September 7, 2026
Bhakti

Astagujari | ଅଷ୍ଟ ଗୁଜ୍ଜରୀ | ଅଚ୍ୟୁତାନନ୍ଦ ଦାସ କୃତ

Asta Gujari

Credit the Video : Bhakti Bharat Ki YouTube Channel

ଭକତ ର ଅର୍ଥ : ଭ-ଭଜିବା କ-କରିବା ତ-ତରିବା। ଦୁଃଖ ପଡୁ, କଷ୍ଟ ପଡୁ, ପ୍ରଭୁ ଙ୍କ ଠାରୁ ଯିଏ ବିଭକ୍ତ ହୁଏନା ତାକୁ ଭକ୍ତ କୁହନ୍ତି। ଏ ଭକ୍ତିଟି ଅମୁଲ୍ୟ ଧନ ବାଲ୍ୟ କାଳୁ ତାକୁ କର ଅର୍ଜନ। ଆସନ୍ତୁ ଶୁଣିବା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କୃତ ଅଷ୍ଟ ଗୁଜ୍ଜରୀ।

ଅଷ୍ଟ ଗୁଜ୍ଜରୀ 

Astagujari

ଅଚ୍ୟୁତଂ ଗୋଲକନାଥଂ ସାକ୍ଷାତ୍ ବିଷ୍ଣୁ ସ୍ଵରୂପକମ୍ ।
କଳିଯୁଗେ ବିହରଞ୍ଚ ଅଷ୍ଟଗୁଜ୍ଜରୀ ପ୍ରକାଶିତମ୍ ॥

ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ।
ଭକ୍ତଙ୍କ ପାଇଁ କଳେବର ଦଶ ମୂରତି ଧରି ॥
ଭକ୍ତ ତୁମ୍ଭର କି କରିବ ଭକ୍ତ ବୋଲରେ ଥାଅ ।
ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ ॥
ଭକ୍ତ ଦେଖାଇଲା ସ୍ତମ୍ଭକୁ ସ୍ତମ୍ଭୁ ହେଲ ଉଦିତ ।
ଭୃତ୍ୟର ଭୃତ୍ୟ ପରିଭୃତ୍ୟ ଭଣେ ଦୀନ ଅଚ୍ୟୁତ ॥୧॥

ବିଷୟା ରସରେ ମଜ୍ଜିଲି ସାଧୁ ସଙ୍ଗକୁ ତେଜି ।
ତରୁଣୀ ତନୟା ତନୁକୁ ଦିବା ରଜନୀ ହେଜି ॥
ତୁମ୍ଭନାମ କାହୁଁ ଜାଣିବି ପ୍ରଭୁ ଜଗ-ଜୀବନ ।
ପ୍ରକୃତି ମୋତେ ଭୁଲାଇଲା ସୁଧା ରସ ଆପ୍ୟାନ ॥
ପର୍ତିତ-ପାବନ ବାନା ସେ ଯହୁଁ ଶୁଣିଲି ତୋର ।
ଦୀନ ଅଚ୍ୟୁତ ଯେ କହଇ ତେଣୁ ଭରସା ମୋର ॥୨॥

ଦୁର୍ଜନ ଲୋକଙ୍କୁ ଡରଇ ପିଠି ଯାତନା ଦେଇ ।
ନିରେଖ ହୋଇ ପଡ଼ିଅଛି ଭବ ସାଗରେ ମୁହିଁ ॥
ତୁମ୍ଭେ ଯେବେ କୃପା କରିବ ମୋତେ ଥିବ ଆବୋରି ।
କୃତାନ୍ତକ କିସ କରିବ ବୋଧ ଷଡ଼-ଅଇରି ॥
ପାଣ୍ଡବଙ୍କୁ ତୁମ୍ଭେ ରଖିଲ କି କଲେ କୁରୁପତି ।
ଯାହାକୁ ତୁମ୍ଭେ ଯେ ରଖିବ ଭଣେ ଦୀନ ଅଚ୍ୟୁତି ॥୩॥

