April 7, 2026
Bhakti

Naba Gujjari | ନବଗୁଜ୍ଜରୀ

Naba Gujari

Naba Gujjari | ନବଗୁଜ୍ଜରୀ: ଭକତ ର ଅର୍ଥ-ଭ-ଭଜିବା, କ-କରିବା, ତ-ତରିବା। ଦୁଃଖ ପଡୁ, କଷ୍ଟ ପଡୁ, ପ୍ରଭୁ ଙ୍କ ଠାରୁ ଯିଏ ବିଭକ୍ତ ହୁଏନା ତାକୁ ଭକ୍ତ କୁହନ୍ତି। ଏ ଭକ୍ତିଟି ଅମୁଲ୍ୟ ଧନ, ବାଲ୍ୟ କାଳୁ ତାକୁ କର ଅର୍ଜନ। ଆସନ୍ତୁ ଶୁଣିବା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କୃତ ନବଗୁଜ୍ଜରୀ।

ନବଗୁଜ୍ଜରୀ

Naba Gujjari

ଅଚ୍ୟୁତଂ ଗୋଲକନାଥଂ ସାକ୍ଷାତ୍ ବିଷ୍ଣୁ ସ୍ଵରୂପକମ୍ ।
କଳିଯୁଗେ ବିହରଞ୍ଚ ନବଗୁଜ୍ଜରୀ ପ୍ରକାଶିତମ୍ ॥

ଅନାଥର ନାଥ ଅଟ ହେ ତୁମ୍ଭ ନାମ ଅନନ୍ତ ।
ଅନ୍ତର୍ଯ୍ୟାମୀ ତୁମ୍ଭ ମହିମା ପ୍ରଭୁ କେ କରେ ଅନ୍ତ ॥
ଅପାର ତୁମ୍ଭର ମହିମା ନାମ କୃପା ବାରିଧି ।
ଅଖିଳ ବ୍ରହ୍ମାଣ୍ଡ ମଧ୍ଯରେ ତୁମ୍ଭ ନାମ ପ୍ରସିଦ୍ଧି ॥
ଅଖିଳ ବ୍ରହ୍ମାଣ୍ଡ ମଧ୍ଯରେ ନାଥ କାହିଁ ରହିଛ ।
ଅଧମ ଅଚ୍ୟୁତ ଡାକିଲେ ପ୍ରଭୁ ନ ଶୁଣୁଅଛ ॥୧॥

ଜୟ ନୀଳାଦ୍ରିନାଥ ହରି ଜୟ ରମା ରମଣ ।
ଜୟ ଅନାଦି ଆଦିକନ୍ଦ ଜୟ କର କାରଣ ॥
ଜୟ ଅନନ୍ତ ଗୋପୀନାଥ ଜୟ ରଙ୍ଗ ଅଧର ।
ଜୟ ଗୋକୁଳ କୁଳପାଳ ଜୟ ମନ୍ଦରଧର ॥
ଜୟ କଂସକେଶୀ ବିନାଶ ଜୟ ରାଧାରମଣ ।
ତ୍ରିଭଙ୍ଗୀ ଭଙ୍ଗୀ ଘନଶ୍ୟାମ ଜୟ ଗୋପରକ୍ଷଣ ॥
ଜୟ କାଳୀ ବାଳି ବିନାଶି ବଳି ଗର୍ବଗଞ୍ଜନ ।
ଅହଲ୍ୟା ଦ୍ରୌପଦୀ ବିପତ୍ତି ବିଭୀଷଣ ରକ୍ଷଣ ॥
କେତେ କେତେ ହରି ତାରିଛ କର୍ଣ୍ଣେ ଶୁଣିଛି ମୁହିଁ ।
ବିଶେଷ ବର୍ଣନା ଦେବାକୁ ବେଳ କାଳ ଯେ ନାହିଁ ॥
ରଖିଲେ ରଖ ମହାବାହୁ ନରଖିଲେ ଭାସିବି ।
ଅରକ୍ଷକୁ ରକ୍ଷ ପ୍ରଭୁ ହେ ଆଉ ମୁଁ ନ ଦେଖିବି ॥
ଆତଙ୍କ ନାଶନ ବାନା ହେ ରଖ କମଳାକାନ୍ତ ।
ଡାକି ଡାକି ଦୀନ ଅଚ୍ୟୁତ ଏବେ ହେଲା ଅନାଥ ॥୨॥

