January 22, 2026
Bhajan

Mo Prabhu Jagannatha Se Je Kamalakanta | ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ

Mo Prahu Jagannath

Credit the Video : Sidharth Bhakti YouTube Channel

ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
କଣ୍ଠ : ଶାନ୍ତିଲତା ବାରିକ

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ପାଦପଦ୍ମେ ଅଛି ଭରସି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥

ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି
ଭକତଙ୍କ ଦୁଃଖୀ-ଜନ-ପ୍ରାଣ
ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି
ଭକତଙ୍କ ଦୁଃଖୀ-ଜନ-ପ୍ରାଣ
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ
ମୋ ପ୍ରାଣ ତାକୁ ସମର୍ପିଛି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥

ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି
ସେ ମୋହର ଗତି-ମୁକ୍ତି-ପ୍ରାଣ
ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି
ସେ ମୋହର ଗତି-ମୁକ୍ତି-ପ୍ରାଣ
ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି
ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି
ତା ଛନ୍ଦା ଚରଣେ ମୁଁ ଦାସୀ
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ପାଦପଦ୍ମେ ଅଛି ଭରସି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥୨॥

Related posts

Bho Shambho Shiva Shambho Swayambho | भो शम्भो शिव शम्भो स्वयंभो

bbkbbsr24

Namo Namo Ji Shankara | नमो नमो जी शंकरा

bbkbbsr24

He Guru Tume Mangalamaya | ହେ ଗୁରୁ ତୁମେ ମଙ୍ଗଳମୟ

bbkbbsr24