ତୁମ୍ଭର ଭୃତ୍ୟ କେ ହୋଇବ ଗୋଷ୍ଠ ମଣ୍ଡଳେ କହ ।
ସେ ମୋତେ ତୁମ୍ଭ ସମକଚ୍ଛ ହୃଦେ ନ ବହ ॥
ତୁମ୍ଭ ସେବା କାହୁଁ ଜାଣିବି ତୁମ୍ଭ ଭକ୍ତଙ୍କ ସେବା ।
ସେବାର ସୀମା ନ ଜାଣିଣ ହୁଡ଼ି ବୋଇଲି ଅବା ॥
ଶ୍ରୀବତ୍ସ ଅଙ୍କିତ ଏମାନ ଯେଉଁ ଚରଣେ ନିତି ।
ରୁଦ୍ର ପଦ୍ମଯୋନି ଭୁଲନ୍ତି ଭଣେ ଦୀନ ଅଚ୍ୟୁତି ॥୪॥

ମାୟା ଜାଲ ଟୋପେ ପଡ଼ିଲି ଦିଗ ନ ଦିଶେ କୂଳ ।
ଭ୍ରାତା ବନ୍ଧୁ କିସ କରିବେ ମୋତେ ନୋହିଲା ସ୍ଥଳ ॥
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ।
ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା ॥
ଶ୍ରୀବତ୍ସ ବୋଲି ଏକ ଦ୍ବିଜ ହୃଦେ ମାଇଲା ନାତ ।
ତୁମ୍ଭେ ହୁଷ୍ଟ ହୋଇ ହସିଲ ତୁମ୍ଭ ମହିମା ଅନ୍ତ ॥
ରାଜସ୍ବି ସଭା ଯଜ୍ଞଶାଳେ ବେତଧରି ଖୁଣ୍ଟିଆ ।
ଭୃତ୍ଯକୁ ନୃପତି କରାଅ ପ୍ରଭୁ ଏଡ଼େ ହଁଟିଆ ॥
ବ୍ୟାଧ ଅଜାମିଳ ଗଣିକା ତାଙ୍କୁ ଦେଲ ସୁଗତି ।
ତୁମ୍ଭେ ଯେ ପତିତ-ପାବନ ଭଣେ ଦୀନ ଅଚ୍ଯୁତି ॥୫॥

ତୁମ୍ଭ ଛାମୁରେ ଜଣାଉଛି ଗୁରୁ ସନ୍ଦେହ କଥା ।
କେ ଗୁରୁ କେ ଶିଷ୍ୟ ହୁଅନ୍ତା କାହିଁ ମୁଣ୍ଡାନ୍ତି ମଥା ॥
ଅବିବେକ ହୋଇ ରହିଲ ଶୁଣି ହେଲି ଚକିତ ।
ଦିବା ରଜନୀ ଗୁଣୁଥାଇ ଶାନ୍ତ ନୋହିଲା ଚିତ୍ତ ॥
କେ ଦେବତା କେହୁ ଭକତ କେ କାହାକୁ ପୂଜିଲା ।
କେ ଭୋଗରାଗ କରାଉଛି କେହୁ ଗୋଟା ଭୁଞ୍ଜିଲା ॥୬॥

କେ ଯତି କେ ସତୀ କେ ପତି କେଉଁ ଗୋଟା ନିରସ ।
କେ କଲା ତହୁଁ ଦ୍ବନ୍ଦ୍ବ ବାଦ କେହୁ ଗୋଟା ହରଷ ॥
କେ ନର କୁଞ୍ଜର ତୁରଙ୍ଗ କେ କାହିଁରେ ଆଶ୍ରମ ।
କେ ଅଙ୍ଗେ ଚନ୍ଦନ ଲେପନ୍ତି କେଉଁ ପିଣ୍ଡ ଦହନ ॥
ଛପନ କୋଟି ଜୀବଜନ୍ତୁ ସର୍ବ ଘଟେ ଏକତ୍ଵ ।
ଲୀଳା ନିମନ୍ତେ ନାନାକାର ଭଣେ ଦୀନ ଅଚ୍ୟୁତ ॥୭॥

