦି ଆନନ୍ଦକୁ ବରଣ କରିବାକୁ ଚାହୁଛନ୍ତି ତେବେସେହି ଇଶ୍ୱରଙ୍କର ଶରଣରେ ଯାଅ। ନାରଦ କହିଲେ ମୋତେ କୁହନ୍ତୁ ପରମାତ୍ମା କେଉଁ ପଦାର୍ଥରେ, କେଉଁ ଆଧାରରେ ପ୍ରତଷ୍ଠିତ ଅଛନ୍ତି। ସନତ କୁମାର କହିଲେ ଦେଖ, ଏ ସୃଷ୍ଟିର ବାମ, ଡାହାଣ, ଆଗ, ପଛ, ଉପର, ତଳ ଏବଂ ପ୍ରତ୍ୟେକ କୋଣ ଅନୁକୋଣର ଈଶ୍ୱର ଅଛନ୍ତି। ଈଶ୍ୱରଙ୍କ ଶକ୍ତିଉପରେ ଏ ସାରା ସଂସାର ବଞ୍ଚି ରହିଛି। ଆଉମଧ୍ୟ ଆମ ଶରୀରର ବ୍ରହ୍ମ ପୁରରେ ପରମାତ୍ମା ବାସକରି ଆମକୁ ଦର୍ଶନ ଦିଅନ୍ତି। କିନ୍ତୁ ଏଥିପାଇଁ ଗୁରୁଙ୍କର ଆବଶ୍ୟକତା ପଡ଼େ । ନାରଦ କହିଲେ ତେବେ ଆପଣ ମୋର ଗୁରୁରୂପରେ ମୋ ଉପରେ ଶକ୍ତିପାତ କରନ୍ତୁ ଓ ଈଶ୍ୱରଙ୍କର ଦର୍ଶନ କରାଇଦିଅନ୍ତୁ।

ସନତକୁମାର ଗୁରୁବନି ଦେବର୍ଷିର୍ ନାରଦଙ୍କ ମାନସିକ ମଳକୁ ସ୍ୱଚ୍ଛ କରିଦେଲେ ଏବଂ ତାଙ୍କ ଜୀବନର ନୌକାକୁ ଅଜ୍ଞାନର ଅନ୍ଧାରରୁ ବହୁ ଦୁରକୁ ନେଇଗଲେ। ସନତକୁମାର ଗୁରୁ ଭୂମିକା ନିର୍ବାହକରି ଦେବର୍ଷିଙ୍କର ଅନ୍ତଃକରଣରେ ଇଶ୍ୱରଙ୍କର ପ୍ରକାଶ ରୁପକୁ ଦର୍ଶନ କରାଇଦେଲେ ଏବଂ ତାଙ୍କର ଅନ୍ଧକାରକୁ ଶୋଷଣ କରିନେଲେ ଯାହା ସୁଖର ଉପର ଅବସ୍ଥା ଆନନ୍ଦ।

ହିରଣ୍ୟକଶିପୁ ପ୍ରସଙ୍ଗ :

ଆକାଶ ଯେତେ ଅସୀମୀତ ହେଲେ ବି, ଭକ୍ତ ହୃଦୟର ବିଶାଳତା ଆଗରେ ଚୁପ୍ ହୋଇ ଯାଏ। ଭକ୍ତ ବିରହରୁ ଟୋପାଏ ଅଶ୍ରୁ ଯେତେ ଥଣ୍ଡା ଦିଏ, ବିରାଟ ବାଦଲ ଖଣ୍ଡଖଣ୍ଡ ହୋଇ ସମୁଦ୍ରରେ ପଡ଼ିଲେବି ତା ସହିତ ସମାନ ହୋଇ ପାରିବନି। ସେଥିପାଇଁ କୁହା ଯାଇଛି ଭକ୍ତି, ପ୍ରେମ, ବିରହ, ସମର୍ପଣ ଏମିତି ଆଭୁଷଣ ଯାହା ପ୍ରଭୁ ଧାରଣ କରନ୍ତି, ସଂସାର ଅଳଙ୍କାର ଆଭୂଷଣ କଲାବେଳେ, ପ୍ରଭୁ ମୋର ଭକ୍ତର ଭକ୍ତି ରୁପକ ଅଳଙ୍କାରକୁ ଧାରଣ କରନ୍ତି। ଭକ୍ତ କାନ୍ଦିଲେ ପ୍ରଭୁ କାନ୍ଦନ୍ତି, ଭକ୍ତ ଭଗବାନଙ୍କର ସମ୍ବନ୍ଧ ଏହିପରି। ଆଜି ଶୁକମୁନି ଏହିପରି ଜଣେ ଭକ୍ତ ପ୍ରହ୍ଲାଦର କଥା ପରୀକ୍ଷିତଙ୍କୁ ଶୁଣାଉଛନ୍ତି। ପ୍ରଭୁ କେମିତି ଦଉଡ଼ି ଆସୁଛନ୍ତି ଭକ୍ତକୁ ଦର୍ଶନ କରିବାକୁ । କିନ୍ତୁ ଏହାପୂର୍ବରୁ ଆମେ ଜାଣିବା ପ୍ରହ୍ଲାଦଙ୍କର ଜନ୍ମ କେମିତି ହୋଇଛି। ଯେତେବେଳେ ହିରଣ୍ୟକଶିପୁ ତପସ୍ୟା କରିବା ନିମନ୍ତେ ମନ୍ଦରାଚଳକୁ ଯାଇଛନ୍ତି, ସେତେବେଳେ ଇନ୍ଦ୍ରଆସି ରାଜରାଣୀ କୟାଧ୍ୱଙ୍କୁ ବାନ୍ଧି ନେଇଯାଉଥିଲେ। ଏହି ସମୟରେ ଦେବର୍ଷି ଇନ୍ଦ୍ରଙ୍କୁ ଅନୁରୋଧ କରି କହୁଛନ୍ତି, ଏପରି ସତୀ ସାଧ୍ୱୀ ପରସ୍ତ୍ରୀକୁ ଛାଡିଦିଅନ୍ତୁ। ଏହା ପରେ ଦେବର୍ଷି ନାରଦ ତାଙ୍କ ଆଶ୍ରମକୁ ନେଇ ଭାଗବତ ଧର୍ମର ରହସ୍ୟ ଓ ବିଶୁଦ୍ଧ ଜ୍ଞାନ ଉପଦେଶ ଦେଇଛନ୍ତି। ସେହି ସମୟରେ ପ୍ରହ୍ଲାଦ ମା ପେଟରେ ଥାଇ ଏହି ସବୁ ଜ୍ଞାନକୁ ମନେରଖିଥିଲେ।

ଆଜି ଭଗବାନ ବରାହରୂପ ଧରି ହିରଣ୍ୟାକ୍ଷର ବଧ କରିଛନ୍ତି, ତାର ମୃତ ଶରୀରକୁ ହିରଣ୍ୟକଶିପୁ ରାଜପ୍ରସାଦକୁ ଆଣି ତାର କି୍ରୟା ସମ୍ପୂର୍ଣ୍ଣ କରିଛି। ଏହାପରେ କ୍ରୋଧ ବଶହୋଇ କହୁଛନ୍ତି କି ବିଷ୍ଣୁ ବଡ଼ ମାୟାବି, ଦେବତା ମାନଙ୍କର ସାଙ୍ଗ ହୋଇ ଆମକୁ ପରାଜିତ କରୁଛି। କିଏ ସେହି ବିଷ୍ଣୁ, ମୋତେ ତାକୁ ମାରିବାକୁ ହେବ ସେତିକି ଶକ୍ତିଶାଳୀ ବନିବାକୁ ହେବ। ଭାଇ ମୃତୁର ପ୍ରତିଶୋଧ ନେବା ପାଇଁ ଆକାଶକୁ ଚାହିଁ ଚେତାବନି ଦେଇ କହିଲା ହେ ବିଷ୍ଣୁ ଏ ଦୈତ୍ୟ ଶିରୋମଣି ହିରଣ୍ୟକଶିପୁର ପ୍ରତିଜ୍ଞା, ମୁଁ ମୋ ଭ୍ରାତାର ପ୍ରତିଶୋଧ ନେବି। ଏହାପରେ ସେ ମନ୍ଦରାଚଳ ପର୍ବତର ଦାରୁଣ ଘାଟି ଉପରକୁ ଯାଇ ବ୍ରହ୍ମାଙ୍କୁ ତପସ୍ୟା କଲା। ଧୀରେ ଧୀରେ ଧ୍ୟାନ ପ୍ରଖର ହୋଇଗଲା, ତା ଦେହରୁ ଅଗ୍ନି ଧୁଆଁ ବାହାରି ସବୁଆଡ଼େ ବିସ୍ତାରିତ ହୋଇଗଲା। ସବୁ ନଦୀ, ପୋଖରୀର ଜଳ ଗରମ ହୋଇଗଲା, ଗ୍ରହ ନକ୍ଷତ୍ର ଜଳି ଗଳି ପଡ଼ିଲେ, ଏହାପରେ ତାର ତପ ସ୍ୱର୍ଗକୁ ବି ଛୁଇଁଲା, ନାରଦ, ଇନ୍ଦ୍ର ଏସବୁ ଦେଖି ଚକିତ ହୋଇଗଲେ। ଏହାର ମୁକ୍ତିର ଉପାୟ କଣ, ଏହାପରେ ସମସ୍ତେ ବିଧାତା ବହ୍ମାଙ୍କ ପାଖରେ ପହଁଞ୍ଚିଲେ। କମଳ ଆସୀନ ଚତୁବକ୍ର ତ୍ରାହିମାମ୍, ହେ ବିଧାତା ରକ୍ଷା କରନ୍ତୁ। ଏହାପରେ ବ୍ରହ୍ମା ମନ୍ଦିରାଚଳ ପର୍ବତରେ ପ୍ରକଟ ହୋଇ କହୁଛନ୍ତି :

ଉତ୍ତିଷ୍ଠୋତ୍ତିଷ୍ଠ ଭଦ୍ରଂ ତେ ତପଃସିଦ୍ଧୋସି କାଶ୍ୟପ ।
ବରଦୋହମନୁପ୍ରାପ୍ତୋ ବ୍ରିୟତାମୀସ୍ଫିତୋ ବରଃ ।।

।। ଶ୍ରୀ ଭା: ୭/୩/୧୭ ।।

ହେ ଦୈତ୍ୟ ଶିରୋମଣି ଉଠ, ମୁଁ ତୁମକୁ ବର ଦେବାକୁ ଆସିଛି, ସମୁଖରେ ବ୍ରହ୍ମାଙ୍କୁ ଦେଖି ପ୍ରଣାମ କରି କହିଲା ହେ ବ୍ରହ୍ମଦେବ ମୋତେ ଅମର ବର ଦିଅନ୍ତୁ, ବ୍ରହ୍ମା କହୁଛନ୍ତି, ଯିଏକି ମାଗର୍ଭରେ ଜନ୍ମନେଇଛି ତାର ମୃତୁ୍ୟ ସୁନିଶ୍ଚିତ, ତୁମେ ଅନ୍ୟ କିଛି ବର ମାଗି ପାର । ହେ ବ୍ରହ୍ମଦେବ ମୋତେ ଏହି ବର ଦିଅନ୍ତୁ :

“ମୁଁ ଘରେ ମରିବି ନା ବାହାରେ, ଆକାଶରେ ନାଁ ଧରିତ୍ରିରେ, ଦିନରେ ନା ରାତି୍ରରେ, ପଶୁ ଦ୍ୱାରା ନା ମାନବ ଦ୍ୱାରା, ଦେବତା ନା ଦାନବ ଦ୍ୱାର, ଅସ୍ତ୍ରରେ ନା ଶସ୍ତ୍ରରେ ମରିବି”

ବ୍ରହ୍ମା କହିଲେ ଏବମସ୍ତୁ, ଏହାହିଁ ହେବ । ଏହା ପରେ ରାଜପ୍ରସାଦକୁ ଫେରି ମନ୍ତ୍ରୀ ଗଣଙ୍କୁ ହିରଣ୍ୟକଶିପୁ କହୁଛନ୍ତି, ବ୍ରହ୍ମା ମୂର୍ଖ ପଡିଗଲେ, ତାଙ୍କୁ ଜଣା ପଡିଲାନି ମୁଁ ତାଙ୍କଠୁଁ କେଉଁ ବର ମାଗିଆଣିଛି । ଆଜି ଠାରୁ ଘୋଷଣା କର ମୁଁ ହେଉଛି ଭଗବାନ, ତଦନୁସାରେ ଘୋଷଣା କରାଗଲା ଶଙ୍ଖନାଦ, ପ୍ରାର୍ଥନା, ପୂଜା ଏବଂ ମନ୍ଦିରରେ କୌଣସି ସମୟରେ ବି ବିଷ୍ଣୁଙ୍କର ପୂଜା କରା ଯିବନି, ସବୁ ବିଷ୍ଣୁ ମନ୍ଦିରକୁ ଭଙ୍ଗାଯିବ, ଯିଏ ବିଷ୍ଣୁଙ୍କର ନାମ ନେବ, ସେ ମୃତୁ୍ୟକୁ ଆମନ୍ତ୍ରଣ କରିବ, ଏଥିରେ କିଛି ବୈଷ୍ଣବ ଆପତି କରିବାରୁ, ତାଙ୍କୁ ହିରଣ୍ୟକଶିପୁଙ୍କ ପାଖକୁ ନିଆଗଲା, ସେ ନିର୍ଦ୍ଦେଶ ଦେଲେ ଦେଖ ଯଦି ମୋ ରାଜ୍ୟରେ ଜୀବିତ ରହିବାର ଅଛି, ତେବେ ମୋ ଆଦେଶକୁ ମାନିବାକୁ ହେବ । ଜଣେ ବୈଷ୍ଣବ ବିରୋଧ କରି କହିଲେ, ତୁମେ ମନ୍ଦିର ଧ୍ୱଂସ କରିପାର, କିନ୍ତୁ ମୋ ହୃଦୟର ମନ୍ଦିରରେ ଯେଉଁ ହରି ବସିଛନ୍ତି, ତାଙ୍କୁ ଧ୍ୱଂସ କରିପାରିବନି । ଆରେ ଭଗବାନ ଏ ସୃଷ୍ଟିକୁ ନିର୍ମାଣ କରିଛନ୍ତି, ତୁ ତ ତୋ ଭାଗ୍ୟକୁ ନିର୍ମାଣ କରିପାରିବୁନି । ହିରଣ୍ୟକଶିପୁ କ୍ରୋଧ ବଶିତ ହୋଇ ବୈଷ୍ଣବଙ୍କୁ ମୃତୁ୍ୟ ଦଣ୍ଡର ନିର୍ଦ୍ଦେଶ ଦେଲେ । ପୁରାସାମ୍ରାଜ୍ୟରେ, ମନ୍ଦିର ଧ୍ୱଂସ କରାଗଲା, ବୈଷ୍ଣବଙ୍କର ହତ୍ୟା କରାଗଲା, ଗାଈଙ୍କୁ ହତ୍ୟା କରାଗଲା । ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରି କହିଲେ ହେ ପ୍ରଭୁ ଆପଣଙ୍କ ଭକ୍ତ ଙ୍କ ସହିତ କେତେ ଅନ୍ୟାୟ ଚାଲିଛି । ଧରିତ୍ରୀ ଲୋକଙ୍କ ସାଥିରେ ମିଶି ଭଗବାନଙ୍କୁ ପ୍ରାର୍ଥନା କରି କହିଲେ – ହେ ଦୀନ ନାଥ କଲ୍ୟାଣ କର ପ୍ରଭୁ, ଅତ୍ୟାଚାରରୁ ମୁକ୍ତି କରନ୍ତୁ, ସମସ୍ତ ଲୋକଙ୍କ ପ୍ରାର୍ଥନା ଦ୍ୱାରା ସ୍ୱର୍ଗରେ ଦେବତାଙ୍କୁ ଏକ ଆକାଶ ବାଣୀ ହେଲା, ଏହି ଆକାଶ ବାଣୀରେ ଭଗବାନଙ୍କର ଦେବବାଣୀ ମୁଖରିତ ହେଲା,

ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ।
ଧର୍ମେ ମୟି ଚ ବିଦେ୍ୱଷଃ ସ ବା ଆଶୁ ବିନଶ୍ୟତି ।।

।। ଶ୍ରୀ ଭା: ୭/୪/୨୭ ।।

ଯଦି ଧରିତ୍ରୀରେ ଏମିତି ପରିସ୍ଥିତି ଉପୁଜେ, ମୁଁ ଉଦ୍ଧାର କରିବାକୁ ଆସେ, ତୁମେ ଚିନ୍ତା କରନାହିଁ । ଏଠି ହିରଣ୍ୟକଶିପୁର ଘରେ ଚାରି ପୁତ୍ର ଜନ୍ମ ନେଇଛନ୍ତି, ତାର ସବା ସାନ ପୁଅର ନା ପ୍ରହ୍ଲାଦ । ଯେମିତି ନାମ ସେମିତି ଗୁଣ, ପ୍ରଭୁଙ୍କର ଭକ୍ତଙ୍କୁ ଖୁସି ଦେବା ବାଲା, ମୁଖରେ ହରିଙ୍କର କୀର୍ତ୍ତନ ଏବଂ ଆଖିରେ ଶ୍ରୀହରିଙ୍କର ଛବି । ଏହା ଦେଖି ହିରଣ୍ୟକଶିପୁକୁ ଚିନ୍ତା ପଡ଼ିଗଲା । ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ଷଣ୍ଡ ଅମର କୁ ଡ଼କାଇ କହିଲେ, ତୁମେ ପ୍ରହ୍ଲାଦକୁ ଅସୁରିବିଦ୍ୟା ସମ୍ପୂର୍ଣ୍ଣକର, ଏ କି ବାଳକ ନା ଚଞ୍ଚଳତା ଅଛି, ନା ରାକ୍ଷସଙ୍କ ପରି ଉସୃଙ୍ଖଳତା ଅଛି । ଷଣ୍ଡ ଅମର ତାଙ୍କୁ ଗୁରୁକୁଳ ନେଇ ଗଲେ । ସେଠାକର ପରିବେଶ, ବଣ, ପାହାଡ଼, ଫୁଲ ସବୁଥିରେ ପ୍ରହ୍ଲାଦ ଭଗବାନଙ୍କୁ ଦେଖିଲା, ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ପ୍ରାଣୀଙ୍କ ଘଟରେ, ଦିଶାରେ ମୋ ପ୍ରଭୁ ବିଦ୍ୟମାନ । ଷଣ୍ଡ ଅମର ପ୍ରହ୍ଲାଦଙ୍କୁ ଶିକ୍ଷା ଦେଉଥାନ୍ତି, କିନ୍ତୁ ପାଠପଢ଼ାରେ ଅଗ୍ରଗତି ନହୋଇ ସଦା ହରିହରି ଭଜୁଥିବାରୁ ପିତା ହିରଣ୍ୟକଶିପୁଙ୍କ ପାଖକୁ ନିଆଗଲା । ପିତା ପୁତ୍ରକୁ ଦେଖି କୋଳେଇ ନେଇ ପଚାରିଲେ ପୁତ୍ର କୁହ ତୁମ ବିଦ୍ୟାର ଅଭ୍ୟାସ କେମିତି ଚାଲିଛି, ଆଜ୍ଞା ବହୁତ ଭଲ, ପିତା ପୁତ୍ରକୁ କହିଲେ ତୁମ ବିଦ୍ୟାର ସବୁଠୁ ଭଲକଥା କଣ ଶିଖିଛ, ପ୍ରହ୍ଲାଦ ଉତ୍ତର ଦେଲା ପିତାଶି୍ର ଏ ସସାଂର ହେଉଛି ଭବସାଗର, ଆଉ ଭବ ସାଗରରେ ସୁଖ ଦୁଃଖ ରୁପି ଢେଉ ଉଠେ, ଯଦି କୌଣସି ଜୀବକୁ ଭବସାଗରରୁ ମୁକ୍ତି ଦରକାର, ତାକୁ ହରି ନାମ ରୁପି ନୌକାରେ ବସିଯିବାକୁ ହେବ । ହିରଣ୍ୟକସିପୁ ରାଗିଯାଇ ଷଣ୍ଡ ଅମରଙ୍କୁ କହିଲା, ମୁଁ ତୁମକୁ କହିଥିଲି ଦୈତଙ୍କ ବଶଂକୁ ଆଗକୁ ବଢାଇବାର ଶିକ୍ଷା ଦବାପାଇଁ, ତୁମେ ମୋ ଶତ୍ରୁର ନାମର ଅଭ୍ୟାସ କରାଉଛ, ଆଛା ପ୍ରହ୍ଲାଦ ଆଉ କଣ ଶିଖିଛ କୁହ ।

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ।
ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମନିବେଦନମ୍ ।।

।। ଶ୍ରୀ ଭା: ୭/୫/୨୩ ।।

ଯେମିତି ହିରଣ୍ୟକଶିପୁ ଶୁଣିଲା ପୁଜନମ ବିଷ୍ଣୁ, ସେ ପ୍ରହ୍ଲାଦକୁ ଧରି ତଳେ ପକେଇ ଦେଲା, ପ୍ରହ୍ଲାଦ କହିଲା ପିତାଶି୍ର ମୁଁ କଣ କହିଲି, ହିରଣ୍ୟକଶିପୁ କହିଲା ରେ ମୁର୍ଖ ତୁ କେମିତି ଏ ଦୈତ୍ୟ ବଶଂରେ ଜନ୍ମ ନେଲୁ, ଯିଏ ମୋ ଭାଇକୁ ମାରିଲା ତୁ କହୁଛ ସେ ବିଷ୍ଣୁ ମୋତେ ସସାଂରରୁ ଉଦ୍ଧାର କରିବ । ରେ ସାମନ୍ତ ନେଇଯାଅ ଆକୁ ପାହାଡରୁ ତଳକୁ ପକାଇ ଦିଅ । ଯେତେବେଳେ ତଳକୁ ପକାଗଲା, ପ୍ରହ୍ଲାଦଙ୍କର କିଛି ଚିନ୍ତା ନାହିଁ, ସେ ପ୍ରଭୁଙ୍କର ନାମକୁ ସ୍ମରଣ କରୁଥାନ୍ତି, ଏଣେ ପ୍ରଭୁଙ୍କର ଭକ୍ତ ପ୍ରତିଚିନ୍ତା ବଢିଗଲାଣି, ସେ ତାଙ୍କ ଭୁଜାରେ ପ୍ରହ୍ଲାଦକୁ କୋଳେଇ ନେଲେ, ପ୍ରହ୍ଲାଦ ବଞ୍ଚିଗଲା, ପୁଣି ସାମନ୍ତଙ୍କ ପଛେ ପଛେ ଦଉଡ଼ି ରାଜକୋଷରେ ପହଞ୍ଚିଗଲା । ପୁନର୍ବାର ନଗରବାସୀଙ୍କ ସାମ୍ନାରେ ପଥର ବାନ୍ଧି ବୁଡ଼ାଇ ମାରିବା ପାଇଁ ସାଗରରେ ପକାଇ ଦିଆଗଲା, ପୁନର୍ବାର ଭଗବାନ ପଦ୍ମ ପାଖୁଡାରେ ତୋଳି ଧରିଲେ, ହିରଣ୍ୟକଶିପୁ ଜାଣିଲା ପ୍ରହ୍ଲାଦ ପୁନର୍ବାର ବଞ୍ଚିଗଲା ।

ହେ ଭଗବତ ପ୍ରେମୀ, ମନରେ ପ୍ରଶ୍ନଉଠେ ପ୍ରହ୍ଲାଦ ଜୀବନରେ ଏତେ କଷ୍ଟ ଆସିଲା କାହିଁକି । ଯେମିତି ମାଟି ପାତ୍ରକୁ ପକାଇ ଦେଲେ ଭାଙ୍ଗିଯାଏ, ମାତ୍ର ତାକୁ ପୋଡ଼ି ଦେଲେ କଠିନ ବସ୍ତୁରେ ପରିଣତ ହୋଇଯାଏ । ସେହିପରି ଜୀବନରେ ସଂସ୍କାର, ତପ ପ୍ରଭୃତି ବନ୍ଦକରି ଦିଆଯିବ, ତେବେ ବ୍ୟକ୍ତିର ବିକାଶ ପକିୟା ବନ୍ଦ ହୋଇଯିବ । ନିଜର ବ୍ୟକ୍ତିତ୍ୱକୁ ମହାନ ବନାଇବାକୁ ହେଲେ ପ୍ରଚୁର ପରିଶ୍ରମ କରିବାକୁ ପଡ଼େ ।

ଏଥର ଏକ ହାତୀକୁ ପ୍ରଚୁର ମଦପିଆଇ, ତାକୁ ଉନ୍ମକ୍ତ କରି ଏକ ବଡ଼ ମଇଦାନରେ ଛାଡି, ତାଆଗରେ ପ୍ରହ୍ଲାଦଙ୍କୁ ଛିଡ଼ା କରିଦିଆଗଲା । ମଇଦାନ ସାରା ଲୋକ ଭର୍ତ୍ତି, ଯେମିତି ହାତୀ ଉଗ୍ରହୋଇ ଆସିଲା, ପ୍ରହ୍ଲାଦ ପ୍ରଭୁଙ୍କର ଧ୍ୟାନରେ ବସିପଡ଼ି ଶ୍ରୀହରିଙ୍କ ଚିନ୍ତନ କରୁଥାନ୍ତି । ଦୂରରୁ ଆସୁଥିବା ହାତୀ ଆଜି ପ୍ରହ୍ଲାଦଙ୍କ ଠାରେ ଶ୍ରୀହରିଙ୍କର ଦର୍ଶନ ପାଇ, ରହିଗଲା । ହାତୀ ପିଠ ଉପରେ ବସିଥିବା ମାହୁନ୍ତକୁ ଧରି କଚାଡ଼ି ଦେଇ, ପ୍ରହ୍ଲାଦଙ୍କୁ ନେଇ ପିଠି ଉପରେ ବସାଇଦେଲା । ପୁନର୍ବାର ପ୍ରହ୍ଲାଦ ବଞ୍ଚିଗଲା, ଷଣ୍ଡ ଅମରଙ୍କ କଥାନୁସାରେ ପୁନର୍ବାର ଗୁରୁ ଆଶ୍ରମରେ ଭର୍ତ୍ତି କରାଗଲା । ଥରେ ହିରଣ୍ୟକଶିପୁ ଗୁରୁଆଶ୍ରମ ଯାଇ ଦେଖନ୍ତି, ପ୍ରହ୍ଲାଦ ସମସ୍ତ ଦୈତ୍ୟ ବାଳକଙ୍କୁ ବ୍ରହ୍ମଜ୍ଞାନର ଦିକ୍ଷାରେ ହରିନାମକୁ ସ୍ମରଣ କରାଉଛି, କ୍ରୋଧରେ ହିରଣ୍ୟକଶିପୁ ପ୍ରହ୍ଲାଦକୁ ଧରି ରାଜପ୍ରସାଦର ମୁଖ୍ୟଦ୍ୱାରରେ ତଳେ ପକାଇ ଦେଲା । ହିରଣ୍ୟକଶିପୁ ଶେଷଥର ଚେତାବନୀ ଦେଇ ପ୍ରହ୍ଲାଦକୁ କହୁଛନ୍ତି, ତୁ ମୋତେ ଇଶ୍ୱର ସ୍ୱୀକାର କରିବୁକି ନାହିଁ, ମୋତେ ଭଗବାନ ମାନିବୁକି ନାହିଁ, ଆଜି ମୋ ହାତରୁ ତୋ ବିଷ୍ଣୁ ତୋତେ ବଞ୍ଚାଇ ପାରିବେନି । ପ୍ରହ୍ଲାଦ କହିଲା ପିତାଶ୍ରୀ ଆପଣ ନିଜକୁ ଇଶ୍ୱର କହୁଛନ୍ତି, ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ । ସମୁଦ୍ରରେ ଯେତେ ଜଳଚର ରହୁଛନ୍ତି, ସେମାନଙ୍କ ଉପରେ ଆପଣଙ୍କର ଅନୁଶାସନ ଚାଲୁଛି, ଏସସାଂରରେ ଯେତେ ଗଛଲତା ଅଛନ୍ତି, କଣ ସେମାନେ ଆପଣଙ୍କ ନିର୍ଦ୍ଦେଶରେ ପୁଲକିତ ଓ ପ୍ରଫୁଲ୍ଲିତ ହେଉଛନ୍ତି, ଆକାଶରେ ଯେତେ ପକ୍ଷୀ ଉଡ଼ୁଛନ୍ତି, ଯେତେ ଗ୍ରହ ନକ୍ଷତ୍ର ଅଛନ୍ତି, ଆପଣ କଣ କାହାର ନିର୍ମାଣ କରିଛନ୍ତି । ଏସବୁ ମୋ ହରିଙ୍କର ଇଚ୍ଛାରେ ହୋଇଛି, ସେ ଏହାକୁ ବନେଇଛନ୍ତି, ସେ ହିଁ ବିନାଶ କରିପାରିବେ, ଆପଣ ମୋର ପିତା, ଏ ରାଜ୍ୟର ରାଜା, ଆପଣ ଶ୍ରୀହରିଙ୍କର ଶରଣ ପଶନ୍ତୁ ।