ଯେ ନିମନ୍ତେ ନାଥ ବନ୍ଦଇ ତୁମ୍ଭ ପଦ୍ମଚରଣ ।
ଯେଉଁ ବର ମୁଁ ଯେ ମାଗଇଁ ପ୍ରଭୁ କର୍ଣ୍ଣରେ ଶୁଣ ॥
ବ୍ରହ୍ମା ଇନ୍ଦ୍ରପଦ ନ ବାଞ୍ଚେ ଜ୍ଞାନ ଧ୍ୟାନ ନ ଇଛେ ।
ସପ୍ତ ଦ୍ଵୀପେ ରାଜା ହୋଇବି ଏହି ପଦ ନ ବାଞ୍ଚେ ||
ଯୋଗୀ ଯତୀନ୍ଦ୍ର ମୁଁ ନୋହିବି ବ୍ରହ୍ମଜ୍ଞାନୀ ନୋହିବି ।
ସାଧୁ ସନ୍ଥ ମୁଁ ଯେ ନୋହିବି ମୁଁ ଯେ କବି ନୋହିବି ॥
ମରଣ ବେଳକୁ ଶରଣ ତୁମ୍ଭ ଚରଣେ ହେବ ।
ଅଚ୍ୟୁତ ବୋଲେ ପରିତ୍ରାଣ ଗତି ଆନ ନୋହିବ ॥୩॥

ଆହୁରି କଥାଏ କହୁଛି ଶୁଣ ସାରଙ୍ଗଧର ।
ତୁମ୍ଭ ମହିମା କେ ବର୍ଣିବ ଗତି ଅଟେ କାହାର ||
ଆଜନ୍ମ ମୁହିଁ ମହାପାପୀ ଅଜାମ୍ବିଳୁ ଅଧ‌ିକ ।
ପତିତ ଅପ୍ରାଧ ମୋ ନାମ କ୍ଷିତି ମଧ୍ୟରେ ଟେକ ॥
ମାତା ପିତା ଦ୍ରୋହୀ ଅଟେ ମୁଁ ଭ୍ରାତା ବନ୍ଧୁ ନିନ୍ଦଇ ।
କୃଷ୍ଣ ବୈଷ୍ଣବ ଗୁରୁ ଦେଖି ଉପହାସ କରଇ ॥
ମୋ ପରି ପତିତ ପାମର କ୍ଷିତି ମଧ୍ୟରେ ନାହିଁ ।
ତା’ର ନ ତା’ର ମହାପ୍ରଭୁ ! ଦାସ ଅଚ୍ୟୁତ କହି ॥୪॥

ଅଶେଷ ବ୍ରହ୍ମାଣ୍ଡ ମଧ୍ୟରେ ଅଂଶା ଅଂଶ ପୂରିଛି ।
ଅଶେଷ ମାର୍ଗେ ମୁଁ ଖୋଜିଲି ଲେଶ ନ ପାଏ କିଛି ॥
ଭଜନ ସ୍ମରଣ କୀର୍ତ୍ତନ ତେଣୁ ହୋଇଲା ଦୂର ।
ନ ଚିହ୍ନି ତୁମକୁ ମୁହିଁଯେ ବୁଲୁଅଛି ମହୀର ॥
ଅକର୍ମ ଦାନୀଟି ବୋଲାଅ କର୍ମେ ନାହିଁ ମୋ ମତି ।
ଶରଣ ପଞ୍ଜର ବୋଲାଅ ଭଣେ ଦୀନ ଅଚ୍ୟୁତି ॥୬॥

କିସ ଜପତପ କରିବି କିସ କରିବି ଧ୍ଯାନ ।
କେଉଁଯୋଗ ମୁହିଁ ସାଧୂବି ମୁଁ ଯେ ଅଭାଗା ଜନ ॥
ଅକାର ଉକାର ମକାର ପ୍ରଭୁ ନ ଜାଣେ କିଛି ।
ଏକା ତୁମ୍ଭ ନାମ ଗୋଟିକୁ ମୁଁ ଯେ ସତ୍ୟ ମଣୁଛି ॥
ଏକା ତୁମ୍ଭ ନାମ ଗୋଟିକୁ ତେବେ ସତ୍ୟ ନ ଜାଣେ ।
ଏକାକ୍ଷର ତତ୍ତ୍ୱ ନ ପାଇ ବୁଲେ ମୁଁ ମାୟା ବଣେ ॥
ଅଣାକ୍ଷର ଆଦି ଓମତି ପ୍ରଭୁ ନ ଜାଣେ କିଛି ।
ଏକା ତୁମ୍ଭ ନାମ ଗୋଟିକୁ ମୁଁ ଯେ ସତ୍ୟ ମଣୁଛି ॥
ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନା ନାମତତ୍ତ୍ଵରେ ମତି ।
ନ ଜାଣି ଜଣାଇଁ କ‌ହୁଛି ମୁଁ ଯେ ଦୀନ ଅଚ୍ୟୁତି ॥୭॥

ଏଥକୁ ବିଚାର କରିବେ ପ୍ରଭୁ ସାରଙ୍ଗଧର ।
ମୋ ପରି ପତିତ ଜଣେ ବା ନାହିଁ ଭବମଧ୍ଯର ॥
ଗୁଆଁର ନିର୍ବୋଧ ପାମର ରଜ ତମରେ ମତ୍ତ ।
ମଦ ମତ୍ସର କାମ କ୍ରୋଧେ ପଡ଼ି ହୋଇଲି ହତ ॥
ଏଥୁଁ ଯଦି ଦୟା କରିବ ଯମ ଯାତନା କାଟି ।
ଜନ୍ମେ ଜନ୍ମେ ଭୃତ୍ୟ ହୋଇଣ ପାଦେ ଥୁବି ମୁଁ ଖଟି ॥
ନୋହିଲେ ଏ ଭବେ ମରିବି ପ୍ରଭୁ ନିନ୍ଦା ହୋଇବ ।
ଅନାଥର ନାଥ ବୋଲିଣ କେବା କାହିଁ ଡାକିବ ॥
ଭାସିଗଲି ଥରେ ରଖ ହେ ନିଶ୍ଚେ ହୋଇଲି ନାଶ ।
ଅଚ୍ୟୁତ ବୋଲେ ମହାପ୍ରଭୁ କିସ ପାଇବ ଯଶ ॥୮॥