ଗୀତା ଭାଗବତ ପୁରାଣ ଚାରି ବେଦ ପୁଛିଲି ।
ତୋ ବିନୁ ମୋତେ ଗତି ନାହିଁ ତୀର୍ଥ ବ୍ରତ ଲୋଡ଼ିଲି ॥
ଗୁରୁ ଶବଦ କୃଷ୍ଣ ବ୍ରହ୍ମଜ୍ଞାନ କହିଲେ କର୍ଣ୍ଣ ।
ସତ୍ୟ ଶାନ୍ତି ଦୟା କ୍ଷମାକୁ ହେତୁ ଚୈତନ୍ୟ ମନ ॥
ଇହ ପରଲୋକେ ବୋଲନ୍ତି ଗତ ପରଚେତନୁ ।
ତ୍ରିଗୁଣ ଅର୍ଘ–ତିମିରକୁ ସନ୍ଥ ଦଶନ ଭାନୁ ॥
କମଳକେଶର ଦଳରେ ଲୀଳା କରେ ଭ୍ରମର ।
ଶୂନ୍ୟରେ ଜ୍ୟୋତିଊର୍ମିଜ୍ଯୋତି ଶୂନ୍ୟେ ଚୁମ୍ବେ କେଶର ॥
ଛପନକୋଟି ଜୀବଜନ୍ତୁ ତେତିଶ କୋଟି ଦେବ ।
କହେ ଅଚ୍ୟୁତ ବିଷ୍ଣୁଭକ୍ତ ଯାର ବାସନା ଥୂବ ॥୮॥

ନ ଜାଣି ମୁଁ ଜଣାଉଛି ହେ ମଣୁଥିବ କେଶବ ।
ଦିବା ରଜନୀ ତିଳେ ତିଳେ ମୋର ହୃଦରେ ଥ‌ିବ ॥
ଜୀବ ଥାଉଁ ଥାଉଁ ଶରଣ ପ୍ରଭୁ ମାଗଇ ତୋତେ ।
ପ୍ରାଣ ପ୍ରୟାଣ ସମୟକୁ ଭ୍ରମ ଲାଗିଲା ମୋତେ ॥
କେଉଁ ବରଷ କେଉଁ ମାସ କେତେବେଳରେ ମୃତ୍ୟୁ ।
କାହୁଁ ଯାଇ କାହୁଁ ରହିଲା ମୋର ନୋହିଲା ହେତୁ ॥
ଜ୍ୟେଷ୍ଠ ଶୁକଳ ଏକାଦଶୀ ସେ ଦିନକୁ ମୋ ଆଶା ।
ଅଭୟ ଚରଣେ ମାଗଇ ମୋର ଏହି ଭରସା ॥
ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ ।
ସେ ସ୍ଥାନ ଏ ଦେହ ରହିବ ମୋର ଏହି ଧୂଆନ ॥
ଛପନ କୋଟୀ ଜୀବ ଜନ୍ତୁ ଯହୁଁ କରିଛ ଜାତ ।
ତୁମ୍ଭ ଭୃତ୍ୟର ଭୃତ୍ୟ ମୁହି ଭଣେ ଦୀନ ଅଚ୍ୟୁତ ॥

। ଇତି ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବିରଚିତଂ ଅଷ୍ଟଗୁଜ୍ଜରୀ ସମ୍ପୂର୍ଣମ୍‌ ।
ଓଁ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ୍