ଆରେ ମୁଁ ଶରଣ ଯାଏ ନଯାଏ, ମୋ ଦୁର୍ଗୁଣର ନାଶ ହେଉକି ନହେଉ ଆଜି ତୋର ନାଶହେବ । କହ କେଉଁଠି ତୋ ବିଷ୍ଣୁ, କେଉଁଠି ତୋ ନାରାୟଣ, କେଉଁଠି ତୋ ହରି, କହ ଏଇ ମୁଖ୍ୟ ଦ୍ୱାରରେ ହରି ଅଛନ୍ତି, ହଁ ପିତାଶ୍ରୀ, ଆଛା କହ ଏହି ମୁଖ୍ୟ ଦ୍ୱାରର ଆଗରେ ଯେଉଁ ସ୍ତମ୍ଭ ଅଛି । ସେଥିରେ ହରି ଅଛନ୍ତି, ହଁ ପିତାଶ୍ରୀ, ଆଜି ମୁଁ ଏହି ସ୍ତମ୍ଭକୁ ଭାଙ୍ଗି ତୋ ହରିକୁ ମାରିବି, ତାପରେ ତୋତେ ମୃତୁ୍ୟ ମୁଖରେ ପହଁଞ୍ଚାଇବି । ଯେତେବେଳେ ଗଦାରେ ସ୍ତମ୍ଭ ଉପରେ ପ୍ରହାର କଲେ, ସ୍ତମ୍ଭ ଫାଟିଗଲା, ସେଥିରୁ ନରସିଂହ ରୂପରେ ଭଗବାନ ବାହାରି ଆସିଲେ, ବଡ଼ ବଡ଼ କେଶ, ବଡ଼ବଡ଼ ନଖ, ଭକ୍ତର ରକ୍ଷା ପାଇଁ କେଉଁଠାରେ ବି ଆସିପାରିବି । କୌଣସି ରୂପବି ନେଇ ପାରିବି, ଭଗବାନ ହିରଣ୍ୟକଶିପୁକୁ ନିଜ ଜଙ୍ଘ ଉପରେ ରଖି କହିଲେ ରେ ମୁର୍ଖ ଦେଖ, ଇଏ ଦିନ ନା ରାତି, ଇଏ ସାଏଁ କାଳ, ଦେଖ ତୁ ଘରେ ଅଛୁ ନା ବାହାରେ, ତୁ ଉପରେ ନା ତଳେ, ତୁ ମୋ କୋଳରେ ଅଛୁ, ନା ମୁଁ ଅସ୍ତ୍ର ଧରିଛି ନା ଶସ୍ତ୍ର, ପ୍ରଭୁ ଆଜି ନଖରେ ବିଦାରି ହିରଣ୍ୟକଶିପୁକୁ ବଧ କଲେ । ଦେବଗଣ ପ୍ରଭୁଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ ପ୍ରହ୍ଲାଦଙ୍କୁ ପ୍ରଭୁଙ୍କ ପାଖକୁ ପଠେଇଲେ, ପ୍ରହ୍ଲାଦ ପ୍ରଭୁଙ୍କର ହାତଧରି ଆସନରେ ବସାଇଲେ, ପ୍ରଭୁ ଶାନ୍ତହୋଇ କହିଲେ, ହେ ଭକ୍ତ ପ୍ରହ୍ଲାଦ ମୋତେ କ୍ଷମା କରିଦେବ, ପୁତ୍ର ମୋର ଆସିବାରେ ବିଳମ୍ବ ହୋଇ ଗଲା । ୨୪ ଅବତାରରେ ଏହା ପ୍ରଥମ ଅବତାର ଯେଉଁଠି ପ୍ରଭୁ ଭକ୍ତକୁ କ୍ଷମା ମାଗିଛନ୍ତି ।

କୈବତ ପ୍ରସଙ୍ଗ :

ପ୍ରଭୁରାମ, ଲକ୍ଷ୍ମଣ ଓ ସୀତା ଗଙ୍ଗାନଦୀକୁ ପାର ହେବା ସମୟରେ, ପ୍ରଭୁ ରାମଙ୍କର ମନରେ ଅବଶୋଷ ହେଲା, ଆଜି ମୋ ପାଖରେ ଉତ୍ତରାୟଣ ଦେବା ପାଇଁ କୌଣସି ପଦାର୍ଥ ନାହିଁ, ମା ଜାନକୀ ପ୍ରଭୁଙ୍କର ଭାବକୁ ବୁଝିପାରି ହସ୍ତରୁ ମୁଦି୍ରକା ବାହାର କରି ପ୍ରଭୁଙ୍କ ହାତକୁ ବଢାଇ ଦେଲେ, ପ୍ରଭୁ ସେହି ମୁଦି୍ରକାକୁ କୈବତକୁ ଦେଇ କହିଲେ ନିଅ ଏ ତୁମର ଉତ୍ତରାୟଣ । ତୁମେ ଆମକୁ ଗଙ୍ଗନଦୀ ପାର କରିଛ, ଏହାକୁ ଗ୍ରହଣ କର । କୈðବତ ପ୍ରଭୁଙ୍କ ମୁଖରୁ କଥା ଶୁଣି ପାଦତଳେ ପଡ଼ି ହାତ ଯୋଡ଼ି କହିଲା, ପ୍ରଭୁ ମୋତେ ଉତ୍ତରାୟଣ ଦେଇ ଆପଣଙ୍କ ଠାରୁ ଅଲଗା କରନ୍ତୁନି, ଆପଣ କ’ଣ ମୋ ଠାରୁ ସମ୍ବନ୍ଧ ଭାଙ୍ଗିବାକୁ ଚାହୁଁଛନ୍ତି । ହେ ପ୍ରଭୁ ମୁଁ ନିର୍ଦ୍ଧନ ଓ ନୀଚ ହୋଇଥିବାରୁ କେହି ମୋର ସମ୍ମାନ କରନ୍ତି ନାହିଁ, ପରନ୍ତୁ ତୈ୍ରଲୋକ୍ୟର ସ୍ୱାମୀ ହୋଇ ଆପଣ ମୋତେ ଯେଉଁ କୃପା କରିଛନ୍ତି, ମୁଁ ସେ କୃପାକୁ ଭୂଲି ପାରିବିନି । ହେ ରାଘବ, ମୁନି ଋଷି ଯେଉଁ ଚରଣକୁ ଛୁଇଁବାକୁ ଝୁରନ୍ତି, ଆପଣ ମୋ ପରି ଅଧମ, ନୀଚ, ପାପିକୁ ଆପଣଙ୍କ ଚରଣ ଧୋଇବାର ସୌଭାଗ୍ୟ ଦେଇଛନ୍ତି । ଚରଣାମୃତ ପାନ କରିବାକୁ ଦେଇଛନ୍ତି । ମୋତେ ଏ ସେବାରୁ ବଞ୍ଚିତ କରନ୍ତୁନି ପ୍ରଭୁ, ମୋତେ ଏ ମୁଦି୍ରକା ଦିଅନ୍ତୁନି । ଆପଣଙ୍କ ଦୟା ସଦା ସଦା ନୀଚ ଓ ଅଧମଙ୍କ ଉପରେ ବରଷେ ପ୍ରଭୁ । ପ୍ରଭୁ କୁେ„ଇ ପକାଇଲେ ଓ କୃପାହସ୍ତ ଦେଇ ଚାଲିଗଲେ ।

ସୁତିକ୍ଷଣ ପ୍ରସଙ୍ଗ :

ତ୍ରେତ୍ତୟା ଯୁଗରେ ପ୍ରଭୁ ରାମ ଶୁସୁତିକ୍ଷଣ କୁଡିଆକୁ ଯାଇଛନ୍ତି, ଯିଏ ମୁନି ଅଗସ୍ତ୍ୟୟଙ୍କର ଜ୍ଞାନୀ ଶିଷ୍ୟ ଥିଲେ, ଯାହାଙ୍କ ଭକ୍ତିରେ ପ୍ରଭୁ ଆଜି ପ୍ରସନ୍ନ ହୋଇ କହୁଛନ୍ତି ସୁତିକ୍ଷଣ ମାଗ, କେଉଁବର ତୁମକୁ ଦରକାର । ସୁତିକ୍ଷଣ କହୁଛନ୍ତି ମୁଁ ତ କେବେ ବର ମାଗି ନାହିଁ । ଠିକ୍ କଣ ଓ ଭୁଲ କଣ, ମୁଁ ତାହା ଜାଣେନା । ଆପଣଙ୍କ ଇଚ୍ଛା ଯାହା ସେହି ବର ଦିଅନ୍ତୁ । ପ୍ରଭୁ କହୁଛନ୍ତି ହେ ମୁନି ! ତୁମେ ପ୍ରଗାଢ଼ ଭକ୍ତି, ବୈରାଗ୍ୟ, ବିଜ୍ଞାନ ଓ ସମସ୍ତ ଗୁଣ ତଥା ଜ୍ଞାନର ନିଧାନ ହୋଇଯାଅ । ସୁତିକ୍ଷଣ କହିଲେ ପ୍ରଭୁ ଆପଣ ଯେଉଁ ବର ଦେଲେ ମୁଁ ଗ୍ରହଣ କରୁଛି, କିନ୍ତୁ ସେଇ ବରଦିଅନ୍ତୁ ଯାହା ମୋତେ ଦରକାର । ପ୍ରଭୁ କହୁଛନ୍ତି ସୁତିକ୍ଷଣ, ତୁମେ କହୁଥିଲ ତୁମକୁ ବରମାଗିବା ଜଣାନାହିଁ, ଉଚିତ୍ ମାଗିବି କି ଅନୁଚିତ୍, ଏବେ କେମିତି ମାଗିବ । ସୁତିକ୍ଷଣ କହିଲେ ପ୍ରଭୁ ଆପଣ ମୋତେ ବିବେକ ଦେଇଛନ୍ତି, ଆଉ ସେହି ବିବେକ ଆଧାରର ମୁଁ ବରମାଗୁଛି । ପ୍ରଭୁ କହୁଛନ୍ତି ସାଧୁ ! ସାଧୁ ! ମାଗ । ସୁତିକ୍ଷଣ କହୁଛନ୍ତି ପ୍ରଭୁ ମୋ ହୃଦୟତ ବଣ, ଆପଣ ବନବାସୀ ରାମ, ମୋ ବନରେ ଆସି ରୁହନ୍ତୁ ପ୍ରଭୁ । ପ୍ରଭୁ କହୁଛନ୍ତି ସୁତିକ୍ଷଣ ମୁଁ ଚଉଦ ବର୍ଷ ବନବାସୀ, ତାପରେ କଣ ହେବ । ସୁତିକ୍ଷଣ କହିଲେ ପ୍ରଭୁ ଆପଣ ଯେତେବେଳେ ଏଠିି ବାସ କରିବେ, ସବୁପଶୁ ରାକ୍ଷସଙ୍କର ଅନ୍ତକରି ଦେବେ, ପୁଣି ଏ ବନ, ବନ ହେଇକି କେଉଁଠି ରହିବ, ଇଏତ ଅଯୋଧ୍ୟ୍ୟା ବନିଯିବ । ମୋର ଏତିକି ବିନତି ପ୍ରଭୁ ଆପଣ ହଜାରେ ବର୍ଷ ପର୍ଯ୍ୟନ୍ତ ମୋ ହୃହୟ ରୂପକ ଅଯୋଧ୍ୟାରେ ଶାସନ କରନ୍ତୁ । ପ୍ରଭୁ କହିଲେ ‘ଏବମସ୍ତୁ’ । ଆଜି ଭକ୍ତ ଚତୁର ଶିରୋମଣିଙ୍କ ପାଖରେ ଚତୁରତା କରି ନିଜ ଭକ୍ତି ମାଗିନେଉଛି । ହେ ଭଗବତ ପ୍ରେମୀ ଯଦି ଚତୁରତା କରିବାର ଅଛିିତ ଏମିତି କର,ସେମିତି ଚତୁରତା କରନା କାହାକୁ ଦୁଃଖ ଦେବ ।

ଜଟାୟୁ ପ୍ରସଙ୍ଗ :

ପ୍ରଭୁ ଶୀରାମ ଓ ଲକ୍ଷ୍ମଣ ମାତା ସୀତାଙ୍କର ଅନେ୍ୱଷଣ କରୁଥାନ୍ତି । ଏଠି ଜଟାୟୁ ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ରାବଣ ଦ୍ୱାରା ଆହତ ହୋଇଗଲେ, ପ୍ରଭୁ ଶ୍ରୀରାମ ଏକ ଧ୍ୱନି ଶୁଣିଲେ, ଯାହା ଜଟାୟୁଙ୍କର ଅନ୍ତଃକରଣ ଭିତରୁ ଆସୁଥିଲା, ‘ରାମ’ ‘ରାମ’ । ପ୍ରଭୁ ବସି ପଡ଼ି ଜଟାୟୁକୁ ହାତରେ ଆଉଁସି ଦେଇ କହିଲେ, ହେ ପକ୍ଷୀରାଜ ଯଦି ତୁମେ ଚାହିଁବ, ମୁଁ ତୁମକୁ ନୂତନ ଜୀବନ ଦେଇପାରିବି । ଜଟାୟୁକହିଲା ହେ ପ୍ରଭୁ ମୋର ଇଚ୍ଛାଥିଲା ଆପଣଙ୍କୁ ଦର୍ଶନ କରିବାକୁ ଅଯୋଧ୍ୟା ଯିବି, କିନ୍ତୁ କାଳେ ମୋ ଛାଇ ଅଯୋଧ୍ୟା ଉପରେ ପଡ଼ିଯିବ, ଆଉ ଅଯୋଧ୍ୟାରେ ଅମଙ୍ଗଳହେବ, ସେଥିପାଇଁ ଯାଇପାରିଲିନି । ପ୍ରଭୁ କହୁଛନ୍ତି ହେ ପକ୍ଷୀରାଜ ତୁମ ଇଚ୍ଛା କଣ କୁହ । ପକ୍ଷୀରାଜ ଗରୁଡ କହୁଛନ୍ତି ହେ ନାଥ, ଯାହା ଜୀବନର ଅନ୍ତିମ ସମୟରେ, ପ୍ରଭୁଙ୍କ କାମରେ, ପ୍ରାଣକୁ ଉସର୍ଗ କରି, ସେହି ପ୍ରଭୁଙ୍କ କୋଳମିଳିଯାଏ, ଯେଉଁ କୋଳ ପାଇବାକୁ ବଡ଼ ବଡ଼ ଭକ୍ତ ଲାଳାୟିତ ହୁଅନ୍ତି, ତାକୁ ଆଉ କଣ ଦରକାର ।
ହେ ଭଗବତ ପ୍ରେମୀ ଆଜି ଜଟାୟୁକୁ ଚାରି ରୂପର ଦର୍ଶନ ମିଳିଛିିି । ଯଥା – ରାମ, ରୁପ, ଲିଳା, ଧାମ, ଏମିତି ସମୟ ପୁଣି କେବେ ଆସିବକି ? ଜଟାୟୁ କହୁଛନ୍ତି ହେ ପ୍ରଭୁ ମୋ ଅନ୍ତିମ ସମୟରେ ଆପଣଙ୍କ ନାମ ମୋ ଜିହ୍ୱା ଜପକରୁଛି, ଆପଣଙ୍କ ରୂପକୁ ମୁଁ ଦର୍ଶନ କରୁଛି, ଆପଣ ଲିଳା କରିବାକୁ ଆସିଛନ୍ତି, ଆଉ ଏହି ଲିଳାରେ ମୁଁ ସାମିଲ ଅଛି, ଆଉ କଥା ରହିଲା ଧାମର, ଆପଣଙ୍କ କୋଳ ମୋର ଧାମ ଅଟେ । ହେ ନାଥ ମୋତେ ଏହି ବର ଦିଅନ୍ତୁ, ଏଇ ଜନ୍ମ କଣ, ହଜାରେ ଜନ୍ମ ପର୍ଯ୍ୟନ୍ତ ଜଟାୟୁକୁ ଏହି କୃପା ପ୍ରଦାନ କରନ୍ତୁ, ମୋର ଅନ୍ତିମ ଶ୍ୱାସ ଆପଣଙ୍କ ସେବା କରିକରି, ଆପଣଙ୍କ ମୁଖ ମଣ୍ଡଳ ଦର୍ଶନ କରି କରି, ଆପଣଙ୍କ ଚରଣତଳେ ପ୍ରାଣ ଚାଲିଯାଉ ପ୍ରଭୁ ଶ୍ରୀରାମ କହୁଛନ୍ତି ଏବମସ୍ତୁ । ଆଜି ଶୁକମୁନି ପରୀକ୍ଷିତଙ୍କୁ କହୁଛନ୍ତି, ତୁମ ଜନ୍ମକୁ ବି ମୁଁ ସୁଧାରିଥିଲି, ଆଉ ତୁମ ମୃତୁ୍ୟକୁ ବି ସୁଧାରିବାପାଇଁ ମୁଁ ଆସିଛି ।