ଦୁଃଖୀ ଦୁଃଖ କି ନ ଶୁଭିଲା କର୍ଣ୍ଣ ହେଲା ବଧିର ।
ଦୟାଳୁ ହୃଦୟ ମୋ ଲାଗି ତୁମ ହେଲା ପଥର ॥
ଶଙ୍ଖ ଚକ୍ର ଗଦା ପଦ୍ମକି କରୁ ଝଡ଼ି ପଡ଼ିଲା ।
ବେଳୁ ବେଳ ମାୟାମୋହ ଯେ ମୋର ଅଙ୍ଗେ ଜଡ଼ିଲା ॥
ଏବେ କି ଗରୁଡ଼ ଆସନ ପ୍ରଭୁ ହୋଇଲା ଦୂର ।
ଦେଖୁଁ ଦେଖୁଁ କାଳସର୍ପ ଯେ ଦଂଶେ ମୋର ଶରୀର ॥
ଦାସକୁ ନିରାଶ କରି ହେ ପ୍ରଭୁ କି ଯଶ ହେବ ।
ଅଚ୍ୟୁତ ଦାସ କି ଏ ଭବେ ପଡ଼ି ବୁଡ଼ି ମରିବ ॥୯॥

ଭକତ ବିକଳ ଶୁଣିଣ ଆଦିକନ୍ଦ କହନ୍ତି ।
ଯେବେ ଭବାର୍ଣ୍ଣବୁ ତରିବୁ ଶୁଣ ଦେଇଣ ମତି ॥
ପୁତ୍ର ନାତି ବନ୍ଧୁ ଭାରିଯା ଦୁଃଖ କରି ପୋଷିବୁ ।
ଏକା ମୋର ନାମ ଗୋଟିକୁ ହୃଦ ପଦ୍ମ ଘୋଷିବୁ ॥
ପଥକୁ ସଙ୍ଖାଳି ହୋଇବ ନାମ ଗାୟନେ ତୋର ।
ତୋ ନାମକୁ ତୁହି ଜପିବୁ ଜୀବ ଗଲା ବେଳର ॥
ତୁ କିସ ଜପିବୁ ତା ନାମ ତୋର ଜପରେ ନାହିଁ ।
ତା ନାମକୁ ସେ ନିରନ୍ତର ତହିଁ ଜପୁ ଅଛଇଁ ॥
ଶୁଣିଣ ଅଚ୍ୟୁତ ଦାସ ଯେ ହସ ହସ ହୋଇଲେ ।
ଶ୍ରୀପଦ୍ମଚରଣେ ପଡ଼ିଣ ନିସ୍ତରିଲି ବୋଇଲେ ॥
ଆଶା ଭରସା ମୋ ପୂରିଲା କର୍ଣ୍ଣେ ଶୁଣିଲି ମୁହିଁ ।
ଏଡ଼େ ଦୟାଳୁ ପଣ ଗୋଟି କାହିଁ ଥିଲ ଲୁଚାଇ ॥
ଚିତ୍ରୋତ୍ପଳା ନଦୀ ଉତ୍ତରେ ପ୍ରଭୁ ରହି ଡାକିବି ।
ହରି ହରି ବୋଲି ନିରତେ ଦିବାନିଶି ବଞ୍ଚିବି ॥
ଭକତଙ୍କ ଭୃତ୍ୟ ହୋଇଣ ବୁଲୁଥୁବି ନିରତେ ।
ଅଚ୍ୟୁତ ଦାସର ମାନସ ପୂର୍ଣ୍ଣ କରାଅ ଚିତ୍ତେ ॥

। ଇତି ଶ୍ରୀ ଅଚ୍ୟୁତାନନ୍ଦ ଦାସ ବିରଚିତ ନବ-ଗୁଜ୍ଜରୀ ସଦାଜୟ ସମ୍ପୂର୍ଣ ।

Credit the Video : Bhakti Bharat Ki YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। ନବଗୁଜ୍ଜରୀ का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। ନବଗୁଜ୍ଜରୀ का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

Janmashtami 2023: कब मनाई जाएगी जन्माष्टमी, जानिए शुभ मुहूर्त, महत्व और पूजन विधि

bbkbbsr24

Pratah Smaran and Mangala Charan | प्रातः स्मरण एवं मंगलाचरण

bbkbbsr24

ତାରିଣୀଙ୍କର ନବଟି ନାମ

Bimal Kumar Dash