यह भी देखें: Om Krishnaya Vasudevaya Haraye

Disclaimer : Bhakti Bharat Ki / भक्ति भारत की (https://bhaktibharatki.com/) किसी की आस्था को ठेस पहुंचना नहीं चाहता। ऊपर पोस्ट में दिए गए उपाय, रचना और जानकारी को भिन्न – भिन्न लोगों की मान्यता और जानकारियों के अनुसार, और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। यहां यह बताना जरूरी है कि (https://bhaktibharatki.com/) किसी भी तरह की मान्यता, जानकारी की पूर्ण रूप से पुष्टि नहीं करता। ଅଷ୍ଟ ଗୁଜ୍ଜରୀ का अर्थ और महत्व को अमल में लाने से पहले संबंधित विशेषज्ञ, ज्योतिष अथवा पंड़ित की सलाह अवश्य लें। ଅଷ୍ଟ ଗୁଜ୍ଜରୀ का उच्चारण करना या ना करना आपके विवेक पर निर्भर करता है।

इसे भी पढ़े : अमृत ​​है हरि नाम जगत में

हमारे बारें में : आपको Bhakti Bharat Ki पर हार्दिक अभिनन्दन। दोस्तों नमस्कार, यहाँ पर आपको हर दिन भक्ति का वीडियो और लेख मिलेगी, जो आपके जीवन में अदुतीय बदलाव लाएगी। आप इस चैनल के माध्यम से ईश्वर के उपासना करना (जैसे कि पूजा, प्रार्थना, भजन), भगवान के प्रति भक्ति करना (जैसे कि ध्यान), गुरु के चरणों में शरण लेना (जैसे कि शरणागति), अच्छे काम करना, दूसरों की मदद करना, और अपने स्वभाव को सुधारकर, आत्मा को ऊंचाईयों तक पहुंचाना ए सब सिख सकते हैं। भक्ति भारत की एक आध्यात्मिक वेबसाइट, जिसको देखकर आप अपने मन को शुद्ध करके, अध्यात्मिक उन्नति के साथ, जीवन में शांति, समृद्धि, और संतुष्टि की भावना को प्राप्त कर सकते। आप इन सभी लेख से ईश्वर की दिव्य अनुभूति पा सकते हैं। तो बने रहिये हमारे साथ:

इसे भी पढ़े : भजगोविन्दं भजगोविन्दं गोविन्दं भज मूढमते

बैकलिंक : यदि आप ब्लॉगर हैं, अपनी वेबसाइट के लिए डू-फॉलों लिंक की तलाश में हैं, तो एक बार संपर्क जरूर करें। हमारा वाट्सएप नंबर हैं 9438098189.

इसे भी पढ़े : ओम का अर्थ, उत्पत्ति, महत्व, उच्चारण, जप करने का तरीका और चमत्कार

विनम्र निवेदन : यदि कोई त्रुटि हो तो आप हमें यहाँ क्लिक करके E-mail (ई मेल) के माध्यम से भी सम्पर्क कर सकते हैं। धन्यवाद।

इसे भी पढ़े : समस्त कष्टों से मुक्ति के लिए ॐ कृष्णाय वासुदेवाय मंत्र

सोशल मीडिया : यदि आप भक्ति विषयों के बारे में प्रतिदिन कुछ ना कुछ जानना चाहते हैं, तो आपको Bhakti Bharat Ki संस्था के विभिन्न सोशल मीडिया खातों से जुड़ना चाहिए। इस ज्ञानवर्धक वेबसाइट को अपनें मित्रों के साथ अवश्य शेयर करें। उनके लिंक हैं:

Facebook
Instagram
YouTube

कुछ और महत्वपूर्ण लेख:

Hari Sharanam
नित्य स्तुति और प्रार्थना
Om Damodaraya Vidmahe
Rog Nashak Bishnu Mantra
Dayamaya Guru Karunamaya

Related posts

Pandhari Nivasa Sakhya Panduranga | पंढरी निवासा सख्या पांडुरंगा

Bimal Kumar Dash

Radhika Gori Se Biraj Ki Chori Se | राधिका गोरी से बिरज की छोरी से

Bimal Kumar Dash

Teri Karun Main Vandana | तेरी करूं मैं वंदना तेरी करूं में आराधना

Bimal Kumar Dash