ବାଳି ପ୍ରସଙ୍ଗ :

ପ୍ରଭୁ ଶ୍ରୀରାମ ଯେତେବେଳେ ସୁଗ୍ରୀବ ସହିତ ମିତ୍ରତା କରି, ଛନ୍ଦକରି ବାଳିକୁ ବଦ୍ଧ କରିଦେଲେ, ଯେତେବେଳେ ବାଳିର ବକ୍ଷରେ ତୀର ପଶିଗଲା, ବାଳିକୁ ବହୁତ ପୀଡ଼ା ହେଲା । ବାଳି କହିଲା ହେ ରାଜାରାମ, ହେ ରାଘବେନ୍ଦ୍ର ମୋର ଆପଣଙ୍କ ସହିତ କ’ଣ ଶତ୍ରୁତା ଥିଲା ଯେ ଆପଣ ଛନ୍ଦକରି ମୋତେ ବାଣ ମାରିଲେ, ମୋର ଶତ୍ରୃତା ସୁଗ୍ରୀବ ସହିତ ଥିଲା, ଆପଣଙ୍କ ସହିତ ନଥିଲା । ପ୍ରଭୁ ଆଜି ବାଳିର ଶରୀରକୁ ନିଜ କୋଳରେ ରଖି କହିଲେ, ତୁମେ ଧର୍ମ ଓ ନୀତିକୁ ଅତିକ୍ରମଣ କରିିଛ । ମର୍ଯ୍ୟାଦାକୁ ଖଣ୍ଡନ କରିଛ । ନିଜ ଭାଇର ସ୍ତ୍ରୀକୁ ବଳପୂର୍ବକ ପତ୍ନୀ ବନେଇବାର ଦୁଃସାହସ କରିଛ । ନିଜ ଭାଇର ରାଜ୍ୟ ଉପରେ ଆଧିପତ୍ୟ ବିସ୍ତାର କରିବାର ଦୁଃସାହସ କରିଛ । ପ୍ରଭୁ ବାଳିକୁ ଧର୍ମ, ନ୍ୟାୟ ଓ ନୀତିର ଶିକ୍ଷା ଦେଲେ, ବାଳି ନିଜର ଭୁଲ ଜାଣିପାରିଲା, ବାଳି କହିଲା ପ୍ରଭୁ ଏହାର ଅର୍ଥ ହେଲା ଆପଣ ବଡ଼ ଉଚିତ୍ କର୍ମ କରିଛନ୍ତି । ପ୍ରଭୁ ମୁଁ ଶୁଣିଥିଲି ଯେତେବେଳେ ଏ ଧରାକୁ ଅବତାରୀ ମହାପୁରୁଷ ଆସନ୍ତି, ସେକିଛି ଭୁଲ କାମ କରନ୍ତିନି । ପ୍ରଭୁ ମୋର ଭୁଲ ହୋଇଛି । ଆପଣ ଭଲ କାମ କରିଛନ୍ତି, ମୋର କଲ୍ୟାଣ କରିଛନ୍ତି । ଯେତେବେଳେ ବାଳିର ଆଖିରେ ପଶ୍ଚାତାପର ଅଶ୍ରୁକୁ ପ୍ରଭୁ ଦେଖି କହିଲେ, ହେ ବାଳି ! ତୁମେ ପଶ୍ଚାତାପ କରୁଛ, ତୁମର ମନ ପ୍ରାୟଶ୍ଚିତ କରିବାକୁ ଚାହୁଁଚି, କୁହ ଯଦି ତୁମେ ଚାହିଁବ ତୁମର ଜୀବନ ଓ ରାଜ୍ୟ ଫେରାଇ ପାରିବି । କୁହ ତୁମେ ମୋତେ କ’ଣ ମାଗିବାକୁ ଚାହୁଁଚ, ନାଇଁ ପ୍ରଭୁ ଯଦି ମୁଁ ପୁଣି ଭୁଲ କାମରେ ସାମିଲ ହୋଇଯିବି, ପର ସମ୍ପତ୍ତି ଉପରେ ଆଧିପତ୍ୟ ବିସ୍ତାର କରିବି, ବଡ଼ ଭୁଲ କାମ ହେବ ପ୍ରଭୁ, ମୋତେ ତ ଆପଣଙ୍କ କୋଳ ମିଳିଗଲା । ହେ ଭଗବତ ପ୍ରେମୀ ଆଜି ପ୍ରଭୁ ପ୍ରସନ୍ନ ହୋଇ ବାଳିକୁ ମୁକ୍ତି ଦେଇଛନ୍ତି ।

ତାରା ପ୍ରସଙ୍ଗ :

ଯେତେବେଳେ ପ୍ରଭୁ ବାଳିକୁ ବଧ କରିଦେଲେ, ତାରା କାନ୍ଦି ଉଠିଲେ – ପ୍ରଭୁ ତାରାକୁ କାନ୍ଦୁଥିବାର ଦେଖି କହିଲେ-

“ସିତଜଲ ପାବକ ଗଗନ ସମିରା,
ପଞ୍ଚ ରଚିତ ଅତି ଅଧମ ଶରୀରା”

ଏଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଛି, ତୁମେ ଏହି ପଞ୍ଚତତ୍ତ୍ୱପାଇଁ କାନ୍ଦୁଛ । ଏ ଦେହ ଭିତରେ ଯେଉଁ ଚୈତନ ଶକ୍ତି ଅଛି, ତାକୁ ଜାଣ, ସେତ ଅମରେଶ୍ୱର ଅଟେ । ସେ କେବେ ନଷ୍ଟ ହୁଏନି, ଯଦି ସେ ଅମରେଶ୍ୱର ଶକ୍ତି ଏ ଶରୀରର ପରିଚୟ, ତେବେ କାନ୍ଦୁଛ କଣପାଇଁ । ହେ ଭଗବତ ପ୍ରେମୀ ଏହା କହିବାର ତାପିର୍ଯ୍ୟ କଣ, ପ୍ରଭୁ ଅଲଗା ଅଲଗା ଲିଳାରେ, ସନ୍ଥମାନେ ଅଲଗା ଅଲଗା ପରିଭାଷାରେ ଆମକୁ କଣ ଶିଖାଇବାକୁ ଚାହୁଁଛନ୍ତି, ଏହି ଭୌତିକ, ନଶ୍ୱର ଦେହଭିତରେ ଏକ ଅଭୌତିକ ଅନେଶ୍ୱର ଆତ୍ମା ବାସ କରୁଛି । ସ୍ଥୂଳ ଶରୀର ଭିତରେ ସୂକ୍ଷ୍ମ ଶରୀର ଅଛି, ସୂକ୍ଷ୍ମ ଦେହ ଭିତରେ କାରଣ ଦେହ ଏବଂ କାରଣ ଦେହ ଭିତରେ ପରମାତ୍ମା ସ୍ୱରୂପ ଆତ୍ମା ବାସ କରୁଛନ୍ତି । ସେ ଆତ୍ମାକୁ ଦର୍ଶନକର, ତେବେ ଯାଇ ତୁମେ ଏ ଜୀବନର କଲ୍ୟାଣ କରିପାରିବ । ଏହାପରେ ଧ୍ୟାନକର, ଅଭ୍ୟାସ ଜାରି ରଖ, ଏହା ହେଉଛି ଜୀବନର ଲକ୍ଷ୍ୟ ।

ପର୍ବତ ପ୍ରସଙ୍ଗ :

ସେ ନିରାକାର ଇଶ୍ୱର ସେ ନିର୍ଗୁଣ ପରମାତ୍ମା, ଭକ୍ତଙ୍କ ଭକ୍ତି ଯୋଗୁ ସଗୁଣ ସାକାର ହୋଇଯାନ୍ତି । ଭକ୍ତର ପ୍ରେମଭାବ, ପ୍ରଭୁଙ୍କୁ ଏ ଧରିତ୍ରୀକୁ ଆସିବାକୁ ବାଧ୍ୟ କରିଦିଏ । ଏଠି ଇଶ୍ୱର ମାନବ ଶରୀର ଧରି ଏହି ଧରା ଧାମକୁ ଆସନ୍ତି ।
ରାମସେତୁ ନିର୍ମାଣ ଚାଲିଥାଏ, ନଳନୀଳ ପଥର ଦ୍ୱାରା ସେତୁ ନିର୍ମାଣ କରୁଥାନ୍ତି । ଏହି ସମୟରେ ହନୁମାନଙ୍କ ନଜର ବଣରେ ଏକ ବଡ଼ ପର୍ବତ ଉପରେ ପଡ଼ିଲା, ହନୁମାନ ସବୁ ଶକ୍ତି ଓ ବଳ ଲଗେଇ ଉଠାଇବାକୁ ଚେଷ୍ଟା କରୁଥାନ୍ତି । ସମସ୍ତ ପ୍ରୟାସରେ ଅସଫଳ ହେବାପରେ ନିଜ ବିବେକ ରୂପି ଆତ୍ମାକୁ ଲଗେଇ ଦେଲେ, ନମସ୍କାର କରି କହିଲେ, ହେ ପର୍ବତରାଜ ମୋ ପ୍ରଭୁଙ୍କ ସେବାରେ ଆପଣ ସହଭାଗି ବନନ୍ତୁ । ପ୍ରଭୁ ଏ ଧରାକୁ ଅସୁରଙ୍କଠାରୁ ମୁକ୍ତ କରିବାକୁ ଆସିଛନ୍ତି । ପର୍ବତ ରାଜ ହନୁମାନଙ୍କର ଭାବକୁ ଶୁଣି ଅତ୍ୟନ୍ତ ଖୁସି ମନରେ କହୁଛନ୍ତି, ହେ ଭକ୍ତ ଶିରୋମଣି ମୁଁ ସହଭାଗୀ ହେବି ସତ କିନ୍ତୁ ମୋର ଇଚ୍ଛା ମୋତେ ଏ ସାଗରରେ ବୁଡ଼ାଇବା ପୂର୍ବରୁ, ମୋତେ ପ୍ରଭୁଙ୍କର ଦର୍ଶନ କରି ତାଙ୍କ ଶ୍ରୀଚରଣକୁ ଛୁଇଁବା ପାଇଁ ବନ୍ଦୋବସ୍ତ କରେଇଦବ । ପର୍ବତରାଜଙ୍କୁ କଥାଦେଇ, ହନୁମାନ ପର୍ବତ ରାଜଙ୍କୁ ଧରି ଅଗ୍ରସର ହେଉଛନ୍ତି । ଏଣେ ପ୍ରଭୁ ସେତୁ ଶେଷ ହେବାର ଦେଖି ସବୁ ବାନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏବି ପଥରକୁ ଧରି ଆସୁଛନ୍ତି, ସେସବୁ ପଥରକୁ ସେହି ଯାଗାରେ ରଖିଦିଅ । ହନୁମାନ ପ୍ରଭୁଙ୍କ ଆଦେଶ ଶୁଣି ସେହି ପର୍ବତକୁ ଅଧାରାସ୍ତାରେ ରଖିଦେଲେ । ଏସବୁ ଦେଖି ପର୍ବତ ରାଜ ହନୁମାନଙ୍କୁ ପ୍ରାର୍ଥନା କରି କହୁଛନ୍ତି । ସାଗର ସହିତ ମିଶିବାର ଆଶା ଦେଖେଇ, ବୁନ୍ଦେ ଜଳକୁ କାହିଁକି କଷ୍ଟ ଦେଉଛି । ଭାବର ମାଳା ବନି ପ୍ରଭୁଙ୍କ ଚରଣ ଛୁଇଁବାର ରାହା ଦେଖେଇ, ମୋଠାରୁ କାହିଁକି ଦୁରେଇ ଯାଉଛ । ଆଜି ହନୁମାନ ପ୍ରଭୁଙ୍କୁ କହୁଛନ୍ତି, ହେ ପ୍ରଭୁ ପର୍ବତରାଜଙ୍କର ଇଚ୍ଛା, ସେ ଆପଣଙ୍କ ଚରଣ ତଳେ ପହଁଚିବା ପାଇଁ, ଆପଣଙ୍କ ଆଦେଶ ପାଇ ମୁଁ ଅଧା ରାସ୍ତାରେ ଛାଡ଼ି ଦେଇଛି, ଦର୍ଶନ ଦିଅନ୍ତୁ ପ୍ରଭୁ ।

ହେ ଭଗବତ ପ୍ରେମୀ ପ୍ରଭୁ ମୋର ଆଜି କହୁଛନ୍ତି, ହନୁମାନ ତାଙ୍କୁଯାଇ କୁହ ପ୍ରତିକ୍ଷା କରିବାକୁ ହବ । ମୁଁ ତାଙ୍କୁ ଦ୍ୱାପରଯୁଗରେ ଦର୍ଶନ ଦେବି । ପର୍ବତରାଜଙ୍କ ପ୍ରତିକ୍ଷା ପୂର୍ଣ୍ଣ ହୋଇଛି, ପ୍ରଭୁ କୃଷ୍ଣ ଅବତାରରେ ଗୋବର୍ଦ୍ଧନକୁ କାଳି ଆଙ୍ଗୁଠିର ଟେକି ରଖିଛନ୍ତି । ଇଏ ସେହି ପର୍ବତ, ଯିଏ ତ୍ରେତୟା ଯୁଗରେ ରାମଙ୍କ ଚରଣ ସ୍ପର୍ଶ କରିବାକୁ ଚାହୁଁଥିଲା ।

ପୂତନା ପ୍ରସଙ୍ଗ:

ଯଦି କୌଣସି ସାଧାରଣ ବ୍ୟକ୍ତି କିଛି କାର୍ଯ୍ୟକରେ ତେବେ କର୍ମ ବନିଯାଏ, କିନ୍ତୁ ଭଗବାନ ଯଦି କୌଣସି କାର୍ଯ୍ୟ କରନ୍ତି ତେବେ ଲୀଳା ବନିିଯାଏ । ସେହି ଲୀଳା ମାଧ୍ୟମରେ ପ୍ରଭୁ ଭକ୍ତର ମାର୍ଗ ଦର୍ଶନ କରନ୍ତି । ଆଜି ପ୍ରତ୍ୟେକ ଇନ୍ଦି୍ରୟ, ଗୋକୁଳବାସୀ, ଭାରତ ଭୂମି ସମସ୍ତେ ସୌଭାଗ୍ୟଶାଳୀ, ଯେଉଁଠି ପ୍ରଭୁ ଅବତାର ନେଇଛନ୍ତି, ଲୀଳାମାନ କରିଛନ୍ତି । ପୂତନାକୁ ପ୍ରଭୁ ଉଦ୍ଧାର କରିଛନ୍ତି, ଏଠି ପୂତନା ଶୁଦ୍ଧର ଅର୍ଥ ‘ପୂତ’- ଅର୍ଥ ପବିତ୍ର, ନା ଅର୍ଥ – ନୁହେଁ, ଅର୍ଥାତ ଯିଏ ପବିିିିିିିିିିତ୍ର ନୁହେଁ । ପବିତ୍ର ଏଠି ଜ୍ଞାନ, ଅପବିତ୍ର ଏଠି ଅଜ୍ଞାନ, ତେଣୁ ପୂତନା ଅଜ୍ଞାନତାର ପ୍ରତୀକ । ପ୍ରଭୁ ପୂତନାକୁ ମା’ର ସ୍ଥାନ ଦେଇ ମୁକ୍ତ କରିଦେଇଛନ୍ତି ।

ହେ ଭଗବତ ପ୍ରେମୀ ଆଜିବି ପୂତନା, ସମସ୍ତଙ୍କ ଠାରେ ବିରାଜମାନ ଅଜ୍ଞାନତା ରୂପରେ । ଆମେ କଣ, ସେ ବିଷୟରେ ଆମକୁ ଜଣାନାହିଁ । ଅଜ୍ଞାନତା ରୂପି ପୂତନା ଆମ ହୃଦୟ ଭିତରେ ବାସ କରୁଛି, ଆମକୁ ଜଗତ ଗୁରୁ ରୂପି ଏକ ଗୁରୁ ଦରକାର, ଯିଏ ଜ୍ଞାନ ପ୍ରଦାନ କରି ଅଜ୍ଞାନତାକୁ ହରଣ କରିନେବେ । କବିର କୁହନ୍ତି-

“ତୁମ ହୋ କୋନ, କାହାଁସେ ଆଏ, କାହାଁ ହେ ଘର ତେରା,
ଏହି କାରଣ ତୁହରମତ ଡ଼ୋଲୋ, ପଙ୍କଜ କାହା ବସିରା” ।

ତୁମେ କିଏ, କେଉଁଠୁ ଆସିଛ, କଣ ଅସ୍ତିତ୍ୱ ଅଛି, ତୁମର ପରିଚୟ କଣ, କଣ ଜାଣିଛ, ନିଜେ କଣ ପରିଚିତ ଅଛ? ଶରୀରରେ ଚାଲିବାର କିଛି ଶକ୍ତି ନାହିଁ, ଏ ହୃଦୟ ଭିତରେ ବସିଥିବା ଚୈତନ୍ୟ, ସେହି ଆତ୍ମା ଶକ୍ତି, ଯିଏ ଏହି ଦେହରୂପି ଆବରଣକୁ ଘୋଡେଇଛି । ତେଣୁ ଏହି ଆତ୍ମାହିଁ ଆମ ପରିଚୟ, ଆଉ ଏହି ଆତ୍ମା ହେଉଛି ପରମାତ୍ମାଙ୍କ ଅଂଶ ।

କୃଷ୍ଣଙ୍କ ନାମକରଣ ପ୍ରସଙ୍ଗ :

ଏହା ପରେ ଗର୍ଗାଚାର୍ଯ୍ୟଙ୍କ ଦ୍ୱାରା ଗୋଶାଳାରେ ପ୍ରଭୁଙ୍କର ନାମ କରଣ ହୋଇଛି ରୋହିଣ ନନ୍ଦନଙ୍କ ନାମ ହେଉଛି – ବଳରାମ ଯଶୋଦା ନନ୍ଦନଙ୍କ ନାମ ହେଉଛି – କୃଷ୍ଣ ।

କ୍ଷୀର ପ୍ରସଙ୍ଗ :

କ୍ଷୀର ଗରମ କଲାବେଳେ ଉତ୍ତୁରି ପଡେ । ଆଜି କ୍ଷୀର କହୁଛି ଯଦି ମୁଁ ଭଗବାନଙ୍କ ସେବାରେ ନ ଆସିଲି, ତାଠୁ ଭଲ ହବ ଅଗ୍ନରେ କୁଦି ପଡି ମରିବା । ଏଥିପାଇଁ ଯେତେବେଳେ କ୍ଷୀର ଉତ୍ତୁରି ପଡେ, ଗୋବିନ୍ଦ ଗୋବିନ୍ଦ ନାମ ନିଅନ୍ତୁ । ଗୋବିନ୍ଦଙ୍କ ଆହୁତି ହୋଇ ଯିବ, ତୁମ ହବନବି ହୋଇ ଯିବ । ଯଦି ଶରୀର କାହା ସେବାରେ ନ ଆସେ ତେବେ ଜୀବନ ବ୍ୟର୍ଥ ଅଟେ, ଜୀବନତ କୃଷ୍ଣଠୁ ଆରମ୍ଭ ହୋଇ କୃଷ୍ଣରେ ଶେଷ ହୁଏ ।

ଆଶୀର୍ବାଦ ପ୍ରସଙ୍ଗ :

ଭଗବାନ କୃଷ୍ଣ ଗୁରୁ ସନ୍ଦିପନି ପାଖରେ ପାଠ ପଢ଼ା ସାରି ଯିବାକୁ ବାହାରିଛନ୍ତି । କୃଷ୍ଣ ଗୁରୁଙ୍କ ଆଶୀର୍ବାଦ ନେଇଛନ୍ତି, ଗୁରୁ ପତ୍ନୀଙ୍କୁ ପ୍ରଣାମ କରିଛନ୍ତି, ଗୁରୁ ପତ୍ନୀ କହୁଛନ୍ତି କଣ ପରମାତ୍ମା ଆଶୀର୍ବାଦ ଚାହାନ୍ତି । କୃଷ୍ଣ କହୁଛନ୍ତି ପରମାତ୍ମା ଭି ଆଶୀର୍ବାଦ ଚାହାନ୍ତି । ଗୁରୁ ପତ୍ନୀ କହୁଛନ୍ତି, ତେବେ କୁହ ମୁଁ ତୁମକୁ କେଉଁ ଆଶୀର୍ବାଦ ଦେବି । କୃଷ୍ଣ କାନ୍ଦୁଛନ୍ତି, ମୋ ପ୍ରଭୁ ଆଜି କାନ୍ଦି କାନ୍ଦି କହୁଛନ୍ତି, ଦେବାକୁ ଚାହୁଁଛନ୍ତି ତ, ମୋତେ ଏହି ଆଶୀର୍ବାଦ ଦିଅନ୍ତୁ “ମାତ୍ରୁ ହସ୍ତେନ ଭୋଜନମ” – ମୁଁ ଯେ ପର୍ଯ୍ୟନ୍ତ ଏ ଧରିତ୍ରିରେ ରହିବି, ମୋ ମା ହାତରେ ଭୋଜନ କରେ, ଭଗବାନ ଯେ ପର୍ଯ୍ୟନ୍ତ ରହିଛନ୍ତି ମାଙ୍କ ପାଖରେ ଅଧିକ ସମୟ ବିତେଇଛନ୍ତି,

ବତ୍ସାସୁର, ବକାସୁର, ଅଘାସୁରର ଉଦ୍ଧାର, ଧେନୁକାସୁରର ପ୍ରସଙ୍ଗ :

ଏହାପରେ ପ୍ରଭୁ ବତ୍ସାସୁର ଓ ବକାସୁରର ଉଦ୍ଧାର କରିଛନ୍ତି, ଅଘାସୁରର ଉଦ୍ଧାର କରିଛନ୍ତି, ଏହା ପରେ ତାଳ ବଣରେ ବଳରାମଙ୍କ ଦ୍ୱାରା ଧେନୁକାସୁରର ଉଦ୍ଧାର କରିଛନ୍ତି । ଧେନୁକାସୁର ଅର୍ଥ ଯିଏ କିଛି ଖାଏନି ଓ ଅନ୍ୟକୁ ଖାଇବାକୁ ଦିଏନି । ଏଠି ଧେନୁକାସୁର ଫଳକୁ ଜଗିଥିଲା, କାଳୀୟ ନାଗ ଜଳକୁ ପ୍ରଦୁଷଣ କରି ରଖିଥିଲା, ଜରାସନ୍ଧ ରାଜ୍ୟଗୁଡିକୁ ଛଡେଇ ରାଜାମାନଙ୍କୁ ବନ୍ଦି କରି ସ୍ଥଳକୁ ଜଗି ରହିଥିଲା । ଜୀବନର ତିନି ଆବଶ୍ୟକତା ଯଥା – ଜଳ, ସ୍ଥଳ ଓ ଫଳ ଏମାନଙ୍କ ଅଧିନରେ ଥିଲା । ଭୀମସେନ ଦ୍ୱାରା ଜରାସନ୍ଧକୁ ମାରିଛନ୍ତି ।

କାଳିୟ ଦଳନ ପ୍ରସଙ୍ଗ :

କାଳିନାଗକୁ ଦମନ ପାଇଁ, ନାଗ ବଂଶର ସ୍ୱଭାବକୁ ବଦଳାଇବା ପାଇଁ ପ୍ରଭୁ ଯେତେବେଳେ ଯମୁନାକୁ ଡେଇଁ ପଡିଛନ୍ତି, କାଳି ନାଗ କହୁଛି ହେ ବାଳକ ତୁମେ ବୋଧେ ଭୁଲରେ ଭାସି ଆସିଛ । ପ୍ରଭୁ କହୁଛନ୍ତି କେଉଁ ନଦୀ ଓ ସମୁଦ୍ରର ସାମର୍ଥ୍ୟ ନାହିଁ ମୋତେ ଭସାଇ ଆଣିବାର, ମୁଁ ତ ମୋ ଭକ୍ତର ଭାବରେ ଭାସେ ।

ନାଗ ସ୍ତ୍ରୀମାନେ ପ୍ରଭୁଙ୍କୁ ପ୍ରଣାମ କରି କହୁଛନ୍ତି –

ନମସ୍ତୁଭ୍ୟଂ ଭଗବତେ ପୁରୁଷାୟ ମହାତ୍ମନେ ।
ଭୂତାବାସାୟ ଭୂତାୟ ପରାୟ ପରମାତ୍ମନେ ।।

।। ଶ୍ରୀ ଭା: ୧୦/୧୬/୩୯ ।।

ତ୍ରିଲୋକରେ ତିନିପ୍ରକାର ଯୋନିର ପ୍ରାଣୀ ଅଛନ୍ତି, ଯଥା – ସତ୍ତ୍ୱଗୁଣ ପ୍ରଧାନ-ଶାନ୍ତିଯୋନି, ରଜୋଗୁଣ ପ୍ରଧାନ – ଅଶାନ୍ତ ଯୋନି ଏବଂ ତମୋଗୁଣ ପ୍ରଧାନ – ମୂଢଯୋନି । ହେ ପ୍ରଭୁ ନାଗରାଜ ତମୋଗୁଣୀ ଯୋନିରେ ଜନ୍ମ ହୋଇଛନ୍ତି ଏବଂ ଏ ଅତ୍ୟନ୍ତ କ୍ରୋଧୀ । ତଥାପି ଯେଉଁ ଚରଣରଜ ଅନ୍ୟମାନଙ୍କ ନିମନ୍ତେ ଅତ୍ୟନ୍ତ ଦୁର୍ଲ୍ଲଭ, ଏହାଙ୍କୁ ଆପଣଙ୍କର ସେହି ପରମ ପବିତ୍ର ଚରଣରଜ ମିଳିଗଲା ।

ସର୍ପ ହେଉଛି ମୃଢଯୋନିର ପ୍ରାଣୀ, ତେଣୁ ସେ ଆପଣଙ୍କୁ ଚିହ୍ନି ନଥିଲେ । ଥରକ ପାଇଁ ଏହାଙ୍କୁ କ୍ଷମା କରିଦିଅନ୍ତୁ । ଭଗବାନ୍ ! କୃପା କରନ୍ତୁ । ପ୍ରଭୁ କହୁଛନ୍ତି ମୋର ଚରଣ ଯେମିତି ମୟୁର ପଙ୍ଖରେ ଅଛି, ସେମିତି ମୋ ଚରଣ ତୁମ ମଥାରେ ଆଜିଠାରୁ ଆଙ୍କି ହୋଇ ଗଲା ।

କାଳି ନାଗ କହୁଛି ପ୍ରଭୁ ମୋର ଦୋଷ କଣ, ସଂସାରକୁ ତ ଆପଣ ବନେଇଛନ୍ତି, ନାଗକୁ ଆପଣ ବନେଇଛନ୍ତି, ମୋ ସ୍ୱଭାବକୁ ଆପଣ ବନେଇଛନ୍ତି, ଯେତେବେଳେ ମୋତେ ବନେଇଛନ୍ତି, ମୋ ସ୍ୱଭାବକୁ ବନେଇଛନ୍ତି ଅନ୍ୟକୁ କାଟିବା ପାଇଁ, ମୋର ଦୋଷ କଣ । ପ୍ରଭୁ କହୁଛନ୍ତି ତୁମେ କଣ ଚାହୁଁଚ, କାଳିନାଗ କହିଲା ପ୍ରଭୁ ମୋ ସ୍ୱାଭାବକୁ ବଦଳେଇ ଦିଅନ୍ତୁ । ହେ ଭଗବତ ପ୍ରେମୀ ପ୍ରଭୁ ଆଜି କହୁଛନ୍ତି ଯା ମୋ କଥା ଶୁଣ, ମୋ କଥା ଜୀବର ସ୍ୱଭାବକୁ ବଦଳାଇ ଦବ ।

ଗୋବର୍ଦ୍ଧନ ପ୍ରସଙ୍ଗ :

ପତ୍ନୀକୁ ଶାଢ଼ୀ ଦରକାର, ସେ ସ୍ୱାମୀକୁ ନ ମାଗି ପଡୋଶିକୁ ମାଗିବ, ଯେତେବେଳେ ସ୍ୱାମୀ ଜାଣିବ, ସ୍ୱାମୀକୁ ଭଲ ଲାଗିବନି । ଭଗବାନଙ୍କର କହିବାର ଉଦ୍ଦେଶ୍ୟ ଏଠି ଇନ୍ଦ୍ରକୁ ପୂଜା ନକରି ଯିଏ ଆମକୁ, ଗାଈମାନଙ୍କୁ ଖାଦ୍ୟ ଦେଉଛି ସେହି ଗୋବର୍ଦ୍ଧନର ପୂଜା ହେଉ । ଆଜି ବ୍ରଜ ବାସୀ ଗୋଧନକୁ ନେଇ ଗିରିରାଜ ଗୋବର୍ଦ୍ଧନକୁ ପୂଜା କରୁଛନ୍ତି । ଇନ୍ଦ୍ରଙ୍କର ଦର୍ପ ଓ ଗର୍ବକୁ ଦୂର କରିବା ପାଇଁ ଭଗବାନ ଗିରିରାଜକୁ ସାତ ଦିନ ଧରି ଟେକି ବ୍ରଜବାସୀଙ୍କୁ ରକ୍ଷା କରିଛନ୍ତି । ଇନ୍ଦ୍ର ଲଜ୍ଜିତ ହୋଇ ଭଗବାନଙ୍କୁ କ୍ଷମା ମାଗି କହୁଛନ୍ତି, ହେ ପ୍ରଭୁ ଆପଣ ବିଶୁଦ୍ଧ ରୂପ ଅଟନ୍ତି । ମାୟାରେ ତିଆରି ଏ ସଂସାର ଆପଣଙ୍କ ପାଇଁ ନୁହେଁ । ଆପଣ ମାୟାଠାରୁ ଦୂରରେ, ମୁଁ ତ ନିମିତ୍ତ ମାତ୍ର ବି ନୁହେଁ ।

ପିତା ଗୁରୁସ୍ତ୍ୱଂ ଜଗତାମଧୀଶୋ ଦୁରତ୍ୟୟଃ କାଳ ଉପାତ୍ତଦଣ୍ଡଃ ।
ହିତାୟ ସେ୍ୱଚ୍ଚାତନୁଭିଃ ସମୀହସେ ମାନଂ ବିଧୁନ୍ୱଞ୍ଜଗଦୀଶମାନିନାମ୍ ।।

।। ଶ୍ରୀ ଭା: ୧୦/୨୭/୬ ।।

ସବୁ କରିବା ବାଲା ଆପଣ, ପ୍ରାଣୀଙ୍କୁ ଦଣ୍ଡ ଦେଲା ବାଲା ଆପଣ, ଆପଣ ନିଜ ଇଚ୍ଛାରେ ଅବତାର ନିଅନ୍ତି, ମୋର ଭୁଲ୍ ହୋଇଯାଇଛି ମୋତେ କ୍ଷମା କରିଦିଅନ୍ତୁ । ପ୍ରଭୁ ଆଜି କହୁଛନ୍ତି କିଏ ଭଗବାନଙ୍କର ଅପରାଧ କରୁ ଆପତ୍ତି ନାହିଁ । ଯିଏ ମୋ ଭକ୍ତର ଅପରାଧ କରେ, ମୁଁ ତାକୁ ଛାଡେ ନାହିଁ, କାହିଁକିନା ମୁଁ ଭକ୍ତର ଅଧିନ । ମୋର ସେବା ହଉକି ନହେଉ ମୋ ସନ୍ଥଙ୍କର ସେବା ହେଲେ, ମୋତେ ଆନନ୍ଦ ଆସେ । କାହିଁକି ନା ଯଦି ଭଗବାନଙ୍କର ଭକ୍ତକୁ ଦୁଃଖ ଦେବ ତେବେ ଜୀବନର ମାୟାରୂପକ ଭୋଗ ବୃତ୍ତି ଆସିବ । ଯଦି ଲୋକଙ୍କର କଲ୍ୟାଣ କରିବ ତେବେ ଜୀବନରେ ଆଧ୍ୟାତ୍ମିକ ବୃତ୍ତି ଆସିବ । ପ୍ରଭୁ କହୁଛନ୍ତି, ମୁଁ ଏଗାର ବର୍ଷ ପାଇଁ ବ୍ରଜମଣ୍ଡଳୀକୁ ଆସିଥିଲି । ବ୍ରହ୍ମା ମୋ ଲୀଳା ଦେଖିବାକୁ ଆସି ଛୋଟ ଅପରାଧ କଲେ, ମୋ ସଖାଙ୍କୁ ମୋ ଠାରୁ ଗୋଟିଏ ବର୍ଷ ଅଲଗା କରିଦେଲେ, ଠିକ୍ କଲେ ନାହିଁ । କିନ୍ତୁ ହେ ଇନ୍ଦ୍ର ମୁଁ ଯେଉଁ ଗୋପୀଙ୍କ ସାଥିରେ ଦିନରେ ରହୁଥିଲି, ରାତିରେ ସେମାନେ ନିଜ ଘରକୁ ଯାଉଥିଲେ, ମୁଁ ଘରକୁ ଫେରୁଥିଲି । ମୁଁ ମିଶିବାକୁ ବିବଶ ହୋଇପଡୁଥିଲି, କେବଳ ତୁମ ପାଇଁ, ଯେଉଁ ସଖାମାନଙ୍କ ସହିତ ମିଶିପାରୁନଥିଲି, ଏହି ସାତ ଦିନ ସାତ ରାତିରେ ସେମାନେ ମୋ ପାଖରେ ରହିଲେ, ଯାଅ ସେଥିପାଇଁ ମୁଁ ତୁମକୁ କ୍ଷମା କରିଦେଉଛି । ଏଥର ତୁମେ ତୁମର ରାଜଧାନୀ ଅମରାବତୀକୁ ଫେରିଯାଅ, ଉଚିତ୍ ରୀତିରେ ମର୍ଯ୍ୟାଦା ପାଳନ କର ।

ଗାଈଗୋରୁଙ୍କୁ ଦାବାନଳରୁ ଉଦ୍ଧାର, ବରୁଣ ବିଜୟ :

ଏହା ପରେ ଭଗବାନ ଦାବାଗ୍ନି ପିଇକରି ଦାବାନଳରୁ ଗାଈମାନଙ୍କୁ ରକ୍ଷା କରିଛନ୍ତି । ଏହାପରେ ପ୍ରଭୁ ବରୁଣ ଉପରେ ବିଜୟ ପ୍ରାପ୍ତ କରିଛନ୍ତି, ଏଠି ବରୁଣ ଜଳର ଦେବତା, ଆମ ଜୀଭ ଏଠି ଜଳ । ଜଳର ଅର୍ଥ ରସ, ଏହି ଜିଭର ୬ ପ୍ରକାର ରସ ଅଛି, ସେମାନେ ହେଉଛନ୍ତି ବରୁଣଙ୍କ ଦୂତ, ଯଥା: ଖଟା, ମିଠା, ଲୁଣ, ରାଗ, କଷା ଓ ପିତାଏଠି କେମିତି ଏକାଦଶୀର ଉପବାସ ରହି ଜୀଭ ଉପରେ ବିଜୟପ୍ରାପ୍ତି କରିହେବ, ଜୀଭକୁ ବସ କରିହେବ, ପ୍ରଭୁ ଏହି ଶିକ୍ଷା ଦେଇଛନ୍ତି ।

ରାସଲୀଳା ପ୍ରସଙ୍ଗ :

ଏଠି ପ୍ରଭୁ କାମଦେବ ଉପରେ ବିଜୟପ୍ରାପ୍ତି କରିଛନ୍ତି । ରାସଲୀଳାରେ କେମିତି କାମନାକୁ ବସ କରିହେବ ପ୍ରଭୁ ସେହି ଶିକ୍ଷା ଦେଇଛନ୍ତି, ଯିଏ ଜୀଭକୁ ଆୟତ କରିପାରିବ ସିଏ ଜନଇନ୍ଦ୍ରିୟକୁ ବସ କରିପାରିବ । ଆମ ଶରୀରରେ ଉର୍ଜା ଅଛି, ସେହି ଉର୍ଜା କାମ ବାସନା ଦିଗରେ ନେଇଯାଏ । ଯଦି ସେହି ଉର୍ଜାର ଉଦ୍ଧୁବିକରଣ କରାଯାଏ ତେବେ ପରବ୍ରହ୍ମଙ୍କ ସହ ଏକ ହୋଇଯିବ । ହେ ଭଗବତ ପ୍ରେମୀ ଏହି ଖଜାନାକୁ ଖୋଜ, ଦୁଃଖ ଦାରିଦ୍ରତାରୁ ମୁକ୍ତ ହେବାର ଉପାୟ ଶିଖିଯାଅ । ଯୋଗ କରି କରି ସିଦ୍ଧି ପାଖରେ ପହଞ୍ଚିବାର ରାସ୍ତା ତିଆରି ହୋଇଯାଉ, ସମାଧି ପ୍ରାପ୍ତି ହୋଇଯାଉ । ଶ୍ରୀକୃଷ୍ଣ ହେଉଛନ୍ତି ଗୋପୀମାନଙ୍କର ଆତ୍ମା । ଗୋପୀମାନେ ଏଠି ବୃତ୍ତି ରୂପରେ । ବୃତ୍ତିମାନଙ୍କର ଆବରଣ ନଷ୍ଟ ହୋଇଯିବା ହିଁ ବସ୍ତ୍ରହରଣ ଲୀଳା ଏବଂ ସେମାନେ କୃଷ୍ଣଙ୍କ ଆତ୍ମାରେ ରମିଯିବା ହେଉଛି ରାସକ୍ରୀଡା ।

ଆଜି ଗୋପୀମାନେ ଭଗବାନଙ୍କୁ ସ୍ତୁତି କରି କହୁଛନ୍ତି ଆମକୁ ପତି ରୂପରେ ଗୋବିନ୍ଦ ମିଳନ୍ତୁ, ଏହି ବର ପ୍ରଦାନ କରନ୍ତୁ ।

କାତ୍ୟାୟନି ! ମହାମାୟେ ! ମହାଯୋଗିନ୍ୟଧୀଶ୍ୱରି ।
ନନ୍ଦଗୋପସୁତଂ ଦେବୀ ! ପତିଂ ମେ କୁରୁ ତେ ନମଃ । ।

ଯେଉଁ କନ୍ୟାର ବିଭା ହୋଇ ନଥିବ ଏହି ମନ୍ତ୍ରକୁ ଜପିଲେ ସୁନ୍ଦର ସ୍ୱାମୀ ମିଳିବ । ଏହାପରେ ପ୍ରଭୁ ଷଣ୍ଡାସୁରର ଉଦ୍ଧାର କରିଛନ୍ତି, କଂସର ଉଦ୍ଧାର କରିଛନ୍ତି ।

इसे भी पढ़े : मौन का रहस्य

ରୁକ୍ମଣୀ ପ୍ରସଙ୍ଗ :

ଭଗବାନ ଆଜି ରୁକ୍ମଣୀଙ୍କୁ ପ୍ରଶ୍ନକରୁଛନ୍ତି, ତୁମେ ମୋଠାରେ କଣ ଦେଖିଲଯେ, ମୋତେ ବିଭାହେଲ । ରୁକ୍ମଣୀ କହୁଛନ୍ତି, ସେହି କନ୍ୟାର ବିବାହ ଶିଶୁପାଳ ସହିତ ହୁଏ, ଯାହାର ସମ୍ବନ୍ଧ ସତ୍ସଂଙ୍ଗ ସହିତ ନଥାଏ । ମୋତେ ଆପଣଙ୍କ ସଦଗୁରୁଙ୍କର ସତସଂଙ୍ଗ ମିଳିଥିଲା । ନାରଦ ପ୍ରତିଦିନ ରୁକ୍ମଣୀଙ୍କୁ ସତସଂଙ୍ଗ ଶୁଣାଉଥିଲେ । ଥରେ ନାରଦ ରୁକ୍ମଣୀଙ୍କୁ କହୁଛନ୍ତି, ଦେବୀ ତୁମେ ବହୁତ ସୁନ୍ଦର, ପରମାତ୍ମା ତୁମକୁ ଏମିତି ସୁନ୍ଦର ବନେଇଛି, ତୁମେ କୌଣସି କାମୁକ ଯୋଦ୍ଧାକୁ ବରଣ ନକରି, ମୋ ପ୍ରଭୁ ସେହି ଗୋବିନ୍ଦଙ୍କ ଚରଣରେ ନିଜକୁ ସମର୍ପିଦେବ ।
ଏହାପରେ ପ୍ରଭୁ ଶମ୍ବରାସୁରର ଉଦ୍ଧାର କରିଛନ୍ତି ।

यह भी देखें: Om Krishnaya Vasudevaya Haraye

ଜାମ୍ବବତୀ ପ୍ରସଙ୍ଗ :

ସତ୍ରାଜିତଙ୍କ ପାଖରେ ଏକ ସ୍ୟମନ୍ତକ ମଣିଥିଲା, ଯାହାକୁ ଭଗବାନ ଏକ ମନ୍ଦିର ବନେଇ ମଣିର ସ୍ଥାପନା କରିଥିଲେ । ସତ୍ରାଜିତର ଭାଇ ତତ୍ତ୍ୱସେନ ଏହି ମଣିକୁ ଚୋରିକରି ଘୋଡ଼ାରେ ଚଢ଼ି ପଳାଇ ଯାଉଥିବା ସମୟରେ, ଏକ ବାଘ ସେମାନଙ୍କୁ ମାରି ମଣିକୁ ନେଇଗଲା । ସେହି ବାଘକୁ ଏକ ଭାଲୁ ମାରି ମଣିକୁ ନେଇ ଏକ ଗୁମ୍ପା ଭିତରେ ପଶିଗଲା । ଭଗବାନ ମଣିକୁ ଆଣିବାପାଇଁ ଗୁମ୍ପାରେ ପଶି ଦେଖନ୍ତି, ଏକ କନ୍ୟା ମଣିକୁ ଧରି ଖେଳୁଛି । ଏଠି ମଣିପାଇଁ ଭଗବାନଙ୍କର ଜାମ୍ବବାନ ସହିତ ଯୁଦ୍ଧ ହୋଇଛି । ଯିଏ ରାମଙ୍କ ସେନାରେ ଥିଲେ, ଯାହାଙ୍କର ଭଗବାନଙ୍କ ସହିତ ବଳକଷିବାର ଇଚ୍ଛାଥିଲା । ଏଠି ବ୍ରହ୍ମା ଜାମ୍ବବାନ ରୂପରେ, ଶମ୍ଭୁ ହନୁମାନ ରୂପରେ, ମଣିନ୍ଦ୍ର-ଶେଷ ଲକ୍ଷ୍ମଣ ରୂପରେ ପ୍ରଭୁ ଶ୍ରୀରାମଙ୍କର ସେବା କରୁଥିଲେ । ଭଗବାନ ଜାମ୍ବବାନକୁ କହିଥିଲେ ମୁଁ ଯେବେ ଦ୍ୱାପରରେ ଆସିବି, ତୁମ ଇଚ୍ଛା ପୁରା କରିବି । କୃଷ୍ଣ ଅବତାରରେ ଜାମ୍ବବାନ ଭଗବାନଙ୍କୁ ଚିହ୍ନିପାରିଛନ୍ତି । ଏକ ସର୍ତ୍ତ ଅନୁସାରେ ତାଙ୍କ କନ୍ୟା ଜାମ୍ବବତୀର ବିବାହ ଭଗବାନଙ୍କ ସହିତ କରାଇଛନ୍ତି ଓ ମଣିକୁ ଭଗବାନଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ମନରେ ପ୍ରଶ୍ନ ଉଠେ ଭଗବାନ ଏକ ପଶୁ ପ୍ରଜାତି ଜାମ୍ବବତୀକୁ କେମେତି ବିବାହ ହେଲେ । ସର୍ତ୍ତ ଅନୁସାରେ ଜାମ୍ବବତୀ ଓଢ଼ଣା ପକେଇଛନ୍ତି, ରୁକ୍ମଣୀ ବନ୍ଦେଇବାକୁ ଥାଳିଧରି ଠିଆ ହୋଇଛନ୍ତି । ଭଗବାନ କହୁଛନ୍ତି ରୁକ୍ମଣୀ ଏ କନ୍ୟା ତୁମଠୁ ଭି ସୁନ୍ଦର । ରୁକ୍ମଣୀଙ୍କ ମନରେ ଜାମ୍ବବତୀକୁ ଦେଖିବାର ଉତ୍କଣ୍ଠା ଉଙ୍କି ମାରିଛି । ଆଜି ରୁକ୍ମଣୀ ବାରମ୍ବାର ଓଢଣା ଟେକି ଜାମ୍ବବତୀକୁ ଦେଖିବାକୁ ଚାହିଁଛନ୍ତି । ଜାମ୍ବବତୀ ଓଢଣା ନ କାଢିବାରୁ, ରୁକ୍ମଣି ଶାପ ଦେଇଛନ୍ତି, ଯା ମୁଁ ଯେମିତି ସୁନ୍ଦର ତୁ ସେମିତି ହୋଇଯା । ଆଜି ଶାପ ଜାମ୍ବବତୀଙ୍କ କ୍ଷେତ୍ରରେ ବରଦାନ ହୋଇଛି । ହେ ଭଗବତ ପ୍ରେମି ଯଦି ସମ୍ବନ୍ଧ କରିବାର ଅଛି ପରମାତ୍ମାଙ୍କ ସହିତ ବନାଅ, ନହେଲେ ଯିଏ ପରମାତ୍ମାଙ୍କ ଭକ୍ତ ଅଛି ତାସହିତ ବନାଅ ।

ସତ୍ୟଭାମା ପ୍ରସଙ୍ଗ :

ଭଗବାନ ମଣିକୁ ନେଇ ସତ୍ରାଜିତକୁ ଦେଇଛନ୍ତି । ସତ୍ରାଜିତ ଭଗବାନଙ୍କୁ କହୁଛନ୍ତି, ପ୍ରଭୁ ମୋର ଭୁଲ ହୋଇଯାଇଛି । ମୋତେ କ୍ଷମା କରିଦିଅନ୍ତୁ, ଏ ମଣିକୁ ନିଅନ୍ତୁ ଓ ମୋ କନ୍ୟା ସତ୍ୟଭାମାକୁ ବିବାହ କରନ୍ତୁ । ଆଜି ଭଗବାନଙ୍କର ତୃତୀୟ ବିବାହ ସତ୍ୟଭାମାଙ୍କ ସହିତ ହୋଇଛି ।

इसे भी पढ़े : भजगोविन्दं भजगोविन्दं गोविन्दं भज मूढमते

ସୁଦାମା ପ୍ରସଙ୍ଗ :

ସଖା କାହାକୁ କହନ୍ତି-କାମ କ୍ରୋଧ, ରାମ ଲକ୍ଷ୍ମଣ, କୃଷ୍ଣ ସୁଦାମା ହେଉଛନ୍ତି ସଖା । ଗୋଟିଏ ନାଁ ନେଲେ ଯେଉଁ ଅନ୍ୟ ନାମଟି ଆପେ ଆସିଯାଏ ତାକୁ ସଖା କହନ୍ତି । ସୁଶିଳା, ଛୋଟ ଛୋଟ ପିଲାମାନଙ୍କୁ ନେଇ ସୁଦାମାଙ୍କ ସଂସାର । ଯିଏ ଯାହା ଦିଅନ୍ତି ଏଥିରେ ସୁଦାମାଙ୍କ ପରିବାର ଚଳିଯାଏ । ସୁଦାମା ଦିନରାତି ପ୍ରଭୁଙ୍କର କିର୍ତ୍ତନ କରନ୍ତି । ଏମିତି ଏକ ସମୟ ଦୁଇ ତିନି ଦିନ ପର୍ଯ୍ୟନ୍ତ ଘରକୁ କିଛି ଆସିନାହିଁ । ପିଲାମାନେ ମାତା ଶୁସିଳାଙ୍କୁ ଖାଇବାକୁ ମାଗୁଛନ୍ତି, ମାତା ବୁଝାଇ ଦେଉଛନ୍ତି, ବାପା ଆଜି ଉପବାସ, କାଲି ସକାଳ ହେଲେ ଖାଇବ । ପରଦିନ ପୁଣି କହୁଛନ୍ତି ଆଜି ଗୁରୁବାର, କାଲି ସକାଳ ହେଲେ ଖାଇବ । ଦିନେ ଜଣେ ବ୍ରାହ୍ମଣ ଶୁସିଳାଙ୍କୁ ଘରକୁ ଭିକ୍ଷା ମାଗିବାକୁ ଆସିଛନ୍ତି । ଶୁସିଳା କହୁଛନ୍ତି, ବାବା ମୋ ଘରେ କିଛି ନାହିଁ, ମୋ ପିଲାମାନେ ପାଞ୍ଚଦିନ ହେଲା କିଛି ଖାଇନାହାଁନ୍ତି, ମୁଁ କଣ ଦେବି । ବ୍ରାହ୍ମଣ କହୁଛନ୍ତି ତୁମ ପତି କଣ କରୁଛନ୍ତି, ଏଠାରେ ସବୁବେଳେ ଗରିବୀ ଲାଗି ରହୁଛି । ଶୁସିଳା କହୁଛନ୍ତି, ଆପଣ ଜାଣିବାକୁ ଚାହୁଁଛନ୍ତି ମୋ ପତି କଣ କରୁଛନ୍ତି ? ମୋ ପତି ଠାକୁରଙ୍କ ଭଜନ କରନ୍ତି । ଆଉ କଥା ରହିଲା ଗରିବୀର, ଗରିବୀ ତାଙ୍କ ପ୍ରଶାଦ । ବ୍ରାହ୍ମଣ କହୁଛନ୍ତି ଦେବୀ ତୁମେ ଜାଣିଛ, ତୁମ ପତିଙ୍କର ମିତ୍ର ହେଉଛନ୍ତି ଦ୍ୱାରିକାଧୀଷ, ସେ ଆଜିବି ତୁମ ପତିଙ୍କୁ ମନେ ପକାଉଛନ୍ତି । ତୁମେ ପତିଙ୍କୁ ପଠାଅ, ଶୁସିଳା କହୁଛନ୍ତି ମୋ ପତି ତ ଛିଣ୍ଡା ଲଙ୍ଗୋଟି ପିନ୍ଧୁଛନ୍ତି, ସେ କଣ ତାଙ୍କୁ ପସନ୍ଦ କରିବେ । ବ୍ରାହ୍ମଣ କହୁଛନ୍ତି, ତାଙ୍କୁ ଯଦି କେହି ପସନ୍ଦ ଆସନ୍ତି, ସେହି ଲଙ୍ଗୋଟିବାଲା ହିଁ ପସନ୍ଦ ଆସନ୍ତି ।

ହେ ଭଗବତ ପ୍ରେମୀ ସେ ବ୍ରାହ୍ମଣ ଆଉ କେହି ନୁହଁନ୍ତି, ସେତ ମୋ ପ୍ରଭୁ ଗୋବିନ୍ଦ ଅଟନ୍ତି । ଆଜି ଶୁସିଳା ସୁଦାମାଙ୍କୁ ଦ୍ୱାରିକା ଯିବାକୁ କହୁଛନ୍ତି । ସୁଦାମା କହୁଛନ୍ତି ମିତ୍ର ସହିତ କେବେ ଧନର ସମ୍ପର୍କ ରଖାଯାଏନା, ଶୁସିଳା କହୁଛନ୍ତି ଆପଣଙ୍କୁ ପଠାଇବାର ଉଦ୍ଦେଶ୍ୟ ଗରିବ ହଟାଇବା ପାଇଁ ନୁହେଁ, ଦୁଇ ସଖାଙ୍କ ମିଳନ ହେବା ପାଇଁ । ସୁଦାମା କହୁଛନ୍ତି ଶାସ୍ତ୍ରର ମତ ଯଦି ମିତ୍ର, ଗୁରୁ, ରାଜା, ସତସଙ୍ଗ ଓ ମନ୍ଦିରକୁ କେବେ ଯାଆନ୍ତି ତେବେ ଖାଲି ହାତରେ ଯାଆନ୍ତିନି । ଆଜି ଶୁସିଳା ଚାରି ଘର ବୁଲି ଚାରି ମୁଠା ଚାଉଳ ମାଗିଆଣିଛନ୍ତି । ତାକୁ ଏକ କପଡ଼ାରେ ବାନ୍ଧି ସୁଦାମାଙ୍କୁ ଦେଇଛନ୍ତି । ଆଜି ସୁଦାମା ଚାଲିଚାଲି ଏକ ନଦୀ ପାଖରେ ପହଁଚିଛନ୍ତି । ପାଖରେ ପଇସା ନଥିବାରୁ ନୌକାରେ ପାଦ ଦେଇ ପୁଣି ଓହ୍ଲାଇ ପଡ଼ିଛନ୍ତି । କିନ୍ତୁ ନାଉରିଆ ଆଜି ସୁଦାମଙ୍କୁ ନଦୀପାର କରାଇଦେଇଛି । ସୁଦାମା ପୁଣି କିଛିବାଟ ଚାଲିବାପରେ ଥକିପଡ଼ି ଗୋଟିଏ ଗଛମୁଳେ ବସି ପଡ଼ିଛନ୍ତି । ଏହି ବସିବା ସମୟରେ ସୁଦାମାଙ୍କୁ ନିଦ ଲାଗିଯାଇଛି ।

ହେ ଭଗବତ ପ୍ରେମୀ ପ୍ରଭୁ ଆଜି ମୋର ସହିପାରୁନାହାଁନ୍ତି, କେତେ କଷ୍ଟରେ ମୋ ସଖା ଅଛନ୍ତି । ଗୋଟିଏ କ୍ଷଣରେ ପ୍ରଭୁ ଦ୍ୱାରିକାରେ ପହଁଞ୍ଚାଇ ଦେଇଛନ୍ତି । ଯେତେବେଳେ ସୁଦାମା ଉଠି ପଚାରିଛନ୍ତି, ଏହା କେଉଁ ଜାଗା, କିଏ ଜଣେ ଉତ୍ତର ଦେଇଛନ୍ତି ଏହା ଦ୍ୱାରିକା । ଏହାପରେ ସୁଦାମା ପଚାରି ପଚାରି ଦ୍ୱାରିକାଧୀଷଙ୍କ ଦ୍ୱାରରେ ପହଁଚିଛନ୍ତି । ଦ୍ୱାର ପାଳଙ୍କୁ କହିଛନ୍ତି, ମୁଁ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଆସିଛି । ଦ୍ୱାରପାଳ ଯାଇ ଭଗବାନଙ୍କୁ କହିଛନ୍ତି, ଜଣେ ବ୍ରାହ୍ମଣ ଛିଣ୍ଡା ଲେଙ୍ଗୁଠି ପିନ୍ଧି ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି । କୃଷ୍ଣ ଜାଣିପାରିଲେ ସୁଦାମା ଆସିଛନ୍ତି, ଉଠିପଡ଼ି ଦଉଡ଼ୁଛନ୍ତି, ଆଜି ପାଟପିତାମ୍ବର ଖସିପଡ଼ିଛି, ମୁକୁଟ ପଡ଼ିଯାଇଛି, ପାଦ ଏଠି ସେଠି ପଡ଼ୁଛି, ପ୍ରଭୁମୋର ଦଉଡ଼ୁଛନ୍ତି, ସମସ୍ତେ ଦେଖୁଛନ୍ତି ପ୍ରଭୁମୋର ଯାଇ ସୁଦାମକୁ କୁ„ାଇ ପକାଇଛନ୍ତି । ତାଙ୍କୁ ମହଲକୁ ଆଣି ସିଂହାସନରେ ବସେଇଛନ୍ତି, ସ୍ନାନ କରାଇଛନ୍ତି, ବସ୍ତ୍ର ପିନ୍ଧେଇଛନ୍ତି । ଯେତେବେଳେ ପ୍ରଭୁ କାହାକୁ ସଜାନ୍ତି, ଠିକ୍ ତାଙ୍କପରି ସଜାନ୍ତି ।

ଏହାପରେ ପ୍ରଭୁ ସୁଦାମାଙ୍କୁ ରୁକ୍ମଣୀଙ୍କ ପଲଙ୍କ ଉପରେ ବସାଇଛନ୍ତି । ଏଠି ମନରେ ପ୍ରଶ୍ନ ଉଠେ ପ୍ରଭୁ ସୁଦାମାଙ୍କୁ ରୁକ୍ମଣୀଙ୍କ ପଲଙ୍କରେ ବସାଇବାର ତାପିର୍ଯ୍ୟ କଣ । ହେ ଭଗବତ ପ୍ରେମୀ ପ୍ରଭୁ କହୁଛନ୍ତି, ହେ ସୁଦାମା ଯେମିତି ମୋର ସବୁ ସୁଖ ରୁକ୍ମଣୀର, ତାର ସବୁ ଦୁଃଖ ମୋର, ସେହିପରି ଆଜିଠାରୁ ମୋର ସବୁ ସୁଖ ତୁମର ହୋଇଗଲା, ତୁମର ସବୁ ଦୁଃଖ ମୋର ହୋଇଗଲା । ପ୍ରଭୁଙ୍କର ନଜର ଆଜି ସୁଦାମାଙ୍କ ଗାମୁଛାରେ ବନ୍ଧାହୋଇଥିବା ପୁଟୁଳି ଉପରେ ପଡ଼ିଛି, ପୁଟୁଳିକୁ ଖୋଲି ଦେଖୁଛନ୍ତି ସେଥିରେ କିଛି ଛୋଟ, ବଡ଼, କଳା ଓ ଧଳା ଭଜା ଚାଉଳ ଅଛି, ଯାହାକୁ ଶୁସିଳା ପଠେଇଛନ୍ତି । ପ୍ରଭୁ ଆଜି କାନ୍ଦୁଛନ୍ତି, ଗୋଟେ ମୁଠା ଖାଇଛନ୍ତି, ପୁଣି ଦ୍ୱିତୀୟ ମୁଠାନେଇ ଖାଇଛନ୍ତି, ତୃତୀୟ ମୁଠା ବେଳକୁ ରୁକ୍ମଣୀ ପ୍ରଭୁଙ୍କ ହାତ ଧରି ପକାଉଛନ୍ତି । କହୁଛନ୍ତି, ପ୍ରଭୁ ଆପଣ ଆମକୁ ପାଇବାକୁ ଦେବେନି ? କୁହାଯାଏ ରାତି ଯାଇ ସକାଳ ହେଇଛି, ସୁଦାମା ଯିବା ପାଇଁ ବାହାରିଛନ୍ତି । ପ୍ରଭୁ ସୁଦାମାକୁ ପିତାମ୍ବର ଖୋଲି ଦେବାକୁ କହିଛନ୍ତି, ସୁଦାମା ପିତାମ୍ବର ରଖି, ଲଙ୍ଗୋଟି ପିନ୍ଧିଛନ୍ତି, ପ୍ରଭୁ ଏଠି ଜଣାଇବାକୁ ଚାହୁଁଛନ୍ତି, କିଏ କହିବ ଆରେ ଦେଖ ଭଗବାନଙ୍କର କିଏ ଜଣେ ମିତ୍ର ଭିକମଗା ବ୍ରାହ୍ମଣ ଲଙ୍ଗୋଟି ପିନ୍ଧି ଆସିଥିଲେ, ଆଜି ପିତାମ୍ବର ପିନ୍ଧି ଯାଉଛନ୍ତି ।

ଭଗବାନ ଏଥିପାଇଁ କହୁଛନ୍ତି ହେ ସଂସାରବାସି ଯାହା କହିବାର ଅଛି ମୋତେ କୁହ, ମୋ ଭକ୍ତକୁ କୁହନାହିଁ । ସୁଦାମା ଯାଉଛନ୍ତି, ରାସ୍ତାରେ ଚାଲି ଚାଲି ଥକି ଶୋଇ ପଡ଼ିଛନ୍ତି, ପୁଣି ଆଖି ଖୋଲି ଦେଖୁଛନ୍ତି, ମୁଁ କୁଆଡ଼େ ଆସିଗଲି, କେହିଜଣେ କହୁଛନ୍ତି ଇଏ ସୁଦାମା ନଗର । ସୁଦାମା ଭାବୁଛନ୍ତି ବୋଧହୁଏ କେହି ସୁଦାମା ନାମି ଧନୀ ବ୍ୟକ୍ତି ଏହାକୁ କିଣି ନିଜ ନାମ ରଖିଦେଇଛି । ସୁଦାମା ଘରେ ପହଞ୍ଚି ଦେଖିଛନ୍ତି ସବୁ ମହଲ ବନିଯାଇଛି । ଶୁସିଳାଙ୍କୁ ପଚାରିଛନ୍ତି, ଶୁସିଳା କହୁଛନ୍ତି, ଆପଣଙ୍କର କିିଏ ଜଣେ ମିତ୍ର ଆସିଛନ୍ତି, ଏସବୁ ବନେଇ ଦେଇଛନ୍ତି । ସୁଦାମାଯାଇ ଦେଖନ୍ତିତ ପ୍ରଭୁମୋର ଆସି ବସିଛନ୍ତି । ସୁଦାମା କହୁଛନ୍ତି, ପ୍ରଭୁ ଆପଣ ମୋ ଠାରୁ ଆଗେ କେମିତି ପହଁଚିଲେ, ପ୍ରଭୁ କହୁଛନ୍ତି, ମୁଁ ରଥରେ ଆସିଲି, ସୁଦାମା କହୁଛନ୍ତି ପ୍ରଭୁ ମୋତେ ସାଥିରେ ଆଣିଥିଲେ ରଥ ଗଳି ପଡ଼ିଥାନ୍ତା କି ? ପ୍ରଭୁ କହୁଛନ୍ତି ସୁଦାମା ଆମେ ଯେମିତି ଅର୍ଥାଭିମାନି ଲୋକ ରଥରେ ଆସିଲେ ଶୋଭାପାଏ, ତୁମେ ଧରିତ୍ରୀର ଚାଲିଲେ, ଧରିତ୍ରୀ ଧନ୍ୟ ହୁଏ, ମୁଁ ତୁମକୁ ରଥରେ ବସାଇ ଧରିତି୍ରର ସୌଭାଗ୍ୟକୁ ଛଡ଼ାଇ ନେବାକୁ ଚାହିଁଲିନି । ସୁଦାମା କହୁଛନ୍ତି ସଖା ତୁମେ ସବୁଦେଇ ସମସ୍ତଙ୍କର ଭଲ କରିଛ ମୋର ଆଉ କିଛି ଦରକାର ନାହିଁ, ସୁଦାମା ଭଗବାନଙ୍କର ଧ୍ୟାନରେ ବସିପଡ଼ିଛନ୍ତି ।

ଭଗବାନ ଜୀବର ବନ୍ଧନରେ କେତେବେଳେ ଆସନ୍ତି, ଯେତେବେଳେ ଭଗବାନ ଜୀବ ଉପରେ କୃପା କରନ୍ତି, ଅନୁଗ୍ରହ କରନ୍ତି, ସେତେବେଳେ ଜୀବ ଠାକୁରଙ୍କୁ ଭକ୍ତି କରେ । ଭଗବାନ ଜୀବର ବନ୍ଧନରେ ଆସିଯାଆନ୍ତି ।

इसे भी पढ़े : अमृत ​​है हरि नाम जगत में

ନାରଦ ପ୍ରସଙ୍ଗ :

ଭଗବାନ ଲୋକଙ୍କୁ ଶିକ୍ଷା ଦେବାପାଇଁ କେବେବି ବ୍ରାହ୍ମଣଙ୍କ ବୃତ୍ତିକୁ ହରଣ କରି ନାହାଁନ୍ତି, କାହିଁକିନା ହଜାରେ ବର୍ଷ ପର୍ଯ୍ୟନ୍ତ ମଳର କିଡ଼ା ହୋଇ ରହିବ । ନାରଦ ମାସ ମାସ ଧରି ଭଗବାନଙ୍କର ଲିଳା ଦର୍ଶନ କରୁଥାନ୍ତି । ଭଗବାନ ଅଲଗା ଅଲଗା ରୂପରେ, ଭିନ୍ନ ଭିନ୍ନ ମହଲରେ ଲିଳା କରୁଥାନ୍ତି । ଦିନେ ନାରଦ ଭଗବାନଙ୍କୁ ଦେଖା କରିବାକୁ ଆସିଛନ୍ତି । ଭଗବାନ ନାରଦଙ୍କୁ ସ୍ୱାଗତ କରି ଏକ ଭଲ ଉପଦେଶ ଉଦ୍ଦେଶ୍ୟରେ କହୁଛନ୍ତି, ନାରଦ ଦେଖ ଆମେ ଗୃହସ୍ଥି, ତୁମେ ଯୋଗୀ, ତୁମେ ଏମିତି ଲୁଚି ଛପି ଦର୍ଶନ କରିବା ଠିକ୍ ନୁହେଁ । ଘରେ ଚାରିଟା ବାସନ ମଧ୍ୟ ନିଜ ନିଜ ମଧ୍ୟରେ ଟକରା ଟକରି ହୁଅନ୍ତି, ଏହାର ମାନେନୁହେଁ ଉଧାର ଦେଇଥିବା ଲୋକ ଘରକୁ ଆସି ଅଧିକ କଷ୍ଟଦେବ ।

ଭଗବାନଙ୍କୁ ୧୨୫ ବର୍ଷ ହୋଇଯାଇଛି, ଦେବଗଣ କହୁଛନ୍ତି ପ୍ରଭୁ ଆପଣ ଧାମକୁ ଆସନ୍ତୁ । ଆଜି ଭଗବାନଙ୍କ କୃପାରୁ ମହାତ୍ମାମାନେ ଆସିଛନ୍ତି । ଭଗବାନଙ୍କ ୧୬୧୦୮ ସ୍ତ୍ରୀ, ୧୬୧୦୮୦ ପୁତ୍ର୧୬୧୦୮ କନ୍ୟା, ଏଠି ପ୍ରଶ୍ନ ଉଠେ ଭଗବାନଙ୍କର ଏତେ ପିଲା ହେଲେ କେମିତି ।

ହେ ଭଗବତ ପ୍ରେମୀ ଆକାଶରେ ଯେତେବେଳେ କଳାବାଦଲ ଘୋଟି ଆସେ, ମୟୁର ନାଚିବାକୁ ବାହାରି ଆସେ, ମୟୁରୀ ତାର ଚାରି ପଟେ ଘୁରିବୁଲେ, ଏହି ସମୟରେ ମୟୁର ଆଖିରୁ ଜଳ ବିନ୍ଦୁ ଝରି ପଡ଼େ, ସେହି ଜଳ ବିନ୍ଦୁକୁ ମୟୁରୀ ପାନକରି ଗର୍ଭଧାରଣ କରେ । ସେଥିପାଇଁ ମୟୁରକୁ ବ୍ରହ୍ମଚର୍ଯ୍ୟର ଶ୍ରେଷ୍ଟ ମାନ୍ୟତା ଦେବା ପୁର୍ବକ ଭଗବାନ ନିଜ ମସ୍ତକରେ ମୟୁର ଚୁଳକୁ ଧାରଣ କରିଛନ୍ତି । ସେହିପରି ଭଗବାନଙ୍କର ସଙ୍କଳ୍ପ ମାତ୍ରରେ ମୋଟ ୧୭୭୧୮୮ ପୁତ୍ର ଓ କନ୍ୟା ଜନ୍ମ ହୋଇଛନ୍ତି । ଆଜି ଜାମ୍ବବତୀଙ୍କ ପୁତ୍ର ଶାମ୍ବକୁ ଭଗବାନଙ୍କ ପୁତ୍ରମାନେ ବୋହୂ ସଜେଇ ମହାତ୍ମାଙ୍କ ପାଖକୁ ଆଣି କହୁଛନ୍ତି, ମହାତ୍ମା କୁହନ୍ତୁ ଏହି ବୋହୂର ପୁଅ ହେବ ନା ଝିଅ ? ମହାତ୍ମା କହିଲେ, ମୋ ସାଙ୍ଗରେ ମଜା କରୁଛ, ତାଙ୍କର ପୁତ୍ର ହେବ ନା କନ୍ୟା, ତାଙ୍କଠାରୁ ଯେଉଁ ଲୌହ ମୁସଳ ବାହାରିବ, ସେ ଯଦୁ ବଂଶକୁୁ ସହାଂର କରିଦେବ । କୁହାଯାଏ ଉଗ୍ରସେନ କପଡ଼ା ଖୋଲି ସେହି ଲୁହାକୁ ଘସି ଘସି, ଛୋଟ ଖଣ୍ଡକୁ ସମୁଦ୍ରକୁ ଫିଙ୍ଗିଦେଲେ । ଲୁହା ଘସିବା ଦ୍ୱାରା ଏକ ପେରି ପେରି ଘାସ ହୋଇ ଯଦୁ ବଂଶକୁ ସମାପ୍ତ କରିଦେଲା ।

ଯେଉଁ ଛୋଟ ଟୁକୁଡ଼ା ସମୁଦ୍ରରେ ପଡ଼ିଥିଲା, ତାକୁ ମାଛ ଖାଇଲା, ସେ ମାଛକୁ ଧୀବର ଧରିଲା, ସେଥିରେ ଥିବା ଲୁହା ଟୁକୁଡ଼ାକୁ ଶବରକୁ ଦେଲା, ଶବର ତାକୁ ତୀର ବନେଇଦେଲା । ଭଗବାନ ଶିଆଳି ଲଟା ତଳେ ବସିଥିଲେ, ଭୁଲରେ ଶବରର ସେହି ତୀର ଭଗବାନଙ୍କ ଚରଣରେ ବାଜିଲା । ଆଜି ଭଗବାନ ଉଦ୍ଧବକୁ ଜ୍ଞାନ ଦେଇ ସ୍ୱଧାମ ଯାଉଛନ୍ତି । ଉଦ୍ଧବ ଦେଖୁଛନ୍ତି, ଦେବଲୋକ, ବ୍ରହ୍ମଲୋକ, ଶିବ ଲୋକ ସମସ୍ତେ ଦେଖୁଛନ୍ତି, ଭଗବାନ ନିଜ ଧାମକୁ ଯାଉଛନ୍ତି । ଭଗବାନଙ୍କ ଠାରୁ ଏକ ଦିବ୍ୟ ତେଜ ବାହାରି ଭଗବତରେ ପ୍ରବେଶ କଲା ।

ଶୁକଦେବ କହୁଛନ୍ତି ରାଜନ ତୁମ ଶରୀର ଏହି ପଶୁ ବୁଦ୍ଧିକୁ ପରିତ୍ୟାଗ କରିଛି । ଶୁକଦେବ କହିଛନ୍ତି, ପରୀକ୍ଷିତ ଶୁଣୁଛନ୍ତି, ତଷକ ଆସି ଦସଂନ କଲା, ପରୀକ୍ଷିତ ଶରୀର ଭସ୍ମ ହୋଇଗଲା । ପରୀକ୍ଷିତ ଆଜି ନିଜ ଆତ୍ମାକୁ ପରମାତ୍ମା ସହିତ ମିଶାଇ ଦେଇଛନ୍ତି । ପରୀକ୍ଷିତକୁ ପ୍ରଭୁଙ୍କ ବୈକୁଣ୍ଠ ଧାମ ପ୍ରାପ୍ତି ହୋଇଛି ।

इसे भी पढ़े : समस्त कष्टों से मुक्ति के लिए ॐ कृष्णाय वासुदेवाय मंत्र

Disclaimer : Bhakti Bharat Ki / भक्ति भारत की (https://bhaktibharatki.com/) किसी की आस्था को ठेस पहुंचना नहीं चाहता। ऊपर पोस्ट में दिए गए उपाय, रचना और जानकारी को भिन्न – भिन्न लोगों की मान्यता और जानकारियों के अनुसार, और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। यहां यह बताना जरूरी है कि (https://bhaktibharatki.com/) किसी भी तरह की मान्यता, जानकारी की पूर्ण रूप से पुष्टि नहीं करता। Bhagabat Katha के उच्चारण, किसी भी जानकारी या मान्यता को अमल में लाने से पहले संबंधित विशेषज्ञ, ज्योतिष अथवा पंड़ित की सलाह अवश्य लें। Bhagabat Katha का उच्चारण करना या ना करना आपके विवेक पर निर्भर करता है।

इसे भी पढ़े : ओम का अर्थ, उत्पत्ति, महत्व, उच्चारण, जप करने का तरीका और चमत्कार

हमारे बारें में : आपको Bhakti Bharat Ki पर हार्दिक अभिनन्दन। दोस्तों नमस्कार, यहाँ पर आपको हर दिन भक्ति का वीडियो और लेख मिलेगी, जो आपके जीवन में अदुतीय बदलाव लाएगी। आप इस चैनल के माध्यम से ईश्वर के उपासना करना (जैसे कि पूजा, प्रार्थना, भजन), भगवान के प्रति भक्ति करना (जैसे कि ध्यान), गुरु के चरणों में शरण लेना (जैसे कि शरणागति), अच्छे काम करना, दूसरों की मदद करना, और अपने स्वभाव को सुधारकर, आत्मा को ऊंचाईयों तक पहुंचाना ए सब सिख सकते हैं। भक्ति भारत की एक आध्यात्मिक वेबसाइट, जिसको देखकर आप अपने मन को शुद्ध करके, अध्यात्मिक उन्नति के साथ, जीवन में शांति, समृद्धि, और संतुष्टि की भावना को प्राप्त कर सकते। आप इन सभी लेख से ईश्वर की दिव्य अनुभूति पा सकते हैं। तो बने रहिये हमारे साथ:

इसे भी पढ़े : सांस लेने और छोड़ने की क्रिया से मन स्थिर हो जाता है

बैकलिंक : यदि आप ब्लॉगर हैं, अपनी वेबसाइट के लिए डू-फॉलों लिंक की तलाश में हैं, तो एक बार संपर्क जरूर करें। हमारा वाट्सएप नंबर हैं 9438098189.

विनम्र निवेदन : यदि कोई त्रुटि हो तो आप हमें यहाँ क्लिक करके E-mail (ई मेल) के माध्यम से भी सम्पर्क कर सकते हैं। धन्यवाद।

सोशल मीडिया : यदि आप भक्ति विषयों के बारे में प्रतिदिन कुछ ना कुछ जानना चाहते हैं, तो आपको Bhakti Bharat Ki संस्था के विभिन्न सोशल मीडिया खातों से जुड़ना चाहिए। इस ज्ञानवर्धक वेबसाइट को अपनें मित्रों के साथ अवश्य शेयर करें। उनके लिंक हैं:

Facebook
Instagram
YouTube

कुछ और महत्वपूर्ण लेख:

Hari Sharanam
नित्य स्तुति और प्रार्थना
Om Damodaraya Vidmahe
Rog Nashak Bishnu Mantra
Ram Gayatri Mantra
Dayamaya Guru Karunamaya

Related posts

ଓଡ଼ିଆ ସମ୍ପୂର୍ଣ ଭାଗବତ ସାର | Bhagabata Sara

bbkbbsr24